ଗର୍ଭବତୀଙ୍କ ଜୀବନ ପ୍ରତି ବିପଦ ,ଡେଲ୍‌ଟା ଭାରିଆଣ୍ଟ୍‌ ଯୋଗୁ ଏକ୍ଟୋପିକ୍‌ ଗର୍ଭାବସ୍ଥା ଅଧିକ ସୃଷ୍ଟି ହେଉଛି…

ନୂଆଦିଲ୍ଲୀ, ୭।୨ : ବର୍ତ୍ତମାନ ପର୍ଯ୍ୟନ୍ତ ସମଗ୍ର ପୃଥିବୀରେ ୪୦୦ରୁ ଅଧିକ କରୋନା ଭାରିଆଣ୍ଟ୍‌ ଦୃଷ୍ଟିଗୋଚର ହୋଇ ସାରିଛି। ସେଥିମଧ୍ୟରୁ କେବଳ ଅଳ୍ପ କିଛି ଜନସ୍ବାସ୍ଥ୍ୟ ଦୃଷ୍ଟିରୁ ସଙ୍କଟ ଜନକ ରହିଛି। କରୋନା ମହାମାରୀର ଡେଲ୍‌ଟା ଭାରିଆଣ୍ଟ୍‌ ଗର୍ଭବତୀ ମହିଳାଙ୍କ ବିପଦକୁ ବଢ଼ାଇ ଦେଇଛି। ଏହି ଯୋଗୁ ଏକ୍ଟୋପିକ ଗର୍ଭଧାରଣ ବା ଅସ୍ଥାନିକ ଗର୍ଭାବସ୍ଥାର ଆଶଙ୍କା ତିନି ଗୁଣ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଯେଉଁଥିପାଇଁ ମହିଳାଙ୍କ ଜୀବନ ଉପରେ ବିପଦ ସୃଷ୍ଟି ହେଉଛି। ଗର୍ଭବତୀ ମହିଳାମାନଙ୍କଠାରେ ଡେଲ୍‌ଟା କରୋନା ସଂକ୍ରମଣ ଯୋଗୁ ଏହି ସମସ୍ୟା ଦେଖାଦେଇଛି।

ଦେଶରେ ପ୍ରଥମ ଥର ପାଇଁ ଆଇସିଏମଆର ବୈଜ୍ଞାନିକମାନେ ଏହି ଅବସ୍ଥା ଚିହ୍ନଟ କରିଛନ୍ତି।
ଏକ୍ଟୋପିକ ଗର୍ଭଧାରଣର ସବୁଠାରୁ ସାଧାରଣ ପ୍ରକାର ହେଉଛି ଟ୍ୟୁବଲ ଗର୍ଭଧାରଣ। ଯେଉଁଥିରେ ଫର୍ଟିଲାଇଜ ହୋଇଥିବା ଡିମ୍ବାଣୁ ଗର୍ଭାଶୟକୁ ଯିବା ବାଟରେ ଅଟକି ଯାଇଥାଏ। ପ୍ରଦାହ କିମ୍ବା ଅନ୍ୟାନ୍ୟ ସମସ୍ୟା ଫିଲୋପିଆନ ଟ୍ୟୁବ୍‌ରେ କ୍ଷତ ସୃଷ୍ଟି ହେବାରୁ ହେତୁ ଏଭଳି ପ୍ରାୟତଃ ହୋଇଥାଏ। ଫର୍ଟିଲାଇଜଡ ଡିମ୍ବାଣୁ ଅସ୍ବାଭାବିକ ବିକାଶ କରୋନାର ଡେଲ୍‌ଟା ଭାରିଆଣ୍ଟ୍‌ ଯୋଗୁ ହେଉଥିବା ବୈଜ୍ଞାନିକମାନେ କହିଛନ୍ତି। ଡେଲ୍‌ଟା ଦ୍ୱାରା ଆକ୍ରାନ୍ତ ହୋଇଥିବା ଗର୍ଭବତୀଙ୍କ ହରମୋନସ୍ତରରେ ଅସନ୍ତୁଳନ ଏହାର ମୁଖ୍ୟ କାରଣ ବୋଲି କୁହାଯାଉଛି।

ସାଉଥ ଏସିଆନ ଫେଡେରେସନ ଅଫ ପ୍ରସୂତି ଏବଂ ସ୍ତ୍ରୀ ରୋଗର ଜର୍ନାଲରେ ପ୍ରକାଶିତ ଏହି ଅଧ୍ୟୟନ କରୋନାର ପ୍ରଥମ ଏବଂ ଦ୍ୱିତୀୟ ଲହର ମଧ୍ୟରେ ସଂକ୍ରମିତ ଗର୍ଭବତୀ ମହିଳାଙ୍କ ଉପରେ କରାଯାଇଛି। ପ୍ରଥମ ଲହରରେ ଏକ୍ଟୋପିକ ଗର୍ଭଧାରଣର ଭୟ ଅଧିକ ନ ଥିଲା। ଡେଲ୍‌ଟା ସଂକ୍ରମଣ ଯୋଗୁ ଗର୍ଭବତୀ ମହିଳାମାନଙ୍କଠାରେ ଏକ୍ଟୋପିକ ଗର୍ଭଧାରଣ ହେବାର ଆଶଙ୍କା ନଅ ପ୍ରତିଶତରୁ ଅଧିକ ବୋଲି ଜଣାପଡିଛି।

ଆଇସିଏମ୍‌ଆର ବୈଜ୍ଞାନିକମାନେ ୧୬୬୦ ଗର୍ଭବତୀ ମହିଳାଙ୍କ ଉପରେ ଅଧ୍ୟୟନ କରିଥିଲେ। ଆଇସିଏମ୍‌ଆରର ବରିଷ୍ଠ ବୈଜ୍ଞାନିକ ଡ. ରାହୁଲ ଭଜଭିୟେ କହିଛନ୍ତି ଯେ କରୋନା ସଂକ୍ରମଣରେ ଆକ୍ରାନ୍ତ ହେବା ପରେ ଏହି ମହିଳାମାନେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଡେଲ୍‌ଟା ସଂକ୍ରମଣ ଯୋଗୁ ଏକ୍ଟୋପିକ ଗର୍ଭଧାରଣର ଆଶଙ୍କା ମଧ୍ୟ ୯.୬ ପ୍ରତିଶତ ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

ବାଇକରେ ଘରକୁ ଫେରିବା ବେଳେ ଧକ୍କା ଦେଲା ପଥର ବୋଝେଇ ଟ୍ରାକ୍ଟର, ଅକାଳରେ ୨ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଭୁଶୁଣ୍ଡା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri