ସେଲ୍ଫି ପଏଣ୍ଟ ନିର୍ମାଣସ୍ଥଳ ଅନୁଧ୍ୟାନ କଲେ ଇଓ

ଗଞ୍ଜାମ,୧୩।୧(ଡି.ଏନ.ଏ. ): ଗଞ୍ଜାମ ସହରରେ ବିଭିନ୍ନ ସ୍ଥାନରେ ନିର୍ମାଣ ହେଉଥିବା ସେଲ୍ଫି ପଏଣ୍ଟକୁ ଶୁକ୍ରବାର ଏନ୍‌ଏସି ଇଓ ଅବିନାଶ ମିଶ୍ର ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି l ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଏନ୍‌ଏସି କନିଷ୍ଠ ଯନ୍ତ୍ରୀଙ୍କ ସହ ଆଲୋଚନା କରିବା ସହ ଖୁବ୍‌ଶୀଘ୍ର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି l ଇଓ ମିଶ୍ରଙ୍କ ଉଦ୍ୟମରେ ଭାରତୀ ବିଦ୍ୟାପୀଠ ହାଇସ୍କୁଲ ନିକଟରେ ଜଳସ୍ରୋତର ଡିଜାଇନ କାର୍ଯ୍ୟ ସମ୍ପୂର୍ଣ ହୋଇଥିବା ବେଳେ ଦାମୋଦରପୁର ଠାରେ ଅଶୋକ ସ୍ତମ୍ଭ ନିର୍ମାଣ କାର୍ଯ୍ୟ ଚାଲୁ ରହିଥିବା ଜଣାପଡିଛି l ଅନୁଧ୍ୟାନ ବେଳେ କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ପଣ୍ଡା, ଏକ୍ସପୋଟ ଅଧିକାରୀ ସୁମିତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।