PFରେ କେତେ ଟଙ୍କା ଅଛି ଜାଣିପାରୁନାହାନ୍ତି କି? ଜାଣନ୍ତୁ ସହଜ ଉପାୟ, SMS ସେବା ଯୋଗେ…

ନୂଆଦିଲ୍ଲୀ,୧।୧୦: ଏମ୍ପ୍ଲୟୀଜ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେସନ (ଇପିଏଫ୍‌ଓ) ଏହାର ସଦସ୍ୟମାନଙ୍କୁ ସେମାନଙ୍କର ପିଏଫ୍‌ ବାଲାନ୍ସ ଏବଂ ଶେଷ ଅଂଶଦାନର ସୂଚନା ମିସ୍ଡ କଲ ଜରିଆରେ ପାଇବାର ସୁବିଧା ପ୍ରଦାନ କରୁଛି। ଏହା ପାଇଁ ଆପଣଙ୍କୁ ଆପଣଙ୍କର ରେଜିଷ୍ଟର୍ଡ ମୋବାଇଲ ନମ୍ବରରୁ ୯୯୬୬୦୪୪୪୨୫ ନମ୍ବରକୁ ମିସ୍ଡ କଲ ଦେବାକୁ ହେବ। ଇପିଏଫଓ ସଦସ୍ୟମାନେ ଉମଙ୍ଗ ଆପରେ ନିଜର UAN (ୟୁନିଭର୍ସାଲ ଆକାଉଣ୍ଟ ନମ୍ବର) ସକ୍ରିୟ କରିପାରିବେ। ଏହା ପାଇଁ ବ୍ୟାଙ୍କ ଖାତା, ଆଧାର କିମ୍ବା ପ୍ୟାନ ସହିତ KYC ସମ୍ପୂର୍ଣ୍ଣ ହେବା ଆବଶ୍ୟକ। ମିସ୍ଡ କଲ ଦୁଇ ରିଙ୍ଗ ପରେ ସ୍ବତଃ କଟିଯିବା ଦରକାର। ନିମ୍ନରେ ବିସ୍ତୃତ ଭାବେ ଜାଣନ୍ତୁ। କେଉଁମାନେ ଏହି ସେବା ପାଇପାରିବେ?

ଏହି ସେବାର ଲାଭ ଉଠାଇବା ପାଇଁ କିଛି ଜରୁରୀ ସର୍ତ୍ତ ପୂରଣ କରିବାକୁ ହେବ:ଆପଣଙ୍କର ମୋବାଇଲ ନମ୍ବର UAN ସହିତ ଲିଙ୍କ ହେବା ଆବଶ୍ୟକ।
-ମୋବାଇଲ ନମ୍ବର ଇପିଏଫ୍‌ଓର ଏକୀକୃତ ପୋର୍ଟାଲରେ ରେଜିଷ୍ଟର୍ଡ ଏବଂ ସକ୍ରିୟ ହେବା ଜରୁରୀ।
KYC ଡକ୍ୟୁମେଣ୍ଟ ମଧ୍ୟରୁ ନିମ୍ନଲିଖିତ ଯେକୌଣସି ଏକ ଡକ୍ୟୁମେଣ୍ଟ UAN ସହିତ ଲିଙ୍କ ହେବା ଆବଶ୍ୟକ:ବ୍ୟାଙ୍କ ଖାତା ନମ୍ବର
ଆଧାର (UID)
ପ୍ୟାନ କାର୍ଡ (PAN)

ଯଦି ଉପରୋକ୍ତ ସର୍ତ୍ତଗୁଡ଼ିକ ପୂରଣ ହୋଇଛି, ତେବେ ଆପଣ ମିସ୍ଡ କଲ ସେବାର ଲାଭ ଉଠାଇ ପାରିବେ।
ସେବା କିପରି ବ୍ୟବହାର କରିବେ?
-ରେଜିଷ୍ଟର୍ଡ ମୋବାଇଲ ନମ୍ବରରୁ କଲ କରନ୍ତୁ:
-୯୯୬୬୦୪୪୪୨୫ ନମ୍ବରକୁ ଆପଣଙ୍କର UAN ସହିତ ଲିଙ୍କ ହୋଇଥିବା ମୋବାଇଲ ନମ୍ବରରୁ ମିସ୍ଡ କଲ ଦିଅନ୍ତୁ।
-କଲ ସ୍ବତଃ କଟିଯିବ: ଦୁଇ ରିଙ୍ଗ ପରେ କଲ ଆପେ ଆପେ କଟିଯିବ।
– କଲ ପରେ ଆପଣଙ୍କୁ ଏକ SMS ପ୍ରାପ୍ତ ହେବ, ଯେଉଁଥିରେ ଆପଣଙ୍କର ପିଏଫ ବାଲାନ୍ସ ଏବଂ ଶେଷ ଅଂଶଦାନର ସୂଚନା ଦିଆଯିବ।

କୌଣସି ଶୁଳ୍କ ନାହିଁଏହି ସେବା ସମ୍ପୂର୍ଣ୍ଣ ମାଗଣା:
ଇପିଏଫଓ ଏହି ସେବା ପାଇଁ କୌଣସି ପ୍ରକାର ଶୁଳ୍କ ନେଉନାହିଁ।ଯଦି UAN ସକ୍ରିୟ ନାହିଁ?ଯଦି ଆପଣଙ୍କର UAN ସକ୍ରିୟ ନାହିଁ, ତେବେ ଏହି ସେବା କାମ କରିବ ନାହିଁ। ଏପରି ପରିସ୍ଥିତିରେ ପ୍ରଥମେ ଆପଣଙ୍କର UAN ସକ୍ରିୟ କରନ୍ତୁ।

UAN ସକ୍ରିୟ କରିବାର ପ୍ରକ୍ରିୟା:
-ଇପିଏଫଓ େଓୱବସାଇଟରେ ଯାଆନ୍ତୁ: ଇପିଏଫ୍‌ଓର ଅଫିସିଆଲ ୱେବସାଇଟ https://unifiedportal-mem.epfindia.gov.in/memberinterface/ ଖୋଲନ୍ତୁ।
-ଆପଣଙ୍କର UAN ଏବଂ ପାସୱାର୍ଡ ପ୍ରବେଶ କରନ୍ତୁ।

KYC ସମ୍ପୂର୍ଣ୍ଣ କରନ୍ତୁ: ‘Manage’ ସେକ୍ସନକୁ ଯାଇ ଆଧାର, ପ୍ୟାନ ଏବଂ ବ୍ୟାଙ୍କ ଖାତା ଲିଙ୍କ କରନ୍ତୁ।

ବୈକଳ୍ପିକ ଉପାୟ:
ଉମଙ୍ଗ ଆପ ଡାଉନଲୋଡ କରନ୍ତୁ।
ଆପରେ ଇପିଏଫଓ ସେକ୍ସନକୁ ଯାଆନ୍ତୁ।
‘UAN Activation’ ବିକଳ୍ପ ଚୟନ କରନ୍ତୁ।
ମାଗିଥିବା ସୂଚନା ପୂରଣ କରନ୍ତୁ।
OTP ପଠାନ୍ତୁ ଏବଂ ପ୍ରମାଣୀକରଣ ସମ୍ପୂର୍ଣ୍ଣ କରନ୍ତୁ।

ଏହି ସେବା ମାଧ୍ୟମରେ ଇପିଏଫଓ ସଦସ୍ୟମାନେ ସହଜରେ ନିଜର ପିଏଫ ବାଲାନ୍ସ ଏବଂ ଅଂଶଦାନ ସୂଚନା ପାଇପାରିବେ।

 


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri