ଭାରତ-ୟୁରୋପ ମୁକ୍ତ ବାଣିଜ୍ୟ ଚୁକ୍ତି: ହେବ ନିବେଶର ବନ୍ୟା, ବଢିବ ନିଯୁକ୍ତି ସୁଯୋଗ

ନୂଆଦିଲ୍ଲୀ,୨୭।୧: ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ସ୍ଵାକ୍ଷରିତ ହୋଇଛି ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତି। ଏହାଦ୍ୱାରା ଭାରତୀୟ ଅର୍ଥବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ଏନେକି ଅନେକ ଆକଳନ କରାଯାଉଥିବା ବେଳେ ବଡ ଅର୍ଥନୈତିକ ପରିବର୍ତ୍ତନ ଆଶା କରାଯାଉଛି। ଫେଡେରେସନ୍ ଅଫ୍ ୟୁରୋପିଆନ୍ ବିଜନେସ୍ ଇନ୍ ଇଣ୍ଡିଆ (FEBI) ର ୨୦୨୬ ବ୍ୟବସାୟିକ ସର୍ଭେ ଅନୁଯାୟୀ, ୟୁରୋପୀୟ କମ୍ପାନୀଗୁଡ଼ିକ ଭାରତରେ ବିପୁଳ ପୁଞ୍ଜି ନିବେଶ ଓ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ଅଣ୍ଟା ଭିଡ଼ିଛନ୍ତି।

ପ୍ରାୟ ୯୫% ୟୁରୋପୀୟ କମ୍ପାନୀ ଆଗାମୀ ୫ ବର୍ଷ ମଧ୍ୟରେ ଭାରତରେ ନିଜର ବ୍ୟବସାୟ ବୃଦ୍ଧି କରିବାକୁ ଯୋଜନା କରିଛନ୍ତି। ୯୦% କମ୍ପାନୀ ସ୍ୱୀକାର କରିଛନ୍ତି ଯେ ଭାରତରେ ସେମାନଙ୍କ କାର୍ଯ୍ୟକଳାପ ବର୍ତ୍ତମାନ ଲାଭଜନକ ସ୍ଥିତିରେ ଅଛି। ୭୮% କମ୍ପାନୀ ଭାରତରେ ନିଯୁକ୍ତି ବଢ଼ାଇବାକୁ ଲକ୍ଷ୍ୟ ରଖିଛନ୍ତି। ପ୍ରତି ୫ଟି କମ୍ପାନୀ ମଧ୍ୟରୁ ଜଣେ ୧୦୦୦ରୁ ଅଧିକ ନୂଆ ଚାକିରି ସୃଷ୍ଟି କରିବେ ବୋଲି ଆଶା କରାଯାଉଛି। ସେହିଭଳି ପ୍ରାୟ ୬୯% କମ୍ପାନୀ ଭାରତକୁ ଏକ ଗ୍ଲୋବାଲ୍ ସପ୍ଲାଏ ଚେନ୍ ହବ୍ ଭାବେ ଗଢ଼ିବା ପାଇଁ ଉତ୍ପାଦନ ବୃଦ୍ଧି କରିବାକୁ ଚାହୁଁଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ୟୁରୋପୀୟ କମିଶନ ଅଧ୍ୟକ୍ଷା ଉର୍ସୁଲା ଭନ୍ ଡେର୍ ଲେୟେନ୍ ଏହି ଚୁକ୍ତିକୁ “ସମସ୍ତ ବାଣିଜ୍ୟ ଚୁକ୍ତିର ଜନନୀ” ବୋଲି ଅଭିହିତ କରିଛନ୍ତି। ଏହି ଚୁକ୍ତି ଦ୍ଵାରା ପ୍ରାୟ ୨୦୦ କୋଟି ଜନସଂଖ୍ୟା ବିଶିଷ୍ଟ ଏକ ବିଶାଳ ବଜାର ପାଇଁ ବାଣିଜ୍ୟିକ ବାଟ ଫିଟିଛି।

ପ୍ରାୟ ୨୬% କମ୍ପାନୀ ଆଗାମୀ ୫ ବର୍ଷରେ ପ୍ରତ୍ୟେକ ୧୦୦ ମିଲିୟନ ୟୁରୋରୁ ଅଧିକ ନିବେଶ କରିବାକୁ ପ୍ରତିଶ୍ରୁତିବଦ୍ଧ। ଅନ୍ୟ ୨୫% କମ୍ପାନୀ ୨୦ ରୁ ୧୦୦ ମିଲିୟନ ୟୁରୋ ପର୍ଯ୍ୟନ୍ତ ପୁଞ୍ଜି ଖଟାଇବେ। ବିଶେଷ କରି ଅଟୋମୋଟିଭ୍, ଶକ୍ତି, ଡିଜିଟାଲ୍ ଏବଂ ଫାର୍ମାସ୍ୟୁଟିକାଲ୍ କ୍ଷେତ୍ରରେ ଏହି ନିବେଶ ଅଧିକ ହେବ।

ସକାରାତ୍ମକ ଦିଗ ସତ୍ତ୍ୱେ, ୭୧% କମ୍ପାନୀ ନିୟାମକ ଅନୁମୋଦନ ଏବଂ ପାଳନ ପ୍ରକ୍ରିୟାକୁ ଏକ ବଡ଼ ସମସ୍ୟା ଭାବେ ଦର୍ଶାଇଛନ୍ତି। ଏହା ସହିତ ଆମଦାନୀ ଶୁଳ୍କ ଏବଂ କର ନୀତିରେ ଅନିଶ୍ଚିତତାକୁ ନେଇ ମଧ୍ୟ ଉଦବେଗ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶଙ୍କରାଚାର୍ଯ୍ୟଙ୍କୁ ଛଦ୍ମବେଶୀ ଅସୁର କହିଲେ ଯୋଗୀ ଆଦିତ୍ୟନାଥ! ତେଜିଲା ବିବାଦ

ନୂଆଦିଲ୍ଲୀ,୨୭।୧: ନୂଆମୋଡରେ ଶଙ୍କରାଚାର୍ଯ୍ୟ ସ୍ୱାମୀ ଅବିମୁକ୍ତେଶ୍ୱରାନନ୍ଦ ସରସ୍ୱତୀ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମଧ୍ୟରେ ଚାଲିଥିବା ବିବାଦ। ମୁଖ୍ୟମନ୍ତ୍ରୀଙ୍କ ପ୍ରତି କରାଯାଇଥିବା ମନ୍ତବ୍ୟରେ ମର୍ମାହତ ହୋଇ…

ହାଉସ୍‌ଓ୍ବାଇଫ୍‌ ବୋଲି ଚିନ୍ତିତ କି? ଘରୁ ଏହି ୫ ବ୍ୟବସାୟ ଆରମ୍ଭ କରି କରନ୍ତୁ ମୋଟା ଅଙ୍କର ରୋଜଗାର…

ନୂଆଦିଲ୍ଲୀ,୨୭।୧: ଆଜିକାଲି ସମୟରେ ଜଣେ ଗୃହିଣୀ ଘରେ ସୀମିତ ରହିବାକୁ ଚାହାଁନ୍ତି ନାହିଁ। ସେ ନିଜର ପରିଚୟ ତିଆରି କରିବାକୁ, ଆତ୍ମନିର୍ଭରଶୀଳ ହେବାକୁ ଏବଂ ପରିବାରର ଆୟରେ…

ଏହି ଗାଁରେ ବ୍ୟାନ ହେଲା ‘ଲଭ ମ୍ୟାରେଜ’, ନିୟମ ନ ମାନିଲେ ଦମ୍ପତ୍ତିଙ୍କ ସହ ପରିବାର ସଦସ୍ୟଙ୍କୁ ମିଳିବ ଏମିତି ଦଣ୍ଡ

ରତଲାମ,୨୭।୧: ମଧ୍ୟପ୍ରଦେଶର ରତଲାମ ଜିଲାର ପଞ୍ଚେଭା ଗାଁରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଗାଁ ଲୋକେ ଏକ ‘ତୁଗଲକି ନିୟମ’ ଜାରି କରିଛନ୍ତି ଯାହା ଦ୍ୱାରା…

ଗର୍ଭବତୀ ବୋହୂଙ୍କୁ ନିଆଁ ଲଗାଇ ମାରିଦେଲେ ଶାଶୁଘର ଲୋକେ, ସୁନା ଚେନ୍ ଦେଇନଥିଲେ ବୋଲି..

ପାଟନା, ୨୭।୧: ବିହାରର ନାଳନ୍ଦା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ଗର୍ଭବତୀ ମହିଳାଙ୍କୁ ଜୀଅନ୍ତା ଜାଳି ଦେଇଥିବା ନେଇ ଅଭିଯୋଗ ହୋଇଛି।…

ICC ନାଁରେ ଗମ୍ଭୀର ଅଭିଯୋଗ ଆଣିଲା ବାଂଲାଦେଶ: ଟି-୨୦ ବିଶ୍ୱକପ୍‌ରୁ ୧୦୦ରୁ ଅଧିକ ସାମ୍ବାଦିକ ବିଦା

ନୂଆଦିଲ୍ଲୀ,୨୭।୧: ICC T20 ବିଶ୍ୱକପ ୨୦୨୬କୁ ନେଇ ବିବାଦ ଥମିବାର ନାଁ ଧରୁନି। ପ୍ରଥମେ ବାଂଲାଦେଶକୁ ଟୁର୍ନାମେଣ୍ଟରୁ ବାଦ ଦେବା ଏବଂ ସ୍କଟଲାଣ୍ଡକୁ ସୁଯୋଗ ଦେବାର ନିଷ୍ପତ୍ତି…

ପିକ୍‌ନିକ୍‌ ସ୍ପଟ୍‌ରେ ବୁଲୁବୁଲୁ ଯୁବତୀଙ୍କୁ ଜଙ୍ଗଲକୁ ଟେକିନେଲେ ଦୁର୍ବୃତ୍ତ, ବଞ୍ଚାଇବାକୁ ପଛରେ ଧାଇଁଲେ ପୁରୁଷବନ୍ଧୁ, ତା’ପରେ…

ନୂଆଦିଲ୍ଲୀ,୨୭।୧: ଆରାବଲିର ଏକ ଲୋକପ୍ରିୟ ପିକ୍‌ନିକ୍‌ ସ୍ପଟ୍‌ରେ ଗୁରୁଗ୍ରାମର ଲିଓପାର୍ଡ ଟ୍ରେଲ୍‌ରୁ ଜଣେ ୨୩ ବର୍ଷୀୟ ମହିଳାଙ୍କୁ ଜଣେ ଦୁର୍ବୃତ୍ତ ଅପହରଣ କରିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି…

ବୁଧବାର ଓଡ଼ିଶା ବନ୍ଦ ଡାକରା: କ’ଣ ବନ୍ଦ, କ’ଣ ରହିବ ଖୋଲା, ଜାଣନ୍ତୁ…

ଭୁବନେଶ୍ୱର,୨୭।୧: ବୁଧବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ନବନିର୍ମାଣ କୃଷି ସଂଘ ଦ୍ୱାରା ଏହି ଡାକରା ଦିଆଯାଇଛି। ନବନିର୍ମାଣ କୃଷକ ସଂଗଠନ ଓଡ଼ିଶା ବନ୍ଦ ପାଇଁ ଆହ୍ବାନ…

ଭାରତ-EU ମଧ୍ୟରେ ‘Mother of All Deals’, ଜାଣନ୍ତୁ କେଉଁ ଜିନିଷ ହେବ ଶସ୍ତା

ନୂଆଦିଲ୍ଲୀ,୨୭।୧: ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ଏକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା (FTA) ସ୍ବାକ୍ଷରିତ ହୋଇଛି। ଉଭୟ ପକ୍ଷ ୨୦୦୭ମସିହାରୁ ଏଥିପାଇଁ ଆଲୋଚନା କରିଆସୁଛନ୍ତି। ବର୍ତ୍ତମାନ,…

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri