ସ୍ବାସ୍ଥ୍ୟକର୍ମୀଙ୍କ ଉପରେ ଏସ୍‌ମା

ଭୁବନେଶ୍ୱର,୧୮।୪(ବ୍ୟୁରୋ): ସରକାରୀ ଡାକ୍ତରଖାନାରେ ନିୟୋଜିତ ନର୍ସ, ଫାର୍ମାସିଷ୍ଟ, ପାରାମେଡିକ୍‌, ଟେକ୍ନିସିଆନ୍‌ଙ୍କ ଉପରେ ରାଜ୍ୟ ସରକାର ସୋମବାର ଅତ୍ୟାବଶ୍ୟକ ସେବା ଏବଂ ପରିଚାଳନା ଆଇନ(ଏସ୍‌ମା) ଲାଗୁ କରିଛନ୍ତି। ଏଥିସହିତ ସ୍ବାସ୍ଥ୍ୟ ସେବାରେ ଜଡ଼ିତ ଅନ୍ୟ ତୃତୀୟ ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ସମେତ ଠିକା କର୍ମଚାରୀଙ୍କ ଉପରେ ଏହି ନିର୍ଦ୍ଦେଶ ଲାଗୁ ହେବ। ଜରୁରୀ ସେବାରେ ବ୍ୟାଘାତ ନ ଘଟାଇବା ପାଇଁ ଆସନ୍ତା ୬ମାସ ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶ ବଳବତ୍ତର ରହିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି। ଗୃହ ବିଭାଗ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସ୍ବାସ୍ଥ୍ୟ କର୍ମଚାରୀମାନେ ସେମାନଙ୍କ ଦାବି ପାଇଁ ଆନ୍ଦୋଳନକୁ ଓହ୍ଲାଇବା ବାଟ ବନ୍ଦ ହୋଇଯାଇଛି। ଗୃହ ବିଭାଗ ଏସ୍‌ମା ଆଇନ ୧୯୮୮ ଅନୁଯାୟୀ ଏହି ନିର୍ଦ୍ଦେଶନାମା ଲାଗୁ କରାଯାଇଛି।
ସେହିପରି ଜିଲା ମୁଖ୍ୟାଳୟ, ଉପଖଣ୍ଡସ୍ତରୀୟ ଚିକିତ୍ସାଳୟ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ନିୟୋଜିତ ଠିକା କର୍ମଚାରୀ ଅଥବା ପରିଚାଳନାରେ ନିୟୋଜିତ ଥିବା କର୍ମଚାରୀମାନେ ମଧ୍ୟ ଧାରଣା ଦେଇପାରିବେ ନାହିଁ। ଏହାବାଦ୍‌ ବିଭିନ୍ନ ମେଡିକାଲ କଲେଜ, ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର, ଆଞ୍ଚଳିକ ମେରୁଦଣ୍ଡ ଆଘାତ କେନ୍ଦ୍ର, କାରାଗାର ଓ ପୋଲିସ ଚିକିତ୍ସାଳୟ ଆଦି ସମସ୍ତ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ ମଧ୍ୟ ଏହି ନିୟମ କଡ଼ାକଡ଼ି ଭାବେ ଲାଗୁ ହେବ। ଏଥିସହିତ କର୍ମଚାରୀମାନେ ବିନା ଅନୁମତିରେ ଛୁଟିରେ ରହିପାରିବେ ନାହିଁ।
ଅପରପକ୍ଷରେ ଏହି ନିର୍ଦ୍ଦେଶନାମା ଜାରି କରି ସରକାର ସ୍ବାସ୍ଥ୍ୟକର୍ମୀଙ୍କ କଣ୍ଠରୋଧ କରିବା ପାଇଁ ଉଦ୍ୟମ କରିଛନ୍ତି ବୋଲି ଫାର୍ମାସିଷ୍ଟ ଓ ନର୍ସ ସଂଘ କହିଛନ୍ତି। ସଂଘ ସଭାପତି ସୁଚିସ୍ମିତା ଦାଶ ଓ ସମ୍ପାଦକ ସବ୍ୟସାଚୀ ପଣ୍ଡା କହିଛନ୍ତି, ଯେଉଁ କଟକଣା ଜାରି କରାଗଲା, ଏହା ଠିକ୍‌ ନୁହେଁ। ସେମାନେ ମଧ୍ୟ ମଣିଷ। ସେମାନଙ୍କ ପ୍ରତି ହେଉଥିବା ଦରମା ଅସଙ୍ଗତି ଦୂର ଏବଂ ଚାକିରି ନିୟମିତ କରିବା ଦାବିକୁ ଠିକ୍‌ଭାବେ ସରକାର ଲାଗୁ କରୁନାହାନ୍ତି। ୨୦୧୩ ପୂର୍ବରୁ ଠିକାରେ ନିଯୁକ୍ତି ପାଇଥିବା କର୍ମଚାରୀଙ୍କୁ ଏ ପର୍ଯ୍ୟନ୍ତ ସରକାର ସ୍ଥାୟୀ କରି ନାହାନ୍ତି। ସରକାରଙ୍କ ଐତିହାସିକ ନିଷ୍ପତ୍ତିରେ ସେମାନଙ୍କୁ ନ୍ୟାୟ ମିଳିଲାନି। ଯଦି ସରକାର କଟକଣା ଲାଗୁ କରୁଛନ୍ତି, ତେବେ ଏହା ପୂର୍ବରୁ କର୍ମଚାରୀଙ୍କ ସ୍ବାର୍ଥ ସୁରକ୍ଷା ପ୍ରତି ଗୁରୁତ୍ୱ ଦେବାର ଥିଲା। ସଂଘ ୧୨ଦଫା ଦାବି ନେଇ ସୋମବାର ଲୋୟର ପିଏମ୍‌ଜିରେ ଆନ୍ଦୋଳନ କରିବାକୁ ସ୍ଥିର କରିଥିଲା। ହେଲେ ସରକାର ଏଥିଲାଗି ଅନୁମତି ଦେଇନାହାନ୍ତି। ଆଲୋଚନା କରି ସେମାନଙ୍କ ସମସ୍ୟା ସମାଧାନ କରା ନ ଯାଇ ଓଲଟା ସେମାନଙ୍କ କଣ୍ଠରୋଧ କରାଯାଉଛି। ତେଣୁ ଆଗକୁ ଜିଲା ସ୍ବାସ୍ଥ୍ୟ ଅଧିକାରୀଙ୍କ ଜରିଆରେ ସରକାରଙ୍କୁ ପ୍ରତିବାଦମୂଳକ ଦାବିପତ୍ର ପ୍ରଦାନ କରାଯିବ ବୋଲି ସେମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଭାରତ-ବାଂଲାଦେଶ ସମ୍ପର୍କରେ ତିକ୍ତତା: ଭାରତୀୟଙ୍କ ପାଇଁ ଭିସା ସେବା ବନ୍ଦ କଲା ବାଂଲାଦେଶ

ନୂଆଦିଲ୍ଲୀ/ଢାକା,୨୨।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ବଡ଼ ଧରଣର ଅବନତି ଘଟିଛି। ଗୋଟିଏ ପଟେ ଭାରତ ଚଟ୍ଟଗ୍ରାମରେ ଭିସା ସେବା ସ୍ଥଗିତ ରଖିଥିବା...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

ହାଇଦ୍ରାବାଦରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଚିଠି ଏପରି କହିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୨୨।୧୨: ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନ (OSCBC) ର ପୁନର୍ଗଠନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ...

ଦିନକ ପରେ ବରଗଡ଼ ଧନୁଯାତ୍ରା: ମହୋତ୍ସବକୁ ନେଇ ଏମିତି କହିଲେ ଜିଲାପାଳ

ବରଗଡ,୨୨।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ଦିନେ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ।...

ପ୍ରଚେଷ୍ଟା ରହିଲେ ସଫଳତା ନିଶ୍ଚିତ ମିଳିବ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ସେଣ୍ଟ ଆନ୍ସ ଇଂଗ୍ରାଜୀ ମିଡିୟମ ସ୍କୁଲର ୧୯ ତମ ବାର୍ଷିକ ଉତ୍ସବ ସୋମବାର ସନ୍ଧ୍ୟାରେ ପାଳିତ ହୋଇଯାଇଛି। ଆୟୋଜିତ ଉତ୍ସବରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri