ୟୁକ୍ରେନ୍‌ର ଇୟୁ ସଦସ୍ୟତା: ଆସନ୍ତା ସପ୍ତାହରେ ନିଷ୍ପତ୍ତି

କିଭ୍‌, ୧୩ା୬ ୟୁରୋପୀୟ ୟୁନିୟନ (ଇୟୁ)ର ସଦସ୍ୟ ହେବା ନେଇ ୟୁକ୍ରେନ୍‌ ଆବଶ୍ୟକ ପ୍ରକ୍ରିୟା ଆରମ୍ଭ କରିବ କି ନା ତାହା ଆସନ୍ତା ସପ୍ତାହରେ ଜଣାପଡ଼ିବ। ଇୟୁ ମୁଖ୍ୟ ଉର୍ସୁଲା ଭୋନ୍‌ ଡେର୍‌ ଲେୟେନ୍‌ ଶନିବାର ୟୁକ୍ରେନ୍‌ ଗସ୍ତ କରିବା ପରେ ଏ ନେଇ ରାଷ୍ଟ୍ରପତି ଭୋଲୋଡିମିରଙ୍କ ସହ ଆଲୋଚନା କରିଛନ୍ତି। ତୁରନ୍ତ ଏହି ପୂର୍ବ ୟୁରୋପୀୟ ରାଷ୍ଟ୍ରକୁ ଇୟୁ ସଦସ୍ୟତା ପ୍ରଦାନ ନିମନ୍ତେ ଜେଲେନ୍‌ସ୍କି ଉର୍ସୁଲା ଭୋନ୍‌ଙ୍କୁ ନିବେଦନ କରିଛନ୍ତି। ୟୁରୋପୀୟ ସଂଘରେ ୟୁକ୍ରେନ୍‌ ସାମିଲ ହେବାକୁ ନେଇ ଇୟୁ ସଦସ୍ୟମାନେ ଆସନ୍ତା ସପ୍ତାହ ଶେଷ ସୁଦ୍ଧା ସେମାନଙ୍କ ମତ ରଖିବେ। ସଂଘର ସମସ୍ତ ୨୭ ସଦସ୍ୟ ରାଷ୍ଟ୍ର ସହମତ ହେବ ଆବଶ୍ୟକ। କିଭ୍‌ ଇୟୁରେ ସାମିଲ ନିମନ୍ତେ ସମସ୍ତ ଆବଶ୍ୟକ ମାନଦଣ୍ଡ ମଧ୍ୟ ପୂରଣ କରିବା ଜରୁରୀ। ଯଦି ୟୁକ୍ରେନ୍‌ ସପକ୍ଷରେ ଇୟୁ ସଦସ୍ୟ ରାଷ୍ଟ୍ର ସେମାନଙ୍କ ସମର୍ଥନ ଦିଅନ୍ତି ଦେବେ ଏହି ସଂଘରେ ଯୋଗଦେବା ପାଇଁ ଥିବା ଏକ ଦୀର୍ଘ ପ୍ରକ୍ରିୟା ଖୁବ୍‌ଶୀଘ୍ର ଆରମ୍ଭ ହୋଇପାରେ।
ପରଠାରୁ ଉର୍ସୁଲାଙ୍କ ଏହା ଦ୍ୱିତୀୟ କିଭ୍‌ ଗସ୍ତ। ତରବରିଆ ଭାବେ ୟୁକ୍ରେନ୍‌କୁ ୟୁରୋପୀୟ ସଂଘରେ ସାମିଲ ନ କରିବା ପାଇଁ କେତେକ ସଦସ୍ୟ ରାଷ୍ଟ୍ର ଚେତାବନୀ ଦେଇଛନ୍ତି। ୟୁକ୍ରେନ୍‌ ଦସ୍ତାବିଜ୍‌ର ଯାଞ୍ଚ କରିବାର ଆବଶ୍ୟକତା ରହିଛି। ଉତ୍ତର ମାକେଡୋନିଆ, ଆଲବାନିଆ ଆଦି ଦେଶ ଇୟୁ ସଦସ୍ୟତା ପାଇଁ ପୂର୍ବରୁ ଆବେଦନ କରିଥିବାରୁ ସେମାନଙ୍କ କଥା ମଧ୍ୟ ଚିନ୍ତା କରିବା ଆବଶ୍ୟକ ବୋଲି ସେମାନେ ମତ ରଖିଛନ୍ତି।

ସରି ଆସୁଛି ଅସ୍ତ୍ର:ଜେଲେନ୍‌ସ୍କି

ଶକ୍ତିଶାଳୀ ରୁଷିଆ ସହ ଶହେରୁ ଊର୍ଦ୍ଧ୍ୱ ଦିନ ହେଲା ଲଢ଼େଇ ଜାରି ରଖିଥିବା ୟୁକ୍ରେନ୍‌ ନିକଟରେ ଏବେ ଯୁଦ୍ଧାସ୍ତ୍ର ଅଭାବ ଦେଖାଦେଇଛି। ପୂର୍ବ ୟୁକ୍ରେନ୍‌ର ଡୋନବାସ ସମେତ ଅନ୍ୟ ଛୋଟ ବଡ଼ ସହରଗୁଡ଼ିକୁ ରୁଷିଆ ଧିରେ ଧିରେ ଦଖଲ କରିବାରେ ଲାଗିଥିବାବେଳେ ମସ୍କୋକୁ ଅଟକାଇବା ପାଇଁ କିଭ୍‌ ଅଧିକ ଅସ୍ତ୍ରଶସ୍ତ୍ର ଆବଶ୍ୟକ କରୁଛି। ସୋଭିଏଟ୍‌ ବେଳର ଅସ୍ତ୍ରଶସ୍ତ୍ର ସହ ଲଢ଼େଇ କରୁଥିବା ୟୁକ୍ରେନ୍‌ ସୈନ୍ୟଙ୍କ ନିକଟରେ ତାହା ମଧ୍ୟ ସରିଆସୁଛି। ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ବାରମ୍ବାର ଆମେରିକା ଓ ୟୁରୋପୀୟ ଦେଶଗୁଡ଼ିକୁ ସାମରିକ ସହାୟତା ମାଗିଆସୁଛନ୍ତି। ପାଶ୍ଚାତ୍ୟର ଅସ୍ତ୍ର ଯୋଗାଣରେ ବିଳମ୍ବ ଯୋଗୁ ସମସ୍ୟା ସୃଷ୍ଟି ହୋଇଛି। ଯୁଦ୍ଧାସ୍ତ୍ର ଅଭାବରୁ ଅଧିକ ସଂଖ୍ୟାରେ ସୈନ୍ୟ ନିହତ ହେଉଥିବା ଜେଲେନ୍‌ସ୍କି କହିଛନ୍ତି। ଗତ ମାସରେ ଦିନକୁ ହାରାହାରି ଶହେ ୟୁକ୍ରେନ୍‌ ସୈନ୍ୟ ରୁଷିଆ ଆକ୍ରମଣରେ ପ୍ରାଣ ହରାଉଥିବାବେଳେ ଏହା ତାହା ୨ ଶହକୁ ବୃଦ୍ଧି ପାଇଛି। ରୁଷିଆ ଦିନକୁ ୫୦ ହଜାର ରାଉଣ୍ଡ ଆର୍ଟିଲାରୀ ଛାଡ଼ୁତ୍ବାବେଳେ ୟୁକ୍ରେନ୍‌ ମାତ୍ର ୫ ହଜାରରୁ ୬ ହଜାର ରାଉଣ୍ଡରେ ପ୍ରତିଆକ୍ରମଣ କରିପାରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

ଇରାନ-ଆମେରିକା ଯୁଦ୍ଧ ଭିତରେ ପଶିଲା ଚାଇନା, କହିଦେଲା ଏତେ ବଡ଼ କଥା, ଟ୍ରମ୍ପ ଛାନିଆ

ନୂଆଦିଲ୍ଲୀ,୩୦।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଚାଇନା ଇରାନ ବିରୁଦ୍ଧରେ ଆମେରିକାର ଆକ୍ରମଣକୁ ନିନ୍ଦା କରିଛି। ଚାଇନା ସ୍ପଷ୍ଟ ଭାବରେ କହିଛି ଯେ ଇରାନ ବିରୁଦ୍ଧରେ ସାମରିକ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଜରୁରୀକାଳୀନ ପରିସ୍ଥିତି, ସ୍ମାର୍ଟ ଲକଡାଉନ୍‌… ଇରାନ ଯୁଦ୍ଧ ଯୋଗୁ ଘୋର ସଙ୍କଟରେ ଏହି ସବୁ ଦେଶ

ନୂଆଦିଲ୍ଲୀ,୩୦।୩: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ଆଉ ଏହି ତିନୋଟି ଦେଶ ମଧ୍ୟରେ ସୀମିତ ନାହିଁ। ତେଲ ଏବଂ ଗ୍ୟାସ ଯୋଗାଣରେ ବାଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri