Posted inଖେଳ

ସିରାଜଙ୍କ ଉପରେ ବୋତଲ ଫିଙ୍ଗି ଇଂଲଣ୍ଡ ଦର୍ଶକ ପଚାରିଲେ ‘ସ୍କୋର କେତେ’: ହାତରେ ୧-୦ ବୋଲି ଠାରରେ କହି…

ଲିଡ୍ସ,୨୬।୮: ଇଂଲଣ୍ଡ ବିପକ୍ଷରେ ସ୍ଥାନୀୟ ହେଡିଂଲେ ଗ୍ରାଉଣ୍ଡରେ ବୁଧବାରଠାରୁ ଆରମ୍ଭ ହୋଇଛି ତୃତୀୟ ଟେଷ୍ଟ। ପ୍ରଥମ ଦିନ ଭାରତ ମାତ୍ର ୭୮ରନ୍‌ କରି ଅଲଆଉଟ୍‌ ହେବା ପରେ ଇଂଲଣ୍ଡ ପଡ଼ିଆକୁ ଓହ୍ଲାଇଥିଲା। ଦିନର ଖେଳ ଶେଷ ହେବା ପର୍ଯ୍ୟନ୍ତ ବିନା ଉଇକେଟରେ ୧୨୦ ରନ୍‌ କରିଥିଲେ। ଏହି ସମୟ ମଧ୍ୟରେ ପଡ଼ିଆରେ ଏପରି କିଛି ଘଟିଥିଲା ଯାହା ବିବାଦର ରୂପ ନେଇପାରେ ବୋଲି ଚର୍ଚ୍ଚା ହେଉଛି। କାରଣ ମହମ୍ମଦ ସିରାଜଙ୍କୁ ସେଠାକାର ଦର୍ଶକ ଖରାପ ବ୍ୟବହାର କରିଛନ୍ତି।

ଖୁବ୍‌ କମ୍‌ ରନ୍‌ରେ ଭାରତ ଅଲଆଉଟ୍‌ ହେବା ପରେ ଇଂଲଣ୍ଡର ପ୍ରଶଂସକମାନେ ବେଶ୍‌ ଉତ୍ସାହିତ ହୋଇଥିଲେ। ଏହି ସମୟରେ ସେମାନେ ଫିଲ୍ଡିଂ କରୁଥିବା ସିରାଜଙ୍କ ଉପରେ ବଲ୍‌ ଫୋପାଡ଼ିଥିଲେ। କେବଳ ଏତିକି ନୁହେଁ ଦର୍ଶକମାନେ ସିରାଜଙ୍କୁ ସ୍କୋର କେତେ ବୋଲି ପ୍ରଶ୍ନ ପଚାରିଥିଲେ। ଏହାର ଜବାବ ଦେଇଥିଲେ ସିରାଜ। ନିଜ ହାତରେ ୧-୦ ବୋଲି ସେ କହି ସମସ୍ତଙ୍କ ଜବାବ ଦେଇଥିଲେ। ସିରାଜଙ୍କ ଏପରି ଜବାବର କାରଣ ଥିଲା ଭାରତୀୟ ଦଳ ସିରିଜରେ ଆଗୁଆ ଅଛି ବୋଲି ସେମାନେ ଯେପରି ନ ଭୁଲନ୍ତୁ।

ପ୍ରଥମ ଦିନ ଖେଳ ଶେଷ ହେବା ପରେ ଉଇକେଟ କିପର ବ୍ୟାଟ୍ସମ୍ୟାନ୍‌ ରିଷଭ ପନ୍ତଙ୍କୁ କୋହଲିଙ୍କ ବିଷୟରେ ପଚରାଯାଇଥିଲା। ସେ ଜବାବ ଦେଇ କହିଥିଲେ, ମୋତେ ଲାଗୁଛି କେହି ସିରାଜଙ୍କ ଉପରକୁ ବଲ୍‌ ଫୋପାଡ଼ିଥିଲେ। ଏଥିଯୋଗୁ ବିରାଟ ରାଗିଯାଇଥିଲେ। ଯାହା କହିବା କଥା କୁହ, ହେଲେ ଫିଲ୍ଡର୍ସମାନଙ୍କ ଉପରେ ଜିନିଷ ଫୋପାଡ଼ିବା କ୍ରିକେଟ ପାଇଁ ଶୁଭଙ୍କର ନୁହେଁ ବୋଲି ସେ କହିଥିଲେ।

ତେବେ ପୂର୍ବରୁ ଲର୍ଡସ ଟେଷ୍ଟରେ କେଏଲ୍‌ ରାହୁଲ ସାମ୍ପେନ ବୋତଲର ଏକ କର୍କ ବାହାରକୁ ଫିଙ୍ଗିଥିଲେ। କେହି ଦର୍ଶକ ତାକୁ ମଇଦାନ ଭିତରକୁ ଫୋପାଡ଼ିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

T20 ବିଶ୍ୱକପ୍‌ ୨୦୨୬: ନେଦରଲାଣ୍ଡ ବିପକ୍ଷରେ ଟସ୍‌ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି

ଅହମ୍ମଦାବାଦ,୧୮।୨: ଟି-୨୦ ବିଶ୍ୱକପ୍‌ ୨୦୨୬ର ଗ୍ରୁପ୍‌-ଏ ମୁକାବିଲାରେ ଭାରତ ଓ ନେଦରଲାଣ୍ଡ ମଧ୍ୟରେ ଲଢ଼େଇ ଆରମ୍ଭ ହୋଇଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ…

କଟକରେ ଫୁଟିଲା ଗୁଳି, ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ

କଟକ,୧୮।୨(କାର୍ତ୍ତିକ ସାହୁ): ଭୋଜି ଚାଲିଥିଲା ବେଳେ ଗୁଳିମାଡ଼ । ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ । କଟକ ମଧୁପାଟଣା ଥାନା ନୂଆପଡ଼ା ପ୍ରେସ୍‌ କଲୋନୀରେ ଫାୟାରିଂ ହୋଇଥିବା…

ପୁଟୁପଡ଼ାରେ ବ୍ୟବସାୟୀଙ୍କ ଘରୁ ଚୋରି ଘଟଣା, ୪ ଜଣଙ୍କୁ ଗିରଫ କରି ପୋଲିସର କୋର୍ଟ ଚାଲାଣ

ଖଡ଼ିଆଳ,୧୮।୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ପୁଟୁପଡା ୱାର୍ଡ ନଂ ୧୧ ନିବାସୀ ପ୍ରବୀଣ ଅଗ୍ରୱାଲ ଘରୁ ଚୋରି ହୋଇଥିବା ଫେବୃଆରୀ ୧୬ ତାରିଖରେ ଖଡ଼ିଆଳ…

ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା କଲେ ସ୍ୱାମୀ

ବଲାଙ୍ଗୀର,୧୮।୨(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଜାମପଡା ଗାଁ ଖୁଣ୍ଟିଆପଡାରେ ଛାତିଥରା ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା…

ଏସବୁ କରିବା ବଳାତ୍କାର ଉଦ୍ୟମ: ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ରଦ୍ଦ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୮ା୨: ନାବାଳିକା ଯୌନ ନିର୍ଯାତନା ମାମଲାରେ ଆଲ୍ଲାହାବାଦ ହାଇକୋର୍ଟଙ୍କ ଏକ ବିବାଦୀୟ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ରଦ୍ଦ କରିଦେଇଛନ୍ତି। ଜଣେ ୧୧ ବର୍ଷର ଶିଶୁ କନ୍ୟାର ସମ୍ବେଦନଶୀଳ ଅଙ୍ଗକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri