ୟୁକ୍ରେନ୍‌ର ଇୟୁ ସଦସ୍ୟତା: ଆସନ୍ତା ସପ୍ତାହରେ ନିଷ୍ପତ୍ତି

କିଭ୍‌, ୧୩ା୬ ୟୁରୋପୀୟ ୟୁନିୟନ (ଇୟୁ)ର ସଦସ୍ୟ ହେବା ନେଇ ୟୁକ୍ରେନ୍‌ ଆବଶ୍ୟକ ପ୍ରକ୍ରିୟା ଆରମ୍ଭ କରିବ କି ନା ତାହା ଆସନ୍ତା ସପ୍ତାହରେ ଜଣାପଡ଼ିବ। ଇୟୁ ମୁଖ୍ୟ ଉର୍ସୁଲା ଭୋନ୍‌ ଡେର୍‌ ଲେୟେନ୍‌ ଶନିବାର ୟୁକ୍ରେନ୍‌ ଗସ୍ତ କରିବା ପରେ ଏ ନେଇ ରାଷ୍ଟ୍ରପତି ଭୋଲୋଡିମିରଙ୍କ ସହ ଆଲୋଚନା କରିଛନ୍ତି। ତୁରନ୍ତ ଏହି ପୂର୍ବ ୟୁରୋପୀୟ ରାଷ୍ଟ୍ରକୁ ଇୟୁ ସଦସ୍ୟତା ପ୍ରଦାନ ନିମନ୍ତେ ଜେଲେନ୍‌ସ୍କି ଉର୍ସୁଲା ଭୋନ୍‌ଙ୍କୁ ନିବେଦନ କରିଛନ୍ତି। ୟୁରୋପୀୟ ସଂଘରେ ୟୁକ୍ରେନ୍‌ ସାମିଲ ହେବାକୁ ନେଇ ଇୟୁ ସଦସ୍ୟମାନେ ଆସନ୍ତା ସପ୍ତାହ ଶେଷ ସୁଦ୍ଧା ସେମାନଙ୍କ ମତ ରଖିବେ। ସଂଘର ସମସ୍ତ ୨୭ ସଦସ୍ୟ ରାଷ୍ଟ୍ର ସହମତ ହେବ ଆବଶ୍ୟକ। କିଭ୍‌ ଇୟୁରେ ସାମିଲ ନିମନ୍ତେ ସମସ୍ତ ଆବଶ୍ୟକ ମାନଦଣ୍ଡ ମଧ୍ୟ ପୂରଣ କରିବା ଜରୁରୀ। ଯଦି ୟୁକ୍ରେନ୍‌ ସପକ୍ଷରେ ଇୟୁ ସଦସ୍ୟ ରାଷ୍ଟ୍ର ସେମାନଙ୍କ ସମର୍ଥନ ଦିଅନ୍ତି ଦେବେ ଏହି ସଂଘରେ ଯୋଗଦେବା ପାଇଁ ଥିବା ଏକ ଦୀର୍ଘ ପ୍ରକ୍ରିୟା ଖୁବ୍‌ଶୀଘ୍ର ଆରମ୍ଭ ହୋଇପାରେ।
ପରଠାରୁ ଉର୍ସୁଲାଙ୍କ ଏହା ଦ୍ୱିତୀୟ କିଭ୍‌ ଗସ୍ତ। ତରବରିଆ ଭାବେ ୟୁକ୍ରେନ୍‌କୁ ୟୁରୋପୀୟ ସଂଘରେ ସାମିଲ ନ କରିବା ପାଇଁ କେତେକ ସଦସ୍ୟ ରାଷ୍ଟ୍ର ଚେତାବନୀ ଦେଇଛନ୍ତି। ୟୁକ୍ରେନ୍‌ ଦସ୍ତାବିଜ୍‌ର ଯାଞ୍ଚ କରିବାର ଆବଶ୍ୟକତା ରହିଛି। ଉତ୍ତର ମାକେଡୋନିଆ, ଆଲବାନିଆ ଆଦି ଦେଶ ଇୟୁ ସଦସ୍ୟତା ପାଇଁ ପୂର୍ବରୁ ଆବେଦନ କରିଥିବାରୁ ସେମାନଙ୍କ କଥା ମଧ୍ୟ ଚିନ୍ତା କରିବା ଆବଶ୍ୟକ ବୋଲି ସେମାନେ ମତ ରଖିଛନ୍ତି।

ସରି ଆସୁଛି ଅସ୍ତ୍ର:ଜେଲେନ୍‌ସ୍କି

ଶକ୍ତିଶାଳୀ ରୁଷିଆ ସହ ଶହେରୁ ଊର୍ଦ୍ଧ୍ୱ ଦିନ ହେଲା ଲଢ଼େଇ ଜାରି ରଖିଥିବା ୟୁକ୍ରେନ୍‌ ନିକଟରେ ଏବେ ଯୁଦ୍ଧାସ୍ତ୍ର ଅଭାବ ଦେଖାଦେଇଛି। ପୂର୍ବ ୟୁକ୍ରେନ୍‌ର ଡୋନବାସ ସମେତ ଅନ୍ୟ ଛୋଟ ବଡ଼ ସହରଗୁଡ଼ିକୁ ରୁଷିଆ ଧିରେ ଧିରେ ଦଖଲ କରିବାରେ ଲାଗିଥିବାବେଳେ ମସ୍କୋକୁ ଅଟକାଇବା ପାଇଁ କିଭ୍‌ ଅଧିକ ଅସ୍ତ୍ରଶସ୍ତ୍ର ଆବଶ୍ୟକ କରୁଛି। ସୋଭିଏଟ୍‌ ବେଳର ଅସ୍ତ୍ରଶସ୍ତ୍ର ସହ ଲଢ଼େଇ କରୁଥିବା ୟୁକ୍ରେନ୍‌ ସୈନ୍ୟଙ୍କ ନିକଟରେ ତାହା ମଧ୍ୟ ସରିଆସୁଛି। ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ବାରମ୍ବାର ଆମେରିକା ଓ ୟୁରୋପୀୟ ଦେଶଗୁଡ଼ିକୁ ସାମରିକ ସହାୟତା ମାଗିଆସୁଛନ୍ତି। ପାଶ୍ଚାତ୍ୟର ଅସ୍ତ୍ର ଯୋଗାଣରେ ବିଳମ୍ବ ଯୋଗୁ ସମସ୍ୟା ସୃଷ୍ଟି ହୋଇଛି। ଯୁଦ୍ଧାସ୍ତ୍ର ଅଭାବରୁ ଅଧିକ ସଂଖ୍ୟାରେ ସୈନ୍ୟ ନିହତ ହେଉଥିବା ଜେଲେନ୍‌ସ୍କି କହିଛନ୍ତି। ଗତ ମାସରେ ଦିନକୁ ହାରାହାରି ଶହେ ୟୁକ୍ରେନ୍‌ ସୈନ୍ୟ ରୁଷିଆ ଆକ୍ରମଣରେ ପ୍ରାଣ ହରାଉଥିବାବେଳେ ଏହା ତାହା ୨ ଶହକୁ ବୃଦ୍ଧି ପାଇଛି। ରୁଷିଆ ଦିନକୁ ୫୦ ହଜାର ରାଉଣ୍ଡ ଆର୍ଟିଲାରୀ ଛାଡ଼ୁତ୍ବାବେଳେ ୟୁକ୍ରେନ୍‌ ମାତ୍ର ୫ ହଜାରରୁ ୬ ହଜାର ରାଉଣ୍ଡରେ ପ୍ରତିଆକ୍ରମଣ କରିପାରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶରେ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ପିଟିପିଟି ହତ୍ୟା: ପୋଲିସର ଚାଞ୍ଚଲ୍ୟକର ଖୁଲାସା

ଢାକା,୨୫।୧୨: ବାଂଲାଦେଶରେ ଆଉ ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରାଯାଇଛି। ମୃତକଙ୍କ ନାମ ଅମୃତ ମଣ୍ଡଳ ଓରଫ ସମ୍ରାଟ। ପୋଲିସ ଦାବି କରିଛି, ରାଜବାଡ଼ିର...

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

ସୋସିଆଲ ମିଡିଆ ନୀତିରେ ବଡ଼ ପରିବର୍ତ୍ତନ କଲା ଭାରତୀୟ ସେନା, ଏଣିକି ଦେଖିପାରିବେ ହେଲେ…

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ସେନା ଏହାର ସୈନିକ ଏବଂ ଅଧିକାରୀମାନଙ୍କ ପାଇଁ ସୋସିଆଲ ମିଡିଆ ଆପ୍ ବ୍ୟବହାର ସମ୍ପର୍କରେ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି । ପ୍ରତିରକ୍ଷା ଅଧିକାରୀଙ୍କ...

ସରକାରୀ ପ୍ରତିଶ୍ରୁତି ପାଣିର ଗାର: ୬ ମାସ ହେଲା ବସୁଧା ପ୍ରକଳ୍ପ ଅଚଳ!

ଥୁଆମୂଳ ରାମପୁର,୨୫।୧୨(ଦୁର୍ଗା କୀର୍ତ୍ତି): ସରକାରଙ୍କ ‘ବସୁଧା’ ଯୋଜନାରେ ଘରକୁ ଘର ପାନୀୟ ଜଳ ଯୋଗାଇ ଦେବା ପ୍ରତିଶ୍ରୁତି ଏବେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ...

ଦୁଇ ବାଇକ ମୁହାଁମୁହିଁ ଧକ୍କା: ଆଉ ତା’ପରେ ଘଟିଗଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି- ଘୋଡାହାଡ ଡ଼୍ୟାମ ରାସ୍ତାର ଦ୍ବାର ଗାଁ ମୁଖ୍ୟରାସ୍ତା କ୍ରସର ନିକଟରେ ଗୁରୁବାର ମଧ୍ୟାହ୍ନରେ ଦୁଇ ବାଇକ...

ଗାଁରେ ପହଞ୍ଚିଲା ଦାଦନ ଶ୍ରମିକଙ୍କ ମୃତଦେହ: ସହାୟତା ଦାବି

ଦିଗପହଣ୍ଡି,୨୫।୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ନୂଆଗାଁର ଦାଦନ ଶ୍ରମିକ ଅରକ୍ଷିତ ନାୟକ(୧୯) ତାମିଲନାଡୁର ତ୍ରିପୁର କାଙ୍ଗିଆମ ଠାରେ ଗତ...

ମତ୍ସ୍ୟ ଚାଷ ପ୍ରତି ବଢୁଛି ଆଗ୍ରହ: ଚାଷୀଙ୍କୁ ୪୦ ରୁ ୫୦ ପ୍ରତିଶତ ମିଳୁଛି ସବସିଡି

ଭଞ୍ଜନଗର,୨୫/୧୨(ବାବୁଲା ପ୍ରଧାନ): ଚିକେନ, ମଟନ ଅପେକ୍ଷା ମାଛ ସ୍ବାସ୍ଥ୍ୟ ପାଇଁ ହିତକର। ତେଣୁ ମାଛ ପ୍ରତି ଲୋକଙ୍କ ଆଗ୍ରହ ବଢୁଛି। କିନ୍ତୁ ଗଞ୍ଜାମ ଜିଲାରେ ଆବଶ୍ୟକତା...

ଆଶ୍ଚର୍ଯ୍ୟ ଲାଗିଲେ ବି ସତ, ପୋଷା କୁକୁର ପାଇଁ ଫିନାଇଲ ପିଇ ଜୀବନ ହାରିଲେ ଦୁଇ ଭଉଣୀ

ନୂଆଦିଲ୍ଲୀ,୨୫।୧୨: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଦୁଇ ଭଉଣୀ ଫିନାଇଲ୍ ପିଇ ଆତ୍ମହତ୍ୟା କରିଛନ୍ତି । ଏହାର  କାରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri