ଏହି ନିୟମକୁ ବଦଳାଇଲା EPFO, ଏବେ ନିଯୁକ୍ତିଦାତାଙ୍କ ଆବଶ୍ୟକତା ରହିବ ନାହିଁ…

ନୂଆଦିଲ୍ଲୀ,୬।୩: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (EPFO) ସଦସ୍ୟଙ୍କ ପ୍ରୋଫାଇଲ ଅପଡେଟ୍‌ କରିବା ପାଇଁ ଥିବା ନିୟମରେ ପରିବର୍ତ୍ତନ କରିଛି। ନୂତନ ପରିବର୍ତ୍ତନ ସହିତ EPF ସଦସ୍ୟମାନେ କୌଣସି ଡକ୍ୟୁମେଣ୍ଟ ଅପଲୋଡ ନକରି ବ୍ୟକ୍ତିଗତ ବିବରଣୀ ସହିତ ସେମାନଙ୍କର ଆଧାର ଲିଙ୍କ ୟୁନିଭର୍ସାଲ ଆକାଉଣ୍ଟ ନମ୍ବର (UAN)କୁ ଅପଡେଟ କରିପାରିବେ।
ଯଦି UAN ଆଧାର ମାଧ୍ୟମରେ ବୈଧ ହୁଏ, ତେବେ EPF ସଦସ୍ୟ କୌଣସି ଡକ୍ୟୁମେଣ୍ଟ ଅପଲୋଡ ନ କରି ନାମ, ଜନ୍ମ ତାରିଖ, ଲିଙ୍ଗ, ଜାତୀୟତା, ପିତା କିମ୍ବା ମାତାଙ୍କ ନାମ, ବୈବାହିକ ସ୍ଥିତି, ପତି କିମ୍ବା ପତ୍ନୀଙ୍କ ନାମ, ଯୋଗଦାନ ତାରିଖ ଏବଂ ଛାଡିବା ତାରିଖ ପରି ବ୍ୟକ୍ତିଗତ ବିବରଣୀ ସହିତ ତାଙ୍କର ପ୍ରୋଫାଇଲକୁ ଅପଡେଟ୍‌ କରିପାରିବେ। ପୂର୍ବରୁ ସଦସ୍ୟମାନଙ୍କୁ ସେମାନଙ୍କର ପ୍ରୋଫାଇଲ ଅପଡେଟ କରିବା ପାଇଁ ନିଯୁକ୍ତିଦାତାଙ୍କ ଠାରୁ ଅନୁମୋଦନ ନେବାକୁ ପଡୁଥିଲା, ଯାହା ଫଳରେ ହାରାହାରି ପ୍ରାୟ ୨୮ ଦିନ ବିଳମ୍ବ ହେଉଥିଲା।
EPFOର ଏକ ବିବୃତ୍ତି ଅନୁଯାୟୀ, ୨୦୨୪-୨୫ ଆର୍ଥିକ ବର୍ଷରେ ନିଯୁକ୍ତିଦାତାଙ୍କ ମାଧ୍ୟମରେ EPFO ଦ୍ୱାରା ପ୍ରାପ୍ତ ମୋଟ ୮ ଲକ୍ଷ ସଂଶୋଧନ ଅନୁରୋଧ ମଧ୍ୟରୁ ପ୍ରାୟ ୪୫ ପ୍ରତିଶତକୁ ଏବେ ସଦସ୍ୟମାନେ ନିଜେ ଅନୁମୋଦନ କରିପାରିବେ, ସେ ବି ନିଯୁକ୍ତିଦାତା କିମ୍ବା EPFOର ଅନୁମୋଦନ ବିନା। କିନ୍ତୁ ଏହା ମନେ ରଖିବା ଗୁରୁତ୍ୱପୂର୍ଣ୍ଣ ଯେ ଯଦି UAN ୧ ଅକ୍ଟୋବର ୨୦୧୭ ପୂର୍ବରୁ ଜାରି କରାଯାଇଛି, ତେବେ ପ୍ରୋଫାଇଲରେ ଯେକୌଣସି ଅପଡେଟ୍‌ ପାଇଁ ନିଯୁକ୍ତିଦାତାଙ୍କ ଅନୁମୋଦନ ଆବଶ୍ୟକ ହେବ।
ସେହିଭଳି ଯେକୌଣସି ଅପଡେଟ କିମ୍ବା ଉଠାଣ ପାଇଁ ସଦସ୍ୟମାନଙ୍କୁ ସେମାନଙ୍କର ଆଧାର ଏବଂ ପ୍ୟାନ୍‌କୁ ସେମାନଙ୍କର EPF ଆକାଉଣ୍ଟ ସହିତ ଲିଙ୍କ କରିବାକୁ ପଡିବ। ଯଦି EPF ବିବରଣୀ ଏବଂ ଆଧାର ମଧ୍ୟରେ କୌଣସି ସମସ୍ୟା ଥାଏ, ତେବେ ଅନୁମୋଦନରେ ବିଳମ୍ବ ହୋଇପାରେ। ଏପରି ପରିସ୍ଥିତିରେ ନିଯୁକ୍ତିଦାତା ଏବଂ EPFOର ଅନୁମୋଦନ ଉପରେ ନିର୍ଭର କରି କିଛି ସପ୍ତାହ ଲାଗିପାରେ।
EPF ପ୍ରୋଫାଇଲ କିପରି ଅପଡେଟ କରିବେ?
-ସର୍ବପ୍ରଥମେ, EPFର ଅଫିସିଆଲ ୱେବସାଇଟ www.epfindia.gov.in ପୋର୍ଟାଲ କୁ ଯାଆନ୍ତୁ।
-ତା’ପରେ UAN ନମ୍ବର, ପାସୱାର୍ଡ ଏବଂ କ୍ୟାପଚା ଭଳି ବିବରଣୀ ପୂରଣ କରି ସଦସ୍ୟ ପୋର୍ଟାଲରେ ଲଗ ଇନ କରନ୍ତୁ।
-ଏହା ପରେ, ମେନୁରେ ଉପରେ ଦିଆଯାଇଥିବା ’ପରିଚାଳନା’ ବିକଳ୍ପ ଉପରେ କ୍ଲିକ କରନ୍ତୁ।
-’ମୌଳିକ ବିବରଣୀ ପରିବର୍ତ୍ତନ କରନ୍ତୁ’ ବିକଳ୍ପ ଉପରେ କ୍ଲିକ କରନ୍ତୁ।
-ଏହା ପରେ ଆପଣଙ୍କ ଆଧାର କାର୍ଡ ଅନୁସାରେ ବ୍ୟକ୍ତିଗତ ବିବରଣୀ ପ୍ରବେଶ କରନ୍ତୁ ଏବଂ ଦାଖଲ କରନ୍ତୁ।
-‘track request’ ବିକଳ୍ପ ବ୍ୟବହାର କରି ପ୍ରୋଫାଇଲ ଅପଡେସନ୍‌ ପ୍ରକ୍ରିୟାକୁ ଟ୍ରାକ୍‌ କରନ୍ତୁ।

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?