Categories: ଖେଳ

ଶେଷ ମ୍ୟାଚ୍‌ରେ ଟସ୍‌ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି

କୋଲକାତା,୧୧।୧୧: କୋଲକାତାସ୍ଥିତ ଇଡେନ୍‌ ଗାର୍ଡେନ୍ସ ଷ୍ଟାଡ଼ିୟମରେ ଶନିବାର ଖେଳାଯାଉଥିବା ୨୦୨୩ ବିଶ୍ୱକପର ୪୪ତମ ମ୍ୟାଚ୍‌ରେ ଇଂଲଣ୍ଡ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ଆମନ୍ତ୍ରଣ ପାଇ ପାକିସ୍ତାନ ବୋଲିଂ କରିବ।

ଅନ୍ୟପକ୍ଷେ ଇଂଲଣ୍ଡ ବିଶ୍ୱପକର ଶେଷ ମ୍ୟାଚ୍‌ ଜିତି ସମ୍ମାନର ସହ ସ୍ବଦେଶ ଫେରିବାକୁ ଲକ୍ଷ୍ୟ ରଖିଛି। ଅପରପକ୍ଷେ ସେମିଫାଇନାଲ ଖେଳିବାକୁ ପାକିସ୍ତାନ ଲାଗି ୨୮୭ ରନ୍‌ ବ୍ୟବଧାନର ଅସମ୍ଭବ ବିଜୟ ଲକ୍ଷ୍ୟ ରହିଛି। ଯଦି ଦଳ ଏହା କରିଦିଏ ଚତୁର୍ଥ ସ୍ଥାନରେ ଥିବା ନ୍ୟୁଜିଲାଣ୍ଡକୁ ରନ୍‌ରେଟରେ ପଛରେ ପକାଇ ସେମିଫାଇନାଲ ପହଞ୍ଚି ପାରିବ। ଅଷ୍ଟ୍ରେଲିଆଠୁ ୧୯୯୯ ଫାଇନାଲ ହାରିବା ପରେ କେବଳ ୨୦୧୧ରେ ସେମିଫାଇନାଲ ଖେଳିଥିଲା ପାକିସ୍ତାନ। ଗତ ସଂସ୍କରଣରେ ମଧ୍ୟ ଚତୁର୍ଥ ସ୍ଥାନରୁ ନ୍ୟୁଜିଲାଣ୍ଡକୁ ହଟାଇ ସେମିଫାଇନାଲ ଖେଳିବା ଲାଗି ପାକିସ୍ତାନକୁ ଶେଷ ଲିଗ ମ୍ୟାଚ୍‌ ବାଂଲାଦେଶକୁ ୩୦୦ ରନ୍‌ ବ୍ୟବଧାନରେ ହରାଇବାର ଲକ୍ଷ୍ୟ ରହିଥିଲା। ଏହା ହୋଇପାରି ନ ଥିଲା। ଚଳିତ ଥର ଏହି ସମାନ ସ୍ଥିତି ଦେଖିବାକୁ ମିଳିଛି। ଇଂଲଣ୍ଡ ଭଳି ପାକିସ୍ତାନର ବୋଲିଂ ମଧ୍ୟ ଖରାପ ରହିଛି।

Share