Categories: ବାଣିଜ୍ୟ

ଇଭି ଗ୍ରାହକଙ୍କୁ ମିଳିପାରେ ବଡ଼ ଫାଇଦା

ନୂଆଦିଲ୍ଲୀ,୧।୨: ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବୁଧବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ବଜେଟ ଉପସ୍ଥାପନ କରିବେ। ଏହି ପରିପ୍ରେକ୍ଷୀରେ ଅଟୋମୋବାଇଲ କ୍ଷେତ୍ର ଉପରେ ବିଶେଷ ନଜର ଦିଆଯାଉଛି ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ବିଶେଷକରି ଇଲେକ୍ଟ୍ରିକ୍‌ ଯାନ (ଇଭି)କୁ ନେଇ ବଜେଟରେ ଏକ ବଡ଼ ଘୋଷଣା ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ଏପରି ହେଲେ ତା’ର ଲାଭ ଇଭି ଗ୍ରାହକଙ୍କୁ ମିଳିବ। ଏପରିକି ଯେଉଁମାନେ ଆଗାମୀ ଦିନରେ ଇଭି ଯାନ କିଣିବାକୁ ଯୋଜନା କରୁଛନ୍ତି,ସେମାନେ ମଧ୍ୟ ଉପକୃତ ହେବେ ବୋଲି କୁହାଯାଉଛି। ପ୍ରକୃତରେ ବର୍ତ୍ତମାନ ଇଲେକ୍ଟ୍ରିକ୍‌ ଯାନ ଉପରେ ମିଳୁଥିବା ଏଫ୍‌ଏଏମ୍‌ଇ ୨ ସବ୍‌ସିଡିକୁ ବଢ଼ାଇବାକୁ ଅଟୋ ଶିଳ୍ପ ସଂଘ ଲଗାତର ଭାବେ ଦାବିକରି ଆସୁଛନ୍ତି। ସେହିପରି ସରକାର ଫେମ୍‌-୨ ସବ୍‌ସିଡି ହାରକୁ ବଢ଼ାଇଲେ ଇଭି ଗ୍ରାହକଙ୍କୁ ବଡ଼ ଫାଇଦା ମିଳିବ ବୋଲି କୁହାଯାଉଛି। ଉଲ୍ଲେଖଯୋଗ୍ୟ, ୨୦୧୯ରେ ସରକାର ଫେ୍‌ମ ସବ୍‌ସିଡି ଲାଗୁ କରିଥିଲେ। ପରବର୍ତ୍ତୀ ସମୟରେ ତା’ର ଅବଧିକୁ ୨୦୨୩ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବଢ଼ାଇଥିଲେ। ଉକ୍ତ ସବ୍‌ସିଡିକୁ ସରକାର ୨୦୨୫ ପର୍ଯ୍ୟନ୍ତ ବୃଦ୍ଧି କରିପାରନ୍ତି ବୋଲି ଆକଳନ କରାଯାଉଛି।

Share