Posted inଖେଳ

ଇଂଲଣ୍ଡ- ପାକିସ୍ତାନ ପ୍ରଥମ ଟି୨୦ ମୁକାବିଲା

ମାଞ୍ଚେଷ୍ଟର, ୨୮।୮: ସ୍ଥାନୀୟ ଓଲ୍ଡ ଟ୍ରାଫୋର୍ଡ ଗ୍ରାଉଣ୍ଡରେ ଶୁକ୍ରବାର ଇଂଲଣ୍ଡ ଓ ଭ୍ରମଣକାରୀ ପାକିସ୍ତାନ ପ୍ରଥମ ଟି୨୦ ମ୍ୟାଚ୍‌ରେ ପରସ୍ପରକୁ ଭେଟିବେ। ୧-୦ରେ ବିଜୟୀ ହୋଇ ଇଂଲଣ୍ଡ ଦୀର୍ଘ ଏକ ଦଶନ୍ଧି ପରେ ପାକିସ୍ତାନ ବିପକ୍ଷରେ ଟେଷ୍ଟ ସିରଜରେ ବାଜି ମାରିଛି। ଏହି ସଫଳତାକୁ ଇଂଲଣ୍ଡ ୩ ମ୍ୟାଚ୍‌ ବିଶିଷ୍ଟ ଏହି ଟି୨୦ ସିରିଜରେ ଦୋହରାଇବାକୁ ପ୍ରୟାସ କରିବ। ଘରୋଇ ପରିବେଶରୁ ମଧ୍ୟ ଫାଇଦା ଉଠାଇବା ଲକ୍ଷ୍ୟରେ ଇଂଲଣ୍ଡ ରହିଛି। ଅନ୍ୟପଟେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ପାକିସ୍ତାନ ଟେଷ୍ଟ ସିରିଜରେ ପରାଜୟ ବରଣ କରିଛି। ଏହାକୁ ପାକିସ୍ତାନ ସହଜରେ ଗ୍ରହଣ କରି ନାହିଁ। ତେଣୁ ଟେଷ୍ଟ ସିରିଜ ପରାଜୟର ପ୍ରତିଶୋଧ ଟି୨୦ରେ ନେବାକୁ ଚାହିଁବ ପାକିସ୍ତାନ।
କୋଭିଡ୍‌-୧୯ ମହାମାରୀର ପ୍ରକୋପ ଜାରି ରହିଥିବା ବେଳେ ଜୈବ ସୁରକ୍ଷିତ ପରିବେଶରେ ଏହି ଟି୨୦ ସିରିଜ ଆୟୋଜନ ହେବ। ଆଗାମୀ ଟି୨୦ ବିଶ୍ୱକପ୍‌କୁ ଦୃଷ୍ଟିରେ ରଖି ଏହି ସିରିଜ୍‌ରେ ଉଭୟ ଦଳ ପରୀକ୍ଷା ନିରୀକ୍ଷା କରିବେ ବୋଲି ଆଶା କରାଯାଉଛି। ମ୍ୟାଚ୍‌ରେ ବର୍ଷା ହେବାର ସମ୍ଭାବନା ରହିଛି। ବ୍ୟାଟିଂ ପାଇଁ ମାଞ୍ଚେଷ୍ଟରର ଏହି ପିଚ୍‌ ବେଶ୍‌ ଅନୁକୂଳ। ଉଇକେଟ ଫ୍ଲାଟ ଥିବାରୁ ଛକା ଓ ଚୌକାର ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଉଛି। ପ୍ରଥମେ ବ୍ୟାଟିଂ କରି ୧୬୦ ରନ ସଂଗ୍ରହ କରିପାରିଲେ ଏହା ପ୍ରତିପକ୍ଷ ଦଳ ପାଇଁ ଚ୍ୟାଲେଞ୍ଜ୍‌ ସୃଷ୍ଟି କରିବ। ଉଭୟ ଦଳର ବ୍ୟାଟିଂ ଲାଇନ୍‌ଅପ୍‌ ଦୃଢ ରହିଛି। ତେବେ ଏହା ସତ୍ତ୍ୱେ ଦୁଇ ଦଳ ବ୍ୟାଟିଂ କୋଲାପ୍ସ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ମହମ୍ମଦ ଆମୀରଙ୍କ ନେତୃତ୍ୱରେ ପାକିସ୍ତାନ ବୋଲିଂ ବିଭାଗ ବେଶ୍‌ ଶକ୍ତିଶାଳୀ ରହିଛି। ତେବେ ଘରୋଇ ପରିବେଶରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନମାନେ ଭ୍ରମଣକାରୀ ଦଳ ପାଇଁ ବିପଦ ସୃଷ୍ଟି କରିବେ।
ଇଂଲଣ୍ଡ ଦଳ: ଇଅନ ମୋର୍ଗାନ (ଅଧିନାୟକ), ମୋଇନ ଅଲୀ, ଜନୀ ବେୟାରଷ୍ଟୋ, ଟମ୍‌ ବାଣ୍ଟନ, ସାମ ବିଲିଙ୍ଗ୍ସ (ଉଇକେଟକିପର), ଟମ୍‌ କୁରାନ, ଜୋନ ଡେନ୍‌ଲୀ, ଲୁଇସ୍‌ ଗ୍ରେଗୋରୀ, କ୍ରିସ୍‌ ଜୋର୍ଡାନ, ସାକିବ ମେହମୁଦ, ଡଓ୍ବେିଡ୍‌ ମଲାନ, ଆଦିଲ ରସିଦ୍‌ ଓ ଡେଭିଡ୍‌ ଓ୍ବିଲି।
ପାକିସ୍ତାନ ଦଳ: ବାବର ଆଜମ (ଅଧିନାୟକ), ଫକାର ଜମାନ, ହାଇଦର ଅଲୀ, ହାରିସ୍‌ ରୌଫ୍‌, ଆବିଦ୍‌ ଅଲୀ, ଅସାଦ ସାଫିକ, ଅଝାର ଅଲୀ, ଫାହିମ୍‌ ଆଶ୍ରଫ୍‌, ଇଫ୍‌ତିକାର ଅହମ୍ମଦ, ଇମାଦ ଓ୍ବାସିମ, ଇମାମ୍‌- ଉଲ- ହକ୍‌, ଖୁଶଦିଲ ଶାହ, ମହମ୍ମଦ ହାଫିଜ୍‌, ମହମ୍ମଦ ହାସନେନ୍‌, ମହମ୍ମଦ ରିଜଓ୍ବାନ, ମହମ୍ମଦ ଆମୀର, ନସିମ ଶାହା, ସର୍ଫରାଜ ଅହମ୍ମଦ, ସଦାବ ଖାନ, ଶାହିନ ଶାହ ଆଫ୍ରିଦି, ସୋଏବ ମଲିକ, ଓ୍ବାହାବ୍‌ ରିଆଜ୍‌।
ସ୍ଥାନ: ଓଲ୍ଡ ଟ୍ରାଫୋର୍ଡ, ମଞ୍ଚେଷ୍ଟର
ସମୟ: ରାତି ୧୦.୩୦
ପ୍ରସାରଣ: ସୋନୀ ସିକ୍ସ


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ଭୀମ ଭୋଇ ମେଡିକାଲରେ ରୋଗୀଙ୍କ ମୋବାଇଲ୍ ଚୋରି କରୁଥିଲା ଚୋର, ହାତ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ଲୋକେ

ବଲାଙ୍ଗୀର,୧୨।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଦିନକୁ ଦିନ ଚୋରି ଘଟଣା ବଢିବାରେ ଲାଗିଛି । ନିଶାସେବନ କରି କିଛି ଅସାମାଜିକ…

‘ସବୁକିଛି ଶେଷ…’ ଲେବାନନ୍ ଉପରେ ବଡ଼ ଆକ୍ରମଣ କଲା ଇସ୍ତ୍ରାଏଲ, ସମ୍ପୂର୍ଣ୍ଣ ଗାଁ ଧ୍ୱଂସ

ନୂଆଦିଲ୍ଲୀ,୧୨।୪:  ଇରାନ ଏବଂ ଆମେରିକା ମଧ୍ୟରେ ଦୁଇ ସପ୍ତାହ ଧରି ଯୁଦ୍ଧବିରତି ହୋଇଥିବା ସତ୍ତ୍ୱେ, ଇସ୍ରାଏଲ ଲେବାନନ ଉପରେ ନିରନ୍ତର ଆକ୍ରମଣ ଆରମ୍ଭ କରିଛି । ଏହି ଆକ୍ରମଣରେ…

ନୀତୀଶ ରାଣାଙ୍କୁ ବଡ଼ ଜରିମାନା, କାହିଁକି ଜାଣନ୍ତୁ…

ଚେନ୍ନାଇ,୧୨ା୪:ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟର ନୀତୀଶ ରାଣାଙ୍କୁ ତାଙ୍କ ମ୍ୟାଚ୍‌ ଫି’ର ୨୫ ପ୍ରତିଶତ ଜରିମାନା କରାଯାଇଛି। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବିପକ୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍‌…

କାଠ ବୋଝେଇ ପିକଅପ୍ ଭ୍ୟାନକୁ ଜବତ କଲା ପଦ୍ମପୁର ବନ ବିଭାଗ, ମିଳିଲା….

ପଦ୍ମପୁର,୧୨।୪(ପ୍ରଦୀପ୍ତ ଦାଶ): ପଦ୍ମପୁର ବନ ବିଭାଗକୁ ସଫଳତା । ଶନିବାର ଜଗଦଳପୁର ଥାନା ଅନ୍ତର୍ଗତ ଲୋହରା କୋଟ ଗ୍ରାମ ପାଖରୁ ଏକ ସାଗୁଆନ ଗଣ୍ଡି ବୋଝେଇ ମେକ୍ସ…

ବରଗଡରେ ୨ଟି ଫୁଲମାଳା ବିନିମୟରେ ବାଛିଲେ ଜୀବନସାଥୀ… ନା ଦେଖିଥିଲେ ଜାତି, ନା ଦେଇଥିଲେ ଯୌତୁକ

ବରଗଡ଼,୧୨।୪(ପ୍ରେମାନନ୍ଦ ଖମାରୀ): ବିବାହରେ ନ ଥିଲା ଯାନି ଯୌତୁକ । ନ ଥିଲା ଜାତି ଭେଦଭାବ। ବାହାରି ନ ଥିଲା ବରାତି ଶୋଭାଯାତ୍ରା। କେବଳ ୨ଟି ଫୁଲମାଳା…

ଦୋକାନରେ ଚାଲିଥିଲା ଗଞ୍ଜେଇ ବିକ୍ରି, ପୋଲିସ ଅତର୍କିତ ଚଢ଼ାଉ କରି…

ତିହିଡ଼ି,୧୨ା୪(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବଜାରରେ ଥିବା ଏକ ବେଆଇନ ଗଞ୍ଜେଇ ଦୋକାନ ଉପରେ ତିହିଡ଼ି ପୋଲିସ ଅତର୍କିତ ଚଢ଼ାଉ କରି ଜଣେ ଗଞ୍ଜେଇ ବିକ୍ରେତା…

US Iran Peace Talks In Pakistan: ବିଫଳ ହେଲା ଶାନ୍ତି ଆଲୋଚନା, କିନ୍ତୁ କାହିଁକି ପାକିସ୍ତାନକୁ ଧନ୍ୟବାଦ ଦେଲା ଇରାନ? ଜାଣନ୍ତୁ ଏହାର ବଡ଼ କାରଣ

ଇସଲାମାବାଦ,୧୨।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ସମ୍ପୂର୍ଣ୍ଣ ବିଫଳତାରେ ଶେଷ ହୋଇଥିଲା। ୨୧ ଘଣ୍ଟା ଧରି ଚାଲିଥିବା ଆଲୋଚନା…

ଆରମ୍ଭ ହେଲା ହର୍ମୁଜ ପ୍ରଣାଳୀର ସଫେଇ… ଯୁଦ୍ଧଜାହାଜ, ଡ୍ରୋନ, ହେଲିକପ୍ଟର ନିୟୋଜିତ; ଆମେରିକାର ‘ହାଇଟେକ ଅପରେଶନ’ ଆରମ୍ଭ

ତେହରାନ,୧୨।୪: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ, ଆମେରିକା ହର୍ମୁଜ ପ୍ରଣାଳୀରେ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଏହି ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri