Posted inଜାତୀୟ

ଜାନୁୟାରୀ ୧୬ରୁ ରାମମନ୍ଦିର ପ୍ରତିଷ୍ଠା ନୀତି

ବାରାଣସୀ,୯ା୧୨: ଅଯୋଧ୍ୟାର ନବନିର୍ମିତ ମନ୍ଦିରରେ ରାମ ଲାଲାଙ୍କ ବିଗ୍ରହ ପ୍ରତିଷ୍ଠା ଜାନୁୟାରୀ ୨୨ରେ ହେବାକୁ ଥିବାବେଳେ ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ। ମହାପୂଜନ ପାଇଁ ଜାନୁୟାରୀ ୧୬ରୁ ରୀତିନୀତି ଆରମ୍ଭ ହେବ ବୋଲି ମନ୍ଦିର ଟ୍ରଷ୍ଟ ପକ୍ଷରୁ କୁହାଯାଇଛି। ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ମଥୁରାନାଥ ଦୀକ୍ଷିତଙ୍କ ନେତୃତ୍ୱରେ ବୈଦିକ ପଣ୍ଡିତ ତଥା ପୂଜକମାନେ ସର୍ବପ୍ରାୟଶ୍ଚିତ୍ତ ହୋମ, ସରଯୂ ନଦୀରେ ସ୍ନାନ, ଯଜ୍ଞ ଅନୁଷ୍ଠାନ ପାଇଁ ଯଜମାନଙ୍କ ଆସ୍ଥାନ ଗ୍ରହଣ ସମେତ ମୂଳ ରୀତିନୀତି ୧୬ ତାରିଖ ଅପରାହ୍ନରୁ ଆରମ୍ଭ ହେବ। ୧୭ରେ ଜଳଯାତ୍ରା, ତୀର୍ଥ ଓ କଳସ ପୂଜନ ଏବଂ କଳସ ଯାତ୍ରା ଅନୁଷ୍ଠିତ ହେବ। ପ୍ରଧାନ ସଙ୍କଳ୍ପ ଏବଂ ଗଣେଶାମ୍ବିକା ପୂଜନ ସହ ୧୮ ତାରିଖ ଅପରାହ୍ନରୁ ବିଗ୍ରହ ପ୍ରତିଷ୍ଠାର ମୁଖ୍ୟ ରୀତିନୀତି ଆରମ୍ଭ ହେବ। ସେହିଦିନ ମଣ୍ଡପ ପ୍ରବେଶ ଓ ପୂଜନ ତଥା ଯଜ୍ଞଭୂମି ପୂଜନ ମଧ୍ୟ ଅନୁଷ୍ଠିତ ହେବ। ୧୯ରେ ଦେବତା ପୂଜନ, ସମସ୍ତ ବେଦର ଆବୃତ୍ତି, ଅଧିବାଶନ, କୁଣ୍ଡ ପୂଜନ, ପ୍ରାକୃତିକ ହବନ ପଦ୍ଧତିରେ ଅଗ୍ନିପ୍ରବାହ, ଜଳାଧିବାସ ଆଦି ହେବାକୁ ଥିବାବେଳେ ୨୦ରେ ମନ୍ଦିରର ବାସ୍ତୁ ପୂଜନ ଏବଂ ମନ୍ଦିର ପରିସରକୁ ଶୁଦ୍ଧୀକରଣ କରାଯିବ। ୨୧ ତାରିଖରେ ବିଭିନ୍ନ ତୀର୍ଥକ୍ଷେତ୍ର ଏବଂ ନଦୀରୁ ଅଣାଯାଇଥିବା ପବିତ୍ର ଜଳରେ ବିଗ୍ରହଙ୍କୁ ସ୍ନାନ କରାଯିବା ପରେ ମହାପୂଜା ଓ ନଗର ଭ୍ରମଣ କରାଯିବ। ଏହା ପରେ ବିଗ୍ରହକୁ ଯଜ୍ଞ ମଣ୍ଡପକୁ ଅଣାଯାଇ ଶାୟାଧିବାସ, ତତ୍ତ୍ୱନ୍ୟାସ, ମହାନ୍ୟାସ ଆଦି ନୀତି ସମ୍ପନ୍ନ ହେବ। ୨୨ ଅପରାହ୍ନରେ ବିଗ୍ରହଙ୍କୁ ଅଧିଷ୍ଠାନ ସ୍ଥାନକୁ ନିଆଯାଇ ଦେବପ୍ରାଣପ୍ରତିଷ୍ଠା କରାଯିବ। ଏହାପରେ ସଂସ୍କାର ମହାପୂଜନ, ଆରତୀ ଓ ପୂର୍ଣ୍ଣାହୁତି ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

RCBରୁ ଆସିଲା ବଡ଼ ଖବର: ବାକି ଆଇପିଏଲ ମ୍ୟାଚ ଖେଳିବେନି କୋହଲି!

ନୂଆଦିଲ୍ଲୀ,୧୩।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ସମୟରେ ପୂର୍ବତନ ଅଧିନାୟକ ବିରାଟ କୋହଲି ଆଘାତ ପାଇଥିଲେ। ଏହା IPLର ୨୦ତମ…

ବେଲଗୁଣ୍ଠାରେ ଜିଲାସ୍ତରୀୟ ଅଭିଯୋଗ ଶୁଣାଣି, ୪ ଜଣଙ୍କୁ ୨୫ ହଜାର ଟଙ୍କା ସହାୟତା ପ୍ରଦାନ

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲ୍ଲା ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ…

କାଳୀମେଘା ହତ୍ୟାକାଣ୍ଡ ଘଟଣା; ସ୍ତ୍ରୀ ରଚିଥିଲା ଷଡଯନ୍ତ୍ର, ପତ୍ନୀ ସମେତ ୫ ଗିରଫ

କଳିଙ୍ଗନଗର,୧୩।୪(ଶୁଭାଶିଷ ରାଉତ ): ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ କାଳୀମେଘା ସ୍ଥିତ ଗେଷ୍ଟହାଉସ ସମ୍ମୁଖରେ ଗୁଳି ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟଣାର ଫର୍ଦ୍ଧାଫାଶ କରିଛି…

ହଜମ କ୍ରିୟାକୁ ସକ୍ରିୟ କରେ ଖଜୁରି

ଖଜୁରିରେ ଫାଇବର୍‌, କ୍ୟାଲ୍‌ସିୟମ୍‌ ଏବଂ ମ୍ୟାଗ୍ନେସିୟମ୍‌ ଆଦି ପ୍ରଚୁର ପରିମାଣରେ ଭରି ରହିଛି। ଖଜୁରିକୁ ଆମେ ସବୁ ସମୟରେ ଖାଇପାରିବା, କିନ୍ତୁ ମୁଖ୍ୟତଃ ଏହାକୁ ସକାଳ ଜଳଖିଆ…

ବଲାଙ୍ଗୀର ତହସିଲ୍ ଅଫିସ ପରିସରରେ ଜଳିଗଲା ବୁଲେଟ୍, କେମିତି ଲାଗିଲା ନିଆଁ?

ବଲାଙ୍ଗୀର,୧୩।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତହସିଲ୍ ଅଫିସ ପରିସରରେ ଅଭାବନୀୟ ଘଟଣା । ଜଣେ ଓକିଲ ତାଙ୍କ ବୁଲେଟ୍ ରଖି ରେକର୍ଡ ରୁମକୁ ଯାଇଥିବା ବେଳେ ହଠାତ୍…

ମହିଳାଙ୍କୁ ନେଇ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ, ଅପେକ୍ଷାର ଅନ୍ତ ହେବାକୁ…

ନୂଆଦିଲ୍ଲୀ,୧୩।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରେ ନାରୀ ଶକ୍ତି ବନ୍ଦନ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଦେଶର ବିକାଶ ଯାତ୍ରାର ଏହି ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ…

ଅପମାନିତ ପରେ ମନ ବୁଝିଲାନି, ପୁଣି ଥରେ ଆମେରିକା-ଇରାନ ମଧ୍ୟରେ ଆଲୋଚନା ପାଇଁ ପାକିସ୍ତାନ…

ଇସଲାମାବାଦ,୧୩ା୪: ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ବିଫଳ ହେବା ପରେ, ପାକିସ୍ତାନ ଦୁଇ ଦେଶକୁ ଆଲୋଚନା ଟେବୁଲକୁ ଫେରାଇ ଆଣିବା ପାଇଁ…

ବନ୍ଧାହେଲେ କୁବେର ଗୁଡାରି ରେଞ୍ଜର

ଗୁଡାରି,୧୩।୪(ପ୍ରମୋଦ କୁମାର ପତି): ଗୁଡାରି ରେଞ୍ଜର ସୁକୁମାର ଦୁଖୁ ରବିବାର ରାତିରେ ଓଡିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଗୁଡାରି ରେଞ୍ଜର ନିଜ ଅଫିସ ଗାଡ଼ି (ବୋଲେରୋ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri