Posted inଖେଳ

ଏମିତି ଛକା ମାରିରେ ବଟଲର୍‌, ପ୍ରଶଂସକ ଆଶ୍ଚର୍ଯ୍ୟ: ଦେଖନ୍ତୁ ଭିଡିଓ

ଆମଷ୍ଟରଡାମ,୨୩।୬: ଜୋସ ବଟଲର୍‌ ବିଶ୍ୱର ଜଣେ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଭାବେ ଜଣାଶୁଣା। ନେଦରଲ୍ୟାଣ୍ଡ ବିପକ୍ଷ ତୃତୀୟ ଦିନିକଆ ରେ ସେ ୬୪ ବଲରୁ ଅପରାଜିତ ୮୬ ରନ କରିଥିଲେ। ଏହି ଇନିଂସରେ ସେ ୭ ଚୌକା ଏବଂ ୫ଟି ଛକା ମାରିଥିଲେ। ତାଙ୍କ ଇନିଂସ ଆଧାରରେ ଇଂଲଣ୍ଡ ମାତ୍ର ୩୦.୧ ଓଭରରେ ୨୪୫ ରନର ଲକ୍ଷ୍ୟ ହାସଲ କରିଥିଲା।ଦଳ ମଧ୍ୟ ୩ ମ୍ୟାଚ ବିଶିଷ୍ଟ ସିରିଜରେ ୩-୦ରେ କ୍ଲିନ ସୁଇପ କରିଛି।
ଇଂଲଣ୍ଡ ଇନିଂସର ୨୯ତମ ଓଭରରେ ଏକ ନିଆରା ଘଟଣା ଦେଖିବାକୁ ମିଳିଥିଲା। ଦ୍ରୁତ ବୋଲର ପଲ ୱାନ ମିକେରନ ପଞ୍ଚମ ବଲକୁ ସ୍ଲୋ ବୋଲିଂ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଏହି ବଲ ଲେଗ୍‌ ସାଇଡ୍‌ରେ ସମ୍ପୂର୍ଣ୍ଣ ପିଚ ବାହାରେ ଯାଇଥିଲା। କିନ୍ତୁ ବଟଲରଙ୍କ ଉପରେ ଏହାର କୌଣସି ପ୍ରଭାବ ପଡି ନଥିଲା। ସେ ବଲ୍‌କୁ ପିଛା କରି ଛକା ମାରିଥିଲେ। ନିୟମ ଅନୁଯାୟୀ, ଯଦି ଗୋଟିଏ ବଲ ପିଚ ବାହାରେ ପଡ଼େ, ତେବେ ଏହାକୁ ନୋ-ବଲ ଦିଆଯାଏ। ଏଭଳି ପରିସ୍ଥିତିରେ ବଟଲରଙ୍କୁ ଏକ ଫ୍ରି-ହିଟ ମିଳିଥିଲା। ସେ ପୁନର୍ବାର ପରବର୍ତ୍ତୀ ବଲ୍‌କୁ ଛକା ମାରିଥିଲେ।
ଆଇପିଏଲ ୨୦୨୨ରେ ଇଂଲଣ୍ଡର ଉଇକେଟ କିପର ବ୍ୟାଟ୍ସମ୍ୟାନ ବଟଲର ରାଜସ୍ଥାନ ରୟାଲ୍ସ ପାଇଁ ଚମତ୍କାର ଖେଳିଥିଲେ। ସେ ୧୭ ଇନିଂସରେ ହାରାହାରି ୫୮ରେ ସର୍ବାଧିକ ୮୬୩ ରନ ସଂଗ୍ରହ କରି ଅରେଞ୍ଜ କ୍ୟାପ ଜିତିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri