Posted inଖେଳ

ଆଜି ତୃତୀୟ ଦିନିକିଆ: ଫେୟାରଓ୍ବେଲ ମ୍ୟାଚକୁ ସ୍ମରଣୀୟ ଲକ୍ଷ୍ୟରେ ମହିଳା ଦଳ

ଲଣ୍ଡନ,୨୪ା୯: ଶନିବାର ଲଡର୍‌ସଠାରେ ଭାରତ ଓ ଇଂଲଣ୍ଡ ମହିଳା କ୍ରିକେଟ ଦଳ ମଧ୍ୟରେ ତୃତୀୟ ତଥା ଅନ୍ତିମ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚ ଖେଳାଯିବ। ଇଂଲଣ୍ଡ ମାଟିରେ ସିରିଜରେ କ୍ଲିନ ସୁଇପ୍‌ କରି ଇତିହାସ ସୃଷ୍ଟି କରିବା ସହ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ମହିଳା ଫାଷ୍ଟ ବୋଲର ଝୁଲଣ ଗୋସ୍ବାମୀଙ୍କୁ ଅନ୍ତର୍ଜାତୀୟ କ୍ରିକେଟରୁ ଫେୟାରଓ୍ବେଲକୁ ଅଧିକ ସ୍ମରଣୀୟ କରିବା ଲକ୍ଷ୍ୟ ନେଇ ଖେଳିବ ଭାରତ। ଲଡର୍‌ସ ଗ୍ରାଉଣ୍ଡରେ ମ୍ୟାଚ ଖେଳିବା ଲାଗି ଜଣେ କ୍ରିକେଟର ପାଇଁ ଏକ ବଡ଼ ସ୍ବପ୍ନ ଥାଏ। ଏହି ଗ୍ରାଉଣ୍ଡରେ ଏକ ଶତକ କିମ୍ବା ୫ ଉଇକେଟ ସଫଳତା ହାସଲ କରିବା ଏକ ସମ୍ମାନର କଥା। ମାତ୍ର ଜଣେ କ୍ୟାରିୟରର ଫେୟାରଓ୍ବେଲ ମ୍ୟାଚ ଏହି ପଡ଼ିଆରେ ଖେଳିବା ଭିନ୍ନ କଥା। ସୁନୀଲ ଗାଭାସ୍କର ଯଦିଓ ତାଙ୍କର ଅନ୍ତିମ ପ୍ରଥମଶ୍ରେଣୀ ମ୍ୟାଚ ଖେଳିଛନ୍ତି, ସେ ଏହି ସୁଯୋଗ ପାଇନାହାନ୍ତି। କ୍ୟାରିୟରର ଅନ୍ତିମ ଖେଳ ଦିବସରେ ମର୍ଯ୍ୟାଦାପୂର୍ଣ୍ଣ ଲଙ୍ଗରୁମ୍‌ରୁ ପଡ଼ିଆକୁ ଓହ୍ଲାଇବା ସୁଯୋଗ ସଚିନ ତେନ୍ଦୁଲକର ହୁଅନ୍ତୁ କିମ୍ବା ବ୍ରାଏନ ଲାରା ଅବା ଗ୍ଲେନ୍‌ ମ୍ୟାକ୍‌ଗ୍ରାଙ୍କ କ୍ଷେତ୍ରରେ ମିଳିନାହିଁ। ଘଟଣାକ୍ରମେ ହେଉ ଅବା ଭାଗ୍ୟ ଲଡର୍‌ସରେ ଝୁଲଣ ତାଙ୍କ ବିଦୟୀ ମ୍ୟାଚ ଖେଳିବାକୁ ଯାଉଛନ୍ତି। ଭାରତ ସିରିଜରେ ଅପରାଜେୟ ସହ ୨-୦ରେ ଆଗୁଆ ରହିଛି। ଶନିବାର ତୃତୀୟ ଦିନିକିଆରେ ବିଜୟ ସହ ଭାରତୀୟ କ୍ରିକେଟର ଅନ୍ୟତମ ‘ପୋଷ୍ଟର ଗର୍ଲ’ଙ୍କୁ ସ୍ମରଣୀୟ ବିଦାୟୀ ଦେବାକୁ ଆପ୍ରାଣ ଉଦ୍ୟମ କରିବ ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଦଳ।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri