ସୀମା ଟପିଗଲେ ଉଦିତ ନାରାୟଣ, ମହିଳା ପ୍ରଶଂସକଙ୍କ ଗାଲ-ଓଠକୁ ଚୁମ୍ବନ ଦେଇ ବିବାଦରେ…

ମୁମ୍ବାଇ: ବିବାଦରେ ଫସିଛନ୍ତି ଖ୍ୟାତନାମା ଗାୟକ ଉଦିତ ନାରାୟଣ। ଏକ ଲାଇଭ୍‌ କନ୍‌ସର୍ଟରେ ଜଣେ ମହିଳା ପ୍ରଶଂସକଙ୍କୁ ସେ ଚୁମ୍ବନ ଦେଇଥିଲେ। ଏହାର ଏକାଧିକ ଭିଡିଓ ଭାଇରାଲ ହେବା ପରେ ତାଙ୍କୁ ଟ୍ରୋଲ କରାଯାଉଛି। ଏଭଳି ବ୍ୟବହାର ତାଙ୍କଠାରୁ ଆଶା କରାଯାଉ ନ ଥିଲା ବୋଲି ଅନେକ ମତ ରଖୁଛନ୍ତି। ଉଦିତ ନିଜେ ବି ଏନେଇ ସଫେଇ ଦେଇଛନ୍ତି।

ଭାଇରାଲ ହେଉଥିବା ଭିଡିଓରେ ଉଦିତ ‘ମୋହରା’ ଫିଲ୍ମର ସୁପରହିଟ୍‌ ଗୀତ ‘ଟିପ୍‌ ଟିପ୍‌ ବରସା ପାନୀ’ ଗୀତ ଗାଉଥିବା ନଜର ଆସୁଛି। ସେତିକି ବେଳେ କିଛି ମହିଳା ପ୍ରଶଂସକ ତାଙ୍କ ସହ ଫଟୋ ଉଠାଇବାକୁ ଷ୍ଟେଜ୍‌ ନିକଟରେ ପହଞ୍ଚିଥିଲେ। ଉଦିତ ମଧ୍ୟ ତାଙ୍କ ସହ ସେଲ୍‌ଫି ଉଠାଇଥିଲେ। ପରେ ସେ ମହିଳାଙ୍କ ଗାଲକୁ ଚୁମ୍ବନ ଦେଇଥିଲେ। ପରେ ଅନ୍ୟ ଜଣେ ମହିଳା ପ୍ରଶଂସକ ଷ୍ଟେଜ୍‌ ନିକଟକୁ ଯିବାରୁ ସେ ଆଣ୍ଠେଇ ଯାଇ ଫଟୋ ଉଠାଇବା ସହ ଓଠକୁ ଚୁମ୍ବନ ଦେଇଥିଲେ। ଏହା ଉକ୍ତ ମହିଳାଙ୍କ ସହ ଅନେକଙ୍କୁ ଚକିତ କରିଥିଲା।

ତେବେ କନସର୍ଟର ଭିଡିଓ ଭାଇରାଲ ହେବା ପରେ ଉଦିତ ‘ହିନ୍ଦୁସ୍ତାନ ଟାଇମ୍ସ’କୁ ସାକ୍ଷାତକାର ଦେଇଥିଲେ। ସେ ଏହାକୁ ‘ଏକ୍ସପ୍ରେଶନ୍‌ ଅଫ୍‌ ଲଭ୍‌’ ବୋଲି କହିଥିଲେ। ପ୍ରଶଂସକ ବହୁତ ଭଲପାଇବା ଦେଇଥାନ୍ତି। ଆମେ ମାନେ ଏଭଳି ନୋହୁଁ। ଆମେ ସାଧାସିଧା ମଣିଷ। ଏସବୁ ଜିନିଷ ଭାଇରାଲ କରି କ’ଣ କରିବୁ। ସେଠାରେ ବହୁତ ଭିଡ ଥିଲା। ଆମ ପାଖରେ ବଡିଗାର୍ଡ ବି ଥିଲେ। କୌଣସି ବି ଉପାୟରେ ପ୍ରଶଂସକମାନେ ଆମ ସହ ଭେଟ କରିବାକୁ ଚାହିଁଥାନ୍ତି। ଏମିତିରେ କିଛି ଲୋକ ହାତ ମିଶାଇବାକୁ ଚାହାନ୍ତି। କିଛି ହାତକୁ ଚୁମ୍ବନ ଦିଅନ୍ତି। ଏସବୁ ଭଲପାଇବା, ଏହା ଉପରେ ବିଶେଷ ଧ୍ୟାନ ଦେବା ଉଚିତ ନୁହେଁ।

ମୋ ପରିବାରର ଛବି ଏଭଳି ଯେ ସମସ୍ତେ ବିବାଦ ସୃଷ୍ଟି କରିବାକୁ ଚାହାନ୍ତି। ମୋ ପୁଅ ଆଦିତ୍ୟ ଚୁପ୍‌ଚାପ୍‌ ରୁହେ। ବିବାଦକୁ ଆସେନାହିଁ। ଯେତେବେଳେ ମୁଁ ଷ୍ଟେଜ୍‌ରେ ଗାଏ, ସେଠାରେ ପାଗଳପଣ ଥାଏ। ପ୍ରଶଂସକ ମୋତେ ଭଲ ପାଆନ୍ତି। ତାଙ୍କୁ ଖୁସି ହେବାକୁ ଦେବା କଥା ବୋଲି ମୁଁ ଭାବେ। ସେମିତିରେ ଆମେ ଖରାପ ଲୋକେ ନୋହୁଁ। ଆମକୁ ପ୍ରଶଂସକଙ୍କୁ ଖୁସି କରିବାକୁ ହୁଏ ବୋଲି ସେ ଆହୁରୀ ମଧ୍ୟ କହିଛନ୍ତି।

କହିରଖୁଛୁ, ଉଦିତଙ୍କ ଭିଡିଓ ଭାଇରାଲ ହେବା ପରେ ପ୍ରଥମେ କିଛି ଲୋକ ତାକୁ AI ଜେନେରେଟେଡ୍‌ ଭିଡିଓ ବୋଲି କହୁଥିଲେ। ସେହିଭଳି ଅନେକେ ଝିଅ ବୟସର ଯୁବତୀମାନଙ୍କ ସହ ଉଦିତଙ୍କର ଏଭଳି ବ୍ୟବହାର ଆଶା କରାଯାଉ ନ ଥିଲା ବୋଲି କହିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ମହାପ୍ରଭୁଙ୍କ ଶରଣରେ ପଶିଲେ ପିୟୂଷ: ଯାତ୍ରା ମଞ୍ଚ ପାଇଁ ଫିଟିଗଲା ବାଟ

ଭୁବନେଶ୍ୱର,୨୦।୧: ଯାତ୍ରା ଜଗତର ଚର୍ଚ୍ଚିତ ଖଳନାୟକ ପିୟୂଷ ତ୍ରିପାଠୀଙ୍କ ପାଇଁ ଖୋଲିଛି ମଞ୍ଚକୁ ଫେରିବାର ବାଟ। ଅପେରା ସୂର୍ଯ୍ୟମନ୍ଦିର ମାଲିକ ପ୍ରମୋଦ ସ୍ୱାଇଁଙ୍କ ସହ ଚାଲିଥିବା...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ଟାଙ୍ଗିଆରେ ହାଣି କରିଥିଲେ ହତ୍ୟା: ବାପା-ପୁଅକୁ ଆଜୀବନ ଜେଲ

ବ୍ରହ୍ମପୁର,୨୦।୧(ସୁବାସ ଚନ୍ଦ୍ର ପାଢ଼ୀ): କିଆବାଡ଼ ଭାଗବଣ୍ଟାକୁ ନେଇ ଘଟିଥିବା ହତ୍ୟା ମାମଲାର ବିଚାର କରି ଗଞ୍ଜାମ ଜିଲା ଜଜ୍‌ ଅଶାନ୍ତ କୁମାର ଦାଶ ଅଭିଯୁକ୍ତ ବାପ-ପୁଅଙ୍କୁ...

ମୁନିଗୁଡ଼ା ବ୍ଲକ୍‌ ତେଲେଙ୍ଗାପଦର ଛକରେ ମାଓବାଦୀ ବ୍ୟାନର

ରାୟଗଡା,୨୦।୧ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ମୁନିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ତେଲେଙ୍ଗାପଦର ଛକ ନିକଟରେ ମାଓବାଦୀ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି I ଖଣି ଖାଦାନକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri