ଶିକ୍ଷାବର୍ଷ ଆରମ୍ଭର ୩ ମାସ ପରେ ବି ମିଳିନି ପାଠ୍ୟପୁସ୍ତକ: ଚିନ୍ତାରେ ଅଭିଭାବକ

ବାରିପଦା,୩।୭(ନୀଳାଦ୍ରି ବିହାରୀ ଦଣ୍ଡପାଟ): ରାଜ୍ୟ ସରକାର ଶିକ୍ଷାକୁ ଗୁରୁତ୍ୱ ଦେବା ନିମନ୍ତେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ସରକାରୀ ସ୍କୁଲ ପ୍ରତି ଛାତ୍ରୀଛାତ୍ରମାନଙ୍କୁ ଆକୃଷ୍ଟ କରିବା ପାଇଁ ୫-ଟି ଯୋଜନାରେ ରୂପାନ୍ତରୀକରଣ ଓ ଶିକ୍ଷା ସମ୍ବନ୍ଧୀୟ ସମାଗ୍ରୀର ବ୍ୟବସ୍ଥା କରାଯାଇଛି। ବିଦ୍ୟାଳୟରେ ଡିଜିଟାଲ ବୋର୍ଡଠାରୁ ଆରମ୍ଭ କରି ଅନ୍‌ଲାଇନ ଶିକ୍ଷା ପ୍ରଚଳନ ହୋଇଛି। ପାଠ୍ୟ ପୁସ୍ତକ, ସାଇକେଲ, ପୋଷାକ, ଜୋତା ଓ ଟୋପି ମାଗଣାରେ ଯୋଗାଇ ଦିଆଯାଉଛି। ମାତ୍ର ଶିକ୍ଷାବର୍ଷ ଆରମ୍ଭ ହେବାର ୩ ମାସ ବିତିଯାଇଥିଲେ ମଧ୍ୟ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଅଦ୍ୟାବଧି ମୟୂରଭଞ୍ଜ ଜିଲାରେ ୯ମ ଓ ୧୦ମ ଶ୍ରେଣୀରେ ପଢ଼ୁଥିବା ଅନୁସୂଚୀତ ଜାତି ଓ ଜନଜାତିର ଛାତ୍ରୀଛାତ୍ରଙ୍କୁ ପାଠ୍ୟପୁସ୍ତକ ମିଳିପାରିନାହିଁ। ଫଳରେ ଅନ୍ଧାରରେ ବାଡ଼ି ବୁଲାଇବା ଭଳି ଶିକ୍ଷାଦାନ ଚାଲିବା ସହ ଅନେକ ଛାତ୍ରୀଛାତ୍ର ପାଠପଢ଼ାରୁ ବଞ୍ଚତ୍ତ ହେବାରେ ଲାଗିଛନ୍ତି।
ଜିଲାରେ ୨୯୨ ସରକାରୀ, ୨୦୨ ବ୍ଲକଗ୍ରାଣ୍ଟ ଓ ୪୪ ଏଡେଡ୍‌ ସ୍କୁଲ ଓ ୫୫ଟି ଏସ୍‌ଏସ୍‌ଡିକୁ ମିଶାଇ ମୋଟ ୫୯୩ଟି ବିଦ୍ୟାଳୟ ରହିଛି। ଏଥିରେ ଏସ୍‌ଏସ୍‌ଡିକୁ ବାଦ୍‌ ଦେଇ ୬୫ହଜାରରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଶିକ୍ଷା ଗ୍ରହଣ କରୁଛନ୍ତି। ସେଥିମଧ୍ୟରୁ ପ୍ରାୟ ୪୦ ହଜାର ଅନୁସୂଚୀତ ଜାତି ଓ ଜନଜାତିର ଛାତ୍ରୀଛାତ୍ର ରହିଛନ୍ତି। ଚଳିତ ବର୍ଷ ଏପ୍ରିଲ ୧ରୁ ଶିକ୍ଷାବର୍ଷ ଆରମ୍ଭ ହୋଇ ଏକମାସ ଧରି ପାଠପଢ଼ା ହୋଇଥିଲା। ଗ୍ରୀଷ୍ମ ଛୁଟି ଯୋଗୁ ଦେଢ଼ମାସ ଧରି ବିଭିନ୍ନ ଆପ୍‌ ମାଧ୍ୟମରେ ଅନ୍‌ଲାଇନ ଶିକ୍ଷାଦାନ ପ୍ରଦାନ କରାଯାଇଛି। ମାତ୍ର ଅନୁସୂଚୀତ ଜାତି ଓ ଜନଜାତିର ଏହି ୪୦ ହଜାର ଛାତ୍ରୀଛାତ୍ରଙ୍କୁ ମାଗଣା ପାଠ୍ୟ ପୁସ୍ତକ ଯୋଗାଇ ଦିଆଯାଇ ପାରିନାହିଁ। ଅନ୍ୟ ପକ୍ଷରେ ଶିକ୍ଷା ବର୍ଷ ପ୍ରାରମ୍ଭରୁ ଦୋକାନ ବଜାରରେ ଏହି ପୁସ୍ତକଗୁଡ଼ିକ ବିକ୍ରି ହେଉଥିବା ବେଳେ ସରକାରୀସ୍ତରରେ ଏହାକୁ ପ୍ରଦାନ କରିବାରେ ବିଳମ୍ବତା ଦେଖାଦେଇଛି। ଏହାକୁ ନେଇ ଅଭିଭାବକମାନେ ଚିନ୍ତାରେ ପଡ଼ିଥିବା ବେଳେ ବିଷୟଗୁଡ଼ିକ ଭଲଭାବେ ବୁଝିପାରୁ ନ ଥିବା ଛାତ୍ରୀଛାତ୍ରମାନେ ପ୍ରକାଶ କରିଛନ୍ତି। ଶିକ୍ଷା ବ୍ୟବସ୍ଥାରେ ରାଜ୍ୟ ସରକାରଙ୍କ ଅନୁଦାନରେ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପାଠ୍ୟ ପୁସ୍ତକ କିଣାଯାଇ ପ୍ରତି ସ୍କୁଲରେ ମାଗଣା ବଣ୍ଟନ କରାଯାଇଥାଏ। ଜିଲାର ବାରିପଦା, ଉଦଳା, କରଞ୍ଜିଆ ଓ ରାଇରଙ୍ଗପୁର ସବ୍‌ଡିଭିଜନ ସ୍ତରରେ ପୁସ୍ତକ ଗଚ୍ଛିତ ରଖାଯାଇଥାଏ। ବାରିପଦାର ଏମ୍‌କେସି ବିଦ୍ୟାଳୟରେ ୧୦ଟି ବ୍ଲକ, ଉଦଳାରେ ୪ଟି ବ୍ଲକ, କରଞ୍ଜିଆରେ ୫ଟି ଓ ରାଇରଙ୍ଗପୁରରେ ୭ଟି ବ୍ଲକ ପାଇଁ ପୁସ୍ତକ ଗଚ୍ଛିତ ରହିଛି। ଏହି ସବୁ ସେଣ୍ଟରଗୁଡିକରୁ ସ୍କୁଲର ଶିକ୍ଷକମାନଙ୍କୁ ପୁସ୍ତକ ପ୍ରଦାନ କରାଯାଇଥାଏ। ତେବେ ଚଳିତ ବର୍ଷ ହିନ୍ଦୀ ଓ ସଂସ୍କୃତ ଭାଷାର ବହି ମିଳିବାରେ ବିଳମ୍ବ ହେବାରୁ ପୁସ୍ତକ ବଣ୍ଟନ କରାଯାଇ ପାରି ନାହିଁ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି। ଏପରି ସ୍ଥଳେ ୧୦ମ ଶ୍ରେଣୀରେ ପାଠ ପଢୁଥିବା ଛାତ୍ରୀଛାତ୍ରଙ୍କ ଅଳ୍ପ ଦିନ ପରେ ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ ପାଠ୍ୟ ପୁସ୍ତକ ବିନା ପାଠପଢ଼ିବା ସହଜ ହୋଇପାରୁନାହିଁ ବୋଲି ଅଭିଭାବକ ସୁରେନ୍ଦ୍ର ସିଂ, ରାମ ହାଁସଦା, ଜିତରାୟ ସିଂ ପ୍ରମୁଖ କହିଛନ୍ତି।
ଏ ସଂକ୍ରାନ୍ତରେ ଜିଲା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ପଚାରିବାରୁ ୧୦ମ ପାସ୍‌ କରୁଥିବା ଛାତ୍ରୀଛାତ୍ରଙ୍କଠାରୁ ପୁରୁଣା ବହିଗୁଡ଼ିକ ସଂଗ୍ରହ କରି ପାଠ୍ୟ ପୁସ୍ତକ ଯୋଗାଇବାର ବ୍ୟବସ୍ଥା ରହିଛି। ତେବେ ଖୁବଶୀଘ୍ର ଚଳିତ ବର୍ଷର ପୁସ୍ତକ ବଣ୍ଟନ କରାଯିବ ବୋଲି ସେ କହିଛନ୍ତି। ତେବେ ଦଶମ ପାସ୍‌ କରୁଥିବା ଛାତ୍ରୀଛାତ୍ରମାନେ ପାଠ୍ୟପୁସ୍ତକ ଫେରାଉ ନ ଥିବାରୁ ସ୍କୁଲରେ ବୁକ ବ୍ୟାଙ୍କ କରିବାରେ ଅସୁବିଧା ପରିଲକ୍ଷିତ ହୋଇଥିବା ନେଇ କେତେକ ଶିକ୍ଷକ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

ବାରବାଟୀ ମ୍ୟାଚ୍‌ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍‌, ଭଡ଼ା ରହିଛି…

କଟକ,୬ା୧୨: ଆସନ୍ତା ୯ ତାରିଖରେ ବାରବାଟୀରେ ହେବ ଦମ୍‌ଦାର ଲଢ଼େଇ। ଭାରତ ସହ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍‌ ଦେଖିବା ପାଇଁ...

କମାଲ ଦେଖାଇଲେ ଶିଶୁ ବୈଜ୍ଞାନିକ, ଜିଲାପାଳ କହିଲେ…

ବରଗଡ଼,୬ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ରାଣା ପ୍ରତାପ ସ୍କୁଲ ପଡ଼ିଆରେ ଶନିବାର ଜିଲାସ୍ତରୀୟ ବିଜ୍ଞାନ ମେଳା ଉଦ୍‌ଘାଟିତ ହୋଇଛି। ଜିଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁଙ୍କ ଅଧ୍ୟକ୍ଷତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri