ରୁଷିଆରୁ ତେଲ କ୍ରୟ ବନ୍ଦ କରିବ ୟୁରୋପ

ବ୍ରସେଲ୍ସ, ୫ା୫: ୟୁକ୍ରେନ୍‌ ଆକ୍ରମଣ ପାଇଁ ରୁଷିଆକୁ ଦଣ୍ଡିତ କରିବାକୁ ୟୁରୋପୀୟ ସଂଘ(ଇୟୁ) ଏହାର ଅର୍ଥନୀତିକୁ ଟାର୍ଗେଟ କରୁଛି। ରୁଷିଆ ଆୟର ବଡ଼ ଭାଗ ଅଶୋଧିତ ତୈଳ ରପ୍ତାନିରୁ ଆସୁଥିବାବେଳେ ଏହି ଉତ୍ସକୁ ବନ୍ଦ କରିବାକୁ ଇୟୁ ପ୍ରସ୍ତୁତି ଚଳାଇଛି। ପାଶ୍ଚାତ୍ୟ ଦେଶଗୁଡ଼ିକର ତୈଳ ଆବଶ୍ୟକତା ରୁଷିଆ ମେଣ୍ଟାଉଥିବାବେଳେ ଏବେ ଇୟୁ ମସ୍କୋରୁ ଏହି ଆମଦାନୀ ବନ୍ଦ କରିବାକୁ ଆହ୍ବାନ ଦେଇଛି। ୬ ମାସ ମଧ୍ୟରେ ପର୍ଯ୍ୟାୟକ୍ରମେ ରୁଷିଆ ତୈଳ ଏବଂ ଅନ୍ୟ ରିଫାଇନ୍‌ଡ ସାମଗ୍ରୀ ରପ୍ତାନି ଉପରେ କଟକଣା ଲଗାଯିବାକୁ ବୁଧବାର ୟୁରୋପିଆନ କମିଶନ ଅଧ୍ୟକ୍ଷ ଉର୍ସୁଲା ଭୋନ୍‌ ଡନ୍‌ ଲେୟେନ୍‌ ପ୍ରସ୍ତାବ ଦେଇଛନ୍ତି। ଏଥିସହ ରୁଷିଆର ସବର ବ୍ୟାଙ୍କ ସମେତ ଆଉ ଦୁଇ ପ୍ରମୁଖ ବ୍ୟାଙ୍କ୍‌କୁ ସ୍ବିଫ୍ଟ ଇଣ୍ଟରନ୍ୟାଶନାଲ ବ୍ୟାଙ୍କିଙ୍ଗ ପେମେଣ୍ଟ ସିଷ୍ଟମରୁ ବାଦ୍‌ କରିବାକୁ ଭୋନ୍‌ ଡର୍‌ ଲେୟେନ୍‌ ଫ୍ରାନ୍ସର ଷ୍ଟାର୍ସବର୍ଗ ସ୍ଥିତ ୟୁରୋପିଆନ୍‌ ପାର୍ଲାମେଣ୍ଟରେ ସମ୍ବୋଧନ ବେଳେ ୟୁନିୟନର ୨୭ ସଦସ୍ୟ ରାଷ୍ଟ୍ରଙ୍କ ଆଗରେ ପ୍ରସ୍ତାବ ରଖିଛନ୍ତି। ପୂର୍ବରୁ ହଙ୍ଗେରୀ, ସ୍ଲୋଭାକିଆ ରୁଷିଆରୁ ତୈଳ ଆମଦାନୀ ଉପରେ ଲାଗିବାକୁ ଥିବା କଟକଣାରେ ସାମିଲ ହେବେ ନାହିଁ ବୋଲି କହିଥିବାବେଳେ ଉର୍ସୁଲା କୌଣସି ଦେଶ ଏଥିରୁ ବାଦ୍‌ ପଡ଼ିପାରିବେ କି ନା ସେ ନେଇ ସ୍ପଷ୍ଟ କରିନାହାନ୍ତି।

ୟୁରୋପ ରୁଷିଆରୁ ତୈଳ ଆମଦାନୀ ବନ୍ଦ କରିବାକୁ ପ୍ରସ୍ତୁତି ଚଳାଇଥିବାବେଳେ ପାଶ୍ଚାତ୍ୟ ଦେଶ ପାଇଁ ତାହା ସେତେ ସହଜ ହୋଇ ନ ପାରେ। ରୁଷିଆର ୟୁକ୍ରେନ୍‌ ଆକ୍ରମଣକୁ ଇୟୁ କଡ଼ା ନିନ୍ଦା କରିବା ସତ୍ତ୍ୱେ ତୈଳ କିଣିବା ଜାରି ରଖିଛି।

ପ୍ରାକୃତିକ ଗ୍ୟାସ୍‌ ଏବଂ ତୈଳ କ୍ରୟ ବାବଦରେ ୟୁରୋପ ଦିନକୁ ୮୫୦ ନିୟୁତ ଡଲାର ରୁଷିଆକୁ ଦେଇଥାଏ। ଦଶନ୍ଧି ଦଶନ୍ଧି ଧରି ରୁଷିଆ ଉପରେ ପାଶ୍ଚାତ୍ୟ ଦେଶଗୁଡ଼ିକ ନିର୍ଭରଶୀଳ। ହଙ୍ଗେରୀ ଓ ସ୍ଲୋଭାକିଆ ଭଳି ଭୂଆବଦ୍ଧ ଦେଶପାଇଁ ଏହା ଅଧିକ କଷ୍ଟକର ହୋଇପଡ଼ିବ। ବିପି ଷ୍ଟାଟିଷ୍ଟିକାଲ ରିଭ୍ୟୁ ଅଫ୍‌ ଓ୍ବାଲର୍‌ଡ ଏନର୍ଜୀ ଡାଟା ଅନୁସାରେ, ୨୦୨୦ରେ ରୁଷିଆର କ୍ରୁଡ୍‌ ଅଏଲ ରପ୍ତାନୀ ୨୬୦ ନିୟୁତ ଟନ୍‌ ଥିବାବେଳେ ସେଥିରୁ ୧୩୮ ନିୟୁତ ଟନ୍‌ ବା ୫୩% କ୍ରୁଡ୍‌ ଅଏଲ କେବଳ ୟୁରୋପକୁ ଯାଇଥିଲା।

ୟୁରୋପ ନିଜ ଆବଶ୍ୟକତାର ଏକ ଚତୁର୍ଥାଂଶ ଅଶୋଧିତ ତୈଳ କେବଳ ରୁଷିଆରୁ ପାଇଥାଏ। ଅନ୍ୟପକ୍ଷରେ ଇୟୁ ଏବେ ରୁଷିଆରୁ ତୈଳ ଆମଦାନୀ ବନ୍ଦ କରିବା ଉପରେ ଅଧିକ ଗୁରୁତ୍ୱ ଦେଇଛି। କାରଣ ତୈଳ ଉତ୍ସର ଅନ୍ୟ ବିକଳ୍ପ ଉପଲବ୍ଧ ଥିଲେ ମଧ୍ୟ ପ୍ରାକୃତିକ ଗ୍ୟାସ ଚାହିଦା ପୂରଣର ସହଜ ସୋର୍ସ ମିଳିବା କଷ୍ଟକର। କାରଣ ପ୍ରାକୃତିକ ଗ୍ୟାସ୍‌ ଆମଦାନୀ ପାଇଁ ପାଇପ୍‌ ଲାଇନ ଆବଶ୍ୟକ ପଡ଼ୁଥିବାବେଳେ ବୈଶ୍ୱିକ ସ୍ତରରେ ଟ୍ୟାଙ୍କର ଯୋଗେ ତୈଳ ପରିବହନ ହୋଇଥାଏ। ତେଣୁ ପ୍ରାକୃତିକ ଗ୍ୟାସ୍‌ ଉପରେ ଅଧିକ ମାତ୍ରାରେ ନିର୍ଭରଶୀଳ ଜର୍ମାନୀ ପାଇଁ ତ୍ୱରିତ ଭିତ୍ତିରେ ଆମଦାନୀ ବନ୍ଦ କରିବା ସହଜ ହେବନାହିଁ। ଏଥିଯୋଗୁ ଜର୍ମାନୀର ଅର୍ଥନୀତି ବ୍ୟାପକ ଭାବେ ପ୍ରଭାବିତ ହେବ। ରୁଷିଆରୁ ଉଭୟ ତୈଳ ଓ ପ୍ରାକୃତିକ ଗ୍ୟାସ୍‌ ଆମଦାନୀ ବନ୍ଦ ହେଲେ ତାହା ସମଗ୍ର ୟୁରୋପରେ ଗମ୍ଭୀର ମାନ୍ଦାବସ୍ଥା ସୃଷ୍ଟି କରିବ ବୋଲି ଅର୍ଥନୀତିଜ୍ଞମାନେ ମତ ପ୍ରକାଶ କରିଛନ୍ତି।

 

ଶସ୍ତାରେ ତେଲ ଚାହୁଁଛି ଭାରତ

ୟୁକ୍ରେନ ଯୁଦ୍ଧ ପୂର୍ବରୁ ୟୁରୋପ ଦୈନିକ ୩.୮ ମିଲିୟନ ବ୍ୟାରେଲ ତୈଳ ରୁଷିଆରୁ ଆମଦାନୀ କରୁଥିଲା। ଯଦି ୟୁରୋପ ରୁଷିଆ ତୈଳ ଉପରେ କଟକଣା ଲଗାଏ, ତେବେ ମଧ୍ୟପ୍ରାଚ୍ୟ ସମେତ ଆମେରିକା, ଲାଟିନ୍‌ ଆମେରିକା ଏବଂ ଆଫ୍ରିକାରୁ ଆବଶ୍ୟକତା ପୂରଣ କରିପାରିବ। ମଧ୍ୟପ୍ରାଚ୍ୟରୁ ସାଧାରଣତଃ ଏସୀୟ ଦେଶଗୁଡ଼ିକୁ ଅଶୋଧିତ ତେଲ ରପ୍ତାନି ହେଉଥିବାବେଳେ ରୁଷିଆ ଶସ୍ତାରେ ଏସିଆକୁ ଏହି ଇନ୍ଧନ ଯୋଗାଇବ। ସେଗୁଡ଼ିକ ମଧ୍ୟରେ ଚାଇନା, ଭାରତ ଭଳି ଦେଶ ରହିଛନ୍ତି।

ରିପୋର୍ଟ ଅନୁସାରେ ୨୦୨୨ରେ ଚାଇନାକୁ ରୁଷିଆର ଗ୍ୟାସ୍‌ ଯୋଗାଣ ଗତ ବର୍ଷ ତୁଳନାରେ ୬୦% ବୃଦ୍ଧି ପାଇଛି। ସିଏନ୍‌ପିସିର ଏକ ଅଂଶ ଭାବେ ପାଓ୍ବାର ଅଫ୍‌ ସାଇବେରିଆ ପାଇପ୍‌ଲାଇନ ଜରିଆରେ ରୁଷିଆରୁ ଚାଇନାକୁ ଗ୍ୟାସ୍‌ ଯୋଗାଣ କରାଯାଇଛି। ଅନ୍ୟପକ୍ଷରେ ଭାରତ ମଧ୍ୟ ମସ୍କୋରୁ ଶସ୍ତାରେ ତୈଳ କିଣିବାକୁ ଚାହୁଁଥିବା ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି। ବ୍ୟାରେଲ ପିଛା ତୈଳ ଦର ୧୦୫ ଡଲାର ଥିବାବେଳେ ଭାରତ ୭୦ ଡଲାରରେ କ୍ରୁଡ୍‌ ଅଏଲ କ୍ରୟ ନିମନ୍ତେ ରୁଷିଆ ଉପରେ ଚାପ ପକାଉଥିବା ଜଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

ବାଇକରେ ଘରକୁ ଫେରିବା ବେଳେ ଧକ୍କା ଦେଲା ପଥର ବୋଝେଇ ଟ୍ରାକ୍ଟର, ଅକାଳରେ ୨ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଭୁଶୁଣ୍ଡା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ…

ଭାଜପାରେ ଯୋଗଦେଲେ ଲିଆଣ୍ଡର ପେସ: ଟିଏମସିକୁ ବଡ଼ ଝଟ୍‌କା

କୋଲକାତା,୩୧।୩:ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ଏହି ସମୟରେ ଟିଏମସିକୁ ଏକ ଝଟ୍‌କା ଲାଗିଛି। ପୂର୍ବତନ ଟେନିସ ତାରକା ତଥା ଟିଏମ୍‌ସି ନେତା ଲିଆଣ୍ଡର…

ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri