Categories: ଫୁରସତ

ହାତ ଥିବା ବିଲୁପ୍ତପ୍ରାୟ ମାଛ

କାନବେରା: ପୃଥିବୀରେ ବିଭିନ୍ନ ପ୍ରଜାତିର ଜୀବ ବାସ କରୁଥିବାବେଳେ ଅନେକ ସମୟରେ ନୂଆ କିଛି ଜୀବ ଦୃଷ୍ଟିଗୋଚର ହୋଇଥାନ୍ତି। ନିକଟରେ ଅଷ୍ଟ୍ରେଲିଆ ସମୁଦ୍ର କୂଳରେ ୨୦ ବର୍ଷ ପରେ ଭିନ୍ନ ଏକ ମାଛ ଦେଖିବାକୁ ମିଳିଛି। ଏହି ମାଛର ପର ସ୍ଥାନରେ ହାତ ରହିଛି। ଏହି ହାତ ସେମାନେ ଚାଲିବାରେ ବ୍ୟବହାର କରିଥାନ୍ତି। ଏହି ପ୍ରଜାତିର ମାଛ ବିଲୁପ୍ତ ପ୍ରାୟ। କେରି ୟାରେ ନାମ୍ନୀ ଜଣେ ଯୁବତୀ ଅଷ୍ଟ୍ରେଲିଆର ତାସ୍‌ମାନିଆର ପ୍ରିମରୋଜ୍‌ ସ୍ୟାଣ୍ଡ ସମୁଦ୍ର କୂଳରେ ଦୌଡୁଥିବାବେଳେ ଏହି ମାଛକୁ ଦେଖିଥିଲେ। କମନ୍‌ୱେଲ୍ଥ ସାଇଣ୍ଟିଫିକ୍‌ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ ଅର୍ଗାନାଇଜେଶନ(ସିଏସ୍‌ଆଇଆର୍‌ଓ)ର ରିପୋର୍ଟ ମୁତାବକ, ଏହି ମାଛ ପ୍ରାୟ ୨୦ ବର୍ଷ ତଳେ ଅର୍ଥାତ୍‌ ୨୦୦୫ରେ ଶେଷଥର ପାଇଁ ଦେଖିବାକୁ ମିଳିଥିଲା। ଏହା ପରଠାରୁ ଏମାନଙ୍କୁ ଆଉ ଦେଖିବାକୁ ମିଳିନି। ସିଏସ୍‌ଆଇଆର୍‌ଓ ବୈଜ୍ଞାନିକଙ୍କ କହିବା ମୁତାବକ, ଦୁନିଆରେ ଏହି ପ୍ରଜାତିର ପ୍ରାୟ ୨ ହଜାର ମାଛ ଅଛନ୍ତି। ୧୯୯୦ ପୂର୍ବରୁ ଏହି ପ୍ରଜାତିର ମାଛଙ୍କୁ ସାଧାରଣ ଭାବେ ଦେଖିବାକୁ ମିଳୁଥିଲା। ହେଲେ ପରେ ଏମାନଙ୍କୁ ଇଣ୍ଟରନ୍ୟାଶନାଲ ୟୁନିୟନ୍‌ ଫର୍‌ କଞ୍ଜରଭେଶନ ଅଫ୍‌ ନେଚର (ଆଇୟୁସିଏନ୍‌) ଦ୍ୱାରା ବିଲୁପ୍ତ ପ୍ରାୟ ଘୋଷଣା କରିଦିଆଯାଇଛି।

Share