Posted inଖେଳ

ଇଂଲଣ୍ଡ ବିଜୟୀ, ଫ୍ରାନ୍ସ ପରାସ୍ତ

ବୁଏନ୍‌ସ ଏୟାର୍ସ, ୨୪ା୫ (ପି.ଟି.): ଆର୍ଜେଣ୍ଟିନାରେ ଅନୁଷ୍ଠିତ ୨୦ ବର୍ଷରୁ କମ୍‌ ଫୁଟ୍‌ବଲ ବିଶ୍ୱକପ୍‌ରେ ଦେଖିବାକୁ ମିଳିଛି ଆଉ ଏକ ବିପର୍ଯ୍ୟୟ। ଦକ୍ଷିଣ କୋରିଆ ୨-୧ରେ ଫ୍ରାନ୍ସକୁ ପରାସ୍ତ କରି ସୃଷ୍ଟି କରିଛି ବିପର୍ଯ୍ୟୟ। ସୋମବାର ଇଂଲଣ୍ଡ, ଦକ୍ଷିଣ କୋରିଆ, ଗାମ୍ବିଆ ଓ ଉରୁଗୁଏ ବିଜୟୀ ହୋଇଛନ୍ତି। ଗ୍ରୁପ୍‌ ଇ’ରେ ଇଂଲଣ୍ଡ ଟ୍ୟୁନିସିଆକୁ ୧-୦ରେ ପରାସ୍ତ କରି ଅଭିଯାନ ଆରମ୍ଭ କରିଛି। ୧୯ ବର୍ଷରୁ କମ୍‌ ୟୁରୋ କପ୍‌ ଚାମ୍ପିୟନ ଦଳ ସହିତ ଇଂଲଣ୍ଡ ଏହି ଟୁର୍ନାମେଣ୍ଟକୁ ଓହ୍ଲାଇଥିଲା। ଲା ପ୍ଲାଟାରେ ଖେଳିଥିବା ମ୍ୟାଚରେ ଦଳ ଆରମ୍ଭରୁ ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲା। ପ୍ରଥମାର୍ଦ୍ଧରେ ଡେନ୍‌ ସେଲ୍ଟରଙ୍କ ହେଡର ଜରିଆରେ ଇଂଲଣ୍ଡ ଅଗ୍ରଣୀ ହାସଲ କରିଥିବା ବେଳେ ଶେଷ ପର୍ଯ୍ୟନ୍ତ ଏହାକୁ ବଜାୟ ରଖିଥିଲା। ଆରମ୍ଭରୁ ଶେଷ ଯାଏ ଆମେ ଖେଳକୁ ନିୟନ୍ତ୍ରଣରେ ରଖିଥିଲୁ ବୋଲି କହିଛନ୍ତି ଇଂଲଣ୍ଡ କୋଚ୍‌ ଇଆନ୍‌ ଫୋଷ୍ଟର। ଅନ୍ୟପକ୍ଷରେ ଦକ୍ଷିଣ କୋରିଆ ବିପକ୍ଷ ମ୍ୟାଚରେ ଫ୍ରାନ୍ସ ଖେଳାଳିଙ୍କ ନିକଟରେ ଆତ୍ମବିଶ୍ୱାସର ଅଭାବ ଦେଖିବାକୁ ମିଳିଥିଲା। କୋରିଆ ଶୃଙ୍ଖଳିତ ଖେଳ ପ୍ରଦର୍ଶନ କରିବା ସହିତ ୨୨ତମ ମିନିଟରେ ଲି ସେଉଙ୍ଗ ଓନ୍‌ ପ୍ରଥମ ଗୋଲ ସ୍କୋର କରିଥିଲେ। ଦ୍ୱିତୀୟାର୍ଦ୍ଧର ୬୪ତମ ମିନିଟରେ ଲି ୟୋଙ୍ଗ ଜୋନ୍‌ଙ୍କ ଗୋଲ ବଳରେ କୋରିଆ ଏହାର ଅଗ୍ରଣୀକୁ ୨-୦ରେ ପହଞ୍ଚାଇ ଥିଲା। ୭୦ ତମ ମିନିଟରେ ଆଲାନ୍‌ ଭିର୍ଜିନିଅସ୍‌ ଫ୍ରାନ୍ସ ପକ୍ଷରୁ ଏକମାତ୍ର ଗୋଲଟି ପରିଶୋଧ କରିଥିଲେ।
ତୃତୀୟ ମ୍ୟାଚରେ ଉରୁଗୁଏ ୪-୦ ଗୋଲରେ ଇରାକକୁ ପରାସ୍ତ କରିଥିଲା। ମାଟିଆସ୍‌ ଆବାଲ୍ଡୋ(୩୮), ଆନ୍ଦ୍ରେସ୍‌ ଫେରାରୀ(୪୮), ହୁସେନ ହସନ ଆମୋୟେଡ ରାସେଟିମ୍‌(୬୨, ଆତ୍ମଘାତୀ) ଓ ଆଲାନ ମାଟୁରୋ(୯୦+୨) ମିନିଟରେ ସ୍କୋର କରିଥିଲେ। ଅନ୍ତିମ ମ୍ୟାଚରେ ଆଫ୍ରିକୀୟ ରାଷ୍ଟ୍ର ଗାମ୍ବିଆ ୨-୧ ଗୋଲ୍‌ରେ ହଣ୍ଡୁରାସକୁ ପରାସ୍ତ କରିଛି। ଦଳ ପକ୍ଷରୁ ଆଡାମା ବୋଜଙ୍ଗ(୧ ଓ ୮୪) ମିନିଟରେ ଡବଲ ଗୋଲ ସ୍କୋର କରିଥିଲେ। ମ୍ୟାଚର ପ୍ରଥମ ମିନିଟରେ ବୋଜଙ୍ଗ ସ୍କୋର କରି ଦଳକୁ ଅଗ୍ରଣୀ କରିଥିଲେ। ଏହାର ୪ ମିନିଟ ପରେ ହଣ୍ଡୁରାସ ପକ୍ଷରୁ ମାର୍କୋ ଆସେଟିନୋ ସ୍କୋର କରି ମ୍ୟାଚକୁ ସମାନ୍ତର ସ୍ଥିତିକୁ ଆଣିଥିଲେ। ୮୪ ତମ ମିନିଟରେ ବୋଜଙ୍ଗ ଦ୍ୱିତୀୟ ଗୋଲ ସ୍କୋର କରି ଦଳକୁ ବିଜୟୀ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଧରିତ୍ରୀ’ ବିରୋଧରେ ଅଭିଯୋଗ ଭିତ୍ତିହୀନ, ମାମଲା ଖାରଜ କଲେ କୋର୍ଟ

ପୁରୀ/ଗୋପ,୩୦ା୩( ଅଜିତ ମହାନ୍ତି/ ଭାରତୀ ଭୂଷଣ ଉପାଧ୍ୟାୟ): ଜାଲ ସାର୍ଟିଫିକେଟ ରାକେଟ ସମ୍ପର୍କିତ ଖବର ପ୍ରକାଶନ ବିରୋଧରେ ଧରିତ୍ରୀ ଏବଂ ଏହାର ଖବରଦାତାଙ୍କ ବିରୋଧରେ ହୋଇଥିବା ଏକ…

ଫୁଲ ତୋଳିବା ହେଲା କାଳ, କୂଅରେ ପଡ଼ି ଚାଲିଗଲା ବୃଦ୍ଧାଙ୍କ ଜୀବନ

ନନ୍ଦପୁର,୩୦।୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମା ବାହିରିପଡ଼ା ଜମି ଭିତରେ ଥିବା ଏକ ପରିତ୍ୟକ୍ତ କୂଅରେ ପଡ଼ି ଜଣେ ବୃଦ୍ଧା ମହିଳାଙ୍କ…

ଅପମାନିତ ହେଲା ପାକିସ୍ତାନ: PSLରେ ବଲ ଟ୍ୟାମ୍ପରିଂ? ଫଖର ଜମାନଙ୍କ କାର୍ଯ୍ୟ କ୍ୟାମେରାରେ କଏଦ

ଇସଲାମାବାଦ,୩୦।୩: ପାକିସ୍ତାନ ସୁପର ଲିଗ (PSL 2026) ଆରମ୍ଭ ହେବାର ମାତ୍ର କିଛି ଦିନ ହେଲାଣି, ତଥାପି ଏହା ମଧ୍ୟରେ ଏକ ବଡ଼ ବିବାଦ ଦେଖାଦେଇଛି। ମ୍ୟାଚରେ…

ହୋଟେଲ କିମ୍ବା ରେଷ୍ଟୁରାଣ୍ଟରେ ଆପଣଙ୍କ ବିଲରେ LPG ଦେୟ ଯୋଡୁଥିଲେ ତୁରନ୍ତ କରିପାରିବେ ଅଭିଯୋଗ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୩୦।୩: ଗ୍ରାହକମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ପାଇଁ, କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ (CCPA) ହୋଟେଲ ଏବଂ ରେଷ୍ଟୁରାଣ୍ଟଗୁଡ଼ିକୁ ସ୍ପଷ୍ଟ ନିର୍ଦ୍ଦେଶନାମା ଜାରି କରିଛି, ସେମାନଙ୍କୁ ଗ୍ରାହକ…

ଲସ୍କର ଆତଙ୍କୀ ଶବିର ଲୋନ ଗିରଫ, ISIର ନିର୍ଦ୍ଦେଶରେ ରଚୁଥିଲା ଷଡଯନ୍ତ୍ର

ନୂଆଦିଲ୍ଲୀ,୩୦ା୩: ଜାତୀୟ ରାଜଧାନୀ ଦିଲ୍ଲୀରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଦିଲ୍ଲୀ ସୀମାରୁ ଲସ୍କର ଆତଙ୍କବାଦୀ ଶବିର ଅହମ୍ମଦଙ୍କୁ ଗିରଫ…

ମ୍ୟାଚ ମଧ୍ୟଭାଗରେ ଖୋଲିଲା ରିଙ୍କୁ ସିଂହ ଭାଗ୍ୟ, ପ୍ରଥମ IPL ମ୍ୟାଚରେ ଘଟିଲା…

ନୂଆଦିଲ୍ଲୀ,୩୦।୩: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗ ସିଜିନର ପ୍ରଥମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ପରାଜୟ ବରଣ କରିଥିଲା। ଅଧିନାୟକ ଅଜିଙ୍କ୍ୟ ରାହାଣେ – ଯିଏ ତାଙ୍କ…

କାରବାର ଆରମ୍ଭ ହେବା ମାତ୍ରେ ଖସିଲା ଶେୟାର ମାର୍କେଟ୍‌, ସେନ୍‌ସେକ୍ସ ହ୍ରାସ ପାଇ…

ନୂଆଦିଲ୍ଲୀ,୩୦ା୩: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ସୋମବାର ଭାରତୀୟ ଷ୍ଟକ୍‌ ବଜାର ହ୍ରାସ ପାଇଛି। ବିଏସ୍‌ଇର ୩୦-ଶେୟାର ସୂଚକାଙ୍କ, ସେନସେକ୍ସ ୧୦୧୮…

ବିଧାୟକ ପଦରୁ ଇସ୍ତଫା ଦେଲେ ନବୀନ, ଏବେ କିଏ ହେବେ ବାଙ୍କିପୁରରୁ ପ୍ରାର୍ଥୀ ଉଠିଲାଣି ପ୍ରଶ୍ନ

ପାଟନା,୩୦।୩: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ବିଧାନସଭା ସଦସ୍ୟ (ଏମଏଲଏ) ପଦରୁ ଇସ୍ତଫା ଦେଇଛନ୍ତି। ସେ ବିହାର ଭାଜପା ୟୁନିଟର ସଭାପତି ସଞ୍ଜୟ ସରାଓଗୀଙ୍କୁ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri