ଦେଶୀ ମଦଭାଟିରେ ଅଚଳ ଇଟିପି

ସମ୍ବଲପୁର,୨୬ା୧୧(ବ୍ୟୁରୋ): ପରିବେଶ ସୁରକ୍ଷା ଓ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଦେଶୀ ମଦଭାଟିରେ ଇଟିପି (ଏଫ୍ଲୁଏଣ୍ଟ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ବା ବର୍ଜ୍ୟଜଳ ବିଶୋଧନ କରୁଥିବା ପ୍ଲାଣ୍ଟ) ଲଗାଇବାକୁ ଏନ୍‌ଜିଟି ନିର୍ଦ୍ଦେଶ ଦେଇଥିଲା। ତଦନୁଯାୟୀ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏହାକୁ କାର୍ଯ୍ୟକାରୀ କରିବାକୁ ସମ୍ବଲପୁର ଜିଲାର ସମସ୍ତ ମଦଭାଟିକୁ ନିର୍ଦ୍ଦେଶ ଜାରି କରିଥିଲା। ଏକ ନିର୍ଦ୍ଦିଷ୍ଟ କମ୍ପାନୀ ପକ୍ଷରୁ ଜିଲାରେ ଥିବା ଶହେରୁ ଊର୍ଦ୍ଧ୍ୱ ଭାଟିରେ ଇଟିପି ଲଗାଯାଇଥିଲା। ଏବେ ଏହା ଭାଟି ଭିତରେ ନାମକୁମାତ୍ର ରହିଥିବା ଦେଖାଯାଉଛି। ପାଇପ୍‌, ଟାଙ୍କି, ମେଶିନ ଖଞ୍ଜାଯାଇଥିଲେ ବି ସେସବୁ ନଷ୍ଟ ହେବାକୁ ବସିଛି। ଲଗାଇବା ଦିନଠାରୁ ଏହାକୁ କାର୍ଯ୍ୟକ୍ଷମ କରା ନ ଯିବାରୁ ଏଭଳି ଅବସ୍ଥା ସୃଷ୍ଟି ହୋଇଛି। ପ୍ରାୟ ସମସ୍ତ ଭାଟିରେ ଲାଗିଥିବା ଇଟିପି ଅଚଳ ହୋଇପଡିଛି। ପ୍ଲାଣ୍ଟକୁ ଅନାବନା ଗଛଲତା ଘୋଡାଇ ରଖିଛି।
ଭାଟିରେ କାର୍ଯ୍ୟରତ କର୍ମଚାରୀ ପ୍ଲାଣ୍ଟ କିଭଳି ବ୍ୟବହାର କରାଯାଏ ବା ଏହାର କାମ କ’ଣ ତାହା ମଧ୍ୟ ଠିକ୍‌ ଭାବେ ଜାଣି ନାହାନ୍ତି। ଅବକାରୀ ବିଭାଗ ଏସବୁ ଜାଣିଥିବା ସତ୍ତ୍ବେ ପ୍ଲାଣ୍ଟ ଚଲାଇବାକୁ ଭାଟି ମାଲିକଙ୍କୁ ତାଗିଦ କରୁନାହିଁ। ଫଳରେ ମାଲିକମାନେ ଖର୍ଚ୍ଚକାଟ କରିବାକୁ ପ୍ଲାଣ୍ଟ୍‌ କାର୍ଯ୍ୟକ୍ଷମ କରୁ ନାହାନ୍ତି। ପ୍ଲାଣ୍ଟ କାର୍ଯ୍ୟକାରୀ ନ ହେବା ଫଳରେ ଭାଟି ଚତୁଃପାର୍ଶ୍ୱରେ ଦୁର୍ଗନ୍ଧ ବାହାରୁଛି। ଏପରି କି ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ଭାଟି ନିର୍ଗତ ହେଉଥିବା ବର୍ଜ୍ୟଜଳ ଗୋଟିଏ ସ୍ଥାନରେ ଜମା ହୋଇ ରହୁଛି। ଫଳରେ ଅଜଣା ରୋଗ ହେବାର ଭୟ ରହୁଛି। ଗ୍ରାମାଞ୍ଚଳ ସହିତ ସହର ମୁଖ୍ୟ ଜନଗହଳି ସ୍ଥାନରେ ମଧ୍ୟ ଭାଟି ଗୁଡିକରେ ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି। କେତେକ ସ୍ଥାନରେ ରାସ୍ତାକଡରେ ଭାଟି ରହିଛି। ଉକ୍ତ ରାସ୍ତା ଦେଇ ଯାଉଥିବା ସ୍କୁଲ, କଲେଜ ଛାତ୍ରୀଛାତ୍ର, ସାଧାରଣ ଲୋକେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଲୋକମାନେ ଅଭିଯୋଗ କରୁଥିଲେ ବି ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରୁ ନାହିଁ। ଏହାକୁ ନେଇ ପରିବେଶବିତ୍‌ ଓ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛ। ପ୍ରଦୂଷଣ ବିଭାଗର ଟିମ୍‌ ଓ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ଭାଟି ପରିଦର୍ଶନ କରି ଆଇନ ଅନୁସାରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି। ଅନ୍ୟପଟେ ଭାଟି ଖୋଲିବା ପାଇଁ ପଞ୍ଚାୟତ ସ୍ତରରେ ସରପଞ୍ଚ ଓ ସହରରେ ଅଧିକାରୀମାନେ ଅନୁମତି ପ୍ରଦାନ କରିଥାନ୍ତି। ଭାଟି ପରିଦର୍ଶନ କରି ସମସ୍ତ ନିୟମ ପାଳନ ହେଉଥିବା ଯାଞ୍ଚ କରିବା ପରେ ନୋ ଅବ୍‌ଜେକଶନ ସାର୍ଟିଫିକେଟ ପ୍ରଦାନ କରନ୍ତ। ହେଲେ ପରିବେଶ ପ୍ରଦୂଷିିତ କରୁଥିବା ଭାଟିଗୁଡିକୁ କିଭଳି ଭାବେ ଅନୁମତି ଦିଆଯାଉଛି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଏ ସମ୍ପର୍କରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସମ୍ବଲପୁର ଆଞ୍ଚଳିକ ଶାଖା ଅଧିକାରୀ ସତ୍ୟନାରାୟଣ ନନ୍ଦ କହିଛନ୍ତି, ସବୁ ଭାଟିରେ ପ୍ଲାଣ୍ଟ କାର୍ଯ୍ୟକ୍ଷମ କରିବାକୁ କଡା ନିର୍ଦ୍ଦେଶ ରହିଛି। ନିୟମ ପାଳନ ନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟଳିନି ବିପଦ: ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ଜାହାଜଗୁଡିକୁ ବଡ଼ ଚେତାବନୀ ଦେଲା ଇରାନ

ତେହରାନ୍‌,୯।୪: ଇରାନ ହର୍ମୁଜ ପ୍ରଣାଳୀ ଦେଇ ପରିବହନ କରୁଥିବା ଜାହାଜଗୁଡ଼ିକ ପାଇଁ ନୂତନ ନାଭିଗେଶନ ପରାମର୍ଶ ଜାରି କରିଛି, ଖଣି ବିପଦକୁ ଦୃଷ୍ଟିରେ ରଖି, ଜାହାଜଗୁଡ଼ିକୁ ବିକଳ୍ପ…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

୧୧ ଯାଏ କୁଆପଥର ବର୍ଷା: ୫୦ରୁ ୬୦ କିମି ବେଗରେ ବହିବ ପବନ

ଭୁବନେଶ୍ୱର,୯ା୪(ଅନୁରାଧା ମହାରଣା) – କଟକ, ନୟାଗଡ଼, ଖୋର୍ଦ୍ଧା ସମେତ ରାଜ୍ୟର ବିଭିନ୍ନ ଜିଲାରେ ବୁଧବାର ପ୍ରବଳ ବର୍ଷା ପବନ ସହ କୁଆପଥର ମାଡ଼ ହୋଇଥିଲା। ୫୦ରୁ ୬୦…

ଦୁର୍ବ୍ୟବହାର ଅଭିଯୋଗରେ ତାତିଲେ ଲୋକେ, ପିଇଓ-ଆରଆଇଙ୍କୁ ତାଲା ପକାଇ…

ପାଟଣା,୯।୪(ବୀର କିଶୋର ଦାଶ): କାଳବୈଶାଖି କ୍ଷତିଗ୍ରସ୍ତ ଲୋକଙ୍କୁ ପଲିଥିନ ବଣ୍ଟନରେ ଅନିୟମିତତା ଓ ହିତାଧିକାରୀଙ୍କୁ ଆରଆଇଙ୍କ ଦୁର୍ବ୍ୟବହାର ଅଭିଯୋଗ ହୋଇଛି। ତେବେ ଗୁରୁବାର ପାଟଣା ବ୍ଲକ ବଡ…

ଯୁଦ୍ଧବିରତିକୁ ନେଇ ଖାମେନେଇଙ୍କ ବଡ଼ ବୟାନ, କହିଲେ ଟ୍ରମ୍ପ…

ନୂଆଦିଲ୍ଲୀ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଉଭୟ ଦେଶ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଉପରେ ସହମତି ହୋଇଛନ୍ତି । ଏହି ସମୟରେ,…

ପୁଣି ଧାରଣାରେ ବସିଲେ ପ୍ରାଥମିକ ଶିକ୍ଷକ: ଆନ୍ଦୋଳନ ହେବ ଆହୁରି ତୀବ୍ର

ଭୁବନେଶ୍ୱର,୯ା୪(ସୁଚିସ୍ମିତା ସାହୁ):ପୁଣି ଧାରଣାରେ ବସିଲେ ପ୍ରାଥମିକ ଶିକ୍ଷକ। ୨୦୦୧ରୁ ଏପର୍ଯ୍ୟନ୍ତ କାର୍ଯ୍ୟରତ ସମସ୍ତ ଶିକ୍ଷକଙ୍କ କାର୍ଯ୍ୟକାଳକୁ ଠିକା କାର୍ଯ୍ୟରୁ ଉଚ୍ଛେଦ କରି ମୂଳ ଚାକିରିରେ ଗଣନା କରି…

୧୦ରେ ନୂଆଦିଲ୍ଲୀ ଯିବେ ନବୀନ: ବଡ଼ ଭାଇ ପ୍ରେମ୍‌ ପଟ୍ଟନାୟକଙ୍କ…

ଭୁବନେଶ୍ୱର,୯।୪(ସୁନିତ୍‌ ମିଶ୍ର):ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୁକ୍ରବାର ନୂଆଦିଲ୍ଲୀ ଗସ୍ତରେ ଯିବେ। ତାଙ୍କ ବଡ଼ ଭାଇ ପ୍ରେମ୍‌ ପଟ୍ଟନାୟକଙ୍କ ମଙ୍ଗଳବାର ଏକ…

ରାସ୍ତା କାମରେ ଅନିୟମିତତା ଅଭିଯୋଗ: ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ

ଲୋଇସିଂହା,୯।୪(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଲୋଇସିଂହା ଓ ଆଗଲପୁର ବ୍ଲକରେ ରାସ୍ତା ଓ କୋଠାବାଡି କାମ ହେଉଛି। ହେଲେ ଅଧିକାଂଶ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri