କୂଟନୀତିରେ ନୈତିକତା

ଧୁନିକ ଯୁଗରେ କୂଟନୀତିର ପରିଭାଷା ବଦଳିଯାଇଛି। ଅଧୁନା କୂଟନୀତିରେ କିଛି ଶକ୍ତିଶାଳୀ ଦେଶ କ୍ଷମତାଶାଳୀ ହୋଇ ଅନ୍ୟ ଦେଶଗୁଡ଼ିକୁ ସାମ୍ରାଜ୍ୟବାଦର ଫାଶରେ ପକାଇବାକୁ ପ୍ରୟାସ କରୁଛନ୍ତି। ସେମାନଙ୍କ ଅର୍ଥନୀତି ଯୁଦ୍ଧପୁଷ୍ଟ । କାରଣ ଖଳ କୂଟନୀତି ମାଧ୍ୟମରେ ଦୁଇ ପଡ଼ୋଶୀ ଦେଶକୁ ପରସ୍ପରର ଶତ୍ରୁ କରିଦେଇ ଯୁଦ୍ଧ ସରଞ୍ଜାମ ବିକି ଅର୍ଥନୀତିକୁ ସମୃଦ୍ଧ କରିବା ସହିତ ପରୋକ୍ଷରେ ସାମ୍ରାଜ୍ୟବାଦ ଓ ଔପନିବେଶିକ ଶୋଷଣର ସୁଯୋଗ ସୃଷ୍ଟି କରେ। ପୀଡ଼ିତ ଦେଶଟି ସମ୍ଭାବ୍ୟ ଯୁଦ୍ଧକୁ ଆଖି ଆଗରେ ରଖି ତାହାର ସମଗ୍ର ଅର୍ଥନୀତିରୁ ଅଧିକାଂଶ ଯୁଦ୍ଧ ସରଞ୍ଜାମ ପାଇବାରେ ଖର୍ଚ୍ଚ କରେ। ଫଳରେ ନିଜ ଦେଶର ଶିଳ୍ପ, କୃଷି ଆଦି କ୍ଷେତ୍ରରେ କମ୍‌ ପୁଞ୍ଜି ନିବେଶ ହେତୁ ପୁଣି ସେହି ବିକଶିତ ଦେଶଗୁଡ଼ିକ ଶରଣ ପଶେ ଓ ସେମାନଙ୍କ ଅର୍ଥନୀତିକୁ ପରୋକ୍ଷରେ ଅଧିକ ସମୃଦ୍ଧ କରେ। ଅତୀତରେ ଭାରତ-ପାକିସ୍ତାନ ଯୁଦ୍ଧରେ ବିକଶିତ ଦେଶଗୁଡ଼ିକର ଭୂମିକାକୁ ତର୍ଜମା କଲେ ଏହା ସୁସ୍ପଷ୍ଟ। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ସାରା ବିଶ୍ୱର ଯେତେ ବାଦବିବାଦ ଦେଖନ୍ତୁ ଯେପରି କି ଯୁଗୋସ୍ଲୋଭାକିଆ, ଭିଏତନାମ୍‌, କୋରିଆ, ଆଫଗାନିସ୍ଥାନ, ଇରାକ ଇତ୍ୟାଦି ସବୁଥିରେ ଏହି ସାମ୍ରାଜ୍ୟବାଦୀ କେତେକ ବିକଶିତ ଦେଶଗୁଡ଼ିକର ହାତ ଥିବାର ଦେଖିବାକୁ ପାଇବେ। କଳେବଳେ କୌଶଳେ ନିଜର ଅର୍ଥନୀତିକୁ ସମୃଦ୍ଧ କରିବା, ଅନ୍ୟ ଦେଶର ସମ୍ପଦକୁ ଅକ୍ତିଆର କରିବା ଓ ଅନ୍ୟ ଦେଶର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରି ବଡ଼ପଣିଆ ଦେଖାଇ ବିଭେଦର ମଞ୍ଜି ବୁଣିବା ଏମାନଙ୍କର ପ୍ରାଥମିକତା। ବିଶ୍ୱ ଶାନ୍ତି ନାମରେ ଏମାନେ ନିଜର ଶକ୍ତିଶାଳୀ କ୍ଷେପଣାସ୍ତ୍ରର ନାମ ପିସ୍‌କିପର ବି ରଖିଦିଅନ୍ତି। ଅର୍ଥାତ୍‌ କୁମ୍ଭୀରକାନ୍ଦଣା ହୋଇଛି ସେମାନଙ୍କ କୂଟନୀତିର ଏକ ବିଶେଷ ସ୍ବରୂପ। ମଧ୍ୟପ୍ରାଚ୍ୟରେ ହଜାର ହଜାର ନିରୀହ ଶିଶୁ ଓ ମହିଳାମାନେ ବଳି ପଡୁଥିବା ବେଳେ, ଏପଟେ ଶାନ୍ତିର କଥା କହି ସେପଟେ ଜାତିସଙ୍ଘରେ ଶାନ୍ତି ବିରୋଧରେ ଭିଟୋ ପ୍ରୟୋଗ କରୁଥିବା ଦେଶଗୁଡ଼ିକ ପାଇଁ ନୈତିକତାର ସ୍ବରୂପ ନିର୍ଣ୍ଣୟ କରିବା କଷ୍ଟସାଧ୍ୟ। ଯୁଦ୍ଧପୁଷ୍ଟ ଅର୍ଥନୀତିରେ ସମୃଦ୍ଧ ପାଶ୍ଚାତ୍ୟ ଦେଶଗୁଡ଼ିକ ଆଫ୍ରିକାର ଗରିବୀ ଓ ଭୂଖମାରୀକୁ ନେଇ ବୃଥା ଅଭିନୟ କରନ୍ତି ଆଉ ଜାତିସଙ୍ଘର ଯାବତୀୟ ଅନୁଷ୍ଠାନମାନଙ୍କ ଦ୍ୱାରା କେବଳ ଧର୍ମକୁ ଆଖିଠାର ମାରିବା ଭଳି ବିକାଶର ଡିଣ୍ଡିମ ପିଟନ୍ତି। ଜାତିସଙ୍ଘ ଶାନ୍ତି ସମନ୍ବୟର ଲକ୍ଷ୍ୟ ନେଇ ତିଆରି ହୋଇଥିଲା, କିନ୍ତୁ ତାହା କେତେକ ବିକଶିତ ଦେଶଗୁଡ଼ିକର ହାତବାରିସିରେ ପରିଣତ ହୋଇଛି। ସବୁଠାରୁ ସାଙ୍ଘାତିକ ବ୍ୟବସ୍ଥା ହେଉଛି ୫ଟି ଦେଶ (ଆମେରିକା, ବ୍ରିଟେନ, ଫ୍ରାନ୍ସ, ରୁଷିଆ ଓ ଚାଇନା)କୁ ଅର୍ପଣ କରାଯାଇଥିବା ଭିଟୋ କ୍ଷମତା, ଯାହା ଜାତିସଙ୍ଘର ମୂଳ ଉଦ୍ଦେଶ୍ୟ ଓ ବିଶ୍ୱସନୀୟତାକୁ ଅବକ୍ଷୟ କରିଛି। ୧୯୩ଟି ଦେଶଙ୍କ ସଦସ୍ୟତାରେ ଗଠିତ ଜାତିସଂଘରେ ୫ଟି ଦେଶକୁ ଏତେ କ୍ଷମତା ପ୍ରଦାନ ନିଶ୍ଚୟ ପକ୍ଷପାତ । ସବୁଠାରୁ ଦୁର୍ଭାଗ୍ୟର କଥା ହେଉଛି, ଏହି ସଂସ୍ଥାରେ ୬ଟି ଦାପ୍ତରିକ ଭାଷା (ଇଂଲିଶ୍‌, ଫ୍ରେଞ୍ଚ, ସ୍ପାନିସ୍‌, ଚାଇନିଜ୍‌, ରଷିଆନ୍‌ ଓ ଆରବିକ୍‌)କୁ ହିଁ ମାନ୍ୟତା ମିଳିଛି ଓ ଏହି ସଂସ୍ଥାରେ ଉପର ସ୍ତରର ଚାକିରି ପାଇବାକୁ ହେଲେ ଅତିକମ୍‌ରେ ସେଥିମଧ୍ୟରୁ ଦୁଇଟି ଭାଷାରେ ଦକ୍ଷତା ଥିବା ଅତ୍ୟନ୍ତ ଜରୁରୀ, ଯାହା ପରୋକ୍ଷରେ ଦୁର୍ବଳ ଓ ଗରିବ ଦେଶର ନାଗରିକଙ୍କ ପଥରୋଧ ପାଇଁ ଉଦ୍ଦିଷ୍ଟ। ସେହିପରିି ଜାତିସଂଘ ସୁରକ୍ଷା ପରିଷଦ (ସିକ୍ୟୁରିଟି କାଉନ୍‌ସିଲ)ରେ କେବଳ ସେହି ୫ଟି ଦେଶ ସ୍ଥାୟୀ ସଦସ୍ୟତା ରହିବା ଓ ଅନ୍ୟ ୧୦ଟି ଦେଶ ସେମାନଙ୍କ ଦୟାରେ ୨ ବର୍ଷ ପାଇଁ ଅସ୍ଥାୟୀ ଭାବରେ ମନୋନୀତ ହେବା ଏକ ପ୍ରକାର ବିଭେଦାମତ୍କ କୂଟନୀତି ବ୍ୟତୀତ ଆଉ କିଛି ନୁହେଁ। ଜାତିସଂଘର ଏମିତି ଏନେକ ବ୍ୟବସ୍ଥା ଅଛି, ଯାହାର ସଂଶୋଧନ କରି ଅନ୍ୟ ଅପେକ୍ଷାକୃତ ଦୁର୍ବଳ ରାଷ୍ଟ୍ରମାନଙ୍କ ପ୍ରତିନିଧିତ୍ୱ ବଢ଼ାଇବା ଆବଶ୍ୟକ। ଅନ୍ୟଥା ଏହି ସଂସ୍ଥାଟି କିଛି କ୍ଷମତାଲିପ୍‌ସୁ ବିକଶିତ ଦେଶଗୁଡ଼ିକର କ୍ରୀଡ଼ନକ ହୋଇ ରହିଯିବ। ଏହି ବିସ୍ତାରବାଦୀ ଔପନିବେଶିକବାଦୀ ଦେଶଗୁଡ଼ିକ ନିଜ ନିଜର କ୍ଷମତାକୁ ଅଧିକ ମଜଭୁତ କରିବା ପାଇଁ ଜାତିସଙ୍ଘକୁ ବିରୋଧାଭାସ କରୁଥିବା ଯୁଦ୍ଧକ୍ଷୋର ସଙ୍ଗଠନ ଯେପରି କି ନାଟୋ, ୱାର୍‌ସ ଭଳି ସଙ୍ଗଠନ ଗଢ଼ିଚାଲିଛନ୍ତି, ଯାହା ବିଶ୍ୱଶାନ୍ତିକୁ ଅବକ୍ଷୟ କରି ଦିନେ ତୃତୀୟ ବିଶ୍ୱଯୁଦ୍ଧକୁ ଅବଶ୍ୟମ୍ଭାବୀ କରିଦେବ।
ତେବେ ସାମ୍ପ୍ରତିକ ବିଶ୍ୱରେ ଏହି କୂଟନୀତିରେ ନୈତିକତାର ସମୀକ୍ଷା କରିବ କିଏ? ଏଠି ତ ବାଡ଼ ଫସଲ ଖାଉଛି। ସବୁ କୂଟନୈତିକ ଆଦବକାଇଦା ସଂକୀର୍ଣ୍ଣ ସ୍ବାର୍ଥସାଧନ ପାଇଁ ତିଆରି ହୁଏ, ବିଶ୍ୱର ମଙ୍ଗଳ ପାଇଁ କେହି କେବେ ଚିନ୍ତା କରନ୍ତି ନାହିଁ। ଆଜି ବିଶ୍ୱ ଜଳବାୟୁ ପରିବର୍ତ୍ତନକୁ ରୋକିବା ଏକ ବିରାଟ ଆହ୍ବାନ ହୋଇଥିବା ବେଳେ ସେହି କେତେକ ବିକଶିତ ଦେଶଗୁଡ଼ିକର ସଂକୀର୍ଣ୍ଣ କୂଟନୈତିକ ଖେଳ ଜଳବାୟୁକୁ ଅଧିକ ବିଷାକ୍ତ କରିଚାଲିଛି।
ଆମ ଧାର୍ମିକ ଗ୍ରନ୍ଥ ରାମାୟଣ ଓ ମହାଭାରତ ଏବଂ ଆଚାର୍ଯ୍ୟ ଚାଣକ୍ୟଙ୍କ ଅର୍ଥଶାସ୍ତ୍ରରୁ ଅନେକ କୂଟନୈତିକ ଶିକ୍ଷା ମିଳିଥାଏ। ମହାଭାରତରେ ଶ୍ରୀକୃଷ୍ଣଙ୍କର ଶାନ୍ତି ପ୍ରତିଷ୍ଠା ପାଇଁ ଅନେକ ପ୍ରକାରର କୂଟନୈତିକ ପ୍ରୟାସ କରିଥିଲେ। ଯୁଦ୍ଧ ଅବଶ୍ୟମ୍ଭାବୀ ଜାଣି ଯୁଦ୍ଧ ଜିତିବା ପାଇଁ କରିଥିବା ଅନେକ ପ୍ରକାରର କୂଟନୈତିକ ପ୍ରୟାସ ମଧ୍ୟରେ ବିରୋଧାଭାସ ଥିଲେ ବି ନୈତିକତା ଦୃଷ୍ଟିକୋଣରୁ ତାହା ବ୍ୟକ୍ତି ସ୍ବାର୍ଥକୈନ୍ଦ୍ରିକ ନ ହୋଇ ସାମଗ୍ରିକ ସମାଜର ମଙ୍ଗଳ ପାଇଁ ଉଦ୍ଦିଷ୍ଟ ଥିଲା। ସେହିପରି ରାମାୟଣରେ ରାମଙ୍କର ଶବରୀର ଅଇଁଠା କୋଳି ଖାଇବା ସମାଜ ପାଇଁ ଛୁଆଁଅଛୁଆଁ ଭେଦଭାବ ଦୂର ପାଇଁ ଥିଲା ଏକ କୂଟନୈତିକ ବାର୍ତ୍ତା। ଏହାଛଡ଼ା ରାମାୟଣରେ ରାମ ପିତୃସତ୍ୟ ପାଳନ ପାଇଁ ବନବାସ ଗମନ ପୂର୍ବକ କ୍ଷମତାଠାରୁ ଯେ ରାଜାର ନୈତିକତା ବଡ଼ ତାହା ବହୁତ ଭଲ ଭାବରେ ଦର୍ଶାଇ ଦିଆଯାଇଛି। ସେହିପରି ଚାଣକ୍ୟଙ୍କ ଅର୍ଥଶାସ୍ତ୍ରରେ ବ୍ୟକ୍ତିଗତ ସ୍ବାର୍ଥ ହାସଲଠାରୁ ବୃହତ୍ତର ସ୍ବାର୍ଥ କିପରି ହାସଲ କରାଯିବ, ତାହାର ଅନେକ କୂଟନୈତିକ ସମାଧାନ ଦିଆଯାଇଛି। ହେଲେ ପ୍ରଚଳିତ ପାଶ୍ଚାତ୍ୟ ପାଠ୍ୟକ୍ରମରେ ଆଜି କୂଟନୀତିର ସଂଜ୍ଞା ବଦଳି ଯାଇଛି ଓ ଏଥିରେ ନୈତିକତାର ଘୋର ଅଭାବ ରହିଛି।

ରିତେଶ କୁମାର ଶିଶୁ
ମୋ: ୮୦୧୮୮୩୪୭୩୪


Enter your email to get our daily news in your inbox.

All Right Reserved By Dharitri.Com

ହେଉଥିଲା ବଡ଼ ଡିଲ୍‌: ମାଡ଼ି ବସିଲା ପୋଲିସ

ସୋନପୁର/ଡୁଙ୍ଗୁରିପାଲି, ୭।୨(ମୃତ୍ୟୁଞ୍ଜୟ ଶତପଥୀ/ଦୀନବନ୍ଧୁ ସୁନା)-ସୁବର୍ଣ୍ଣପୁର ଜିଲା ରାମପୁର ପୋଲିସ ଶନିବାର ଚଢ଼ାଉକରି ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ୍‌ କରିଛି। ଏହି ଘଟଣାରେ ପରିବହନକାରୀ ତଥା ବରଗଡ଼…

T20 World Cup : ପ୍ରଥମ ମ୍ୟାଚ୍‌ରେ ଜବରଦସ୍ତ ଟକ୍କର: ବାଜି ମାରିଲା ଟିମ୍‌ ଇଣ୍ଡିଆ, ୨୯ ରନ୍‌ରେ ହାରିଲା ଆମେରିକା

ମୁମ୍ବାଇ,୭।୨: ଚଳିତ ଟି୨୦ ବିଶ୍ୱକପ୍‌ରେ ଭାରତ ପ୍ରଥମ ମ୍ୟାଚ୍‌ରେ ଆମେରିକାକୁ ଭେଟିଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା।…

ଶେଫର୍ଡଙ୍କ ହ୍ୟାଟ୍ରିକ୍‌ : କୋଲ୍‌କାତାରେ ମ୍ୟାଚ୍‌ ଜିତିଲା ଓ୍ବେଷ୍ଟଇଣ୍ଡିଜ୍‌

କୋଲ୍‌କାତା, ୭ା୨: ରୋମାରିଓ ଶେଫର୍ଡଙ୍କ ହ୍ୟାଟ୍ରିକ୍‌ ସହ ୫ ଉଇକେଟ ସଫଳତା ବଳରେ ସ୍ଥାନୀୟ ଇଡେନ ଗାର୍ଡେନ୍ସରେ ଶନିବାର ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ୍‌ ୩୫…

ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ କାହିଁକି ଖେଳିଲେନି ଜସପ୍ରିତ ବୁମ୍‌ରାହ? ନିରାଶ ହେଲେ ପ୍ରଶଂସକ  

ମୁମ୍ବାଇ,୭।୨: ଭାରତ ମୁମ୍ବାଇର ୱାଙ୍ଖଡେ କ୍ରିକେଟ ଷ୍ଟାଡିୟମରେ ଆମେରିକା ବିପକ୍ଷରେ T୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି।ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ ହାରିଥିଲେ।…

ଜଳିଗଲା କାର୍‌

ଝାରସୁଗୁଡ଼ା, ୭ା୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହର କିଷାନ ଛକ ନିକଟ ଏକ ହୋଟେଲ ସମ୍ମୁଖରେ ଶନିବାର ଏକ କାର୍‌ ଜଳିଯାଇଛି। କାର୍‌(ନଂ.ଏମ୍‌ଏଚ୍‌୧୫ସିଡ଼ି-୫୦୯୨)ଟି ସମ୍ବଲପୁର ଅଞ୍ଚଳରୁ ଆସି…

ଏକା ଲଢ଼ିଲେ ସୂର୍ଯ୍ୟକୁମାର…USA ବିପକ୍ଷରେ ରଚିଲେ ଇତିହାସ 

ମୁମ୍ବାଇ,୭।୨: ଟି୨୦ ବିଶ୍ୱକପ୍‌ରେ ଐତିହାସିକ ଓ୍ବାଙ୍ଖଡ଼େ ଷ୍ଟାଡିୟମରେ ଆମେରିକା ବିପକ୍ଷରେ ପ୍ରଥମ ମ୍ୟାଚ୍‌ ସହ ଅଭିଯାନ ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ। ମ୍ୟାଚ୍‌ରେ ଟସ୍‌ ହାରିବା ପରେ…

ଆର୍‌ଏସ୍‌ସିସି କପ୍‌ କ୍ରିକେଟ: ଦେଶୀ ବୟେଜ ସେମିରେ

ନୂଆପଡ଼ା,୭ା୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ତରବୋଡ ସମ୍ଭବ ଖେଳପଡିଆରେ ଶନିବାର ରାଇଜିଂ ଷ୍ଟାର ୟୁଥ୍‌ କ୍ଲବ ଦ୍ୱାରା ଆୟୋଜିତ ୧୯ତମ ଆର୍‌ଏସ୍‌ସିସି କପ…

ରୋଷେଇ କରୁଥିଲେ, ଗ୍ୟାସ ସିଲିଣ୍ଡରରୁ ଲାଗିଗଲା ନିଆଁ; ପରିବାରର ୫ ଗୁରୁତର…

ଆନନ୍ଦପୁର,୭।୨(ସୁଶାନ୍ତ କୁମାର ସାହୁ): ରୋଷେଇ କରୁଥିବା ବେଳେ ଅଘଟଣ। ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ପରିବାରର ୫ଜଣ ଗୁରୁତର। ଏଭଳି ଏକ ଅଘଟଣ ଘଟିଛି କେନ୍ଦୁଝର ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri