ବିଧାନସଭାରେ ଉଠିଲା ଭୁବନେଶ୍ୱର କେଭି-୩ ବୋମାମାଡ଼ ପ୍ରସଙ୍ଗ

ଭୁବନେଶ୍ୱର,୨୮ା୧୧: ରାଜଧାନୀ ଭୁବନେଶ୍ୱରରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ-୩ (KV-3) ସାମ୍ନାରେ ବୋମାମାଡ଼ ଘଟଣା ଶୁକ୍ରବାର ବିଧାନସଭାରେ ଉଠିଛି। ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ଗୃହରେ ଏହି ପ୍ରସଙ୍ଗ ଉଠାଇ ଘଟଣାର ସତ୍ୟାସତ୍ୟ ଜଣାଇବାକୁ ଦାବି କରିଛନ୍ତି। ଏହାର ଉତ୍ତରରେ ବାଚସ୍ପତି କହିଛନ୍ତି ଯେ ଏହି ଘଟଣା ସମ୍ପର୍କରେ ଗଣଶିକ୍ଷା ମନ୍ତ୍ରୀ ତଥ୍ୟ ସଂଗ୍ରହ କରି ଗୃହକୁ ଅବଗତ କରାଇବେ।

ଶୁକ୍ରବାର ସକାଳ ପ୍ରାୟ ୮ଟା ସମୟରେ କିଛି ଦୁର୍ବୃତ୍ତ କେନ୍ଦ୍ରୀୟ ବିଦ୍ୟାଳୟ-୩ ସମ୍ମୁଖରେ ବୋମାମାଡ଼ କରିଥିଲେ। ତେବେ ଏହି ଘଟଣାରେ କୌଣସି ବ୍ୟକ୍ତି କିମ୍ବା ସମ୍ପତ୍ତିର କ୍ଷତି ହୋଇନାହିଁ।

ବୋମାମାଡ଼ ଖବର ପାଇ ମଞ୍ଚେଶ୍ୱର ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଏବଂ ଘଟଣାସ୍ଥଳରୁ ମିଳିଥିବା ସିସିଟିଭି ଫୁଟେଜ୍ ଆଧାରରେ ଅଭିଯୁକ୍ତଙ୍କୁ ଧରିବାକୁ ଚେଷ୍ଟା କରୁଛି। ଏହି ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଜାତୀୟ ଅନୁସନ୍ଧାନ ଏଜେନ୍ସି (NIA) ର ଏକ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ୨୫ ଯାଏ ସ୍କୁଲ ଛୁଟି: ହିଟ୍‌ ଓ୍ବେଭ୍‌କୁ ନେଇ ଏହି ଜିଲାରେ…

ଭୁବନେଶ୍ୱର,୨୧।୪: ରାଜ୍ୟରେ ଜାରି ରହିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ହିଟ ୱେଭ (Heat Wave) କୁ ଦୃଷ୍ଟିରେ ରଖି ଯାଜପୁର ଜିଲାପାଳ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି…

ଅମିନ ଚାକିରି କରାଇଦେବା ନାଁରେ ୭ ଲକ୍ଷ ଠକେଇ: ଟଙ୍କା ମାଗିବାରୁ ହତ୍ୟା ଉଦ୍ୟମ, ଅଭିଯୁକ୍ତ…

ଦିଗପହଣ୍ଡି,୨୧।୪(ଅଶେଷ ନାଥ ମିଶ୍ର): ଚାକିରି କରାଇଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକେଇ ଏବଂ ପରବର୍ତ୍ତୀ ସମୟରେ ଅର୍ଥ ଫେରସ୍ତ ମାଗିବାରୁ ହତ୍ୟା ଉଦ୍ୟମ ଭଳି ଏକ…

ଥୁଆମୂଳ ରାମପୁରରେ ଖଣି ଖନନ ନେଇ ଜନଗର୍ଜନ: ବିରାଟ ଶୋଭାଯାତ୍ରା, ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…

ଥୁଆମୂଳ ରାମପୁର,୨୧ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକରେ ପ୍ରସ୍ତାବିତ ସିଜିମାଲି ଖଣି ଖନନକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ମଙ୍ଗଳବାର…

ମଧ୍ୟାହ୍ନ ଭୋଜନରେ ବିଦ୍ୟାର୍ଥୀଙ୍କୁ ପରସା ଗଲା ଶୁଖିଲା ଭାତ-ଲୁଣ; ଶିକ୍ଷା ବିଭାଗର କଠୋର କାର୍ଯ୍ୟାନୁଷ୍ଠାନ, ଶିକ୍ଷକ…

ତୁମୁଡିବନ୍ଧ,୨୧।୪ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକର ଏକ ପ୍ରାଥମିକ ବିଦ୍ୟାଳୟରେ ଅଭାବନୀୟ ଘଟଣା ଏବେ ସାମ୍ନାକୁ ଆସିଛି। ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ କେବଳ…

ଇରାନ ସହିତ ଯୁଦ୍ଧବିରତି ବୃଦ୍ଧି କରିବାକୁ ମନା କଲେ ଟ୍ରମ୍ପ, ବଡ଼ ପଦକ୍ଷେପ ନେଉଛି ପାକିସ୍ତାନ

ଓ୍ବାଶିଂଟନ,୨୧।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଚାଲିଥିବା ଯୁଦ୍ଧବିରତିକୁ ବୃଦ୍ଧି କରିବାକୁ ମନା କରିଦେଇଛନ୍ତି, ଯାହା ଆଞ୍ଚଳିକ ଉତ୍ତେଜନାକୁ ଆହୁରି ବୃଦ୍ଧି କରିଛି ।…

ସମ୍ପର୍କୀୟଙ୍କ ବିବାହ ଉତ୍ସବକୁ ଯାଉଥିଲେ ଦମ୍ପତି, ବାଇକ ଧକ୍କାରେ ଚାଲିଗଲା ଜୀବନ

ଆନନ୍ଦପୁର,୨୧।୪(ସୁଶାନ୍ତ କୁମାର ସାହୁ ): ସମ୍ପର୍କୀୟଙ୍କ ବିବାହ ଉତ୍ସବକୁ ଯାଉଥିବା ବେଳେ ବାଟରେ ଭୟଙ୍କର ଦୁର୍ଘଟଣା । ସ୍ବାମୀ, ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ…

୫ ବର୍ଷ ତଳେ ହୋଇଥିଲା ବିବାହ, ଭଡ଼ା ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର; ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ଆଣିଲେ…

କୋକସରା,୨୧।୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଲଡୁଗାଁ ଗ୍ରାମର ଏକ ଭଡ଼ା ଘରୁ ମଙ୍ଗଳବାର ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତ…

ଏମିତି ରାଗ ଯେ ଛାତ୍ରଙ୍କୁ ବିଛୁଆତିରେ ମାଡ଼ ମାରି ପ୍ୟାଣ୍ଟରେ ପୁରାଇ ଦେଇଥିଲେ, ଚାକିରିରୁ ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ 

କଳିଙ୍ଗନଗର,୨୧।୪(ଶୁଭାଶିଷ ରାଉତ): ଶିକ୍ଷାର ମନ୍ଦିରରେ ଗୁରୁଙ୍କ ଅମାନବୀୟ କାଣ୍ଡ। କୋମଳମତି ପିଲାଙ୍କୁ ଦଣ୍ଡ ଦେବା ନାଁରେ ପିଲାଙ୍କ ପ୍ୟାଣ୍ଟ ଭିତରେ ବିଛୁଆତି ପୁରାଇ ନିର୍ଯାତନା ଦେଇଥିବା ଅଭିଯୋଗରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri