ପେଟ୍ରୋଲ ଏବଂ ଡିଜେଲରେ ଇଥାନଲ ମିଶ୍ରଣ

ଭୁବନେଶ୍ୱର,୩।୯ (ଅନୁରାଧା ମହାରଣା): କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ୍‌ ସିଂ ପୁରୀ କହିଛନ୍ତି ଯେ, ପେଟ୍ରୋଲ ଏବଂ ଡିଜେଲରେ ଇଥାନଲ ମିଶ୍ରଣ କରି କେନ୍ଦ୍ର ସରକାର ୯୯ ହଜାର କୋଟିରୁ ଅଧିକ ଟଙ୍କା ସଞ୍ଚୟ କରିଛନ୍ତି। ଭାରତ ସରକାରଙ୍କ ଇଥାନଲ ମିଶ୍ରଣ କାର୍ଯ୍ୟକ୍ରମ ସହାୟତାରେ ୧୭.୩ ନିୟୁତ ମେଟ୍ରିକ ଟନ ଅଶୋଧିତ ତେଲ କମ ବ୍ୟବହୃତ ହୋଇଛି। ଏହା ବ୍ୟତୀତ କାର୍ବନ ଡାଇଅକ୍ସାଇଡ ନିର୍ଗମନ ମଧ୍ୟ ୫୧.୯ ନିୟୁତ ଟନ ହ୍ରାସ ପାଇଛି। ଇଥାନଲ ମିଶ୍ରଣ କାର୍ଯ୍ୟକ୍ରମକୁ ସଫଳ ବୋଲି ବର୍ଣ୍ଣନା କରି ପୁରୀ ଏହାର ଉତ୍ପାଦନ ବୃଦ୍ଧି ତଥା ଯଥାସମ୍ଭବ ବ୍ୟବହାର କରିବାକୁ ଅନୁମତି ମଧ୍ୟ ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ସୋମବାର କହିଛନ୍ତି ଯେ ୨୦୧୪ ପରଠାରୁ ଇଥାନଲ ମିଶ୍ରଣ କାର୍ଯ୍ୟକ୍ରମ ସହାୟତାରେ ଆମେ ୯୯,୦୧୪ କୋଟି ଟଙ୍କା ବୈଦେଶିକ ମୁଦ୍ରା ସଞ୍ଚୟ କରିଛୁ। ଏଥିସହ ସେ କହିଛନ୍ତି ଯେ ସରକାର ୧୫ ପ୍ରତିଶତ ଇଥାନଲ ମିଶ୍ରଣ ଲକ୍ଷ୍ୟ ହାସଲ କରିଛନ୍ତି। ବର୍ତ୍ତମାନ ଏହାକୁ ଇଥାନଲ ଯୋଗାଣ ବର୍ଷ ୨୦୨୫-୨୬ ସୁଦ୍ଧା ୨୦ ପ୍ରତିଶତକୁ ନେବାକୁ ପଡିବ। ଜୈବ ଶକ୍ତି ସମ୍ପର୍କିତ ଆନ୍ତର୍ଜାତୀୟ ସମ୍ମିଳନୀରେ ଯୋଗ ଦେଇ ହରଦୀପ ସିଂ ପୁରୀ କହିଛନ୍ତି ଯେ, ଅଟୋମୋବାଇଲ ଇନ୍ଧନରେ ଇଥାନଲର ବ୍ୟବହାର ୨୦୧୪ରୁ ୧୭.୩ ନିୟୁତ ମେଟ୍ରିକ ଟନ ଅଶୋଧିତ ତୈଳର ବିକଳ୍ପ ହୋଇପାରିଛି। ସେ କହିଛନ୍ତି ଯେ ୨୦୧୪ ମସିହାରୁ ତୈଳ ମାର୍କେଟିଂ କମ୍ପାନୀଗୁଡିକ ଡିଷ୍ଟିଲରକୁ ୧.୪୫ ଟ୍ରିଲିୟନ ଟଙ୍କା ପ୍ରଦାନ କରିଥିବାବେଳେ କୃଷକମାନଙ୍କୁ ପ୍ରାୟ ୮୭,୫୫୮ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଦେଶରେ ୧୫,୬୦୦ ରୁ ଅଧିକ ପେଟ୍ରୋଲ ପମ୍ପରେ ଇ୨୦ ପେଟ୍ରୋଲ (୨୦ ପ୍ରତିଶତ ଇଥାନଲ ମିଶ୍ରିତ ପେଟ୍ରୋଲ) ଉପଲବ୍ଧ ରହିଛି। ମାର୍ଚ୍ଚରେ ମଧ୍ୟ କେନ୍ଦ୍ର ସରକାର ଇ୧୦୦ ଇନ୍ଧନ ଲଞ୍ଚ କରିଥିଲେ। ଏଥିରେ ୫ ପ୍ରତିଶତ ପେଟ୍ରୋଲ ଏବଂ ୧.୫ ପ୍ରତିଶତ ଦ୍ରବଣକାରୀ ଏବଂ ୯୩-୯୩.୫ ପ୍ରତିଶତ ଇଥାନଲ ରହିଛି। ଏହାର ଉଚ୍ଚ ଅକ୍ଟେନ ରେଟିଂ ସହିତ ଉଚ୍ଚ କ୍ଷମତା ସମ୍ପନ୍ନ ଇଞ୍ଜିନ ପାଇଁ ଏହା ଉପଯୋଗୀ ଅଟେ। ସେହିପରି ସରକାର ଫୁଡ କର୍ପୋରେଶନ ଅଫ ଇଣ୍ଡିଆରୁ ଇଥାନଲ ଡିଷ୍ଟିଲରିରେ ଚାଉଳ ଯୋଗାଣ ଆରମ୍ଭ କରିଛନ୍ତି। ଏହା ସହିତ ୨୦୨୪ ଅଗଷ୍ଟରୁ ଅକ୍ଟୋବର ପର୍ଯ୍ୟନ୍ତ ଇ-ନିଲାମ ମାଧ୍ୟମରେ ସେମାନଙ୍କୁ ୨୩ ଲକ୍ଷ ଟନ ଚାଉଳ କିଣିବାକୁ ଅନୁମତି ଦିଆଯାଇଛି। ଏହା ସହିତ, ଇଥାନଲ ଉତ୍ପାଦନ ବୃଦ୍ଧି ପାଇଁ ୨୦୨୪ ନଭେମ୍ବରରୁ ଆଖୁ ରସ ଏବଂ ସିରପ ଯୋଗାଣ ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri