ଆଜି ଖୋଲିବ ଏପଷ୍ଟିନ୍‌ ପେଡ଼ି: ଫାଇଲ୍‌ରେ ଟ୍ରମ୍ପ୍‌, ଚିନ୍ତାରେ ହ୍ବାଇଟ୍‌ ହାଉସ୍‌

ଓ୍ବାଶିଂଟନ୍‌/ନୂଆଦିଲ୍ଲୀ,୧୯ା୧୨(ସିଏନ୍‌ଏନ୍‌/ଏଜେନ୍ସି): ଜେଫ୍ରି ଏପଷ୍ଟିନ୍‌ଙ୍କ ସହ ଜଡ଼ିତ ଅତି ସମ୍ବେଦନଶୀଳ ଦସ୍ତାବିଜ ‘ଏପଷ୍ଟିନ୍‌ ଫାଇଲ୍ସ’ ଖୋଲିବାକୁ ସମୟ ଯେତିକି ପାଖେଇ ଆସୁଛି, ବଡ଼ବଡ଼ିଆଙ୍କ ହୃତ୍‌ସ୍ପନ୍ଦନ ସେତିକି ବଢ଼ିବାରେ ଲାଗିଛି। ନଭେମ୍ବର ୧୯ରେ ଆମେରିକା କଂଗ୍ରେସ ଏପଷ୍ଟିନ୍‌ ଫାଇଲ୍ସ ଟ୍ରାନ୍ସପରେନ୍ସି ଆକ୍ଟକୁ ଗୃହୀତ କରାଇଥିଲା। ତଦନୁସାରେ ଡିସେମ୍ବର ୧୯ରେ ନ୍ୟାୟ ବିଭାଗ ପକ୍ଷରୁ ଏହାକୁ ସାର୍ବଜନୀନ କରାଯିବ। ବର୍ତ୍ତମାନ ଫେଡେରାଲ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେଶନ୍‌ (ଏଫ୍‌ବିଆଇ)ର ତଦନ୍ତରେ ବାଧା ସୃଷ୍ଟିକଲା ଭଳି ଜାତୀୟ ସୁରକ୍ଷା କିମ୍ବା ବୈଦେଶିକ ନୀତି ଲକ୍ଷ୍ୟକୁ କ୍ଷତି ପହଞ୍ଚାଇବା କିମ୍ବା ଏପଷ୍ଟିନ୍‌ଙ୍କ ଯୋଗୁ ଯୌନ କେଳେଙ୍କାରୀର ଶିକାର ହୋଇଥିବା ପୀଡ଼ିତାମାନଙ୍କ ପରିଚୟ ପ୍ରଘଟ ହେଉଥିବା ଦସ୍ତାବିଜଗୁଡ଼ିକୁ ଏଥିରୁ ବାଦ୍‌ ଦିଆଯିବ।
ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଉକ୍ତ ଆଇନରେ ସ୍ବାକ୍ଷର କରିସାରିଥିବାରୁ ତାଙ୍କ ପ୍ରଶାସନ ଏ ସମ୍ପର୍କିତ ଅଗ୍ରଗତି ଉପରେ ନୀରବ ରହିଛି। ଚଳିତ ମାସରେ ଆଇନପ୍ରଣେତାମାନଙ୍କ ଏକ ଦ୍ୱିଦଳୀୟ ଗୋଷ୍ଠୀ ଆଟର୍ନି ଜେନେରାଲ ପାମ୍‌ ବଣ୍ଡିଙ୍କୁ ବିଭାଗର ଅଗ୍ରଗତି ଉପରେ ପ୍ରଶ୍ନ କରିଥିଲେ। କିନ୍ତୁ ସେ କୌଣସି ତଥ୍ୟ ଦେବାକୁ ମନା କରିଦେଇଥିଲେ। ଫାଇଲଗୁଡ଼ିକ ସାର୍ବଜନୀନ ହେବା ପରେ ଆମେରିକା ସମେତ ବିଶ୍ୱର ବିଭିନ୍ନ ଭାଗରେ ରାଜନୈତିକ ଝଡ଼ ସୃଷ୍ଟି ହେବା ଏକପ୍ରକାର ନିଶ୍ଚିତ। ଏଥିରେ ଅନେକ ହଜାର ପୃଷ୍ଠାର ତଦନ୍ତ ରିପୋର୍ଟ ରହିଛି, ଯାହାକି ଏପଷ୍ଟିନ୍‌ଙ୍କ ସହ ଜଡ଼ିତ ବହୁ ହାଇପ୍ରୋଫାଇଲ ବ୍ୟକ୍ତିତ୍ୱଙ୍କୁ କଳଙ୍କିତ କରିପାରେ। ୨୦୨୪ ରାଷ୍ଟ୍ରପତି ନିର୍ବାଚନ ବେଳେ ରିପବ୍ଲିକାନ୍‌ ଟ୍ରମ୍ପ୍‌ ପୁନର୍ବାର କ୍ଷମତାକୁ ଆସିଲେ ସରକାରଙ୍କ ପକ୍ଷରୁ ଏହି ଦସ୍ତାବିଜ ଜାରି କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତେବେ ଗତ ଜୁଲାଇରେ ଜଷ୍ଟିସ୍‌ ଡିପାର୍ଟମେଣ୍ଟ ଏକ ମେମୋ ଜାରି କରି କହିଥିଲା, ବିଭାଗ ପାଖରେ ଏପଷ୍ଟିନ୍‌ଙ୍କ କ୍ଲାଏଣ୍ଟମାନଙ୍କ ନାମ ଥିବା କୌଣସି ତାଲିକା ନାହିଁ। ଇତିମଧ୍ୟରେ ଏପଷ୍ଟିନ୍‌ ଫାଇଲରେ ଅନେକ ଥର ଟ୍ରମ୍ପ୍‌ଙ୍କ ନାମ ଉଲ୍ଲେଖ ଥିବା ‘ଓ୍ବାଲ୍‌ ଷ୍ଟ୍ରିଟ୍‌ ଜର୍ନାଲ’ରେ ରିପୋର୍ଟ ପ୍ରକାଶ ପାଇଥିଲା। ବିବାଦ ଉଠିବା ପରେ ଟ୍ରମ୍ପ୍‌ ପ୍ରଶାସନ ଚିନ୍ତାରେ ପଡ଼ିଯାଇଥିବାବେଳେ ଝଡ଼ ସୃଷ୍ଟି ହେବାର ଦିନକ ପୂର୍ବରୁ ଅର୍ଥାତ୍‌ ଗୁରୁବାର ହ୍ବାଇଟ୍‌ ହାଉସ୍‌ ମାପିଚୁପି ଏହା ଉପରେ ମନ୍ତବ୍ୟ ଦେଇଛି। ହ୍ବାଇଟ୍‌ ହାଉସ୍‌ ଚିଫ୍‌ ଅଫ୍‌ ଷ୍ଟାଫ୍‌ ସୁସିଏ ଓ୍ବିଲେସ୍‌ କହିଛନ୍ତି, ଟ୍ରମ୍ପ୍‌ଙ୍କ ନାମ ଫାଇଲରେ ଥିଲେ ମଧ୍ୟ ସେ କୌଣସି ଅପରାଧରେ ଅଭିଯୁକ୍ତ କିମ୍ବା ଜଡ଼ିତ ନୁହନ୍ତି। ଏଭଳି ସ୍ଥିତିରେ ଆମେରିକା ରାଷ୍ଟ୍ରପତିଙ୍କ ପାଓ୍ବାର ସେଣ୍ଟରର ସ୍ବଚ୍ଛତା ଉପରେ ବିତର୍କର ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି।

 

ଶିଶୁ ଯୌନ ଅପରାଧ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୨୦୧୯ ଅଗଷ୍ଟ ୧୦ରେ ନ୍ୟୁୟର୍କସ୍ଥିତ ଲୋୟର ମନହାଟ୍ଟନ୍‌ ଜେଲରେ ସନ୍ଦେହଜନକ ସ୍ଥିତିରେ ପ୍ରାଣ ହରାଇଥିବା ଆମେରିକୀୟ ଫାଇନାନ୍ସର ଜେଫ୍ରି ଏଡ୍‌ଓ୍ବାର୍ଡ ଏପଷ୍ଟିନ୍‌ଙ୍କ ସମ୍ପର୍କିତ ବହୁ ପ୍ରତୀକ୍ଷିତ ଫାଇଲ୍‌ ଶୁକ୍ରବାର ପ୍ରଘଟ ହେବ। କୁହାଯାଉଛି ଯେ, ଆମେରିକାର ନ୍ୟାୟ ବିଭାଗ ପକ୍ଷରୁ ସାର୍ବଜନୀନ କରାଯିବାକୁ ଥିବା ଉକ୍ତ ଫାଇଲରେ ୩୦୦ ଗିଗାବାଇଟ୍‌ ସମ୍ବଳିତ ବହୁ ଚାଞ୍ଚଲ୍ୟକର ତଥ୍ୟ ରହିଛି, ଯାହାକି କେବଳ ଓ୍ବାଶିଂଟନ୍‌ ନୁହେଁ, ଭାରତ ସମେତ ଅନେକ ଦେଶରେ ହଇଚଇ ସୃଷ୍ଟି କରିବ। ଏପଷ୍ଟିନ୍‌ ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟ, ରାଜ ପରିବାର ସଦସ୍ୟ, ମନ୍ତ୍ରୀ, କୂଟନୀତିଜ୍ଞ
ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ପରସ୍ପର ସହ ସାକ୍ଷାତ୍‌ କରାଉଥିଲେ। ସେମାନଙ୍କ ମଧ୍ୟରେ ବହୁ ଗୁରୁତ୍ୱପୂର୍ଣ୍ଣ ଡିଲ୍‌ କରାଇ ନିଜେ ବିପୁଳ ମାତ୍ରାରେ ଲାଭାନ୍ବିତ ହେଉଥିଲେ। ଏହିସବୁ କାର୍ଯ୍ୟ କରାଇବା ଲାଗି ଏପଷ୍ଟିନ୍‌ ୧,୦୦୦ରୁ ଊର୍ଦ୍ଧ୍ୱ ସ୍ବଳ୍ପବୟସ୍କା ଝିଅଙ୍କୁ ନିଜସ୍ବ ଏକ ଦ୍ୱୀପରେ ଯୌନ ପିପାସା ପୂରଣ କାର୍ଯ୍ୟରେ ନିୟୋଜିତ କରୁଥିଲେ। ୨୦୦୮ରେ ଏପଷ୍ଟିନ୍‌ଙ୍କ ବିରୋଧରେ ଅନେକ ପୀଡ଼ିତା କୋର୍ଟରେ ମୁହଁ ଖୋଲିବା ପରେ କିଛି ତଥ୍ୟ ସାମ୍ନାକୁ ଆସିଥିଲା। ତେବେ ଏପଷ୍ଟିନ୍‌ଙ୍କ ମୃତ୍ୟୁ ପରେ ତାଙ୍କ ବିଳାସପୂର୍ଣ୍ଣ ଜୀବନଶୈଳୀ ଓ କଳା କାରନାମା ଉପରୁ କ୍ରମଶଃ ପରଦା ହଟିବାରେ ଲାଗିଲା। ଏପଷ୍ଟିନ୍‌ଙ୍କ ନିର୍ଜନ ଦ୍ୱୀପକୁ ଯାଇ ଉପଭୋଗ କରିଥିବା ବିଶିଷ୍ଟ ବ୍ୟକ୍ତିମାନଙ୍କ ତାଲିକାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌, ପୂର୍ବତନ ରାଷ୍ଟ୍ରପତି ବିଲ୍‌ କିଣ୍ଟନ୍‌ଙ୍କ ସମେତ ବହୁ ସେଲିବ୍ରିଟି ଓ ବିଦେଶୀ ଅତିଥିଙ୍କ ନାମ ଉଲ୍ଲେଖ ରହିଥିବା ଜଣାପଡ଼ିଛି। ସେହିପରି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ହରଦୀପ ସିଂ ପୁରୀ, ଶିଳ୍ପପତି ଅନିଲ ଅମ୍ବାନୀ ଏବଂ ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ନାମ ମଧ୍ୟ ଏଥିରେ ରହିଥିବା ଚର୍ଚ୍ଚା ହେଉଛି। ତେଣୁ ଆମେରିକା ଓ ଭାରତ ସମେତ ଅନେକ ଦେଶର ଗଣମାଧ୍ୟମ ଏହି ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜର ପ୍ରଘଟକୁ ଅପେକ୍ଷା କରିଛନ୍ତି।

ଜେଫ୍ରି ଏପଷ୍ଟିନ୍‌: ଗଣିତ ଶିକ୍ଷକରୁ ଯୌନ ଅପରାଧୀ

୧୯୫୩ ଜାନୁଆରୀ ୨୦ରେ ଜନ୍ମିତ ଜେଫ୍ରି ଏଡ୍‌ଓ୍ବାର୍ଡ ଏପଷ୍ଟିନ୍‌ ଜଣେ ଆମେରିକୀୟ ଫାଇନାନ୍ସର ଥିଲେ। ଡାଲଟନ୍‌ ସ୍କୁଲରେ ଗଣିତ ଶିକ୍ଷକ ଭାବେ କ୍ୟାରିୟର ଆରମ୍ଭ କରିଥିବା ଏପଷ୍ଟିନ୍‌ଙ୍କୁ ୧୯୭୬ରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଚାକିରିରୁ ବାହାର କରିଦେଇଥିଲେ। ପରେ ସେ ବ୍ୟାଙ୍କିଙ୍ଗ୍‌ ଓ ଫାଇନାନ୍ସ କ୍ଷେତ୍ରରେ ମନୋନିବେଶ କରିଥିଲେ। ନିଜସ୍ବ ସଂସ୍ଥା ଆରମ୍ଭ ପୂର୍ବରୁ ସେ ବିଅର୍‌ ଷ୍ଟନର୍‌ସରେ କାର୍ଯ୍ୟ କରିଥିଲେ। ଇତିମଧ୍ୟରେ ଏପଷ୍ଟିନ୍‌ ଉଚ୍ଚ ଓ ସମ୍ଭ୍ରାନ୍ତ ସୋସିଆଲ ସର୍କଲରେ ପରିଚୟ ସୃଷ୍ଟି କରି ବହୁସଂଖ୍ୟକ ମହିଳା ଓ ସ୍ବଳ୍ପବୟସ୍କା ଝିଅଙ୍କ ସହ ସମ୍ପର୍କ ରଖି ନିଜ ସହଯୋଗୀମାନଙ୍କ ଯୌନକ୍ଷୁଧା ପୂରଣ ପାଇଁ ସେମାନଙ୍କୁ ନିୟୋଜିତ କରିଥିଲେ। ଜଣେ ୧୪ ବର୍ଷୀୟା ଝିଅଙ୍କ ବାପା ଏନେଇ ଅଭିଯୋଗ କରିବା ପରେ ୨୦୦୫ରେ ଫ୍ଲୋରିଡାର ପାମ୍‌ ବିଚ୍‌ରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଫେଡେରାଲ ଅଫିସରମାନେ ଯୌନ ବ୍ୟଭିଚାରର ଶିକାର ହୋଇଥିବା ଏଭଳି ୩୬ ଝିଅ (ଯାହାଙ୍କ ବୟସ ୧୪ ବର୍ଷ ଥିଲା)ଙ୍କୁ ଚିହ୍ନଟ କରିଥିଲା। ଛୋଟ ଝିଅମାନଙ୍କୁ ଗଣିକା ବୃତ୍ତିରେ ଲଗାଇବା ଅଭିଯୋଗରେ ୨୦୦୮ରେ ଏପଷ୍ଟିନ୍‌ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଗିରଫଦାରିର ମାତ୍ର ୧୩ ମାସ ପରେ ସେ ଜାମିନରେ ମୁକୁଳିଥିଲେ। ଫ୍ଲୋରିଡା ଓ ନ୍ୟୁୟର୍କରେ ନାବାଳିକାମାନଙ୍କ ସେକ୍ସ ଟ୍ରାଫିକିଂ ଅଭିଯୋଗରେ ୨୦୧୯ ଜୁଲାଇ ୬ରେ ଏପଷ୍ଟିନ୍‌ ପୁଣି ଗିରଫ ହୋଇଥିଲେ। କିନ୍ତୁ ଏହାର କିଛିଦିନ ପରେ ଅର୍ଥାତ୍‌ ଅଗଷ୍ଟ ୧୦ରେ ଜେଲରେ ଅତ୍ୟନ୍ତ ସନ୍ଦେହଜନକ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା। ସେତେବେଳେ ପୋଲିସ ତାଙ୍କ ମୃତ୍ୟୁକୁ ଆତ୍ମହତ୍ୟାର ରୂପ ଦେଇଥିଲା। ବଡ଼କଥା ହେଉଛି, ତାଙ୍କ ମୃତ୍ୟୁ ସମୟରେ ଉକ୍ତ ହାଇସିକ୍ୟୁରିଟି ଜେଲରେ ସିସିଟିଭି କ୍ୟାମେରା କାମ କରୁ ନ ଥିଲା। ତେଣୁ ଏହା ଏକ ପ୍ରାୟୋଜିତ ହତ୍ୟାକାଣ୍ଡ ବୋଲି ଅନେକେ ମନେକରନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବଦଳିବ ସାତକୋଶିଆର କାୟାକଳ୍ପ: ୧୦୦ କୋଟି ବ୍ୟୟରେ ସଜେଇ ହେବ ଅଭୟାରଣ୍ୟ

ଭୁବନେଶ୍ୱର,୪ା୨: ସାତକୋଶିଆ ଅଭୟାରଣ୍ୟ ହେବ ବିଶ୍ୱସ୍ତରୀୟ ଇକୋ-ଟୁରିଜିମ୍ ହବ୍‌। ଏଥିପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ପ୍ରକଳ୍ପ ପାଇଁ ପ୍ରାୟ ୧୦୦…

ରେଳଷ୍ଟେଶନରେ ଦାଦନ ଶ୍ରମିକଙ୍କ ଗହଳି, ଶ୍ରମ ବିଭାଗ ଦୃଷ୍ଟି ଦେବାକୁ ଦାବି

କେସିଙ୍ଗା,୪ା୨(ତୁମେଶ୍ଵର ସାହୁ): ଦିନକୁ ଦିନ ରାଜ୍ୟରେ ଦାଦନ ସମସ୍ୟା ବଢ଼ିବାରେ ଲାଗିଛି । ଦାଦନ ସମସ୍ୟା ବଲାଙ୍ଗୀର ଜିଲା ସମେତ କଳାହାଣ୍ଡି ଜିଲାରେ ମଧ୍ୟ ଦେଖିବାକୁ ମିଳିଛି।…

ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ବନ୍ଦ ହେବ ବେଆଇନ ମଦ କାରବାର! ଅବକାରୀ ଅଧୀକ୍ଷକଙ୍କୁ ଚିଠି

ଧର୍ମଶାଳା,୪।୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ‘ମଦ’ ରେଡ୍‌ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅବକାରୀ ନିର୍ଦ୍ଦେଶାଳୟ ପକ୍ଷରୁ ଅବକାରୀ ଅଧୀକ୍ଷକଙ୍କୁ ଚିଠିରେ ନିର୍ଦ୍ଦେଶ…

ନାବାଳିକାଙ୍କ ହାତଗୋଡ଼ ବାନ୍ଧି ବଳାତ୍କାର ଉଦ୍ୟମ କରି ଜଙ୍ଗଲରେ ଛାଡ଼ି ଦେଇଥିଲେ ୨ ଯୁବକ, ପୀଡ଼ିତାଙ୍କ ଏମିତି ବୟାନ ପରେ…

ତୁମୁଡ଼ିବନ୍ଧ,୪ା୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ବେଲଘର ଥାନା ଅଞ୍ଚଳର ୧୪ ବର୍ଷୀୟା ନାବାଳିକାଙ୍କ ସହ ଜଙ୍ଗଲରେ ଦୁଇ ଯୁବକଙ୍କ ବର୍ବରତା ସହ ନିର୍ଯାତନା ଘଟଣାରେ ଦୁଇ…

ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କଲେ ଟପ୍‌ କ୍ୟାଡର ମାଓବାଦୀ, ସରକାରଙ୍କ ତରଫରୁ ମିଳିଲା…

ମାଲକାନଗିରି,୪ା୨(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ଟପ୍‌ କ୍ୟାଡର ମାଓବାଦୀ ସୁଖରାମ ମରକମ୍‌ ଓରଫ ସୁରେଶ ଓରଫ ୟୋଗେସ୍‌ ବୁଧବାର ମାଲକାନଗିରି ପୋଲିସ ନିକଟରେ ଅସ୍ତ୍ରଶସ୍ତ୍ର…

ମଣିପୁରରୁ ହଟିଲା ରାଷ୍ଟ୍ରପତି ଶାସନ, ଆଉ କିଛି ସମୟ ପରେ ଶପଥ ନେବେ ନୂଆ ମୁଖ୍ୟମନ୍ତ୍ରୀ!

ନୂଆଦିଲ୍ଲୀ,୪ା୨: ପ୍ରାୟ ଗୋଟିଏ ବର୍ଷ ପରେ ମଣିପୁରରୁ ହଟିଲା ରାଷ୍ଟ୍ରପତି ଶାସନ । ଗତବର୍ଷ ଫେବୃଆରୀ ୧୩ରୁ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା । ରାଷ୍ଟ୍ରପତି…

ରେଲଓ୍ବେ ଟ୍ରାକ୍‌ରେ ପଡ଼ିଛି ମୁଣ୍ଡବିହୀନ ମୃତଦେହ, ହତ୍ୟା ନା ଆତ୍ମହତ୍ୟାକୁ ନେଇ ଚାଲିଛି…

ବଲାଙ୍ଗୀର,୪ା୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ରେଲଓ୍ବେ ଷ୍ଟେଶନରୁ ମାତ୍ର ୧ କିଲୋମିଟର ଦୂର ଖୁଜେନପାଲି ନିକଟସ୍ଥ ରେଲଓ୍ବେ ଟ୍ରାକ୍‌ ଉପରେ ଜଣେ ଅଜଣା ବ୍ୟକ୍ତିଙ୍କ ମୁଣ୍ଡବିହୀନ ମୃତଦେହ…

ବ୍ଲୁ ହ୍ୱେଲ୍ ପରେ Korean Lover Game ନେଉଛି ଛୁଆଙ୍କ ଜୀବନ! କେତେ ବିପଦ ଜାଣନ୍ତୁ

ନୂଆଦିଲ୍ଲୀ,୪।୨: ବ୍ଲୁ ହ୍ୱେଲ୍ ଗେମ୍ ପରେ, ଏବେ କୋରିଆନ୍ ଲଭର୍ ଗେମ୍ ଲୋକଙ୍କ ଜୀବନ ସହିତ ଖେଳିବା ଆରମ୍ଭ କରିଛି । ଏହି ଗେମ୍ ଗୁଡ଼ିକରେ ଲୋକଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri