ଦେଶୀ ମଦଭାଟିରେ ଅଚଳ ଇଟିପି

ସମ୍ବଲପୁର,୨୬ା୧୧(ବ୍ୟୁରୋ): ପରିବେଶ ସୁରକ୍ଷା ଓ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଦେଶୀ ମଦଭାଟିରେ ଇଟିପି (ଏଫ୍ଲୁଏଣ୍ଟ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ବା ବର୍ଜ୍ୟଜଳ ବିଶୋଧନ କରୁଥିବା ପ୍ଲାଣ୍ଟ) ଲଗାଇବାକୁ ଏନ୍‌ଜିଟି ନିର୍ଦ୍ଦେଶ ଦେଇଥିଲା। ତଦନୁଯାୟୀ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏହାକୁ କାର୍ଯ୍ୟକାରୀ କରିବାକୁ ସମ୍ବଲପୁର ଜିଲାର ସମସ୍ତ ମଦଭାଟିକୁ ନିର୍ଦ୍ଦେଶ ଜାରି କରିଥିଲା। ଏକ ନିର୍ଦ୍ଦିଷ୍ଟ କମ୍ପାନୀ ପକ୍ଷରୁ ଜିଲାରେ ଥିବା ଶହେରୁ ଊର୍ଦ୍ଧ୍ୱ ଭାଟିରେ ଇଟିପି ଲଗାଯାଇଥିଲା। ଏବେ ଏହା ଭାଟି ଭିତରେ ନାମକୁମାତ୍ର ରହିଥିବା ଦେଖାଯାଉଛି। ପାଇପ୍‌, ଟାଙ୍କି, ମେଶିନ ଖଞ୍ଜାଯାଇଥିଲେ ବି ସେସବୁ ନଷ୍ଟ ହେବାକୁ ବସିଛି। ଲଗାଇବା ଦିନଠାରୁ ଏହାକୁ କାର୍ଯ୍ୟକ୍ଷମ କରା ନ ଯିବାରୁ ଏଭଳି ଅବସ୍ଥା ସୃଷ୍ଟି ହୋଇଛି। ପ୍ରାୟ ସମସ୍ତ ଭାଟିରେ ଲାଗିଥିବା ଇଟିପି ଅଚଳ ହୋଇପଡିଛି। ପ୍ଲାଣ୍ଟକୁ ଅନାବନା ଗଛଲତା ଘୋଡାଇ ରଖିଛି।
ଭାଟିରେ କାର୍ଯ୍ୟରତ କର୍ମଚାରୀ ପ୍ଲାଣ୍ଟ କିଭଳି ବ୍ୟବହାର କରାଯାଏ ବା ଏହାର କାମ କ’ଣ ତାହା ମଧ୍ୟ ଠିକ୍‌ ଭାବେ ଜାଣି ନାହାନ୍ତି। ଅବକାରୀ ବିଭାଗ ଏସବୁ ଜାଣିଥିବା ସତ୍ତ୍ବେ ପ୍ଲାଣ୍ଟ ଚଲାଇବାକୁ ଭାଟି ମାଲିକଙ୍କୁ ତାଗିଦ କରୁନାହିଁ। ଫଳରେ ମାଲିକମାନେ ଖର୍ଚ୍ଚକାଟ କରିବାକୁ ପ୍ଲାଣ୍ଟ୍‌ କାର୍ଯ୍ୟକ୍ଷମ କରୁ ନାହାନ୍ତି। ପ୍ଲାଣ୍ଟ କାର୍ଯ୍ୟକାରୀ ନ ହେବା ଫଳରେ ଭାଟି ଚତୁଃପାର୍ଶ୍ୱରେ ଦୁର୍ଗନ୍ଧ ବାହାରୁଛି। ଏପରି କି ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ଭାଟି ନିର୍ଗତ ହେଉଥିବା ବର୍ଜ୍ୟଜଳ ଗୋଟିଏ ସ୍ଥାନରେ ଜମା ହୋଇ ରହୁଛି। ଫଳରେ ଅଜଣା ରୋଗ ହେବାର ଭୟ ରହୁଛି। ଗ୍ରାମାଞ୍ଚଳ ସହିତ ସହର ମୁଖ୍ୟ ଜନଗହଳି ସ୍ଥାନରେ ମଧ୍ୟ ଭାଟି ଗୁଡିକରେ ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି। କେତେକ ସ୍ଥାନରେ ରାସ୍ତାକଡରେ ଭାଟି ରହିଛି। ଉକ୍ତ ରାସ୍ତା ଦେଇ ଯାଉଥିବା ସ୍କୁଲ, କଲେଜ ଛାତ୍ରୀଛାତ୍ର, ସାଧାରଣ ଲୋକେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଲୋକମାନେ ଅଭିଯୋଗ କରୁଥିଲେ ବି ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରୁ ନାହିଁ। ଏହାକୁ ନେଇ ପରିବେଶବିତ୍‌ ଓ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛ। ପ୍ରଦୂଷଣ ବିଭାଗର ଟିମ୍‌ ଓ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ଭାଟି ପରିଦର୍ଶନ କରି ଆଇନ ଅନୁସାରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି। ଅନ୍ୟପଟେ ଭାଟି ଖୋଲିବା ପାଇଁ ପଞ୍ଚାୟତ ସ୍ତରରେ ସରପଞ୍ଚ ଓ ସହରରେ ଅଧିକାରୀମାନେ ଅନୁମତି ପ୍ରଦାନ କରିଥାନ୍ତି। ଭାଟି ପରିଦର୍ଶନ କରି ସମସ୍ତ ନିୟମ ପାଳନ ହେଉଥିବା ଯାଞ୍ଚ କରିବା ପରେ ନୋ ଅବ୍‌ଜେକଶନ ସାର୍ଟିଫିକେଟ ପ୍ରଦାନ କରନ୍ତ। ହେଲେ ପରିବେଶ ପ୍ରଦୂଷିିତ କରୁଥିବା ଭାଟିଗୁଡିକୁ କିଭଳି ଭାବେ ଅନୁମତି ଦିଆଯାଉଛି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଏ ସମ୍ପର୍କରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସମ୍ବଲପୁର ଆଞ୍ଚଳିକ ଶାଖା ଅଧିକାରୀ ସତ୍ୟନାରାୟଣ ନନ୍ଦ କହିଛନ୍ତି, ସବୁ ଭାଟିରେ ପ୍ଲାଣ୍ଟ କାର୍ଯ୍ୟକ୍ଷମ କରିବାକୁ କଡା ନିର୍ଦ୍ଦେଶ ରହିଛି। ନିୟମ ପାଳନ ନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରସ୍ତ ମିଳିବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri