ନାମଲେଖା ହେଲାଣି,ଘର କାମ ସରୁନି

ବାଲେଶ୍ୱର,୮।୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ସଦର ବ୍ଲକ ଅଧୀନ ହିଞ୍ଜଳା ଗ୍ରାମରେ ଆଦର୍ଶ ବିଦ୍ୟାଳୟ ନିର୍ମାଣରେ ବିଳମ୍ବ ଯୋଗୁ ଅସନ୍ତୋଷ ପ୍ରକାଶ ପାଇଛି। ଚଳିତ ବର୍ଷ ବିଦ୍ୟାଳୟରେ ପାଠପଢ଼ା ପାଇଁ ନାମ ଲେଖା ଆରମ୍ଭ ହୋଇଛି। ମାତ୍ର କାର୍ଯ୍ୟ ଶେଷ ହେବା ଅବଧିର ୪ ମାସ ଅତିକ୍ରାନ୍ତ ହୋଇ ସାରିଥିଲେ ମଧ୍ୟ ବିଦ୍ୟାଳୟ ଗୃହ ଛାତ ପଡ଼ିପାରି ନାହିଁ।
ଅନୁଯାୟୀ, ଏହି ବିଦ୍ୟାଳୟ ଗୃହ ନିର୍ମାଣ ପାଇଁ ଓଡ଼ିଶା ସରକାରଙ୍କ ପୂର୍ତ୍ତ ବିଭାଗକୁ ଦ୍ୱାୟିତ୍ୱ ପ୍ରଦାନ କରାଯାଇଥିଲା। ଏଥି ପାଇଁ ସମସ୍ତ ଅଫିସିଆଲ କାର୍ଯ୍ୟ ଶେଷ ହେବା ପରେ ଠିକାଦାର ଭାବେ ଏଲ.ପି. ଆସୋସିଏଟ୍‌କୁ କାର୍ଯ୍ୟାଦେଶ ଦିଆଯାଇଥିଲା। ୨୦୨୨ ନଭେମ୍ବର ୨୬ରେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି ପ୍ରକଳ୍ପର ବ୍ୟୟ ଅଟକଳ ୭ କୋଟି ୯୪ ଲକ୍ଷ ୬୭ ହଜାର ଟଙ୍କା ଥିବା ବେଳେ ୨ ବର୍ଷ ଭିତରେ କାର୍ଯ୍ୟ ଶେଷ କରିବା ଲାଗି ସମୟସୀମା ଧାର୍ଯ୍ୟ କରାଯାଇଥିଲା।
ଅଭିଯୋଗ ଅନୁଯାୟୀ, ଠିକାଦାର ଏହି ବିଦ୍ୟାଳୟ କାର୍ଯ୍ୟକୁ ଠିକ୍‌ ଭାବରେ କରୁ ନାହଁାନ୍ତି। ନିମ୍ନମାନର ପଥର, ବାଲି, ମୁଣ୍ଡା ସିମେଣ୍ଟ ଓ କଳଙ୍କି ଲାଗି ଯାଇଥିବା ରଡ୍‌ ଘର ତିଆରି କାର୍ଯ୍ୟରେ ବ୍ୟବହାର କରାଯାଉଛି। ବିଭାଗୀୟ ଯନ୍ତ୍ରୀ କିମ୍ବା ସହକାରୀ ଯନ୍ତ୍ରୀ କେହିବି ତଦାରଖ କରୁ ନାହଁାନ୍ତି। ଏପରିକି ସ୍ଥାନୀୟ ଲୋକେ ଅଭିଯୋଗ କଲେ ଗୁଣ୍ଡା ଶ୍ରେଣୀୟ ଲୋକମାନଙ୍କ ଦ୍ୱାରା ଧମକ ଚମକ ଦିଆଯାଉଛି।
ବିଦ୍ୟାଳୟ କ୍ରିୟାନୁଷ୍ଠାନ କମିଟି ସଦସ୍ୟ ପ୍ରଦୀପ କୁମାର ସାହୁ କୁହନ୍ତି, ସ୍ଥିରିକୃତ ଜମିରେ ଅସୁବିଧା ଥିବା କାରଣରୁ ବିଦ୍ୟାଳୟଟି ପଞ୍ଚାୟତ ବାହାରକୁ ପଳାଇବାକୁ ଯାଉଥିଲା। ଏଥିପାଇଁ ଗ୍ରାମବାସୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟରୁ ଡିଗ୍ରୀ ପାଇବା ପରେ ହିଞ୍ଜଳା ଗ୍ରାମ ପଡ଼ିଆରେ ହେବାକୁ ସ୍ଥିର ହେଲା। ୨୦୨୨ ନଭେମ୍ବର ୨୬ରେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲେ ମଧ୍ୟ ଏ ଯାବତ ଛାତ ପଡ଼ି ନାହିଁ। ଅବିଳମ୍ବେ କାର୍ଯ୍ୟ ଶେଷ ନ କରାଗଲେ କମିଟି ପକ୍ଷରୁ ହାଇକୋର୍ଟର ଆଶ୍ରୟ ନିଆଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ସ୍ଥାନୀୟ ଅଞ୍ଚଳର ରାଜମିସ୍ତ୍ରି ଚୈତନ୍ୟ ସାହୁ କୁହନ୍ତି, ଘର କାମରେ ନିମ୍ନମାନର ସାମଗ୍ରୀ ବ୍ୟବହାର କରାଯାଉଛି। ଛାତ ପକାଇବା ପାଇଁ ବିଛା ହୋଇଥିବା ରଡ୍‌ରେ ମଧ୍ୟ କଳଙ୍କି ଲାଗିଛି। ଲାଗିଥିବା ରିଙ୍ଗ୍‌ଗୁଡ଼ିକ ବଡ଼ ବଡ଼ କରି ପୁଣି ବଙ୍କା କରି ବ୍ୟବହାର ହୋଇଛି। ଏପରି ନିମ୍ନମାନର କାର୍ଯ୍ୟ ହେଲେ ବିଦ୍ୟାଳୟ ଗୃହ ଅଳ୍ପ ଦିନରେ ନଷ୍ଟ ହୋଇଯିବ ବୋଲି ସେ କହିଛନ୍ତି। ଦାୟିତ୍ୱରେ ଥିବା ବାଲେଶ୍ୱର ପୂର୍ତ୍ତ ବିଭାଗ ଡିଭିଜନ-୨ର ଅଧୀକ୍ଷଣ ଯନ୍ତ୍ରୀ ଇଂ.ପିନାକି ପ୍ରସାଦ ସ୍ବାଇଁଙ୍କୁ ପଚାରିବାରୁ ଉକ୍ତ ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ସମୟସୀମା ଶେଷ ହେବା ପରେ ଠିକାଦାରଙ୍କୁ ବାରମ୍ବାର ନୋଟିସ୍‌ ଦିଆଯାଇଥିଲା। ପରେ କିଛିଦିନ ଭିତରେ କାର୍ଯ୍ୟ ଶେଷ କରିବା ପାଇଁ ଚୁକ୍ତି କରିଥିଲା। ତାହାର ମଧ୍ୟ ସମୟ ଶେଷ ହୋଇଯାଇଛି। ନିମ୍ନମାନର କାର୍ଯ୍ୟ ଉପରେ ଧ୍ୟାନ ଦିଆଯିବ। ଛାତ ପାଇଁ ବନ୍ଧାଯାଇଥିବା ରଡ୍‌କୁ ଭଲ ଭାବରେ ତଦାରଖ କରି ଖୁବ୍‌ ଶୀଘ୍ର କାର୍ଯ୍ୟ ଶେଷ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri