୯ ବର୍ଷ ପରେ ଫେରିଲା ମହାମାରୀ ! ଆଲାସ୍କା ପକ୍ସରେ ଜଣଙ୍କର ମୃତ୍ୟୁ, ଡାକ୍ତରଙ୍କର ବଢ଼ିଲା ଚିନ୍ତା…

ଓ୍ବାଶିଂଟନ,୧୫।୨ : ୯ ବର୍ଷ ପୂର୍ବେ ମୂଷା ଦ୍ୱାରା ମହାମାରୀ ବ୍ୟାପିଥିଲା। ଏହା ଯୋଗୁ ସଙ୍କଟ ସୃଷ୍ଟି ହୋଇଥିଲା। ବର୍ତ୍ତମାନ ଏହା ୨୦୨୪ରେ ପୁଣିଥରେ ଦେଖାଦେଇଛି ଏବଂ ଜଣେ ବୃଦ୍ଧ ବ୍ୟକ୍ତିଙ୍କର ଏଥିରେ ମୃତ୍ୟୁ ଘଟିଛି। ଏହାକୁ ନେଇ ଚିକିତ୍ସା ଜଗତରେ ଡାକ୍ତରଙ୍କ ଚିନ୍ତା ବଢ଼ିବାରେ ଲାଗିଛି।

ସମ୍ପ୍ରତି, ଆମେରିକାର ଆଲାସ୍କାର କେନାଇରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଆଲାସ୍କା ପକ୍ସ ନାମକ ଏକ ଅଜ୍ଞାତ ଭୂତାଣୁ ରେ ଘଟିଛି। ଏହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଏହାର ଆବିଷ୍କାର ହେଉଛି ୨୦୧୫ରେ ହୋଇଥିଲା। ତେବେ ଏବେ ଏହା ଯୋଗୁ ପ୍ରଥମ ମୃତ୍ୟୁ ଘଟିଥିବା କୁହାଯାଉଛି।

ଆଲାସ୍କା ପକ୍ସ ଅର୍ଥୋପକ୍ସଭାଇରସ ଦ୍ୱାରା ସୃଷ୍ଟି ହୋଇଥାଏ।ଇଟା ଆକାରର ଭୂତାଣୁ ଯାହା ଉଭୟ ପ୍ରାଣୀ ଏବଂ ମଣିଷକୁ ସଂକ୍ରମିତ କରିପାରେ, ଚର୍ମର କ୍ଷତ କିମ୍ବା ଛୋଟଫୋଟକା ସୃଷ୍ଟି କରିଥାଏ ।

ଏହି ଭୂତାଣୁ ପ୍ରଥମେ ଆଲାସ୍କାର ଫେୟାରବ୍ୟାଙ୍କ ନିକଟରେ ରହୁଥିବା ଜଣେ ମହିଳାଙ୍କଠାରେ ଚିହ୍ନଟ ହୋଇଥିଲା ଏବଂ ଏହା ପରେ ମୁଖ୍ୟତଃ ଚୁଚୁନ୍ଦ୍ରା ପରି କ୍ଷୁଦ୍ର ସ୍ତନ୍ୟପାୟୀ ପ୍ରାଣୀମାନଙ୍କଠାରେ ଦେଖିବାକୁ ମିଳିଥିଲା। ତଥାପି, କୁକୁର ଏବଂ ବିଲେଇ ପରି ଗୃହପାଳିତ ପ୍ରାଣୀମାନେ ମଧ୍ୟ ଏହି ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇପାରନ୍ତି।

ଆଲାସ୍କା ପକ୍ସର ଲକ୍ଷଣଗୁଡ଼ିକ ମଧ୍ୟରେ ଚର୍ମରେ ଏକ ବା ଏକାଧିକ ଫୋଟକା ସହିତ ଗଣ୍ଠି କିମ୍ବା ମାଂସପେଶୀ ଯନ୍ତ୍ରଣା ଏବଂ ଲିମ୍ଫ ନୋଡ ଫୁଲିଯାଇଥାଏ।

ଗତ ନଅ ବର୍ଷ ମଧ୍ୟରେ ଆଲାସ୍କାରେ ହୋଇଥିବା ସାତୋଟି ମାମଲା ମଧ୍ୟରୁ ଅଧିକାଂଶ ସାମାନ୍ୟ ଥିଲା ଯାହା ଚିକିତ୍ସା ବିନା ଭଲ ହୋଇଥିଲା। ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ଥିବା ଲୋକଙ୍କ ପାଇଁ ଏହି ଭୂତାଣୁ ଅଧିକ ବିପଦ ସୃଷ୍ଟି କରିଥାଏ। ସଂକ୍ରମିତ ପ୍ରାଣୀମାନଙ୍କ ସହିତ ସିଧାସଳଖ ଯୋଗାଯୋଗ ମାଧ୍ୟମରେ ଆଲାସ୍କା ପକ୍ସର ସଂକ୍ରମଣ ହୁଏ ବୋଲି ଅନୁମାନ କରାଯାଏ।

ଯଦିଓ ଆଲାସ୍କା ପକ୍ସ କିପରି ବିସ୍ତାର ହୁଏ ତାହା ସ୍ପଷ୍ଟ ନୁହେଁ, ଅନୁସନ୍ଧାନକାରୀମାନେ ଏହା ଜୁନୋଟିକ ହୋଇଥାଇ ପାରେ ବୋଲି ଅନୁମାନ କରୁଛନ୍ତି। ଅର୍ଥତ୍ାତ ଏହା ପ୍ରାଣୀମାନଙ୍କଠାରୁ ମଣିଷ ପର୍ଯ୍ୟନ୍ତ ବିସ୍ତାର ହୋଇପାରେ। ତେଣୁ ଆଲାସ୍କା ପକ୍ସ କ୍ଷତ ଥିବା ବ୍ୟକ୍ତି ଏହାକୁ ସଂକ୍ରମଣର ବିପଦକୁ ହ୍ରାସ କରିବା ପାଇଁ ଏହାକୁ ଏକ ବ୍ୟାଣ୍ଡେଜରେ ଘୋଡାଇବା ଉଚିତ।

ନୂତନ ମାମଲାରେ, ଭାଇରସ କାରଣରୁ ମୃତ୍ୟୁବରଣ କରିଥିବା ବ୍ୟକ୍ତି କର୍କଟ ରୋଗ ଯୋଗୁ ଚିକିତ୍ସିତ ହେଉଥିଲେ, ଏହି କାରଣରୁ ତାଙ୍କର ରୋଗ ପ୍ରତିରୋଧକ ଶକ୍ତି ପ୍ରଭାବିତ ହୋଇଥିଲା। ଆସୋସିଏଟେଡ ପ୍ରେସ ଅନୁଯାୟୀ, ସେପ୍ଟେମ୍ବରରେ ପ୍ରଥମେ ତାଙ୍କ ଡାହାଣ ବାହୁ ତଳେ ଏକ ଲାଲ କ୍ଷତ ଚିହ୍ନଟ ହୋଇଥିଲା। କ୍ରମାଗତ ଥକାପଣ ଏବଂ ଜଳୁଥିବା ଯନ୍ତ୍ରଣା ପାଇଁ ଚିକିତ୍ସିତ ହେଉଥିଲେ। ନଭେମ୍ବରରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ମଧ୍ୟ ପରବର୍ତ୍ତୀ ମାସରେ ତାଙ୍କର ମୃତ୍ୟୁ ହୋଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

“ମହିଳାଙ୍କୁ ବାଧ୍ୟ କରାଯାଇପାରିବ ନାହିଁ”: ନାବାଳିକାଙ୍କୁ ୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୬।୨: ମହିଳାଙ୍କ ପ୍ରଜନନ ସ୍ଵାଧୀନତାକୁ ଗୁରୁତ୍ୱ ଦେଇ ମାନ୍ୟବର ସୁପ୍ରିମକୋର୍ଟ ଶୁକ୍ରବାର ଏକ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି। ଜଣେ ଯୁବତୀଙ୍କୁ ତାଙ୍କ ଇଚ୍ଛା ବିରୁଦ୍ଧରେ ମାତୃତ୍ୱ ଗ୍ରହଣ…

ପାକିସ୍ତାନର ଦୋମୁହାଁ ନୀତି: କ୍ରିକେଟରେ ରାଜନୀତି, ‘ଡଲାର’ ପାଇଁ ଭାରତୀୟ ବଂଶୋଦ୍ଭବଙ୍କୁ ଭବ୍ୟ ସ୍ୱାଗତ

ନୂଆଦିଲ୍ଲୀ,୬।୨: ପାକିସ୍ତାନର ଦୋମୁହାଁ ଚରିତ୍ର ଏବେ ସାରା ବିଶ୍ୱ ଆଗରେ ପୁଣିଥରେ ପ୍ରକଟ ହୋଇଛି। ଗୋଟିଏ ପଟେ ପାକିସ୍ତାନ ଭାରତ ବିରୋଧରେ କ୍ରିକେଟକୁ ଅସ୍ତ୍ର କରି ଟି-୨୦…

ଅବକାରୀ ଥାନାଠାରୁ ଅନତି ଦୂରରେ ଚାଲିଛି ଚୋରାମଦ କାରବାର, ପ୍ରତିବାଦରେ ମହିଳା…

ଧର୍ମଶାଳା,୬ା୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଜାରକା ଅଞ୍ଚଳର ଶତାଧିକ ମହିଳା ଚୋରା ମଦ ବିକ୍ରି ପ୍ରତିବାଦରେ ଧର୍ମଶାଳା ଅବକାରୀ ଥାନା ସମ୍ମୁଖରେ ଧାରଣା ଦେଇଛନ୍ତି। ଜାରକା…

ପ୍ରାକ ବଜେଟ ବୈଠକରେ ହେଲା ଜରୁରୀ ଆଲୋଚନା: ମଧ୍ୟବିତ୍ତଙ୍କ ପାଇଁ ଏଥର ଫୋକସ୍‌ରେ ରହିବ…

ଭୁବନେଶ୍ୱର,୬।୨: ଆସନ୍ତା ୨୦ ଫେବୃୟାରୀରେ ବିଧାନସଭାରେ ରାଜ୍ୟ ବଜେଟ ଉପସ୍ଥାପନ ହେବ। ଏହା ପୂର୍ବରୁ ଓଡ଼ିଶାବାସୀଙ୍କ ଠାରୁ ମଧ୍ୟ ରାୟ ଲୋଡିଛନ୍ତି ରାଜ୍ୟ ସରକାର। ମୁଖ୍ରମନ୍ତ୍ରୀ କହିଛନ୍ତି,…

RCB ମହିଳା ଟିମକୁ ଶୁଭେଚ୍ଛା ଜଣାଉ ଜଣାଉ ପୁରୁଷ ଟିମକୁ ଏମିତି କହିଲେ ବିଜୟ ମାଲ୍ୟା, ଯାହା ହେଉଛି ଭାଇରାଲ

ନୂଆଦିଲ୍ଲୀ,୬।୨: ମହିଳା ପ୍ରିମିୟର ଲିଗ ୨୦୨୬ର ଫାଇନାଲ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରି ଟାଇଟଲ ଜିତିଛି। ସ୍ମୃତି ମନ୍ଧାନାଙ୍କ ନେତୃତ୍ୱରେ RCB…

ଆମେରିକା ସହିତ ‘ସିକ୍ରେଟ୍‌ ଟାରିଫ୍‌ ଡିଲ୍‌’ କରିବାକୁ ଯାଉଛି ବାଂଲାଦେଶ, ଭାରତ ପାଇଁ ବଢିଲା ଟେନସନ୍‌

ନୂଆଦିଲ୍ଲୀ,୬।୨: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ଆମେରିକା ସହିତ ଏକ ଗୁପ୍ତ ଟାରିଫ୍‌ ଚୁକ୍ତି କରିବାକୁ ଯୋଜନା କରୁଛି। ଦେଶର ସଂସଦୀୟ ନିର୍ବାଚନର ମାତ୍ର ତିନି ଦିନ ପୂର୍ବରୁ,…

ଏମିତି ମିଛ କହିଲେ ଟ୍ରମ୍ପ: ପୋଲ୍‌ ଖୋଲି ଦେଲା ଚାଇନା

ଓ୍ବାଶିଂଟନ୍‌,୬।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ଫୋନ କଲ୍‌ ପରେ ଟ୍ରୁଥ ସୋସିଆଲରେ ଏକ ପୋଷ୍ଟରେ ଅନେକ ସାହସିକ ଦାବି…

କୁମୁତାଲପେଟାରେ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୧୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି

ଜେକେପୁର,୬ା୨(ରାଜେଶ ବିଶ୍ୱାଳ): ରାୟଗଡା ବ୍ଲକର କୁମୁତାଲପେଟା ପଞ୍ଚାୟତ ଅନ୍ତର୍ଗତ କୁମୁତାଲପେଟା ଗ୍ରାମରେ ଥିବା ପଞ୍ଚାୟତ କମ୍ପ୍ଲେକ୍ସର ଏକ ଦୋକାନରେ ଶୁକ୍ରବାର ଭୋର୍‌ ସମୟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri