ୟୁରୋପ ଝିଅ ଓଡ଼ିଶା ବୋହୂ, ପ୍ରେମିକଙ୍କୁ ପାଇବା ପାଇଁ ପାରି ହେଲେ ସାତ ଦରିଆ, ପଡ଼ିଲା ହାତଗଣ୍ଠି

ଗଜପତି,୨୮ା୧୧(ଗିରିଧାରୀ ପରିଚ୍ଛା): କୁହାଯାଏ ପ୍ରେମ ଅନ୍ଧ। ପ୍ରେମକୁ ପାଇବା ପାଇଁ ଜଣେ କିଛି ବି କରିପାରେ। ପ୍ରେମିକ ହେଉ ବା ପ୍ରେମିକା ମନର ମଣିଷକୁ ପାଇବା ପାଇଁ ସବୁ ପ୍ରକାର ବାଧାବିଘ୍ନ ସାମ୍ନା କରିଥାଏ। ଏପରିକି ସାତ ଦରିଆ ପାରି ହୋଇ ଆସିବା ପାଇଁ ଟିକେ ବି ପଛଘୁଞ୍ଚା ଦିଏନି। ଠିକ୍‌ ସେମିତି ଘଟିଛି ଜଣେ ବିଦେଶୀ ଝିଅଙ୍କ ସହ।

ଏଭଳି ଏକ ଉଦାହରଣ ଦେଖିବାକୁ ମିଳିଛି ଗଜପତି ଜିଲା ପାରଳାଖେମୁଣ୍ଡିରେ। ନିଜ ପ୍ରେମକୁ ସାକାର କରିବା ପାଇଁ ୟୁରୋପ ସ୍ଲୋଭାକିଆର ଜଣେ ଯୁବତୀ ପାରଳାଖେମୁଣ୍ଡି ଆସିଥିବା ବେଳେ ପ୍ରେମିକ ମଧ୍ୟ ତାକୁ ଗ୍ରହଣ କରିଛନ୍ତି। ବାଜୁଛି ବାଜା, ଫୁଟୁଛି ବାଣ ବେଦୀରେ ପଡ଼ିଛି ହାତଗଣ୍ଠି। ପ୍ରେମିକ ପ୍ରେମିକା ଦୁହେଁ ଦୁହିଁଙ୍କୁ ଜୀବନସାଥୀ ରୂପରେ ପାଇ ବେଶ୍‌ ଖୁସି ଅଛନ୍ତି।
ଦୀର୍ଘ ବର୍ଷ ଧରି ରାଜୀବଙ୍କ ସଂସ୍ପର୍ଶରେ ରହିବା ପରେ ଏନା ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ମଧ୍ୟ ଭଲ ପାଇ ବସିଥିଲେ। ପରେ ଏ ସମ୍ପର୍କରେ ଉଭୟେ ନିଜ ନିଜ ପରିବାର ଲୋକଙ୍କ ସହ ଆଲୋଚନା କରିଥିଲେ। ଶୁକ୍ରବାର ହିନ୍ଦୁ ରୀତିନୀତି ଅନୁସାରେ ବିବାହ ସମ୍ପନ୍ନ ହୋଇଛି।
ଏନା ପାରଳାଖେମୁଣ୍ଡିରେ ପହଞ୍ଚିବା ପରେ ରାଜୀବଙ୍କ ପରିବାର ଲୋକେ ମଧ୍ୟ ତାଙ୍କୁ ଗ୍ରହଣ କରିଥିଲେ। ଏହା ସହ ଏନା ବୋହୂଙ୍କ ନାଁ ପରିବର୍ତ୍ତନ କରିଥିଲେ। ଭାରତୀୟ ନାଁ ଦେଇଥିଲେ ଅନନ୍ୟା। ଏହି ନାଁରେ ନିମନ୍ତ୍ରଣ କାର୍ଡ ପ୍ରସ୍ତୁତ କରିଛନ୍ତି। ଏହି ବିବାହ ଉତ୍ସବରେ ସମସ୍ତ ବନ୍ଧୁବାନ୍ଧବ ଓ ପ୍ରିୟଜନ ଯୋଗ ଦେଇଥିବା ବେଳେ ଖୁବ୍‌ଆଡ଼ମ୍ବର ସହକାରେ ଏହା ଅନୁଷ୍ଠିତ ହୋଇଛି। ଭାରତୀୟ ସଂସ୍କୃତି ପ୍ରତି ଏବେ ବିଭିନ୍ନ ପାଶ୍ଚାତ୍ୟ ଦେଶର ଲୋକେ ଆକୃଷ୍ଟ ହେଉଛନ୍ତି। ଯାହା ଏକ ଖୁସିର କଥା ବୋଲି କହିଛନ୍ତି ବୁଦ୍ଧିଜୀବୀ।
ପ୍ରେମକୁ ସଫଳ କରିବା ପାଇଁ ସ୍ଲୋଭାକିଆରୁ ପାରଳାଖେମୁଣ୍ଡି ଭଳି ଏକ ଉପାନ୍ତ ଅଞ୍ଚଳରେ ପହଞ୍ଚିବା ଏବଂ ହିନ୍ଦୁ ରୀତିନୀତି ଅନୁସାରେ ବିବାହ କରିବା ଏନାଙ୍କ ସମର୍ପିତ ପ୍ରେମ ଭାବକୁ ଦର୍ଶାଉଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଚାଷଜମିରୁ ବୋମା ଜବତ; ଆତଙ୍କିତ ଗ୍ରାମବାସୀ, ପୋଲିସର ତଦନ୍ତ…   

ଦିଗପହଣ୍ଡି,୨୦ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବୋମକେଇ ପଞ୍ଚାୟତ କୁମରଡ଼ା ଗ୍ରାମ ବଡ଼ବନ୍ଧ ପୋଖରୀ ନିକଟ ଚାଷଜମିରେ ବୋମା ଆତଙ୍କ । ରଘୁ...

ଚଳିତ ବର୍ଷ ସନ୍ୟାସ ନେବେ ଏହି ୫ ଭାରତୀୟ କ୍ରିକେଟର! ଟିମ୍‌ ଇଣ୍ଡିଆରେ ସ୍ଥାନ ମିଳିବା ଅସମ୍ଭବ

ନୂଆଦିଲ୍ଲୀ,୨୦।୧: ଅନେକ ଷ୍ଟାର ଖେଳାଳି ଦୀର୍ଘ ସମୟ ଧରି ଭାରତୀୟ ଦଳରୁ ବାହାରେ ଅଛନ୍ତି। ଅନେକ ଯୁବ ଖେଳାଳି ଥିଲେ ମଧ୍ୟ ଖରାପ ଫର୍ମ ଯୋଗୁ...

ନୂଆଦିଲ୍ଲୀରେ ଦୁଲୁକିବ କଳାହାଣ୍ଡିର ଘୁମୁରା, ବଜାଶାଲ: ଜଲଓ୍ବା ଦେଖାଇବେ ପ୍ରତିଭା ଅନୁଷ୍ଠାନର କଳାକାର

ଭବାନୀପାଟଣା,୨୦ା୧(ଉତ୍ତମ କୁମାର ଦାଶ):ବନ୍ଦେ ମାତରମ୍‌ ଗୀତର ୧୫୦ ବର୍ଷ ପୂର୍ତ୍ତି ସମାରୋହ ଉପଲକ୍ଷେ ନୂଆଦିଲ୍ଲୀ ରାଜପଥରେ ଆସନ୍ତା ୨୬ ତାରିଖ ସାଧାରଣତନ୍ତ୍ର ଦିବସରେ କଳାହାଣ୍ଡିର ଘୁମୁରା...

‘ଜଣେ ଚମତ୍କାର ବ୍ୟକ୍ତିଙ୍କୁ ଜନ୍ମଦିନର ଶୁଭେଚ୍ଛା’, ଟ୍ରମ୍ପ-ଏପଷ୍ଟାଇନଙ୍କ ସମ୍ପର୍କକୁ ନେଇ ମଲରେ ଲାଗିଲା ରେପ୍ଲିକା, ଜାଣନ୍ତୁ ସମ୍ପୂର୍ଣ୍ଣ କାହାଣୀ

ଓ୍ବାଶିଂଟନ,୨୦।୧: ୱାଶିଂଟନ ଡି.ସି.ର ନ୍ୟାସନାଲ ମଲରେ ରାତାରାତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ଏକ ୧୦ ଫୁଟ ଉଚ୍ଚ ପ୍ରତିକୃତି ବା ରେପ୍ଲିକା। ଏହା ଡୋନାଲ୍ଡ...

୩୮୯ ଜଣଙ୍କର ଜଣେ ବାପା, ଆଉ ଜଣଙ୍କର ୩୧୦ ପିଲା… ପଶ୍ଚିମବଙ୍ଗର SIR ଖୋଲିଲା ଏମିତି ରାଜ୍‌, ସଭିଏଁ ଚକିତ

କୋଲକାତା,୨୦।୧: ପଶ୍ଚିମବଙ୍ଗ ଭୋଟର ତାଲିକା ଯାଞ୍ଚ (SIR) ଅଭିଯାନ ସମୟରେ ଏପରି ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି ଯାହା କେବଳ ନିର୍ବାଚନ କମିଶନଙ୍କୁ ନୁହେଁ ବରଂ...

ତେଲିବନ୍ଧ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଅଜଣା ଗାଡ଼ି ଧକ୍କାରେ ୨ ମୃତ, କାରକୁ ଘୋଷାଡ଼ି…

ବୋୖଦ୍ଧ, ୨୦ା୧( ଅଜିତ କୁମ୍ଭୀର ବାରିକ) – ​ବୌଦ୍ଧ ଜିଲା ୫୭ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ତେଲିବନ୍ଧ ଛକ...

ବଳଦେବଜୀଉ ମନ୍ଦିରକୁ ବୋମାରେ ଉଡାଇବାକୁ ଧମକ, କାର୍ଯ୍ୟାନୁଷ୍ଠାନ ପାଇଁ ଏସ୍‌ପିଙ୍କୁ…

କେନ୍ଦ୍ରାପଡ଼ା, ୨୦ା୧(ଜଗନ୍ନାଥ ଧଳ): କେନ୍ଦ୍ରାପଡା ସହରର ଇଚ୍ଛାପୁରସ୍ଥ ବଳଦେବଜୀଉ ମନ୍ଦିରକୁ ଖୁବ ଶୀଘ୍ର ବୋମାରେ ଉଡାଇ ଦିଆଯିବ। ଏପ୍ରକାର ଏକ ପୋଷ୍ଟ ସାମାଜିକ ଗଣମାଧ୍ୟମରେ ସୋମବାର...

‘ଇତିହାସରେ ଲିପିବଦ୍ଧ ହେବ ତାଙ୍କ ନାମ’: ଗ୍ରୀନଲାଣ୍ଡ ପ୍ରତି ଟ୍ରମ୍ପଙ୍କ ଧମକ ଉପରେ ପ୍ରତିକ୍ରିୟା ରଖିଲା ରୁଷିଆ, ରାଗୁଛି ଚାଇନା

ଓ୍ବାଶିଂଟନ,୨୦।୧: ଗ୍ରୀନଲାଣ୍ଡର ମିଶ୍ରଣ ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ ଉପରେ ଏବେ ରୁଷିଆ ଏବଂ ଚାଇନା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ରୁଷିଆ କହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri