Categories: Home Leftଖେଳ

କ୍ୱାର୍ଟରରେ ଇଂଲଣ୍ଡ, ମେକ୍ସିକୋର ଅଭିଯାନ ଶେଷ

ମେକ୍ସିକୋ ସିଟି, ୬ା୭: ଘରୋଇ ଫିଲ୍ଡ ଓ ପରିବେଶରେ ଖେଳିବାର ଫାଇଦା ସହିତ ପ୍ରତିପକ୍ଷ ଦଳ ପ୍ରାୟତଃ ଦ୍ୱିତୀୟାର୍ଦ୍ଧ ୧୦ ଖେଳାଳିରେ ଖେଳିବା ସତ୍ତ୍ୱେ ମେକ୍ସିକୋର ଅଭିଯାନ ଚଳିତ ଫିଫା ବିଶ୍ୱକପ୍‌ରେ ପ୍ରି-କ୍ୱାର୍ଟରରେ ଶେଷ ହୋଇଛି। ସୋମବାର ଖେଳାଯାଇଥିବା ପ୍ରି-କ୍ୱାର୍ଟର ମ୍ୟାଚ୍‌ରେ ଇଂଲଣ୍ଡ ୩-୨ ଗୋଲରେ ସହ ଆୟୋଜକ ମେକ୍ସିକୋକୁ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ସ୍ଥାନ ପକ୍କା କରିଛି। ଆସନ୍ତା ଶନିବାର ଇଂଲଣ୍ଡ ମାୟାମିଠାରେ ଖେଳାଯିବାକୁ ଥିବା କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ନରଓ୍ବେକୁ ଭେଟିବ।

ପତନଠାରୁ ୨୨୦୦ ମିଟର ଊର୍ଦ୍ଧ୍ୱରେ ଥିବା ଇଷ୍ଟାଡିଓ ଆଜଟେକାରେ ୮୦,୮୨୪ ଦର୍ଶକଙ୍କ ଉପସ୍ଥିତିରେ ମ୍ୟାଚ୍‌ ଖେଳାଯାଇଥିଲା। ଟୁର୍ନାମେଣ୍ଟର ପ୍ରଥମ ୪ ମ୍ୟାଚ୍‌ରେ ଗୋଟିଏ ବି ଗୋଲ ବରଣ କରି ନ ଥିବା ମେକ୍ସିକୋ ପାଖରେ ଜୁଡେ ବେଲିଂଘମ(୩୬ ଓ ୩୮ତମ ମିନିଟ୍‌)ଙ୍କ ଲାଗି କୌଣସି ଉତ୍ତର ନ ଥିଲା। ସେ ପ୍ରଥମାର୍ଦ୍ଧରେ ୯୮ ସେକେଣ୍ଡର ବ୍ୟବଧାନ ମଧ୍ୟରେ ଦୁଇଟି ଗୋଲ ଦେଇଥିଲେ।

ପେନାଲ୍ଟି ଜରିଆରେ ହାରୀ କେନ (୬୦ତମ) କରିଥିବା ଗୋଲ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଥିଲା। ମେକ୍ସିକୋ ଜୁଲିଆନ କ୍ୱିନୋନେସ (୪୨ତମ) ଓ ରଲ ଜିମେନେଜ (୬୯ତମ)ଙ୍କ ଜରିଆରେ ଦୁଇଟି ଗୋଲ ପରିଶୋଧ କରିଥିଲା। ହେଲେ ତୃତୀୟ ଗୋଲର କୌଣସି ଜବାବ ଦେଇ ପାରି ନ ଥିଲା। ୧୯୬୬ରେ ଖୋଲା ଯାଇଥିବା ଇଷ୍ଟାଡିଓ ଆଜଟେକାରେ ଏହା ମେକ୍ସିକୋ ଲାଗି ତୃତୀୟ ପରାଜୟ।

Share