Categories: ବାଣିଜ୍ୟ

ଏନ୍‌ଟୋଡ୍‌ର ସ୍ବତନ୍ତ୍ର ଅଭିଯାନ

ଭୁବନେଶ୍ୱର,୨୭।୧୧: ଦେଶର ପ୍ରମୁଖ ଘରୋଇ ସ୍ବାସ୍ଥ୍ୟଭିତ୍ତିକ କମ୍ପାନୀ ଏନ୍‌ଟୋଡ୍‌ ଫାର୍ମାସ୍ୟୁଟିକାଲ୍ସର ନୂତନ ଅଭିଯାନ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଚଳିତ ବର୍ଷର ଜାତୀୟ ମାୟୋପିଆ ସପ୍ତାହ ପାଇଁ କମ୍ପାନୀ ମାତାନନ୍ଦ ଫାଉଣ୍ଡେଶନ ସହିତ ମିଳିତ ଭାବେ କାର୍ଯ୍ୟ କରୁଛି। ଏପରିକି ଷ୍ଟ୍ରାବିସମ୍ସ ଓ ପେଡିଆଟ୍ରିକ ଚକ୍ଷୁ ଚିକିତ୍ସା ସୋସାଇଟି ଅଫ୍‌ ଇଣ୍ଡିଆର ସହଯୋଗରେ ମାତାନନ୍ଦ ଫାଉଣ୍ଡେଶନ ଦ୍ୱାରା ଏକ ଜନସତେଚନତା କାର୍ଯ୍ୟକ୍ରମର ଆୟୋଜନ ପାଇଁ କମ୍ପାନୀ ଲକ୍ଷ୍ୟ ରଖିଛି। ଏ ସମ୍ପର୍କରେ ଏନ୍‌ଟୋଡ୍‌ ଫାର୍ମାସ୍ୟୁଟିକାଲ୍ସର ସିଇଓ ନିଖିଳ କହିଛନ୍ତି, ନ୍ୟାଶନାଲ ମାୟୋପିଆ ସପ୍ତାହ ପାଇଁ ମାତାନନ୍ଦ ଫାଉଣ୍ଡେଶନ ସହ ସହଯୋଗ ପିଲାମାନଙ୍କ ଚକ୍ଷୁକୁ ସୁରକ୍ଷିତ ରଖିବା ଲାଗି ଆମର ପ୍ରତିବଦ୍ଧତାକୁ ସୂଚିତ କରୁଛି। ଏପରିକି ମାୟୋପିଆ ଏକ ପରିଚାଳନା ଯୋଗ୍ୟ ଅବସ୍ଥା, ଯାହାକୁ ଉପଯୁକ୍ତ ସମୟରେ ପରୀକ୍ଷାକରି ବ୍ୟବସ୍ଥା ଗ୍ରହଣ କରିପାରିବା।

Share