ସଦସ୍ୟଙ୍କୁ ବଡ଼ ଝଟ୍‌କା ଦେଲା EPFO: ଏଣିକି ଚାକିରି ଯିବା ପରେ ପରେ କାଢ଼ି ପାରିବେ ନାହିଁ PFର…

ନୂଆଦିଲ୍ଲୀ,୧୫।୧୦: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫ୍‌ଓ) ଏହାର ସଦସ୍ୟଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଘୋଷଣା କରିଛି। ଏବେ ବେରୋଜଗାର ସଦସ୍ୟମାନେ ସେମାନଙ୍କର ଭବିଷ୍ୟ ନିଧି (ଇପିଏଫ୍‌) ଓ ପେନସନ୍‌ ଖାତା (ଇପିଏସ୍‌)ରୁ ସମ୍ପୂର୍ଣ୍ଣ ରାଶି ନିକାସୀ ପୂର୍ବ ଅପେକ୍ଷା ଅଧିକ ସମୟ ପରେ କରିପାରିବେ। ଏହି ନିଷ୍ପତ୍ତି ଇପିଏଫ୍‌ଓର କେନ୍ଦ୍ରୀୟ ନ୍ୟାସୀ ମଣ୍ଡଳୀ (ସିବିଟି) ବୈଠକରେ ନିଆଯାଇଛି, ଯାହାର ଅଧ୍ୟକ୍ଷତା କେନ୍ଦ୍ରୀୟ ଶ୍ରମ ମନ୍ତ୍ରୀ ମନସୁଖ ମାଣ୍ଡଭିୟା କରିଥିଲେ।

ଏବେ ଇପିଏଫଓ ସଦସ୍ୟମାନେ ବେରୋଜଗାର ହେବାର ୧୨ ମାସ ପରେ ଭବିଷ୍ୟ ନିଧିରୁ ସମ୍ପୂର୍ଣ୍ଣ ଟଙ୍କା ବାହାର କରିପାରିବେ, ଯାହା ପୂର୍ବରୁ ମାତ୍ର ୨ ମାସ ଥିଲା। ସେହିପରି, ପେନସନ ଖାତାରୁ ସମ୍ପୂର୍ଣ୍ଣ ଟଙ୍କା ବାହାର କରିବାର ସମୟସୀମା ୨ ମାସକୁ ବୃଦ୍ଧି କରି ୩୬ ମାସ କରାଯାଇଛି। ଏହି ପଦକ୍ଷେପ ଔପଚାରିକ କ୍ଷେତ୍ରର ଶ୍ରମିକଙ୍କୁ ଦିଆଯାଉଥିବା ସାମାଜିକ ସୁରକ୍ଷାକୁ ଆହୁରି ମଜବୁତ କରିବା ଲକ୍ଷ୍ୟରେ ନିଆଯାଇଛି।

ଏକ ନ୍ୟୁଜ ଏଜେନ୍ସି ଅନୁସାରେ, ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଅଧିକାଂଶ ଯୁବକ ରୋଜଗାର ହରାଇବା ସମୟରେ ତରବରିଆ ଭାବେ ସେମାନଙ୍କର ସମ୍ପୂର୍ଣ୍ଣ ଟଙ୍କା ବାହାର କରିନିଅନ୍ତି। ପରେ ଯେତେବେଳେ ସେମାନେ ପୁନଃ କାର୍ଯ୍ୟରେ ନିୟୋଜିତ ହୁଅନ୍ତି, ସେତେବେଳେ ପେନସନ ପାଇଁ ଆବଶ୍ୟକ ୧୦ ବର୍ଷର ନ୍ୟୂନତମ ସେବା ଅବଧୀ ପୂରଣ କରିପାରନ୍ତି ନାହିଁ। ଏହି ପରିବର୍ତ୍ତନର ଉଦ୍ଦେଶ୍ୟ ହେଉଛି ସଦସ୍ୟମାନଙ୍କୁ ସେମାନଙ୍କର ପେନସନ ଲାଗି ଯୋଗ୍ୟତା ଓ ଭବିଷ୍ୟତ ସଞ୍ଚୟରୁ ବଞ୍ଚିତ ହେବାରୁ ରକ୍ଷା କରିବା।

ଯେଉଁଠି ସମ୍ପୂର୍ଣ୍ଣ ଟଙ୍କା ବାହାର କରିବାର ସମୟସୀମା ବୃଦ୍ଧି କରାଯାଇଛି, ସେଠାରେ ଆଂଶିକ ଟଙ୍କା ବାହାର କରିବାର ନିୟମକୁ ସହଜ କରାଯାଇଛି। ଏବେ ସଦସ୍ୟମାନେ ସେମାନଙ୍କର ଆବଶ୍ୟକତା ଅନୁଯାୟୀ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ଆଂଶିକ ନିକାସୀ କରିପାରିବେ। ତେବେ, ଏହି ନିୟମ ରହିଛି ଯେ ସଦସ୍ୟଙ୍କୁ ସେମାନଙ୍କର ଯୋଗଦାନର ଅତି କମ ୨୫ ପ୍ରତିଶତ ରାଶି ଖାତାରେ ରଖିବାକୁ ହେବ।

ମନ୍ତ୍ରଣାଳୟ କହିଛି ଯେ ଏହି ପଦକ୍ଷେପ ସଦସ୍ୟମାନଙ୍କୁ କେବଳ ତୁରନ୍ତ ଆର୍ଥିକ ଆବଶ୍ୟକତା ପୂରଣ କରିବାରେ ସୁବିଧା ଦେବ ନାହିଁ, ବରଂ ଦୀର୍ଘ ଅବଧିରେ ଉଚ୍ଚ ସୁଧ ହାର ଓ ଚକ୍ରବୃଦ୍ଧି ଲାଭର ସୁବିଧା ମଧ୍ୟ ସୁନିଶ୍ଚିତ କରିବ। ଏହାଦ୍ୱାରା ଅବସର ସମୟରେ ସେମାନଙ୍କ ପାଖରେ ଏକ ସୁରକ୍ଷିତ ଓ ବୃହତ ସଞ୍ଚୟ ରାଶି ଉପଲବ୍ଧ ହେବ। ଏହି ପରିବର୍ତ୍ତନ ଇପିଏଫଓ ସଦସ୍ୟଙ୍କ ହିତ ପାଇଁ ନିଆଯାଇଥିବା ଏକ ଦୂରଦୃଷ୍ଟି ସମ୍ପନ୍ନ ନିଷ୍ପତ୍ତି, ଯାହା ସେମାନଙ୍କୁ ଅଳ୍ପ କାଳୀନ ଆବଶ୍ୟକତା ଓ ଦୀର୍ଘକାଳୀନ ସୁରକ୍ଷା ମଧ୍ୟରେ ସନ୍ତୁଳନ ରକ୍ଷା କରିବାରେ ସାହାଯ୍ୟ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

ଜାନୁୟାରୀ ୮ରୁ ଶ୍ରୀରାମଚରିତ ମାନସ ପାରାୟଣ: ଯୋଗଦେବେ ସୁନାମଧନ୍ୟ ପ୍ରବକ୍ତା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଡ଼ ବ୍ରାହ୍ମଣସାହି ସ୍ଥିତ ଶ୍ରୀ ଗୋପାଳଜୀ ମଠ ପରିସରରେ ରବିବାର ଶ୍ରୀ ରାମଦୟା ପରିଷଦ ଦିଗପହଣ୍ଡି ଶାଖା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri