ଇପିଏଫଓ: ୬.୫ କୋଟି କର୍ମଚାରୀଙ୍କୁ ମିଳିବ ରକ୍ଷାବନ୍ଧନ ଉପହାର,୮.୧୫ ପ୍ରତିଶତ ସୁଧ ଆକାଉଣ୍ଟରେ ହେବ ଜମା…

ନୂଆଦିଲ୍ଲୀ,୨୩।୮ : ଏଥର ରକ୍ଷାବନ୍ଧନ ପୂର୍ବରୁ ଦେଶର କୋଟି କୋଟି କର୍ମଚାରୀ ଇପିଏଫଓ ପକ୍ଷରୁ ଉପହାର ପାଇବାକୁ ଯାଉଛନ୍ତି। ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ବୋଲି ସୂତ୍ରରୁ ପ୍ରକାଶ। ସୁଧ ଟଙ୍କା ସମସ୍ତ ଯୋଗ୍ୟ କର୍ମଚାରୀଙ୍କ ଆକାଉଣ୍ଟରେ ଜମା ହେବ। ୬.୫ କୋଟି ଆକାଉଣ୍ଟଧାରୀଙ୍କୁ ଇପିଏଫଓ ଉପହାର ଦେବା ପାଇଁ ଇପିଏଫଓ ଏକ ଯୋଜନା ପ୍ରସ୍ତୁତ କରିଛି ।

୨୦୨୨-2୨୩ ଆର୍ଥିକ ବର୍ଷ ପାଇଁ ହିତାଧିକାରୀଙ୍କ ଆକାଉଣ୍ଟକୁ ୮.୧୫ ପ୍ରତିଶତ ସୁଧ ପଠାଇବ। ସୁଧ ଟଙ୍କା ଉଭୟ ବେସରକାରୀ ଏବଂ ସରକାରୀ କର୍ମଚାରୀଙ୍କ ଆକାଉଣ୍ଟରେ ସମାନ ଭାବରେ ପହଞ୍ଚିବ। ଏହାର ପ୍ରସ୍ତୁତି ଶେଷ ହୋଇଛି। ଯଦିଓ ଏପର୍ଯ୍ୟନ୍ତ ଇପିଏଫଓ ଦ୍ୱାରା ଏନେଇ କୌଣସି ଘୋଷଣା ହୋଇନାହିଁ ।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଆସନ୍ତା ସପ୍ତାହରେ ସୋମବାର ଇପିଏଫ ଏ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ କରିବାକୁ ଯାଉଛି। ନିକଟରେ ଈପିଏଫଓ ଜମା ଉପରେ ସୁଧ ହାର ବୃଦ୍ଧି କରିଥିଲା । ଯେଉଁଥିପାଇଁ କର୍ମଚାରୀମାନେ ବର୍ତ୍ତମାନ ପର୍ଯ୍ୟନ୍ତ ସୁଧ ଟଙ୍କା ପାଇବାରେ ସକ୍ଷମ ହୋଇନାହାଁନ୍ତି । କୁହାଯାଉଛି ଏହି ମାସରେ ବର୍ଦ୍ଧିତ ସୁଧ ଟଙ୍କା କର୍ମଚାରୀଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରିବାକୁ ଇପିଏଫ ସମ୍ପୂର୍ଣ୍ଣ ପ୍ରସ୍ତୁତ।

ଇପିଏଫଓ ସଦସ୍ୟମାନଙ୍କୁ ସେମାନଙ୍କ ଖାତାର ସ୍ଥିତି ଜାଣିବା ପାଇଁ ଅନେକ ଉପାୟ ପ୍ରଦାନ କରିଛି। ଆକାଉଣ୍ଟ ଧାରକ ବାଲାନ୍ସ ଜାଣିବା ପାଇଁ, ଆପଣ ଇପିଏଫଓରେ ପଞ୍ଜୀକୃତ ମୋବାଇଲ ନମ୍ବରରୁ ଏସଏମଏସ ପଠାଇ ପାରିବେ। ପଞ୍ଜୀକୃତ ମୋବାଇଲ ନମ୍ବରରୁ (EPFOHO UAN) ଲେଖି 7738299899 କୁ ଏସଏମଏସ ପଠାଇବାକୁ ପଡିବ। ଉତ୍ତରରେ, ମୋବାଇଲ ସ୍କ୍ରିନରେ ଖାତାର ବିବରଣୀ ଦେଖିହେବ। ଏଥିପାଇଁ, ମିଦ କଲ କରି ଆକାଉଣ୍ଟ ବିଷୟରେ ସମସ୍ତ ସୂଚନା ପାଇହେବ। UAN ନମ୍ବର ଦ୍ୱାରା ଖାତା ସମ୍ବନ୍ଧୀୟ ସମସ୍ତ ସୂଚନା ପାଇହେବ ।


Enter your email to get our daily news in your inbox.

All Right Reserved By Dharitri.Com

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପାଟପୁର ଗାଁ ଉତ୍ସବମୁଖର: ଅସ୍ଥାୟୀ ପୀଠରେ ପୂଜା ପାଇଲେ ଦେବୀ

ଦିଗପହଣ୍ଡି,୨୭୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପାଟପୁର ଗାଁର ଗ୍ରାମ ଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦୁଇବର୍ଷ ବ୍ୟବଧାନରେ ଚୈତ୍ର ଶୁକ୍ଳ ନବମୀ ତିଥି…

ଯୁଦ୍ଧ ଭିତରେ ମିସାଇଲ କିଣିଲା ଭାରତ, ଥରିଲା ପାକିସ୍ତାନ!

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ରୁଷିଆଠାରୁ ‘ଟୁଙ୍ଗୁସ୍କା’ ଆଣ୍ଟି-ଏୟାରକ୍ରାଫ୍ଟ ଏବଂ ମିସାଇଲ ସିଷ୍ଟମ ହାସଲ କରିବାକୁ ଯୋଜନା କରିଛି। ଏଥିପାଇଁ, ଭାରତ ରୁଷିଆର ରୋସୋବୋରୋନେକ୍ସପୋର୍ଟ…

ନୂଆ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି, କହିଲେ ଗୁରୁତ୍ୱପୂର୍ଣ୍ଣ କଥା

ନୂଆଦିଲ୍ଲୀ/କାଠମାଣ୍ଡୁ,୨୭।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ନେପାଳର ନୂଆ ପ୍ରଧାନମନ୍ତ୍ରୀ ବଲେନ୍ଦ୍ର ‘ବାଲେନ’ ଶାହଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ଉଭୟ ଦେଶର ପାରସ୍ପରିକ ଲାଭକୁ…

ଯୁଦ୍ଧ ମଧ୍ୟରେ ଏମିତି ପଦକ୍ଷେପ ନେବାକୁ ଯାଉଛି ଭାରତ: ଚାହଁ ରହିଯିବେ ଚାଇନା-ପାକିସ୍ତାନ

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବଂ ହର୍ମୁଜ ଷ୍ଟ୍ରେଟ୍‌ ବନ୍ଦ ହେବା ବିଶ୍ୱ ଶକ୍ତି ବଜାରରେ ଅସ୍ଥିରତା ସୃଷ୍ଟି କରିଛି। ବିଶ୍ୱର ପ୍ରାୟ ୨୦% ତୈଳ ଏହି…

ଜଣେ ବିବାହିତ ପୁରୁଷ ଲିଭ-ଇନରେ ରହିପାରିବେ କି? ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ଆଲ୍ଲାହାବାଦ,୨୭।୩: ଜଣେ ବିବାହିତ ପୁରୁଷ ଲିଭ-ଇନ ସମ୍ପର୍କରେ ରହିପାରିବେ କି ନାହିଁ ଏହାକୁ ନେଇ ଆଲ୍ଲାହାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଶୁକ୍ରବାର କୋର୍ଟ ଏକ…

ରାମ ନବମୀରେ ପ୍ରଶଂସକଙ୍କୁ ଚମତ୍କାର ଉପହାର ଦେଲେ ରାମ ଚରଣ

ସୁପରଷ୍ଟାର ରାମ ଚରଣ ପ୍ରଶଂସକଙ୍କୁ ଏକ ଚମତ୍କାର ଉପହାର ଦେଇଛନ୍ତି। ରାମ ନବମୀରେ ଫିଲ୍ମ ‘ପେଡ୍ଡି ପେହେଲୱାନ’ର ପ୍ରଥମ ଝଲକ ରିଲିଜ ହୋଇଛି। ଏହା ସୋସିଆଲ ମିଡିଆରେ…

ଗୋଟିଏ ଦିନରେ କେତେ ପେଟ୍ରୋଲ କିଣିପାରିବେ? ଯୁଦ୍ଧ ଭିତରେ ଜାଣିନିଅନ୍ତୁ ନିୟମ…

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାରୁ ଏବଂ ଇନ୍ଧନ ଯୋଗାଣ ସମ୍ପର୍କରେ ଚିନ୍ତା ଜାରି ରହିଥିବାରୁ, ଭାରତର କିଛି ସ୍ଥାନରେ ପେଟ୍ରୋଲ ଏବଂ ଡିଜେଲର ଆତଙ୍କ କ୍ରୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri