Posted inଖେଳ

ଭାରତ ସମ୍ମୁଖରେ ଇଂଲଣ୍ଡ ଚ୍ୟାଲେଞ୍ଜ

ଭୁବନେଶ୍ୱର,୧୫ା୧(ସ୍ପୋଟର୍‌ସ ବ୍ୟୁରୋ): ରବିବାର ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯିବ ଭାରତ ଓ ଇଂଲଣ୍ଡ ବିପକ୍ଷ ଗ୍ରୁପ୍‌ ମ୍ୟାଚ୍‌। ସ୍ପେନ୍‌ ବିପକ୍ଷରେ ଚମତ୍କାର ବିଜୟ ସହିତ ହକି ବିଶ୍ୱକପ୍‌ ଅଭିଯାନ ଆରମ୍ଭ କରିଥିବା ଭାରତୀୟ ହକି ଦଳ ଆଗରେ ରହିବ ଅନ୍ୟତମ ଶକ୍ତିଶାଳୀ ଇଂଲଣ୍ଡ ଦଳ। ପୁଲ୍‌ ଡି’ରେ ସ୍ଥାନ ପାଇଥିବା ଉଭୟ ଦଳ ନିଜର ପ୍ରଥମ ମ୍ୟାଚରେ ବିଜୟୀ ହୋଇଛନ୍ତି। ଭାରତ ୨-୦ରେ ସ୍ପେନ୍‌କୁ ପରାସ୍ତ କରିଥିବା ବେଳେ ଓ୍ବେଲ୍ସ ବିପକ୍ଷରେ ୫-୦ରେ ବିଜୟୀ ହୋଇଥିଲା ଇଂଲଣ୍ଡ। ଘରୋଇ ମାଟିରେ ଦ୍ୱିତୀୟ ଥର ପାଇଁ ବିଶ୍ୱକପ୍‌ ଖେଳୁଥିବା ଭାରତ ପାଇଁ ଏହି ମ୍ୟାଚଟି ବେଶ୍‌ ଚ୍ୟାଲେଞ୍ଜପୂର୍ଣ୍ଣ ରହିବ ବୋଲି ଆକଳନ କରାଯାଉଛି। ସ୍ପେନ୍‌ ବିପକ୍ଷ ମ୍ୟାଚରେ ୨୧ ହଜାର ଦର୍ଶକଙ୍କ ସମ୍ମୁଖରେ ଭାରତୀୟ ଦଳ ଚମତ୍କାର ପ୍ରଦର୍ଶନ କରିଥିଲା। ଅଧିନାୟକ ହରମନ୍‌ପ୍ରୀତ୍‌ ସିଂ ଓ ଉପ ଅଧିନାୟକ ଅମିତ ରୋହିଦାସ ଚମତ୍କାର ରକ୍ଷଣାତ୍ମକ ଖେଳ ପ୍ରଦର୍ଶନ କରିଥିବା ବେଳେ ଅମିତ ଓ ହାର୍ଦ୍ଦିକ ସିଂ ଭାରତ ପାଇଁ ଗୋଟିଏ ଲେଖାଏ ଗୋଲ ସ୍କୋର କରିଥିଲେ। ଇଂଲଣ୍ଡ ବିପକ୍ଷରେ ମଧ୍ୟ ରକ୍ଷଣଭାଗ ନିକଟରୁ ସମାନ ପ୍ରଦର୍ଶନ ଆଶା କରିବ ଦଳ। ପ୍ରଥମ ମ୍ୟାଚରେ ଭାରତୀୟ ଦଳର ପ୍ରଦର୍ଶନକୁ ମୁଖ୍ୟ କୋଚ୍‌ ଗ୍ରାହାମ ରିଡ୍‌ ବେଶ୍‌ ପ୍ରଶଂସା କରିଛନ୍ତି। ପ୍ରଥମ ମ୍ୟାଚରେ ଭାରତୀୟ ଦଳ ବିଜୟୀ ହୋଇଥିବା ବେଳେ ଇଂଲଣ୍ଡ ବିପକ୍ଷରେ ସମାନ ପ୍ରଦର୍ଶନ ଜାରି ରଖିବା ପାଇଁ ଦଳ ପ୍ରୟାସ କରିବ। ଡିଫେଣ୍ଡରମାନେ ଭଲ ପ୍ରଦର୍ଶନ କରିଥିବା ବେଳେ ସମସ୍ତ ଖେଳାଳିଙ୍କ ପ୍ରଦର୍ଶନ ପ୍ରାୟ ଭଲ ରହିଥିଲା। ଗୋଲ ପୋଷ୍ଟ ନିକଟରୁ ବଲ୍‌କୁ ଦୂରେଇ ରଖିବାରେ ଖେଳାଳିମାନେ ସଫଳ ହୋଇଥିଲେ। ଭାରତୀୟ ଖେଳାଳିଙ୍କ ସ୍ପିଡ୍‌ ଚମତ୍କାର ରହିଥିବା ବେଳେ ସମାନ ସଫଳତା ଦୋହରାଇବା ଉପରେ ରିଡ୍‌ ଗୁରୁତ୍ୱ ଦେଇଛନ୍ତି। ଭାରତୀୟ ଦଳର ଭେଟେରାନ ଗୋଲକିପର ପି. ଆର. ଶ୍ରୀଜେସ୍‌ ଓ କ୍ରିଷନ୍‌ ବାହାଦୁର ପାଠକ ବଢିଆ ଫର୍ମରେ ରହିଥିବା ବେଳେ ଇଂଲଣ୍ଡ ଗୋଲି ଓଲିଭର ପେନ୍‌ ମଧ୍ୟ ଓ୍ବେଲ୍ସ ବିପକ୍ଷ ମ୍ୟାଚର ଅନ୍ତିମ କ୍ୱାର୍ଟରରେ ପ୍ରଭାବୀ ପ୍ରଦର୍ଶନ କରିଥିଲେ। ଭାରତୀୟ ଦଳ ପେନାଲ୍ଟି କର୍ନରକୁ ଗୋଲରେ ପରିଣତ କରିବାରେ ବିଫଳ ହୋଇଥିବା ବେଳେ ଇଂଲଣ୍ଡ ବିପକ୍ଷରେ ଏହି ଭୁଲ ସୁଧାରିବାକୁ ପ୍ରୟାସ କରିବ। ବିଗତ କିଛି ମାସ ମଧ୍ୟରେ ଭାରତର ଶ୍ରେଷ୍ଠ ଖେଳାଳି ରହିଥିବା ହରମନ୍‌ପ୍ରୀତ ସିଂଙ୍କ ସ୍ପେନ୍‌ ବିପକ୍ଷ ମ୍ୟାଚରେ ଏତେଟା ପ୍ରଭାବଶାଳୀ ରହି ନ ଥିଲେ। ଇଂଲଣ୍ଡ ବିପକ୍ଷ ମ୍ୟାଚରେ ବିଜୟୀ ହେଲେ ଭାରତ କ୍ୱାର୍ଟର ଫାଇନାଲ ଯୋଗ୍ୟତାର ଏକ ପାଦ ନିକଟତର ହେବ। ଅନ୍ତିମ ମ୍ୟାଚରେ ୧୫ତମ ସ୍ଥାନରେ ଥିବା ଓ୍ବେଲ୍ସକୁ ଭେଟିବ ଭାରତ। ବିଶ୍ୱ ର଼୍ୟାଙ୍କିଙ୍ଗରେ ଇଂଲଣ୍ଡ ଭାରତଠାରୁ ଗୋଟିଏ ସ୍ଥାନ ଉପରେ ରହିଛି। ଉଭୟ ଦଳ ପରସ୍ପର ସହିତ ୨୧ ଥର ଭେଟିଥିବା ବେଳେ ଭାରତ ୧୦ମ୍ୟାଚ୍‌ ଜିତିଛି। ୭ ମ୍ୟାଚ୍‌ ଇଂଲଣ୍ଡ ସପକ୍ଷରେ ରହିଥିବା ବେଳେ ୪ଟି ମ୍ୟାଚ୍‌ ଡ୍ର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

RCBର ବିକ୍ରି ପରେ ମୁହଁ ଖୋଲିଲେ ମାଲ୍ୟା: ସମାଲୋଚକଙ୍କୁ କହିଲେ…

ନୂଆଦିଲ୍ଲୀ,୨୬ା୩: ଆଇପିଏଲ୍‌ ଫ୍ରାଞ୍ଚାଇଜ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୧୮,୭୭୬ କୋଟି ଟଙ୍କାରେ ବିକ୍ରି ହେବା ପରେ ଏହାର ମୂଳ ମାଲିକ ତଥା ପଳାତକ ବ୍ୟବସାୟୀ ବିଜୟ…

ରୋହିତ ଶର୍ମା-ବିରାଟ କୋହଲି ଆଗାମୀ ଗୋଟିଏ ବର୍ଷ ମଧ୍ୟରେ କେତେ ମ୍ୟାଚ ଖେଳିବେ, ସିଡ୍ୟୁଲ ଜାରିକଲା BCCI

ନୂଆଦିଲ୍ଲୀ,୨୬।୩: ଆଗାମୀ ବର୍ଷ ପାଇଁ ଟିମ ଇଣ୍ଡିଆର ଘରୋଇ ସିରିଜ ସୂଚୀ ପ୍ରକାଶ ପାଇଛି। ଅଷ୍ଟ୍ରେଲିଆ, ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କା ଏବଂ ଜିମ୍ବାୱେ ଆଗାମୀ ୧୨ ମାସ ବା…

ଡିପଫେକ୍‌ରେ ଗମ୍ଭୀର: ଆପତ୍ତିଜନକ ପୋଷ୍ଟ ହଟାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୬ା୩: ଦିଲ୍ଲୀ ହାଇକୋର୍ଟ ଗୁଗଲ, ମେଟା ଓ ଆମାଜନ ଭଳି ଅଗ୍ରଣୀ ଟେକ୍‌ ପ୍ଲାଟଫର୍ମକୁ ପୂର୍ୱତନ କ୍ରିକେଟର ତଥା ବର୍ତ୍ତମାନ ଭାରତୀୟ ଦଳର ମୁଖ୍ୟ କୋଚ୍‌ ଗୌତମ…

IPL 2026: ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କଲା BCCI, ୧୨ ସହରରେ ମୁକାବିଲା, ମାର୍ଚ୍ଚ ୨୮ରୁ ଆରମ୍ଭ ହେବ…

ନୂଆଦିଲ୍ଲୀ,୨୬।୩: କ୍ରିକେଟ ପ୍ରେମୀଙ୍କ ଅପେକ୍ଷାର ଅନ୍ତ। ବିସିସିଆଇ (BCCI) ପକ୍ଷରୁ ଆଇପିଏଲ ୨୦୨୬ (IPL 19th Season)ର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଆସନ୍ତାମାର୍ଚ୍ଚ ୨୮ ତାରିଖରୁ…

ଚୌକା-ଛକାରେ ଝୁମି ଉଠୁଥିବା ଚିୟରଲିଡର୍ସଙ୍କୁ କେତେ ମିଳେ ଦରମା… ଗୋଟିଏ ମ୍ୟାଚର ପାରିଶ୍ରମିକ ସହ ବିଳାସପୂର୍ଣ୍ଣ ସୁବିଧା ପଛର କାହାଣୀ ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୩: ଆଇପିଏଲର ୧୯ତମ ସିଜିନ ୨୮ ମାର୍ଚ୍ଚରୁ ଆରମ୍ଭ ହେଉଛି। ଫାଇନାଲ ମ୍ୟାଚ ୩୧ ମଇରେ ଖେଳାଯିବ। ପଡ଼ିଆରେ ଖେଳାଳିମାନେ ସେମାନଙ୍କ ବିଡ ଏବଂ ଦୌଡ଼ ପାଇଁ…

କଟକ ବାରବାଟୀରେ ମୁହାଁମୁହିଁ ହେବେ ଭାରତ-ଶ୍ରୀଲଙ୍କା, ଏହି ଦିନ ହେବ ମ୍ୟାଚ୍

କଟକ,୨୬ା୩: ବିସିସିଆଇ ୨୦୨୬-୨୭ ଘରୋଇ ସିଜିନ୍ ପାଇଁ ଟିମ୍ ଇଣ୍ଡିଆର କାର୍ଯ୍ୟସୂଚୀ ଘୋଷଣା କରିଛି। ଏହି ସିଜିନ୍ ମଧ୍ୟରେ, ଭାରତୀୟ ଦଳ ମୋଟ ୨୨ଟି ମ୍ୟାଚ୍ ଖେଳିବ,…

ହେବନି IPL 2026ର ଉଦଘାଟନୀ ଉତ୍ସବ, ଏହି କାରଣରୁ BCCI ନେଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୬ା୩: IPL ୨୦୨୬ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛି BCCI । ଉଦଘାଟନୀ ଉତ୍ସବକୁ ବାତିଲ କରାଯାଇଛି । ଗତ ବର୍ଷ ବେଙ୍ଗାଲୁରୁରେ RCBର ବିଜୟ…

ICC Rankings: ବିନା ଖେଳରେ ସୂର୍ଯ୍ୟକୁମାର ଯାଦବଙ୍କୁ ମିଳିଲା ଫାଇଦା, ପୁଣି ଥରେ…

ନୂଆଦିଲ୍ଲୀ,୨୫।୩: ICC ପୁଣିଥରେ ତା’ର ସଦ୍ୟତମ ରାଙ୍କିଙ୍ଗ ପ୍ରକାଶ କରିଛି । ଯଦିଓ ପୂର୍ବ ଅପଡେଟ୍ ପରଠାରୁ ବହୁତ ଟି-୨୦ ମ୍ୟାଚ୍ ହୋଇନାହିଁ – ଅର୍ଥାତ୍ ଏଥିରେ କୌଣସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri