ଏହି ନିୟମକୁ ବଦଳାଇଲା EPFO, ଏବେ ନିଯୁକ୍ତିଦାତାଙ୍କ ଆବଶ୍ୟକତା ରହିବ ନାହିଁ…

ନୂଆଦିଲ୍ଲୀ,୬।୩: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (EPFO) ସଦସ୍ୟଙ୍କ ପ୍ରୋଫାଇଲ ଅପଡେଟ୍‌ କରିବା ପାଇଁ ଥିବା ନିୟମରେ ପରିବର୍ତ୍ତନ କରିଛି। ନୂତନ ପରିବର୍ତ୍ତନ ସହିତ EPF ସଦସ୍ୟମାନେ କୌଣସି ଡକ୍ୟୁମେଣ୍ଟ ଅପଲୋଡ ନକରି ବ୍ୟକ୍ତିଗତ ବିବରଣୀ ସହିତ ସେମାନଙ୍କର ଆଧାର ଲିଙ୍କ ୟୁନିଭର୍ସାଲ ଆକାଉଣ୍ଟ ନମ୍ବର (UAN)କୁ ଅପଡେଟ କରିପାରିବେ।
ଯଦି UAN ଆଧାର ମାଧ୍ୟମରେ ବୈଧ ହୁଏ, ତେବେ EPF ସଦସ୍ୟ କୌଣସି ଡକ୍ୟୁମେଣ୍ଟ ଅପଲୋଡ ନ କରି ନାମ, ଜନ୍ମ ତାରିଖ, ଲିଙ୍ଗ, ଜାତୀୟତା, ପିତା କିମ୍ବା ମାତାଙ୍କ ନାମ, ବୈବାହିକ ସ୍ଥିତି, ପତି କିମ୍ବା ପତ୍ନୀଙ୍କ ନାମ, ଯୋଗଦାନ ତାରିଖ ଏବଂ ଛାଡିବା ତାରିଖ ପରି ବ୍ୟକ୍ତିଗତ ବିବରଣୀ ସହିତ ତାଙ୍କର ପ୍ରୋଫାଇଲକୁ ଅପଡେଟ୍‌ କରିପାରିବେ। ପୂର୍ବରୁ ସଦସ୍ୟମାନଙ୍କୁ ସେମାନଙ୍କର ପ୍ରୋଫାଇଲ ଅପଡେଟ କରିବା ପାଇଁ ନିଯୁକ୍ତିଦାତାଙ୍କ ଠାରୁ ଅନୁମୋଦନ ନେବାକୁ ପଡୁଥିଲା, ଯାହା ଫଳରେ ହାରାହାରି ପ୍ରାୟ ୨୮ ଦିନ ବିଳମ୍ବ ହେଉଥିଲା।
EPFOର ଏକ ବିବୃତ୍ତି ଅନୁଯାୟୀ, ୨୦୨୪-୨୫ ଆର୍ଥିକ ବର୍ଷରେ ନିଯୁକ୍ତିଦାତାଙ୍କ ମାଧ୍ୟମରେ EPFO ଦ୍ୱାରା ପ୍ରାପ୍ତ ମୋଟ ୮ ଲକ୍ଷ ସଂଶୋଧନ ଅନୁରୋଧ ମଧ୍ୟରୁ ପ୍ରାୟ ୪୫ ପ୍ରତିଶତକୁ ଏବେ ସଦସ୍ୟମାନେ ନିଜେ ଅନୁମୋଦନ କରିପାରିବେ, ସେ ବି ନିଯୁକ୍ତିଦାତା କିମ୍ବା EPFOର ଅନୁମୋଦନ ବିନା। କିନ୍ତୁ ଏହା ମନେ ରଖିବା ଗୁରୁତ୍ୱପୂର୍ଣ୍ଣ ଯେ ଯଦି UAN ୧ ଅକ୍ଟୋବର ୨୦୧୭ ପୂର୍ବରୁ ଜାରି କରାଯାଇଛି, ତେବେ ପ୍ରୋଫାଇଲରେ ଯେକୌଣସି ଅପଡେଟ୍‌ ପାଇଁ ନିଯୁକ୍ତିଦାତାଙ୍କ ଅନୁମୋଦନ ଆବଶ୍ୟକ ହେବ।
ସେହିଭଳି ଯେକୌଣସି ଅପଡେଟ କିମ୍ବା ଉଠାଣ ପାଇଁ ସଦସ୍ୟମାନଙ୍କୁ ସେମାନଙ୍କର ଆଧାର ଏବଂ ପ୍ୟାନ୍‌କୁ ସେମାନଙ୍କର EPF ଆକାଉଣ୍ଟ ସହିତ ଲିଙ୍କ କରିବାକୁ ପଡିବ। ଯଦି EPF ବିବରଣୀ ଏବଂ ଆଧାର ମଧ୍ୟରେ କୌଣସି ସମସ୍ୟା ଥାଏ, ତେବେ ଅନୁମୋଦନରେ ବିଳମ୍ବ ହୋଇପାରେ। ଏପରି ପରିସ୍ଥିତିରେ ନିଯୁକ୍ତିଦାତା ଏବଂ EPFOର ଅନୁମୋଦନ ଉପରେ ନିର୍ଭର କରି କିଛି ସପ୍ତାହ ଲାଗିପାରେ।
EPF ପ୍ରୋଫାଇଲ କିପରି ଅପଡେଟ କରିବେ?
-ସର୍ବପ୍ରଥମେ, EPFର ଅଫିସିଆଲ ୱେବସାଇଟ www.epfindia.gov.in ପୋର୍ଟାଲ କୁ ଯାଆନ୍ତୁ।
-ତା’ପରେ UAN ନମ୍ବର, ପାସୱାର୍ଡ ଏବଂ କ୍ୟାପଚା ଭଳି ବିବରଣୀ ପୂରଣ କରି ସଦସ୍ୟ ପୋର୍ଟାଲରେ ଲଗ ଇନ କରନ୍ତୁ।
-ଏହା ପରେ, ମେନୁରେ ଉପରେ ଦିଆଯାଇଥିବା ’ପରିଚାଳନା’ ବିକଳ୍ପ ଉପରେ କ୍ଲିକ କରନ୍ତୁ।
-’ମୌଳିକ ବିବରଣୀ ପରିବର୍ତ୍ତନ କରନ୍ତୁ’ ବିକଳ୍ପ ଉପରେ କ୍ଲିକ କରନ୍ତୁ।
-ଏହା ପରେ ଆପଣଙ୍କ ଆଧାର କାର୍ଡ ଅନୁସାରେ ବ୍ୟକ୍ତିଗତ ବିବରଣୀ ପ୍ରବେଶ କରନ୍ତୁ ଏବଂ ଦାଖଲ କରନ୍ତୁ।
-‘track request’ ବିକଳ୍ପ ବ୍ୟବହାର କରି ପ୍ରୋଫାଇଲ ଅପଡେସନ୍‌ ପ୍ରକ୍ରିୟାକୁ ଟ୍ରାକ୍‌ କରନ୍ତୁ।

Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

ଜାନୁୟାରୀ ୮ରୁ ଶ୍ରୀରାମଚରିତ ମାନସ ପାରାୟଣ: ଯୋଗଦେବେ ସୁନାମଧନ୍ୟ ପ୍ରବକ୍ତା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଡ଼ ବ୍ରାହ୍ମଣସାହି ସ୍ଥିତ ଶ୍ରୀ ଗୋପାଳଜୀ ମଠ ପରିସରରେ ରବିବାର ଶ୍ରୀ ରାମଦୟା ପରିଷଦ ଦିଗପହଣ୍ଡି ଶାଖା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri