Posted inଖେଳ

ହେଡିଂଲେରେ ଜିତିଲା ଇଂଲଣ୍ଡ

ହେଡିଂଲେ, ୧୦ା୭: କ୍ରମାଗତ ଦୁଇଟି ମ୍ୟାଚରେ ବାଜବଲ୍‌ ଫେଲ୍‌ ମାରିବା ପରେ ହେଡିଂଲେରେ ଅନୁଷ୍ଠିତ ତୃତୀୟ ଟେଷ୍ଟ ମ୍ୟାଚକୁ ଜିତି ନେଇଛି ଇଂଲଣ୍ଡ। ହ୍ୟାରୀ ବ୍ରୁକ୍‌ଙ୍କ ଜବରଦସ୍ତ ଅର୍ଦ୍ଧଶତକ ସହିତ ନିମ୍ନକ୍ରମରେ କ୍ରିସ୍‌ ଓକ୍ସ ଓ ମାର୍କ ଉଡ୍‌ଙ୍କ ବ୍ୟାଟିଂ ବଳରେ ଅଷ୍ଟ୍ରେଲିଆକୁ ୩ ଉଇକେଟରେ ପରାସ୍ତ କରିଛି ଇଂଲଣ୍ଡ। ଏହା ସହିତ ୫ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ଦଳ ୧-୨ରେ ପଛୁଆ ରହିଛି। ବିଜୟ ପାଇଁ ୨୫୧ ରନ୍‌ ଆବଶ୍ୟକ ଥିବା ବେଳେ ଇଂଲଣ୍ଡ ଆଉଥରେ ସକରାତ୍ମକ କ୍ରିକେଟ ଖେଳିଥିଲା।
ତୃତୀୟ ଦିନର ଅସମାପ୍ତ ସ୍କୋର ୨୭/୦ ରୁ ଖେଳ ଆରମ୍ଭ କରି ଇଂଲଣ୍ଡ ଆଉ ୧୫ ରନ ଯୋଡିବା ପରେ ବେନ୍‌ ଡକେଟ୍‌ଙ୍କ ଉଇକେଟ ହରାଇଥିଲା। ମୋଇନ୍‌ ଅଲୀ ୫ ଓ ଜୋ ରୁଟ୍‌ ୨୧ ବିଶେଷ କିଛି କରି ପାରି ନ ଥିବା ବେଳେ ହ୍ୟାରୀ ବ୍ରୁକ୍‌ ଖେଳିଥିଲେ ୭୫ ରନ୍‌ର ଚମତ୍କାର ଇନିଂସ। ବେନ୍‌ ଷ୍ଟୋକ୍ସ(୧୩) ଓ ଜନି ବେୟାରଷ୍ଟୋ(୫) ମାତ୍ର ୧୦ ରନ୍‌ ବ୍ୟବଧାନରେ ପ୍ୟାଭିଲିୟନ୍‌ ଫେରବାରୁ ଇଂଲଣ୍ଡ ୧୭୧ ରନ୍‌ରେ ୬ ଉଇକେଟ ହରାଇଥିଲା। ବ୍ରୁକ୍ସ କିନ୍ତୁ ଆକ୍ରମଣାତ୍ମକ ବ୍ୟାଟିଂ କରିବା ସହିତ କ୍ରିସ୍‌ ଓକ୍ସ(୩୨*)ଙ୍କୁ ସାଥୀ କରି ୫୯ ରନ୍‌ ଯୋଡିଥିଲେ। ୯୩ ବଲ୍‌ ଖେଳି ବ୍ରୁକ୍‌ ୯ ଚୌକା ମାରିଥିଲେ। ବିଜୟ ପାଇଁ ୨୧ ରନ୍‌ ଆବଶ୍ୟକ ଥିବା ବେଳେ ବଡ ଶଟ୍‌ ଖେଳିବାକୁ ଯାଇ ବ୍ରୁକ୍‌ ଆଉଟ ହୋଇଥିଲେ। ତେବେ କ୍ରିସ୍‌ ଓକ୍ସ ଓ ମାର୍କ ଉଡ୍‌ ୧୬* ରହି ଦଳକୁ ବିଜୟୀ କରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ୍‌ ଷ୍ଟାର୍କ ଘାତକ ବୋଲିଂ କରି ୫ ଉଇକେଟ ନେଇଥିଲେ। ୮୦ ତମ ଟେଷ୍ଟରେ ଏହା ଷ୍ଟାର୍କଙ୍କର ୧୪ତମ ୫ ଉଇକେଟ ସଫଳତା। ଅନ୍ୟମାନଙ୍କ ମଧ୍ୟରେ ପ୍ୟାଟ କୁମିନ୍ସ ଓ ମିଚେଲ ମାର୍ଶ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଅଲରାଉଣ୍ଡ ସଫଳତା (୪୧ ରନ୍‌ ଓ ୭ ଉଇକେଟ) ପାଇଁ ମାର୍କ ଉଡ୍‌ଙ୍କୁ ପ୍ଲେୟର ଅଫ୍‌ ଦ ମ୍ୟାଚ ୍‌ଘୋଷଣା କରାଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ, ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୨୬୩ ରନ୍‌ରେ ଅଲଆଉଟ ହୋଇଥିବା ବେଳେ ଇଂଲଣ୍ଡ ପ୍ରଥମ ଇନିଂସରେ ୨୭ ରନ୍‌ ପଛରେ ରହିଥିଲା। ଦ୍ୱିତୀୟ ଇନିଂସରେ ଅଷ୍ଟ୍ରେଲିଆ ୨୨୪ ରନ୍‌ରେ ଅଲଆଉଟ ହେବା ସହିତ ୨୫୧ ରନ୍‌ର ଲକ୍ଷ୍ୟ ଧାର୍ଯ୍ୟ କରିଥିଲା।
ସଂକ୍ଷିପ୍ତ ସ୍କୋର
ଅଷ୍ଟ୍ରେଲିଆ ପ୍ରଥମ ଇନିଂସ-୨୬୩/୧୦। ଇଂଲଣ୍ଡ ପ୍ରଥମ ଇନିଂସ-୨୩୭/୧୦। ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସ-୨୨୪/୧୦। ଇଂଲଣ୍ଡ ଦ୍ୱିତୀୟ ଇନିଂସ-୨୫୪/୭(ହ୍ୟାରୀ ବ୍ରୁକ୍‌-୭୫, ଜ୍ୟାକ୍‌ କ୍ରଲି-୪୪, କ୍ରିସ୍‌ ଓକ୍ସ-୩୨*, ମିଚେଲ୍‌ ଷ୍ଟାର୍କ-୫/୭୮, ମିଚେଲ୍‌ ମାର୍ଶ-୧/୨୩, ପ୍ୟାଟ୍‌ କୁମିନ୍ସ-୧/୭୭)।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ଖେଳାଳିଙ୍କ ଗସ୍ତ ଉପରେ କଟକଣା ଲଗାଇଲା ଇରାନ

ତେହେରାନ,୨୭ା୩: ଇରାନ ଶତ୍ରୁରାଷ୍ଟ୍ର ଭାବେ ବିବେଚନା ଦେଶଗୁଡ଼ିକୁ ଖେଳାଳିଙ୍କ ଗସ୍ତ ଉପରେ କଟକଣା ଜାରି କରିଛି। ସାଉଦି ଆରବରେ ଟ୍ରାକ୍ଟର ଏଫ୍‌ସି ବିପକ୍ଷ ଗେମ୍‌ ପୂର୍ବରୁ ଇରାନ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପାଟପୁର ଗାଁ ଉତ୍ସବମୁଖର: ଅସ୍ଥାୟୀ ପୀଠରେ ପୂଜା ପାଇଲେ ଦେବୀ

ଦିଗପହଣ୍ଡି,୨୭୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପାଟପୁର ଗାଁର ଗ୍ରାମ ଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦୁଇବର୍ଷ ବ୍ୟବଧାନରେ ଚୈତ୍ର ଶୁକ୍ଳ ନବମୀ ତିଥି…

ଯୁଦ୍ଧ ଭିତରେ ମିସାଇଲ କିଣିଲା ଭାରତ, ଥରିଲା ପାକିସ୍ତାନ!

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ରୁଷିଆଠାରୁ ‘ଟୁଙ୍ଗୁସ୍କା’ ଆଣ୍ଟି-ଏୟାରକ୍ରାଫ୍ଟ ଏବଂ ମିସାଇଲ ସିଷ୍ଟମ ହାସଲ କରିବାକୁ ଯୋଜନା କରିଛି। ଏଥିପାଇଁ, ଭାରତ ରୁଷିଆର ରୋସୋବୋରୋନେକ୍ସପୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri