ଜେଏନ୍‌ଭିରେ ଯୁକ୍ତ ୨ ବିଜ୍ଞାନରେ ହୋଇପାରୁନି ନାମଲେଖା

ଅନୁଗୋଳ ଅଫିସ, ୧୧ା୯: ଅନୁଗୋଳ ଚମ୍ପତ୍ତିମୁଣ୍ଡାସ୍ଥିତ ଜବାହର ନବୋଦୟ ବିଦ୍ୟାଳୟ (ଜେଏନ୍‌ଭି)ରେ ଏକାଦଶ (ଯୁକ୍ତ୨ର ପ୍ରଥମ ବର୍ଷ)ରେ ନାମ ଲେଖାକୁ ନେଇ ଅଡ଼ୁଆରେ ପଡ଼ିଛନ୍ତି ୨୦ ଜଣ ଛାତ୍ରୀଛାତ୍ର। ଶେଷ ମୁହୂର୍ତ୍ତରେ ବିଦ୍ୟାଳୟ କର୍ତ୍ତୃପକ୍ଷ ବିଜ୍ଞାନରେ ନାମ ଲେଖାଇ ହେବ ନାହିଁ ବୋଲି କହିବାରୁ ଛାତ୍ରୀଛାତ୍ର ଓ ଅଭିଭାବକମାନେ ଚିନ୍ତାରେ ପଡ଼ିଛନ୍ତି। ଅନ୍ୟ କଲେଜରେ ନାମ ଲେଖା ତାରିଖ ଶେଷ ହୋଇଯାଇଥିବାରୁ ସେମାନଙ୍କ ଭବିଷ୍ୟତ ଏବେ କ’ଣ ହେବ, ତାହା ସନ୍ଦେହରେ। ଏ ନେଇ ଛାତ୍ରୀଛାତ୍ର ଓ ଅଭିଭାବକମାନେ ଅନୁଗୋଳ ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି।
ଅଭିଯୋଗ ଅନୁଯାୟୀ, ଢେଙ୍କାନାଳ ଜିଲା ପରଜଙ୍ଗସ୍ଥିତ ସରାଙ୍ଗ ଜେଏନ୍‌ଭିରେ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିବା ଢେଙ୍କାନାଳ ଓ ଅନୁଗୋଳ ଜିଲାର ଏହି ୨୦ ଛାତ୍ରୀଛାତ୍ରଙ୍କ ନାମ ଲେଖା ହୋଇପାରୁ ନାହିଁ। ମେଧାବୀ ଛାତ୍ରୀଛାତ୍ରମାନେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ୮୫ରୁ ୯୦ ପ୍ରତିଶତ ମାର୍କ ରଖିଥିଲେ ମଧ୍ୟ ସରାଙ୍ଗ ଜେଏନ୍‌ଭିରେ ଥିବା ୪୦ଟି ସିଟ୍‌ରେ ସେମାନଙ୍କ ମେରିଟ୍‌ ଆସିଲା ନାହିଁ। ଫଳରେ ସେମାନେ ଅନୁଗୋଳ ଚମ୍ପତ୍ତିମୁଣ୍ଡା ଜେଏନ୍‌ଭିରେ ଯୁକ୍ତ ୨ ବିଜ୍ଞାନରେ ନାମ ଲେଖାଇଥିଲେ। ପୂର୍ବରୁ ଚମ୍ପତ୍ତିମୁଣ୍ଡା ଜେଏନ୍‌ଭିରେ ୪୦ଟି ସିଟ୍‌ ଥିବାବେଳେ ଚଳିତବର୍ଷ ୨୦ଟି ସିଟ୍‌ ବୃଦ୍ଧି କରାଯାଇଥିବା କୁହାଯାଇଥିଲା। କିନ୍ତୁ ଗତ ୬ ତାରିଖରେ ଚମ୍ପତ୍ତିମୁଣ୍ଡା ଜେଏନ୍‌ଭି କର୍ତ୍ତୃପକ୍ଷ ବିଜ୍ଞାନ ପାଠ୍ୟକ୍ରମରେ ଏହି ଛାତ୍ରୀଛାତ୍ରମାନେ ପଢ଼ିପାରିବେ ନାହିଁ ବୋଲି କହିଥିଲେ। ସରକାର ବଢ଼ାଇବାକୁ ଥିବା ୨୦ଟି ସିଟ୍‌ ବୃଦ୍ଧି କରି ନ ଥିବାରୁ ଆଡମିଶନ କରିଥିବା ଏହି ଛାତ୍ରୀଛାତ୍ରମାନେ ପଢ଼ିପାରିବେ ନାହିଁ। ଯଦି ପଢ଼ିବେ କଳା ଓ ବାଣିଜ୍ୟରେ ଆଡମିଶନ କରିବେ। ନଚେତ୍‌ ଟିସି ନେଇ ଅନ୍ୟତ୍ର ଯିବେ ବୋଲି ବିଦ୍ୟାଳୟ କର୍ତ୍ତୃପକ୍ଷ କହିଥିଲେ। ଏଭଳି ଶୁଣିବା ପରେ ଛାତ୍ରୀଛାତ୍ର ଓ ଅଭିଭାବକଙ୍କ ମୁଣ୍ଡରେ ଚଡ଼କ ପଡ଼ିଥିଲା। ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଦ୍ୟାଳୟରେ ନାମଲେଖା ପାଇଁ ଶେଷ ତାରିଖ ଗତ ୫ ତାରିଖ ଥିଲା। ତେଣୁ ଏହି ୨୦ ଜଣ ମେଧାବୀ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ କ’ଣ ହେବ ତାହାକୁ ନେଇ ଅଭିଭାବକମାନେ ଚିନ୍ତିତ ହୋଇପଡ଼ିଛନ୍ତି। ଆର୍ଥିକ କ୍ଷେତ୍ରରେ ସେମାନେ ସ୍ବଚ୍ଛଳ ନ ଥିବାରୁ ଘରୋଇ କଲେଜରେ ପଢ଼ାଇବା ସମ୍ଭବ ନୁହେଁ ବୋଲି ସେମାନେ କହିଛନ୍ତି। ତେଣୁ ସମସ୍ତ କଲେଜରେ ଆବେଦନ ତାରିଖ ଶେଷ ହୋଇଯାଇଥିବାରୁ ଚମ୍ପତ୍ତିମୁଣ୍ଡା ଜେଏନ୍‌ଭିରେ ୨୦ଟି ସିଟ୍‌ ବୃଦ୍ଧି କରିବାକୁ ଛାତ୍ରୀଛାତ୍ର ଓ ଅଭିଭାବମାନେ ଅନୁଗୋଳ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିବା ସହ ଏହାର ନକଲ ପ୍ରଧାନମନ୍ତ୍ରୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ଚମ୍ପତ୍ତିମୁଣ୍ଡା ଜେଏନ୍‌ଭି କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଥିବା ମଣିଷ ଲକ୍ଷ୍ୟ ହାସଲ ନ ହେବା ଯାଏ ଥକିଯାଏ ନାହିଁ। ସବୁ ବାଧା ଏପରିକି ସୁଯୋଗକୁ ମଧ୍ୟ ପଛକରି ସେଠାରେ ପହଞ୍ଚିଯାଆନ୍ତି...

ଡଙ୍ଗରୁଣୀର ବାଟରେ ପ୍ରାଥମିକ ଶିକ୍ଷା

ଆମ୍ବଗଛ ଭିତରୁ ଧୀରେ ଧୀରେ ଶୀତୁଆ ଖରା ପିଲାଙ୍କ ଉପରେ ଅଣେଇହୋଇ ଆସୁଥାଏ। ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ର ନିର୍ଗୁଣ୍ଡି ଗାଆଁ। ଗାଆଁ ଭିତରୁ ପବନ...

ଜିଜ୍ଞାସାର ମହାଯଜ୍ଞ

ସ୍ତକଟିଏ ପ୍ରକାଶ ପାଇଲେ ପୁସ୍ତକର ସ୍ରଷ୍ଟା ଚାହେଁ ତା’ର ବହୁଳ ପ୍ରସାରଣ। କାରଣ ବହି ଖାଲି ଲେଖିଦେଲେ ହେବନି, ତାହା ପଢ଼ାଯିବା ଦରକାର। ପଢ଼ିବା ପାଇଁଁ...

ବଣ୍ଡାଇ

ଅଷ୍ଟ୍ରେଲିଆର ବେଳାଭୂମିରେ ୧୪ ଡିସେମ୍ବରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୯ ଜଣ ଆହତ ହୋଇଛନ୍ତି। ଗୁଳି ଚଳାଇଥିବା ତିନି...

ଏଆଇରେ ଭାରତ ବିଶ୍ୱର ୩ୟ ସର୍ବାଧିକ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ର

ନ୍ୟୁୟର୍କ,୧୫।୧୨: କୃତ୍ରିମ ବୁଦ୍ଧମତ୍ତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) କ୍ଷେତ୍ରରେ ଭାରତ ବିଶ୍ୱର ୩ୟ ସର୍ବାଧିକ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ର ବିବେଚିତ ହୋଇଛି। ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟଳୟ ପକ୍ଷରୁ...

କଂଗ୍ରେସରୁ ବିଦା ହେଲେ ମୋକିମ

ଭୁବନେଶ୍ୱର,୧୫ା୧୨: ପୂର୍ବତନ ବିଧାୟକ ମହମ୍ମଦ ମୋକିମ କଂଗ୍ରେସରୁ ବହିଷ୍କୃତ ହୋଇଛନ୍ତି। ଦଳ ବିରୋଧୀ କାର୍ଯ୍ୟ ପାଇଁ ମୋକିମ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ ହୋଇଛନ୍ତି।...

‘ଭାଜପା ଡିଏନ୍‌ଏରେ ଭୋଟ୍‌ ଚୋରି’

ନୂଆଦିଲ୍ଲୀ,୧୫ା୧୨(ପି.ଟି.); ଭାଜପାର ଡିଏନ୍‌ଏରେ ‘ଭୋଟ ଚୋରି’ ପ୍ରବୃତ୍ତି ରହିଛି। କଂଗ୍ରେସ ସତ୍ୟ ସହ ଛିଡ଼ା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)କୁ...

ହାତୀକୁ ଖାଦ୍ୟରେ ବିସ୍ଫୋରକ

ବାରିପଦା,୧୫ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ୮ ଦିନ ତଳେ ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ଦେଇ ଏକ ୨୭ଟିକିଆ ହାତୀପଲ ବୁଢ଼ାବଳଙ୍ଗ ନଦୀ ପାର ହୋଇ ବାଲେଶ୍ୱର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri