ସଦସ୍ୟଙ୍କୁ ବଡ଼ ଝଟ୍‌କା ଦେଲା EPFO: ଏଣିକି ଚାକିରି ଯିବା ପରେ ପରେ କାଢ଼ି ପାରିବେ ନାହିଁ PFର…

ନୂଆଦିଲ୍ଲୀ,୧୫।୧୦: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫ୍‌ଓ) ଏହାର ସଦସ୍ୟଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଘୋଷଣା କରିଛି। ଏବେ ବେରୋଜଗାର ସଦସ୍ୟମାନେ ସେମାନଙ୍କର ଭବିଷ୍ୟ ନିଧି (ଇପିଏଫ୍‌) ଓ ପେନସନ୍‌ ଖାତା (ଇପିଏସ୍‌)ରୁ ସମ୍ପୂର୍ଣ୍ଣ ରାଶି ନିକାସୀ ପୂର୍ବ ଅପେକ୍ଷା ଅଧିକ ସମୟ ପରେ କରିପାରିବେ। ଏହି ନିଷ୍ପତ୍ତି ଇପିଏଫ୍‌ଓର କେନ୍ଦ୍ରୀୟ ନ୍ୟାସୀ ମଣ୍ଡଳୀ (ସିବିଟି) ବୈଠକରେ ନିଆଯାଇଛି, ଯାହାର ଅଧ୍ୟକ୍ଷତା କେନ୍ଦ୍ରୀୟ ଶ୍ରମ ମନ୍ତ୍ରୀ ମନସୁଖ ମାଣ୍ଡଭିୟା କରିଥିଲେ।

ଏବେ ଇପିଏଫଓ ସଦସ୍ୟମାନେ ବେରୋଜଗାର ହେବାର ୧୨ ମାସ ପରେ ଭବିଷ୍ୟ ନିଧିରୁ ସମ୍ପୂର୍ଣ୍ଣ ଟଙ୍କା ବାହାର କରିପାରିବେ, ଯାହା ପୂର୍ବରୁ ମାତ୍ର ୨ ମାସ ଥିଲା। ସେହିପରି, ପେନସନ ଖାତାରୁ ସମ୍ପୂର୍ଣ୍ଣ ଟଙ୍କା ବାହାର କରିବାର ସମୟସୀମା ୨ ମାସକୁ ବୃଦ୍ଧି କରି ୩୬ ମାସ କରାଯାଇଛି। ଏହି ପଦକ୍ଷେପ ଔପଚାରିକ କ୍ଷେତ୍ରର ଶ୍ରମିକଙ୍କୁ ଦିଆଯାଉଥିବା ସାମାଜିକ ସୁରକ୍ଷାକୁ ଆହୁରି ମଜବୁତ କରିବା ଲକ୍ଷ୍ୟରେ ନିଆଯାଇଛି।

ଏକ ନ୍ୟୁଜ ଏଜେନ୍ସି ଅନୁସାରେ, ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଅଧିକାଂଶ ଯୁବକ ରୋଜଗାର ହରାଇବା ସମୟରେ ତରବରିଆ ଭାବେ ସେମାନଙ୍କର ସମ୍ପୂର୍ଣ୍ଣ ଟଙ୍କା ବାହାର କରିନିଅନ୍ତି। ପରେ ଯେତେବେଳେ ସେମାନେ ପୁନଃ କାର୍ଯ୍ୟରେ ନିୟୋଜିତ ହୁଅନ୍ତି, ସେତେବେଳେ ପେନସନ ପାଇଁ ଆବଶ୍ୟକ ୧୦ ବର୍ଷର ନ୍ୟୂନତମ ସେବା ଅବଧୀ ପୂରଣ କରିପାରନ୍ତି ନାହିଁ। ଏହି ପରିବର୍ତ୍ତନର ଉଦ୍ଦେଶ୍ୟ ହେଉଛି ସଦସ୍ୟମାନଙ୍କୁ ସେମାନଙ୍କର ପେନସନ ଲାଗି ଯୋଗ୍ୟତା ଓ ଭବିଷ୍ୟତ ସଞ୍ଚୟରୁ ବଞ୍ଚିତ ହେବାରୁ ରକ୍ଷା କରିବା।

ଯେଉଁଠି ସମ୍ପୂର୍ଣ୍ଣ ଟଙ୍କା ବାହାର କରିବାର ସମୟସୀମା ବୃଦ୍ଧି କରାଯାଇଛି, ସେଠାରେ ଆଂଶିକ ଟଙ୍କା ବାହାର କରିବାର ନିୟମକୁ ସହଜ କରାଯାଇଛି। ଏବେ ସଦସ୍ୟମାନେ ସେମାନଙ୍କର ଆବଶ୍ୟକତା ଅନୁଯାୟୀ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ଆଂଶିକ ନିକାସୀ କରିପାରିବେ। ତେବେ, ଏହି ନିୟମ ରହିଛି ଯେ ସଦସ୍ୟଙ୍କୁ ସେମାନଙ୍କର ଯୋଗଦାନର ଅତି କମ ୨୫ ପ୍ରତିଶତ ରାଶି ଖାତାରେ ରଖିବାକୁ ହେବ।

ମନ୍ତ୍ରଣାଳୟ କହିଛି ଯେ ଏହି ପଦକ୍ଷେପ ସଦସ୍ୟମାନଙ୍କୁ କେବଳ ତୁରନ୍ତ ଆର୍ଥିକ ଆବଶ୍ୟକତା ପୂରଣ କରିବାରେ ସୁବିଧା ଦେବ ନାହିଁ, ବରଂ ଦୀର୍ଘ ଅବଧିରେ ଉଚ୍ଚ ସୁଧ ହାର ଓ ଚକ୍ରବୃଦ୍ଧି ଲାଭର ସୁବିଧା ମଧ୍ୟ ସୁନିଶ୍ଚିତ କରିବ। ଏହାଦ୍ୱାରା ଅବସର ସମୟରେ ସେମାନଙ୍କ ପାଖରେ ଏକ ସୁରକ୍ଷିତ ଓ ବୃହତ ସଞ୍ଚୟ ରାଶି ଉପଲବ୍ଧ ହେବ। ଏହି ପରିବର୍ତ୍ତନ ଇପିଏଫଓ ସଦସ୍ୟଙ୍କ ହିତ ପାଇଁ ନିଆଯାଇଥିବା ଏକ ଦୂରଦୃଷ୍ଟି ସମ୍ପନ୍ନ ନିଷ୍ପତ୍ତି, ଯାହା ସେମାନଙ୍କୁ ଅଳ୍ପ କାଳୀନ ଆବଶ୍ୟକତା ଓ ଦୀର୍ଘକାଳୀନ ସୁରକ୍ଷା ମଧ୍ୟରେ ସନ୍ତୁଳନ ରକ୍ଷା କରିବାରେ ସାହାଯ୍ୟ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡୋ-ପ୍ରଶାନ୍ତ ମହାସାଗରରେ ଧମକ ଦେଲା ଭାରତ, ଦମ୍‌ ଦେଖାଇଲା INS ନୀଳଗିରି

ନୂଆଦିଲ୍ଲୀ,୨୨।୩: ଭାରତ-ପ୍ରଶାନ୍ତ (ଇଣ୍ଡୋ-ପ୍ୟାସିଫିକ)ମହାସାଗରୀୟ କ୍ଷେତ୍ରରେ ଭାରତର ବଢୁଥିବା ଶକ୍ତି ଏବେ ସ୍ପଷ୍ଟ ଭାବରେ ଦେଖା ଗଲାଣି। ଭାରତୀୟ ନୌସେନାର ଉଚ୍ଚ-ପ୍ରଯୁକ୍ତି ଯୁଦ୍ଧଜାହାଜ, INS ନୀଳଗିରି, ଅଷ୍ଟ୍ରେଲିଆରେ ଚାଲିଥିବା…

Modi Govt Plan-B ଆକ୍ଟିଭ! ଇନ୍ଧନ ଯୋଗାଣ, ଜାହାଜ ପରିବହନ ସୁରକ୍ଷା ଉପରେ ଦୃଢ ମନୋଭାବ ପୋଷଣ କଲା ଭାରତ, ହର୍ମୁଜ ଷ୍ଟ୍ରେଟରେ କଡ଼ା ନଜର

ନୂଆଦିଲ୍ଲୀ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଶକ୍ତି ପ୍ରତିଷ୍ଠାନ ଉପରେ ଆକ୍ରମଣ ବିଶ୍ୱ ଉତ୍ତେଜନାକୁ ଏକ ଗୁରୁତର ସ୍ତରକୁ ବୃଦ୍ଧି କରିଛି।…

ଖୁସି ଖବର: ଭାରତ ପହଞ୍ଚିଲା ଆମେରିକାର LPG ଜାହାଜ, ପ୍ରଥମେ ରୁଷିଆ ତେଲ ଟ୍ୟାଙ୍କର ଆଉ ଏବେ…

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ପରେ, ବିଶ୍ୱ ତୈଳ ସଙ୍କଟ ଆହୁରି ଘନିଷ୍ଠ ହୋଇଛି। ଇରାନର ହର୍ମୁଜ ପ୍ରଣାଳୀ ଉପରେ ପହରାଦେବା ଜାହାଜଗୁଡ଼ିକୁ ସମୁଦ୍ରରେ ରହିବାକୁ ବାଧ୍ୟ କରିଛି।…

ବଢିବ କି ପେଟ୍ରୋଲ-ଡିଜେଲ ମୂଲ୍ୟ? କେନ୍ଦ୍ର ସରକାର ଦେଲେ ବଡ଼ ସୂଚନା

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ, ହର୍ମୁଜ ପ୍ରଣାଳୀକୁ ନେଇ ଉତ୍ତେଜନା ବୃଦ୍ଧି ପାଇଛି। ହର୍ମୁଜ ପ୍ରଣାଳୀ ସମ୍ପୂର୍ଣ୍ଣ ବନ୍ଦ ହୋଇପାରେ ବୋଲି ଆଲୋଚନା ହେଉଛି। ଏହା ଭବିଷ୍ୟତରେ…

ଭାରତୀୟ ରାଜନୀତିରେ ଇତିହାସ ସୃଷ୍ଟି କଲେ ପ୍ରଧାନମନ୍ତ୍ରୀ ମୋଦି, ନିଜ ନାଁରେ କଲେ ଆଉ ଏକ ରେକର୍ଡ

ନୂଆଦିଲ୍ଲୀ,୨୨।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭାରତୀୟ ରାଜନୀତିରେ ଇତିହାସ ସୃଷ୍ଟି କରିଛନ୍ତି। ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ଭାବରେ ତାଙ୍କର କାର୍ଯ୍ୟକାଳକୁ ମିଶାଇ ମୋଟ…

ଏପ୍ରିଲ ପହିଲାରୁ ATM ବ୍ୟବହାର ହୋଇଯିବ ମହଙ୍ଗା, ଜାଣିରଖନ୍ତୁ ନୂଆ ନିୟମ, ନଚେତ…

ନୂଆଦିଲ୍ଲୀ,୨୨।୩: ନୂତନ ଆର୍ଥିକ ବର୍ଷ ଆରମ୍ଭରୁ ସାଧାରଣ ଗ୍ରାହକଙ୍କ ପାଇଁ ବ୍ୟାଙ୍କିଙ୍ଗ ନିୟମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଏପ୍ରିଲ ୧ ତାରିଖରୁ ATMରୁ ଟଙ୍କା ଉଠାଣ,…

କ୍ୟୁବାରେ ଘୋଟିଗଲା ଘନ ଅନ୍ଧାର, ଦେଶବ୍ୟାପୀ ବ୍ଲାକ ଆଉଟ, ଏଥିପାଇଁ ଟ୍ରମ୍ପ ଦାୟୀ?

ହାଭାନା,୨୨।୩: ଶନିବାର ଦିନ, କ୍ୟୁବାର ସମ୍ପୂର୍ଣ୍ଣ ବିଦ୍ୟୁତ ଗ୍ରୀଡ ପୁଣି ଥରେ ଭାଙ୍ଗି ପଡ଼ିଲା, ଯାହା ଫଳରେ ସାରା ଦେଶରେ ପ୍ରାୟ ୧୧ ନିୟୁତ ଲୋକ ଅନ୍ଧାରରେ…

ଏଣିକି ୨ମିନିଟ୍‌ରେ ମିଳିବ ସିଲିଣ୍ଡର, ବୁକିଂ କରିବା ପୂର୍ୱରୁ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ଏବେ ସାରା ଭାରତର ପରିବାରର ରୋଷେଇ ଘରେ ପଡ଼ିବା ଆରମ୍ଭ ହୋଇଛି। ଯେହେତୁ ଭାରତ ଏହାର ପ୍ରାୟ 60 ପ୍ରତିଶତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri