Posted inଫୁରସତ

ବିଲୁପ୍ତି ପଥେ ଡାଇଭିଂ ବାର୍ଡ

ଓ୍ବାଶିଂଟନ୍‌: ଜଳବାୟୁ ପରିବର୍ତ୍ତନ ପ୍ରତ୍ୟେକ ଜୀବକୁ ପ୍ରଭାବିତ କରିଛି। ଏପରି ଅନେକ ପ୍ରଜାତିର ଜୀବ ରହିଛନ୍ତି, ଯେଉଁମାନେ ପ୍ରତିକୂଳ ପରିସ୍ଥିତିରେ ବଞ୍ଚିବାର ସାହାରା ଖୋଜି ପାଇଛନ୍ତି। ଆଉ କିଛିଜୀବଙ୍କ ପାଖରେ ଏହାର ମୁକାବିଲା ପାଇଁ କୌଣସି ବାଟ ନାହିଁ। ବର୍ତ୍ତମାନ ସମୟରେ ଏହି ସ୍ଥିତି ଦେଇ ଗତି କରୁଛନ୍ତି ଜଳପକ୍ଷୀ। ପେଙ୍ଗୁଇନ୍‌, ପଫିନ୍ସ ଏବଂ ପାଣିକୁଆ ଭଳି ପକ୍ଷୀ ଏବେ ବିଲୁପ୍ତ ହେବାକୁ ବସିଛନ୍ତି। ସ୍ଥଳଭାଗରେ ଗଛରୁ ଗଛକୁ ଉଡ଼ି ଖାଦ୍ୟ ସଂଗ୍ରହ କରୁଥିବା ପକ୍ଷୀଙ୍କ ତୁଳନାରେ ଗଭୀର ଜଳରେ ପହଁରି ଖାଦ୍ୟ ସଂଗ୍ରହ କରୁଥିବା ପକ୍ଷୀଙ୍କ ଜୀବନ ଅଧିକ ବିପଦସଙ୍କୁଳ ଅବସ୍ଥାରେ ରହିଥିବା ଆମେରିକାର ବାଥ୍‌ ୟୁନିଭର୍ସିଟି ମିଲନର ସେଣ୍ଟର ଫର୍‌ ଇଭୋଲ୍ୟୁଶନ୍‌ର ଅଧ୍ୟୟନ ରିପୋର୍ଟରେ ଉଲ୍ଲେଖ କରାଯାଇଛି।
ପ୍ରଜାତିର ପକ୍ଷୀ ଖାଦ୍ୟ ଅନ୍ବେଷଣରେ ଡାଇଭିଂ ବା ଗଭୀର ଜଳରେ ପହଁରି ଶିକାର କରନ୍ତି। ତେବେ ଏପ୍ରକାର ଜଳପକ୍ଷୀଙ୍କ ପାଇଁ ଡାଇଭିଂ କାଳ ସାଜିଥିବା ଇଭୋଲ୍ୟୁଶନ୍‌ ବୈଜ୍ଞାନିକ ଜୋଶୁଆ ଟାଇଲର ଏବଂ ଡା. ଜେନ୍‌ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ଗବେଷକଙ୍କ ଅନୁସାରେ ଡାଇଭିଂ କରୁଥିବା ପ୍ରତ୍ୟେକ ପକ୍ଷୀଙ୍କ ପହଁରିବା ପ୍ରଣାଳୀ ସେମାନଙ୍କ ଶରୀର ଗଠନ ଉପରେ ନିର୍ଭରକରେ। ପେଙ୍ଗୁଇନ୍‌ ଓ ପଫିନ୍ସ ହେଉଛନ୍ତି ଓ୍ବିଙ୍ଗ୍‌ ଡାଇଭର୍ସ। ପାଣି ଭିତରେ ଖାଦ୍ୟର ସନ୍ଧାନବେଳେ ସେମାନେ ଡେଣା ସାହାଯ୍ୟରେ ଆଗକୁ ବଢ଼ିଥାନ୍ତି। ସେମାନଙ୍କର ଶରୀର ଅନ୍ୟ ପକ୍ଷୀଙ୍କ ଅନୁସାରେ ବଡ଼ ହୋଇଥାଏ। ସେହିପରି ଜଳକୁଆ ଡାଇଭିଂ ପାଇଁ ସେମାନଙ୍କ ଗୋଡ଼କୁ ବ୍ୟବହାର କରନ୍ତି। ପାଖପାଖି ୭୨୭ ପ୍ରକାର ପ୍ରଜାତିର ଜଳପକ୍ଷୀ ଏହି ପ୍ରଣାଳୀକୁ ବ୍ୟବହାର କରି ଜଳରୁ ଖାଦ୍ୟ ସଂଗ୍ରହ କରନ୍ତି। ଗବେଷଣାରେ ବ୍ୟବହାର କରାଯାଇଥିବା ପଦ୍ଧତି ଜରିଆରେ ଜୀବ ସଂରକ୍ଷଣକାରୀ ଗବେଷକମାନେ ବିଲୁପ୍ତପ୍ରାୟ ପକ୍ଷୀଙ୍କ ସୁରକ୍ଷା ଦିଗରେ କାର୍ଯ୍ୟ କରିପାରିବେ। ଉଭୟ ଜଳପକ୍ଷୀ ଏବଂ ସ୍ଥଳଭାଗରେ ରହୁଥିବା ବିହଙ୍ଗଙ୍କ ଗୁଣସୂତ୍ର ପ୍ରାୟତଃ ସମାନ। କିନ୍ତୁ ସେମାନଙ୍କ ଶାରୀରିକ ଗଠନ ପ୍ରଣାଳୀ ପରସ୍ପରଠାରୁ ଭିନ୍ନ ହୋଇଥାଏ। ପେଙ୍ଗୁଇନ୍‌ ଯେଉଁ ବେଗରେ ଜଳ ମଧ୍ୟରେ ପହଁରେ ସେହି ସ୍ପିଡ୍‌୍‌ରେ ପହଞ୍ଚିବା ସ୍ଥଳଭାଗରେ ରହୁଥିବା ପକ୍ଷୀଙ୍କ ପାଇଁ ସମ୍ଭବପର ହୋଇ ନ ଥିଲେ ମଧ୍ୟ ସେମାନେ ଜଳ ମଧ୍ୟରେ ଖାଦ୍ୟର ଅନ୍ବେଷଣ କରିପାରିବେ। କିନ୍ତୁ ଜଳପକ୍ଷୀମାନେ ସ୍ଥଳଭାଗରୁ ଆବଶ୍ୟକ ଅନୁସାରେ ଶିକାର କରିପାରିବେ ନାହିଁ। ସେହି ଦୃଷ୍ଟିରୁ ଜଳପକ୍ଷୀଙ୍କ ଜୀବନ ପ୍ରତି ବିପଦ ଆଶଙ୍କା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri