ଶେଷ ହେଉନି ଗୋଲେଇ ଟ୍ରାଫିକ୍‌ ପୋଷ୍ଟ

ନୟାଗଡ ଅଫିସ,୧୧।୨ନୟାଗଡ଼ ସହରର ଟ୍ରାଫିକ୍‌ ବ୍ୟବସ୍ଥାକୁ ସଜାଡିବା ପାଇଁ ଗୋଲେଇ ଟ୍ରାଫିକ ପୋଷ୍ଟ ନିର୍ମାଣ ଚାଲିଛି। ହେଲେ ଗୋଲେଇ ଟ୍ରାଫିକ୍‌ ପୋଷ୍ଟ ନିର୍ମାଣର ଅବଧି ପ୍ରାୟ ୮ମାସ ତଳୁ ଶେଷ ହୋଇଗଲାଣି। ଇତି ମଧ୍ୟରେ ଟ୍ରାଫିକ୍‌ ପୋଷ୍ଟ ଶିଳାନ୍ୟାସ ଆଉ ୧୧ ଦିନ ପରେ ବର୍ଷେ ପୂରିଯିବ। ତେବେ ଟ୍ରାଫିକ୍‌ ପୋଷ୍ଟର କାମ ଶେଷ ହୋଇପାରୁନି। ପୁଣି ୪ ଲେନ ରାସ୍ତାର ଟେର ମିଳୁନି। କେବଳ ପିଚୁରେ ଅଟକି ଯାଇଛି ବିକାଶ। ଟ୍ରାଫିକ୍‌ ପୋଷ୍ଟର ନବକଳେବର ପାଇଁ ୨.୧୫ ଲକ୍ଷ ମଞ୍ଜୁର ହୋଇଥିବାବେଳେ ସହରବାସୀ ମଞ୍ଜୁର ଟଙ୍କା କେଉଁ ବାଟରେ ଖର୍ଚ୍ଚ ହୋଇଗଲା ଜାଣିପାରିଲେନି ବୋଲି ପ୍ରଶ୍ନ କରିଲେଣି।
୨୦୨୩ ଫେବୃଆରୀ ୨୧ରେ ପୁରୁଣା ବସ୍‌ଷ୍ଟାଣ୍ଡରେ ଶିଳାନ୍ୟାସ ଅନୁଷ୍ଠିତ ହୋଇଥିଲା। ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ ମୁଖ୍ୟଅତିଥି ରୂପେ ଯୋଗଦେଇ ୨କୋଟି ୧୫ ଲକ୍ଷ ବ୍ୟୟରେ ନିର୍ମାଣ ହେବାକୁ ଥିବା ଟ୍ରାଫିକ ପୋଷ୍ଟ ସହ ରାସ୍ତାର ଶିଳାନ୍ୟାସ କରଥିଲେ। ପ୍ରସ୍ତାବିତ ଟ୍ରାଫିକ ପୋଷ୍ଟଟି ଗୋଲେଇ ଛକ କରି ନିର୍ମାଣ କରାଯିବ। ଗୋଲେଇ ଟ୍ରାଫିକ ଛକର ଭିତରପାର୍ଶ୍ୱ ୧୮ ମିଟରର କରାଯିବ। ଏହାର ଚର୍ତୁଃପାର୍ଶ୍ୱରେ ୩ ଲେନ ରାସ୍ତା ଯାହାକି ୧୦.୫ ମିଟରର ଚଉଡ଼ା କରାଯାଇ ନିର୍ମାଣ କରାଯିବ। ଗୋଲେଇ ଟ୍ରାଫିକ୍‌ ଛକଠାରୁ ଓଡଗଁା, ଖୋର୍ଦ୍ଧା, ଦଶପଲ୍ଲା ଓ ଖଣ୍ଡପଡ଼ାକୁ ପଡ଼ଥିବା ରାସ୍ତା ୧୪ ମିଟର ଭିତରେ ୪ ଲେନର କରାଯିବ। ପ୍ରସ୍ତାବିତ ଟ୍ରାଫିକ୍‌ର ଗୋଲେଇ ଛକଠାରୁ ଖୋର୍ଦ୍ଧା, ଦଶପଲ୍ଲା ଓ ଓଡ଼ଗଁା ରାସ୍ତାରେ ୧୦୦ମିଟର ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତୀକରଣ କରାଯିବ। ପୁଣି ଖଣ୍ଡପଡ଼ା ରୋଡରେ ୬୦ମିଟର ରାସ୍ତା ଅନୁରୂପ ଭାବେ ପ୍ରଶସ୍ତୀକରଣ ହେବ। ଆସନ୍ତା ଜୁଲାଇରେ କାମ ଶେଷ ହେବାକୁ ସରକାର ଧାର୍ଯ୍ୟ କରିଥିବାବେଳେ ୨୦୨୩ ମେ ମାସ ଶେଷ ସୁଧା କାର୍ଯ୍ୟ ଶେଷ ହେବାର ଯୋଜନା ରହିଛି ବୋଲି ସେ ସମୟରେ କୁହାଯାଇଥିଲା। ଇତି ମଧ୍ୟରେ ୨୦୨୩ ମେ ଯାଇ ୨୦୨୪ ଫେବୃଆରୀ ୧୦ ତାରିଖ ଯିବାକୁ ବସିଲାଣି। ହେଲେ ଗୋଲେଇ ଟ୍ରାଫିକ୍‌ ପୋଷ୍ଟ କାମ ଶେଷ ହେଉନି। ଅନ୍ୟପକ୍ଷେ ଟ୍ରାଫିକ୍‌ ପୋଷ୍ଟ ଚାରି ପଟେ ୪ ଲେନ ରାସ୍ତା ନିର୍ମାଣ ହେଉ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି।

ଫାଉଣ୍ଟେନ ପାଇଁ ୨୯ ଲକ୍ଷ
ଗୋଲେଇ ଟ୍ରାଫିକ୍‌ର ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ ୨୯ ଲକ୍ଷ ଟଙ୍କା ମଞ୍ଜର ହୋଇଛି। ଏବେ ଫାଉଣ୍ଟେନ କାମ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ଗୋଲେଇ ଟ୍ରାଫିକ୍‌ରେ ଜଳକ୍ରୀଡା ଝରଣାର ରୂପ ଦେଖିବାକୁ ମିଳିବ। ଶନିବାର ଜଳକ୍ରୀଡା ଝରଣାର ଟେଷ୍ଟିଂ ଚାଲିଥିଲା। ଦିନ ବେଳା କେବଳ ଜଳକ୍ରୀଡା ଝରଣାର ରୂପ ଦେଖିବାକୁ ମିଳିବ। ସନ୍ଧ୍ୟାରୁ ରାତି ୧୦ଟା ପର୍ଯ୍ୟନ୍ତ ସୁନ୍ଦର ଆଲୋକରେ ଜଳକ୍ରୀଡା ଝରଣାର ରୂପ ଝଲସିବ। ଅନ୍ୟପକ୍ଷେ ଗୋଲେଇ ଟ୍ରାଫିକ୍‌ରେ ଆମ ପାଇଁ ବଡ଼ ଆମ ନୟାଗଡ଼ ଲେଖା ଯାଇଛି। ଏ ନେଇ ପୌର ଯନ୍ତ୍ରୀ ରଞ୍ଜନ କୁମାର ମହାରଣାଙ୍କୁ ପଚାରିବାରେ ଫାଉଣ୍ଟେନ କାମ ପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ୨୯ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ସେହି ଟଙ୍କାରେ କାମ ଚାଲୁ ରହିଛି ବୋଲି ସେ କହିଛନ୍ତି।

ଦୁର୍ଘଟଣାର ରୂପ ନେଇପାରେ ଫାଉଣ୍ଟେନ
ଗୋଲେଇ ଟ୍ରାଫିକ୍‌ରେ ଫାଉଣ୍ଟେନ ଭବିଷ୍ୟତରେ ଦୁର୍ଘଟଣାକୁ ଆମନ୍ତ୍ରଣ କରିପାରେ। ଟ୍ରାଫିକ୍‌ ପୋଷ୍ଟରେ ଆମ ପାଇଁ ବଡ଼ ଆମ ନୟାଗଡ଼ ପାଖରେ ଠିଆ ହୋଇ ସେଲ୍ଫି ନେବା ବେଳେ ଦୁର୍ଘଟଣା ଘଟିପାରେ। ଅନ୍ୟପକ୍ଷେ ଟ୍ରାଫିକ୍‌ ପୋଷ୍ଟର ସୌନ୍ଦର୍ଯ୍ୟକରଣ ଦେଖୁ ଦେଖୁ ପଛ ପାଖ କରୁ ଅଥବା ସମ୍ମୁଖରୁ ଗାଡ଼ି ଧକ୍କା ହୋଇ ପାରେ। ଟ୍ରାଫିକ୍‌ ପୋଷ୍ଟରେ ଫାଉଣ୍ଟେନର ସୌନ୍ଦର୍ଯ୍ୟ ଦୁର୍ଘଟଣାର କାରଣ ହୋଇପାରେ ବୋଲି ଏବେଠାରୁ ମତ ପ୍ରକାଶ ପାଇଲାଣି। ଏଣୁ ୨୯ ଲକ୍ଷ ଅପବ୍ୟୟ ହୋଇପାରେ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି। ଏ ନେଇ ସାମାଜିକ କର୍ମୀ ସନ୍ତୋଷ ପ୍ରଧାନ ଓ ଆଇନଜୀବୀ ରଣଜିତ୍‌ ଦାଶ କୁହନ୍ତି, ଫାଉଣ୍ଟେନ ଦୁର୍ଘଟଣାକୁ ଆମନ୍ତ୍ରଣ କରିବ। ଗୋଲେଇ ଛକରେ ରାସ୍ତା ପ୍ରଶସ୍ତୀକରଣ ହେବ ବୋଲି କୁହାଗଲା, ଅଥଚ ପ୍ରଶସ୍ତୀକରଣ ବଦଳରେ ରାସ୍ତା ସଙ୍କୁଚିତ ହୋଇଗଲା। ଗୋଳେଇ ଛକକୁ ଲାଗି ବିଭିନ୍ନ ଯାନବାହନ ଚାଳକ ଗାଡ଼ିକୁ ନେଉଛନ୍ତି। ଫାଉଣ୍ଟେନ ଚାଲୁ ବେଳେ ଏହାର ପାଣି ଚାଳକଙ୍କ ଉପରେ ପଡିପାରେ। ପବନ ବହିବା ସମୟରେ ଫାଉଣ୍ଟେନର ପାଣି ଯୋଗୁ ବେଶୀ ଦୁର୍ଘଟଣା ଘଟିପାରେ। ରାସ୍ତା ପ୍ରଶସ୍ତୀକରଣ ଥିଲେ ଫାଉଣ୍ଟେନ କରାଇ ଥିଲେ ଆପତ୍ତି ନ ଥିଲା। ତେବେ ସଙ୍କୁଚିତ ରାସ୍ତାରେ ଫାଉଣ୍ଟେନ ଓ ଆମ ପାଇଁ ବଡ଼ ଆମ ନୟାଗଡ଼ର ସେଲ୍ଫି ନେଲାବେଳେ ଅଘଟଣ ଘଟିପାରେ। ହେଲେ ଏ ଦିଗକୁ ନେଇ କେହି ଚିନ୍ତା କରୁନାହାନ୍ତି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

୧୬ ବର୍ଷୀୟା ଶାଳୀଙ୍କୁ ବଳାତ୍କାର କରି ହତ୍ୟା କରିଥିଲେ ଭିଣୋଇ, ଆସିଲା ମାମଲାର ରାଏ…

ବ୍ରହ୍ମପୁର,୨୬।୩(ସୁବାସ ଚନ୍ଦ୍ର ପାଢ଼ୀ): ଫାଷ୍ଟଟ୍ରାକ୍‌ ପୋକ୍‌ସୋ ଜଜ୍‌ ପ୍ରଣତି ପଟ୍ଟନାୟକ ଗୁରୁବାର ଏକ ନାବାଳିକା ବଳାତ୍କାର ଓ ହତ୍ୟା ମାମଲାର ବିଚାର କରି ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ…

ଗଜପତିରେ ଭାଜପାକୁ ବଡ଼ ଝଟକା: ଶଙ୍ଖ ଭବନରେ ବିଜେଡିରେ ସାମିଲ ହେଲେ ସରପଞ୍ଚଙ୍କ ସମେତ ୬୦ରୁ ଊଦ୍ଧର୍‌ବ କର୍ମୀ, ସ୍ବାଗତ କଲେ…

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି ଜିଲାରେ ଭାଜପା ଦଳକୁ ଏକ ଶକ୍ତ ଧକ୍କା ଲାଗିଛି। ଗୋଷାଣି ବ୍ଲକ ଅନ୍ତର୍ଗତ ରମ୍ପା ପଞ୍ଚାୟତର ଭାଜପା ସମର୍ଥିତ ସରପଞ୍ଚଙ୍କ…

ମାଙ୍କଡ଼ ମାରି ଇନ୍‌ଷ୍ଟାଗ୍ରାମରେ କରିଥିଲେ ପୋଷ୍ଟ, ଏବେ…

ବାଲିଗୁଡ଼ା, ୨୬ା୩(ସଞ୍ଜୟ କୁମାର ପାଣିଗ୍ରାହୀ):ମାଙ୍କଡ଼ ମାରି ଇନ୍‌ଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରିବା ମହଙ୍ଗା ପଡିଛି। ବନ ବିଭାଗ ସମ୍ପୃକ୍ତ ୨ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

ସ୍କୁଲ ଆସୁ ନ ଥିଲେ ପିଲା: ଘରକୁ ଘର ବୁଲି ଛାତ୍ରୀଛାତ୍ରଙ୍କୁ ଡାକିଲେ ବିଇଓ, ୩ ମାସ ମଧ୍ୟରେ…

କୋକସରା, ୨୬।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବଡ଼ପୋଡ଼ାଗୁଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀଗୃହ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏଣୁ ଛାତ୍ରୀଛାତ୍ରଙ୍କ…

West Asia Conflict: ‘ପରିସ୍ଥିତି କରୋନା ପରି ହେବାକୁ ଯାଉଛି’ – ଯୁଦ୍ଧ ଲଢୁଥିବା ଦେଶଗୁଡ଼ିକ ଏହାର ପ୍ରଭାବକୁ ଅନୁଭବ କରୁନାହାଁନ୍ତି

ମସ୍କୋ,୨୬।୩: ରୁଷିଆ ରାଷ୍ଟ୍ରପତି ପୁଟିନ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷର ପ୍ରଭାବ ପୂର୍ବାନୁମାନ…

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri