Posted inଜାତୀୟ

ଭାରତ ଆକାଶରେ ଇଥିଓପିଆ ଲାଭା ପାଉଁଶ: ବହୁ ବିମାନ ବାତିଲ, ଡିଜିସିଏର ଆଡଭାଇଜରି

ନୂଆଦିଲ୍ଲୀ,୨୬ା୧୧: ଆଫ୍ରିକୀୟ ଦେଶ ଇଥିଓପିଆରେ ଆଗ୍ନେୟଗିରିରୁ ଲାଭା ଉଦ୍‌ଗିରଣ ଯୋଗୁ ପାଉଁଶର ଘନ ବାଦଲ ପୂର୍ବ ଦିଗକୁ ମାଡ଼ିଆସିବା ସହ ଭାରତରେ ପହଞ୍ଚତ୍ଲାଣି। ଫଳରେ ବହୁ ସଂଖ୍ୟାରେ ବିମାନ ଉଡ଼ାଣକୁ ବାତିଲ କରାଯାଇଛି। ପାଉଁଶ ଆସ୍ତରଣଜନିତ ସମ୍ଭାବ୍ୟ ପ୍ରତିବନ୍ଧକର ମୁକାବିଲା ପାଇଁ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ସୋମବାର ଭାରତୀୟ ଏୟାରଲାଇନ୍ସ ଓ ବିମାନବନ୍ଦର ନିମନ୍ତେ ଆଡଭାଇଜରି ଜାରି କରିଥିଲା। ଇଥିଓପିଆର ହେଲି ଗୁବ୍ବି ଆଗ୍ନେୟଗିରିରୁ ୧୨,୦୦୦ ବର୍ଷ ପରେ ପ୍ରଥମ ଥର ପାଇଁ ରବିବାର ଲାଭା ଉଦ୍‌ଗିରଣ ହୋଇଥିଲା। ଏହାର ବହଳ ପାଉଁଶ ବାଦଲ ଲୋହିତସାଗର ଅତିକ୍ରମକରି ଉତ୍ତର ଆରବ ସାଗର ଉପରେ ମାଡ଼ିଯିବା ସହ ରାଜସ୍ଥାନ,ହରିୟାଣା, ଗୁଜରାଟ ଓ ଦିଲ୍ଲୀ ଆକାଶରେ ଛାଇଗଲାଣି। ଏହାର ପ୍ରଭାବରେ ଦିଲ୍ଲୀ ଓ ଅନ୍ୟାନ୍ୟ ଅଞ୍ଚଳର ବାୟୁ ଆହୁରି ପ୍ରଦୂଷିତ ହୋଇପାରେ ବୋଲି ଆଶଙ୍କା କରାଯାଉଥିବାବେଳେ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଆକାଶ ଏୟାର, ଇଣ୍ଡିଗୋ ଏବଂ କେଏଲ୍‌ଏମ୍‌ ଆଦି ଏୟାରଲାଇନ୍ସ କେତେକ ବିମାନ ଉଡ଼ାଣକୁ ବାତିଲ କରିଦେଇଛନ୍ତି।

ତେବେ ଏହି ଲାଭା ପାଉଁଶ ମଙ୍ଗଳବାର ରାତି ସୁଦ୍ଧା ଭାରତରୁ ଚାଇନାକୁ ପଳାଇଯିବ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) କହିଛି। ଏଥିସହିତ ପାଉଁଶ ବାଦଲ ବହୁ ଉଚ୍ଚରେ ରହିଥିବାରୁ ଏହା ବାୟୁ ପ୍ରଦୂଷଣ ବଢ଼ାଇବ ନାହିଁ ବୋଲି କୁହାଯାଇଛି। ଗୁଜରାଟ, ଦିଲ୍ଲୀ-ଏନ୍‌ସିଆର୍‌, ରାଜସ୍ଥାନ, ପଞ୍ଜାବ ଓ ହରିୟାଣା ଆକାଶରେ ମଙ୍ଗଳବାର ପାଉଁଶର ଆସ୍ତରଣ ରହିଥିବା ପାଣିପାଗ ବିଭାଗ ପୂର୍ବାନୁମାନ ମଡେଲରୁ ସୂଚନା ମିଳିଛି। ତେବେ ଏହା ଭାରତୀୟ ଆକାଶରୁ ମଙ୍ଗଳବାର ରାତି ୭ଟା ୩୦ ସୁଦ୍ଧା ଚାଇନାକୁ ଚାଲିଯିବ ବୋଲି ଆଇଏମ୍‌ଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ଇଥିଓପିଆର ଆଫର ଅଞ୍ଚଳରେ ଥିବା ହେଲି ଗୁବ୍ବି ଆଗ୍ନେୟଗିରିରୁ ଲାଭା ଉଦ୍‌ଗିରଣ ଯୋଗୁ ପାଉଁଶର ବାଦଲ ପ୍ରାୟ ୧୪ କିଲୋମିଟର ଉଚ୍ଚକୁ ଉଠିଥିଲା। ପବନ ଯୋଗୁ ଏହା କ୍ରମେ ଲୋହିତ ସାଗର, ୟେମେନ, ଓମାନ ଏବଂ ଆରବ ସାଗର ଅତିକ୍ରମ କରି ଭାରତର ପଶ୍ଚିମ ଓ ଉତ୍ତର ଭାଗକୁ ବ୍ୟାପିଯାଇଛି। ପାଣିପାଗ ବିଭାଗ ଏହା ଉପରେ ନଜର ରଖିଥିବା ଆଇଏମ୍‌ଡି ଡିଜି କହିଛନ୍ତି।

ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏବଂ ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲ ମଧ୍ୟ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି। ପାଉଁଶ ଯୋଗୁ କେତେକ ବିମାନକୁ ବାତିଲ କରାଯାଇଥିବାବେଳେ ଅନ୍ୟ କେତେକର ଉଡ଼ାଣ ବିଳମ୍ବିତ ହୋଇଛି। ତେବେ ବର୍ତ୍ତମାନ ଚିନ୍ତାର କୌଣସି କାରଣ ନାହିଁ। ଭାରତର ବିମାନବନ୍ଦର କର୍ତ୍ତୃପକ୍ଷ (ଏଏଆଇ) ପାଇଲଟ୍‌ମାନଙ୍କୁ ସତର୍କତା ପଦକ୍ଷେପ ସ୍ବରୂପ ଆବଶ୍ୟକ ନୋଟିସ ଜାରି କରିଥିଲା। ଅଳ୍ପ କେତେକ ବିମାନକୁ ଭିନ୍ନ ରୁଟ୍‌ରେ ଉଡ଼ାଣ ଅନୁମତି ଦିଆଯାଇଥିବାବେଳେ କେତେକକୁ କମ୍‌ ଉଚ୍ଚତାରେ ଉଡ଼ିବା ପାଇଁ ପରାମର୍ଶ ଦିଆଯାଇଥିବା ମନ୍ତ୍ରଣାଳୟ କହିଛି। ସୋମବାରଠାରୁ ଏୟାର ଇଣ୍ଡିଆ ୧୩ଟି ବିମାନ ଉଡ଼ାଣ ବାତିଲ ଘୋଷଣା କରିଥିଲା।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

‘ଆମେରିକା-ଭାରତ ମଧ୍ୟରେ ଥିବା ଦୃଢ଼ ସମ୍ପର୍କକୁ ନେଇ ବିଶ୍ୱ ଈର୍ଷା କରୁଛି,’ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରି ଆମେରିକୀୟ ରାଷ୍ଟ୍ରଦୂତ କହିଲେ..

ନୂଆଦିଲ୍ଲୀ,୫।୯: ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋର୍‌ ଭାରତ ଏବଂ ଆମେରିକା ମଧ୍ୟରେ ସହଭାଗୀତାର ଶକ୍ତି ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ ନୂଆଦିଲ୍ଲୀ ଏବଂ ୱାଶିଂଟନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri