Posted inଜାତୀୟ

ଭାଜପା ଏମ୍‌ପିଙ୍କ ପାସ୍‌ରେ ପଶିଲେ

ନୂଆଦିଲ୍ଲୀ,୧୪ା୧୨ : ବୁଧବାର ୨୦୦୧ ପାର୍ଲାମେଣ୍ଟ ଆକ୍ରମଣର ବର୍ଷପୂର୍ତ୍ତି ଦିନ ନବନିର୍ମିତ ସଂସଦ ଭବନର ସୁରକ୍ଷାରେ ବଡ଼ଧରଣର ବିଭ୍ରାଟ ପରିଲକ୍ଷିତ ହୋଇଛି। ମହୀଶୂରର ଭାଜପା ଏମ୍‌ପି ପ୍ରତାପ ସିମ୍‌ହାଙ୍କ ପାସ୍‌ରେ ଲୋକ ସଭାକୁ ପ୍ରବେଶ କରି ୨ ଜଣ ବିକ୍ଷୋଭକାରୀ ଆତଙ୍କ ଖେଳାଇଥିଲେ। ଲୋକ ସଭାର ଶୂନ୍ୟକାଳରେ ପବ୍ଲିକ୍‌ ଗ୍ୟାଲେରିରୁ ଉଭୟେ ହଠାତ୍‌ ଚାମ୍ବରକୁ ଡେଇଁ ଧାଇଁବାରେ ଲାଗିଲେ। ସେମାନେ କ୍ୟାନିଷ୍ଟର (ଡବା)ରୁ ହଳଦିଆ ଗ୍ୟାସ୍‌ ଛାଡ଼ିଥିଲେ। ଏଥିସହ ଚିତ୍କାର କରି ସ୍ଲୋଗାନ ଦେଇଥିଲେ ‘ଏକଚ୍ଛତ୍ରବାଦ ଚଳିବ ନାହିଁ’। ଏମ୍‌ପିମାନେ ଉଭୟଙ୍କୁ କାବୁ କରିବା ପରେ ସୁରକ୍ଷା କର୍ମୀଙ୍କୁ ଜିମା ଦେଇଥିଲେ। ସମାନ ସମୟରେ ପାର୍ଲାମେଣ୍ଟ ପରିସର ବାହାରେ ଜଣେ ମହିଳା ଓ ଅନ୍ୟ ଜଣେ ଯୁବକ ଅନୁରୂପ ସ୍ଲୋଗାନ ଦେଇ ଗ୍ୟାସ୍‌ ଛାଡ଼ିଥିଲେ। ପୋଲିସ ୪ ଜଣଙ୍କୁ ଗିରଫ କରି ପଚରାଉଚରା କରୁଛି। ବାଚସ୍ପତି ଓମ୍‌ ବିର୍ଲା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବା ସହ ଏମ୍‌ପିମାନଙ୍କୁ ନେଇ ଜରୁରୀ ବୈଠକ କରିଛନ୍ତି।
୨ ବିକ୍ଷୋଭକାରୀ ଲୋକ ସଭାର ଡେସ୍କଗୁଡ଼ିକ ଉପରେ ଡେଇଁ ‘ତାନାଶାହି ନେହିଁ ଚଲେଗା’, ‘ଭାରତ ମାତା କୀ ଜୟ’ ଏବଂ ‘ଜୟ ଭୀମ ଜୟ ଭାରତ’ ସ୍ଲୋଗାନ େଉଥିବାବେଳେ ଆର୍‌ଏଲପି ସଦସ୍ୟ ହନୁମାନ ପ୍ରସାଦ ବେନିଓ୍ବାଲ ଏବଂ ଅନ୍ୟ ଏମ୍‌ପିମାନେ ଉଭୟଙ୍କୁ ନିସ୍ତୁକ ମାଡ଼ ମାରୁଥିବାବେଳର ଦୃଶ୍ୟ ଦେଖିବାକୁ ମିଳିଥିଲା। ଜେଡିୟୁ ସଦସ୍ୟ ରାମପ୍ରୀତ ମଣ୍ଡଳ କହିଥିଲେ, ବିକ୍ଷୋଭକାରୀ ଦ୍ୱୟ ନିଜ ଜୋତାରେ କ୍ୟାନିଷ୍ଟର ଆଣିଥିଲେ। ସେଥିରୁ ଦୁହେଁ ଲୋକ ସଭା ଚାମ୍ବରରେ ହଳଦିଆ ରଙ୍ଗର ଗ୍ୟାସ୍‌ ଛାଡ଼ିଥିଲେ। ଟିଏମ୍‌ସି ସଦସ୍ୟ ସୁଦୀପ ବନ୍ଦ୍ୟୋପାଧ୍ୟାୟ ଲୋକ ସଭାର ସୁରକ୍ଷାରେ ଏତେ ବଡ଼ ବିଭ୍ରାଟ କିପରି ହେଲା ବୋଲି ପ୍ରଶ୍ନ କରିଥିଲେ। କଂଗ୍ରେସର କାର୍ତ୍ତି ଚିଦାମ୍ବରମ୍‌ ଏହା ବିଷାକ୍ତ ଗ୍ୟାସ୍‌ ହୋଇଥାଇପାରେ ବୋଲି ଆଶଙ୍କା ବ୍ୟକ୍ତ କରିଥିବାବେଳେ ଡିଏମ୍‌କେ ସଦସ୍ୟ ଡିଏନ୍‌ଭି ସେନ୍ଥିଲ କୁମାର ‘ସୁରକ୍ଷା ସହ ସାଲିସ କରାଯାଇଛି’ ବୋଲି ମାଇକ୍ରୋବ୍ଲଗିଂ ସାଇଟ୍‌ ଏକ୍ସ’ରେ ଉଲ୍ଲେଖ କରିଛନ୍ତି। ଟିଏମ୍‌ସି ଏମ୍‌ପି କଲ୍ୟାଣ ବାନାର୍ଜୀଙ୍କ ମତରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ବଡ଼ ବଡ଼ ଭାଷଣ ଦେଉଛନ୍ତି। କିନ୍ତୁ ପାର୍ଲାମେଣ୍ଟ ଭିତରେ ସୁରକ୍ଷା ବଜାୟ ରଖିପାରୁ ନାହାନ୍ତି। ତେଣୁ ସେ ଇସ୍ତଫା ଦେବା ଜରୁରୀ।
୨୦୦୧ ଡିସେମ୍ବର ୧୩ରେ ପାର୍ଲାମେଣ୍ଟରେ ପାକିସ୍ତାନର ଲଶ୍କର-ଇ-ତୋଇବା ଏବଂ ଜୈଶ-ଇ-ମହମ୍ମଦ ଆତଙ୍କବାଦୀମାନେ ଅତର୍କିତ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୯ ଜଣ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ଘଟିଥିଲା। ବୁଧବାର ଥିଲା ଏହାର ୨୨ତମ ବର୍ଷ ପୂର୍ତ୍ତି। ଏଥିସକାଶେ ଆତଙ୍କବାଦୀଙ୍କ ସହ ଲଢ଼ି ପ୍ରାଣବଳି ଦେଇଥିବା ପାର୍ଲାମେଣ୍ଟ ସୁରକ୍ଷା ସେବା, କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (ସିଆର୍‌ପିଏଫ୍‌) ଏବଂ ଦିଲ୍ଲୀ ପୋଲିସର କର୍ମଚାରୀମାନଙ୍କୁ ବାଚସ୍ପତି ଓ ଏମ୍‌ପିମାନେ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ପରେ ଲୋକ ସଭାରେ ଶୀତ ଅଧିବେଶନର ଅଷ୍ଟମ ଦିନ ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲା। ଶୂନ୍ୟକାଳ ଚାଲିଥିବାବେଳେ ଅପରାହ୍ନ ୧ଟାରେ ଉପରୋକ୍ତ ଅଭାବନୀୟ ଘଟଣା ଘଟିଗଲା। ସେତେବେଳେ ଲୋକ ସଭାରେ ଅଧ୍ୟକ୍ଷତା କରୁଥିବା ଭାଜପା ସଦସ୍ୟ ରାଜେନ୍ଦ୍ର ଅଗ୍ରଓ୍ବାଲ ଗୃହକାର୍ଯ୍ୟକୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ କରିଥିଲେ। ଗୃହକାର୍ଯ୍ୟ ପୁନଃ ଆରମ୍ଭ ହେବା ପରେ ବାଚସ୍ପତି ବିର୍ଲା କହିଥିଲେ, ସମ୍ପୂର୍ଣ୍ଣ ଘଟଣାକ୍ରମର ପୁଙ୍ଖାନୁପୁଙ୍ଖ ଉଚ୍ଚସ୍ତରୀୟ ତଦନ୍ତ ଚାଲିଛି। ଏହା ପରେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ। ବିକ୍ଷୋଭକାରୀଙ୍କୁ କାବୁ କରିଥିବା ସଦସ୍ୟ, ସୁରକ୍ଷା କର୍ମୀ ଓ ଚାମ୍ବର ଷ୍ଟାଫ୍‌ଙ୍କୁ ସେ ପ୍ରଶଂସା କରିଥିଲେ।
ଲୋକ ସଭାରେ ଏପରି କାଣ୍ଡ ଭିଆଇଥିବା ୨ ବିକ୍ଷୋଭକାରୀଙ୍କ ପରିଚୟ ସ୍ପଷ୍ଟ ହୋଇଛି। ସେମାନେ ହେଲେ ସାଗର ଶର୍ମା ଏବଂ ଡି. ମନୋରଞ୍ଜନ। ସାଗର ମହୀଶୂର ଏମ୍‌ପି ପ୍ରତାପ ସିମ୍‌ହାଙ୍କ ଅତିଥି ରୂପେ ଭିଜିଟର୍ସ ଗ୍ୟାଲେରିକୁ ଆସିଥିଲେ। ସଂସଦ ବାହାରେ ସ୍ଲୋଗାନ ଦେଇଥିବା ନୀଲମ (୪୨) ଓ ଆମୋଲ ସିନ୍ଧେ (୨୫)ଙ୍କୁ ମଧ୍ୟ ଟ୍ରାନ୍ସପୋର୍ଟ ଭବନ ସମ୍ମୁଖରୁ ଗିରଫ କରାଯାଇଛି। ଡିସେମ୍ବର ୧୩ରେ ପାର୍ଲାମେଣ୍ଟ ଉପରେ ଆକ୍ରମଣ କରାଯିବ ବୋଲି ଆମେରିକାରେ ଥିବା ଖଲିସ୍ତାନୀ ଆତଙ୍କବାଦୀ ଗୁରପତଓ୍ବନ୍ତ ସିଂ ପନ୍ନୁନ୍‌ ପୂର୍ବରୁ ଏକ ଭିଡିଓରେ ଧମକ ଦେଇଥିଲେ। ତେବେ ପନ୍ନୁନଙ୍କ ସହ ସଦ୍ୟ ଘଟଣାରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ସମ୍ପର୍କ ଅଛି କି ନାହିଁ ତାହା ଜଣାପଡ଼ିନାହିଁ।

ଗୁରୁଗ୍ରାମର ଭଡ଼ାଘରୁ ହୋଇଥିଲା ଯୋଜନା

୨ ବିକ୍ଷୋଭକାରୀଙ୍କ ମଧ୍ୟରୁ ଡି. ମନୋରଞ୍ଜନ ମହୀଶୂର ଲୋକ ସଭା ନିର୍ବାଚନମଣ୍ଡଳୀର ବାସିନ୍ଦା। ସାଗର ଶର୍ମା ମନୋରଞ୍ଜନଙ୍କ ବନ୍ଧୁ ବୋଲି ଜଣାପଡ଼ିଛି। ଭାଜପା ଏମ୍‌ପି ପ୍ରତାପ ସିମ୍‌ହାଙ୍କ ଅନୁରୋଧ କ୍ରମେ ବୁଧବାର ୩ଟି ପାସ୍‌ ଜାରି କରାଯାଇଥିଲା। ଅନ୍ୟ ଜଣେ ମହିଳା ମଧ୍ୟ ଲୋକ ସଭାକୁ ଆସିଥିଲେ। ତେବେ ନିଜ ପିଲାକୁ ସାଙ୍ଗରେ ନେଇ ଆସିଥିବା ମହିଳାଙ୍କ ପାସ୍‌ରେ ତାଙ୍କ ନାମ ଉଲ୍ଲେଖ କରାଯାଇ ନ ଥିଲା। ଫଳରେ ସେ ଫେରିଯାଇଥିଲେ। ମନୋରଞ୍ଜନ ଏହି ପାସ୍‌ ପାଇବା ପାଇଁ ପ୍ରତାପଙ୍କ ଅଫିସରେ ୩ ମାସ ଧରି ଉଦ୍ୟମ କରିଆସୁଥିଲେ। ଏହି ଯୋଜନାବଦ୍ଧ କାଣ୍ଡରେ ମୋଟ ୬ ଜଣ ସମ୍ପୃକ୍ତ ଅଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣ ଭିତରକୁ ପ୍ରବେଶ କରିବାରେ ସକ୍ଷମ ହୋଇଥିଲେ। ବିକ୍ଷୋଭକାରୀମାନେ ପରସ୍ପରକୁ ୪ ବର୍ଷ ହେଲା ଜାଣିଛନ୍ତି। ଏମାନେ ସମସ୍ତେ କିଛି ବର୍ଷ ହେଲା ଗୁରୁଗ୍ରାମର ଏକ ଭଡ଼ାଘରେ ରହୁଥିଲେ। ସେଠାରୁ ଏହି କାଣ୍ଡ ପାଇଁ ଯୋଜନା ହୋଇଥିବା ଦିଲ୍ଲୀ ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି। ସାଗର ସୋସିଆଲ ମିଡିଆରେ ନିଜ ଶେଷ ପୋଷ୍ଟରେ ଲେଖିଥିଲେ, ‘ଜିତିବା ହାରିବା ବଡ଼ କଥା ନୁହେଁ, ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଉଦ୍ୟମ ଜାରି ରଖିବା।’ ସେମାନେ କାହା ନିର୍ଦ୍ଦେଶରେ ଏହି କାଣ୍ଡ ଭିଆଇଛନ୍ତି ତାହା ଜାଣିବା ପାଇଁ ତଦନ୍ତକାରୀ ଏଜେନ୍ସିଗୁଡ଼ିକ ତନାଘନା ଚଳାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାମ ନବମୀ ପୂର୍ୱରୁ ପୋଲିସର ଫ୍ଲାଗ୍‌ ମାର୍ଚ୍ଚ, ବଢ଼ିଲା ସୁରକ୍ଷା…

କୋରାପୁଟ,୨୬ା୩(ଅମିତାଭ ବେହେରା): ରାମ ନବମୀ ଅବ୍ୟହିତ ପୂର୍ୱରୁ କୋରାପୁଟ ପୋଲିସ ପକ୍ଷରୁ ସହରରେ ଗୁରୁବାର ଫ୍ଲାଗ ମାର୍ଚ୍ଚ କରାଯାଇଛି। ରାମ ନବମୀରେ ଶୁକ୍ରବାର ସହରରେ ୧୦ହଜାର ଊର୍ଦ୍ଧ୍ୱ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

୧୬ ବର୍ଷୀୟା ଶାଳୀଙ୍କୁ ବଳାତ୍କାର କରି ହତ୍ୟା କରିଥିଲେ ଭିଣୋଇ, ଆସିଲା ମାମଲାର ରାଏ…

ବ୍ରହ୍ମପୁର,୨୬।୩(ସୁବାସ ଚନ୍ଦ୍ର ପାଢ଼ୀ): ଫାଷ୍ଟଟ୍ରାକ୍‌ ପୋକ୍‌ସୋ ଜଜ୍‌ ପ୍ରଣତି ପଟ୍ଟନାୟକ ଗୁରୁବାର ଏକ ନାବାଳିକା ବଳାତ୍କାର ଓ ହତ୍ୟା ମାମଲାର ବିଚାର କରି ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ…

ମାଙ୍କଡ଼ ମାରି ଇନ୍‌ଷ୍ଟାଗ୍ରାମରେ କରିଥିଲେ ପୋଷ୍ଟ, ଏବେ…

ବାଲିଗୁଡ଼ା, ୨୬ା୩(ସଞ୍ଜୟ କୁମାର ପାଣିଗ୍ରାହୀ):ମାଙ୍କଡ଼ ମାରି ଇନ୍‌ଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରିବା ମହଙ୍ଗା ପଡିଛି। ବନ ବିଭାଗ ସମ୍ପୃକ୍ତ ୨ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

West Asia Conflict: ‘ପରିସ୍ଥିତି କରୋନା ପରି ହେବାକୁ ଯାଉଛି’ – ଯୁଦ୍ଧ ଲଢୁଥିବା ଦେଶଗୁଡ଼ିକ ଏହାର ପ୍ରଭାବକୁ ଅନୁଭବ କରୁନାହାଁନ୍ତି

ମସ୍କୋ,୨୬।୩: ରୁଷିଆ ରାଷ୍ଟ୍ରପତି ପୁଟିନ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷର ପ୍ରଭାବ ପୂର୍ବାନୁମାନ…

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

RCBର ବିକ୍ରି ପରେ ମୁହଁ ଖୋଲିଲେ ମାଲ୍ୟା: ସମାଲୋଚକଙ୍କୁ କହିଲେ…

ନୂଆଦିଲ୍ଲୀ,୨୬ା୩: ଆଇପିଏଲ୍‌ ଫ୍ରାଞ୍ଚାଇଜ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୧୮,୭୭୬ କୋଟି ଟଙ୍କାରେ ବିକ୍ରି ହେବା ପରେ ଏହାର ମୂଳ ମାଲିକ ତଥା ପଳାତକ ବ୍ୟବସାୟୀ ବିଜୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri