ଇଥିଓପିଆର ଟିଗ୍ରେରେ ଭୋକ ଯୋଗୁଁ ୧ଲକ୍ଷ ଶିଶୁଙ୍କର ହେବ ମୃତ୍ୟୁ!

ନୈରୋବି,୩୧ ।୭: ଆସନ୍ତା ବର୍ଷ ଇଥିଓପିଆର ସଙ୍କଟଗ୍ରସ୍ତ ଟିଗ୍ରେ ଅଞ୍ଚଳରେ ୧ଲକ୍ଷରୁ ଅଧିକ ଶିଶୁ କୁପୋଷଣ ଓ ଏହାର ଅତି କଠୋର ରୂପର ସାମ୍ନା କରିବାକୁ ଯାଉଛନ୍ତି ବୋଲି ୟୁନାଇଟେଡ ନେଶନ୍ସ(ୟୁଏନ୍‌) ଚାଇଲ୍ଡ ଏଜେନ୍ସି ଶୁକ୍ରବାର ସୂଚନା ଦେଇଛି । ୬୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଏହି ଅଞ୍ଚଳରେ ମାନବୀୟ ସହଯୋଗକୁ ବନ୍ଦ କରି ଦିଆଯାଇଛି । ଫଳରେ ଅନୁମାନ କରାଯାଇଛି କି ଆସନ୍ତା ବର୍ଷ ସୁଦ୍ଧା ଏଠାରେ ପାଖାପାଖି ୧ ଲକ୍ଷ ଶିଶୁଙ୍କର ଖାଦ୍ୟାଭାବ ଯୋଗୁ ମୃତ୍ୟୁ ହେବ । ୟୁନିସେଫର ଜରୁରୀ ପ୍ରତିକ୍ରିୟା ଟିମ୍‌ର ସଦସ୍ୟ ମେରିକ୍ସି ମେରକେଡୋ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଗ୍ରିଟାରେ କୁପୋଷଣ ମାମାଲା ୧୦ ଗୁଣା ଅଧିକ ବୃଦ୍ଧି ପାଇବ । ଏବେ ଯେଉଁ ଦୃଶ୍ୟ ସାମ୍ନାକୁ ଆସିଛି ତାକୁ ଦେଖି ଏହି ଅନୁମାନ ଲଗାଯାଇଛି । ଏବେ ସେଠାରେ ସଙ୍କଟ ବଢିବାରେ ଲାଗିଥିବା ବେଳେ ଖାଦ୍ୟ ଯୋଗାଣ ଉପରେ ପ୍ରତିବନ୍ଧକ ଲାଗିଛି । ଆସନ୍ତା କିଛି ଦିନ ମଧ୍ୟରେ ୟୁଏନ୍ ଓ ଆମେରିକାର କେତେଜଣ ଉଚ୍ଚ ସ୍ତରୀୟ ଅଧିକାରୀ ଇଥିଓପିଆ ଗସ୍ତ କରିବେ । ଏହା ପୂର୍ବରୁ ଚେତାବନୀ ଜାରି କରାଯାଇଛି କି ଏମାନେ ଇଥିଓପିଆର ଟିଗ୍ରେ ଅଞ୍ଚଳରେ ଦେଖାଯାଇଥିବା ସଙ୍କଟ ସମ୍ପର୍କରେ ସରକାରଙ୍କ ସହ କଥା ହେବେ । ଏହା ପୂର୍ବରୁ ଚେତାବନୀ ଦିଆଯାଇଛି କି ଏବେ ସେଠାକାର ଅଧିକାରୀମାନେ ଟିଗ୍ରେ ପାଇଁ ଥିବା କଟକଣାକୁ ହଟାଇ ଦେବାକୁ ସରକାରଙ୍କ ଉପରେ ଚାପ ପକାଇବେ । ଆମେରିକା କହିଛି ଟିଗ୍ରେକୁ ଘେରି ଦିଆଯାଇଛି । । ଖାଦ୍ୟ ସାମଗୀ ବୋଝେଇ ହୋଇଥିବା ପ୍ରାୟ ୨୦୦ ଟ୍ରକ୍ ଉକ୍ତ କ୍ଷେତ୍ରକୁ ଯୋଡୁଥିବା ଏକମାତ୍ର ରାସ୍ତା ଉପରେ ଫସି ରହିଛି । ଟିଗ୍ରେ ଏକ ଦଶକ ହେବ ବିଶ୍ୱର ସବୁଠାରୁ ବଡ଼ ଖାଦ୍ୟାଭାବ ଭଳି ସଙ୍କଟକୁ ସାମ୍ନା କରୁଛି । ପାଖାପାଖି ୯ ଲକ୍ଷ ଲୋକ ଏହାଦ୍ୱାରା ବେଶି ପ୍ରଭାବିତ ହେଉଛନ୍ତି ।

Share