ପାଟଣା,୨୪/।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବଜାର ଦେଇ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତା ପ୍ରଶସ୍ଥିକରଣ ସକାଶେ ଜବରଦଖଲ ଉଚ୍ଛେଦ ପାଇଁ ଘୋଷଣା କରିଛି। ବୁଧବାର ଡାକବାଜି ଯନ୍ତ୍ରରେ ପାଟଣା ତହସିଲ ପ୍ରଶାସନ ପକ୍ଷରୁ, ଜବର ଉଚ୍ଛେଦ ନ କଲେ ଶୁକ୍ରବାର ମେସିନ ଲଗାଇ ଜବର ଦଖଲ ଉଚ୍ଛେଦ ହେବ ବୋଲି ଆଗୁଆ ସୂଚନା ପ୍ରଦାନ କରାଯାଇଛି ।
ଶୁକ୍ରବାର ପାଟଣା ବଜାରର ପୋଲିସ ଫୋର୍ସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜବରଦଖଲ ଉଚ୍ଛେଦ ହେବା ପାଇଁ ଆରକ୍ଷୀ ଅଧିକ୍ଷକ ନୀତିନ କୁଷଲକର ଦାଗୁଡୁଙ୍କୁ ପତ୍ର ଲେଖିଛନ୍ତି। ସୂଚନା ଯେ, ଗତ ଡ଼ିସେମ୍ବର ମାସରୁ ଜବର ଦଖଲ ଉଚ୍ଛେଦ ପାଇଁ ଚିହ୍ନଟ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ହେଁ ଦୀର୍ଘ ୫ମାସ ହେବ ଉଚ୍ଛେଦ ହୋଇ ପାରୁନାହିଁ। ଜବର ଦଖଲ ଉଚ୍ଛେଦ ହୋଇ ପାରୁ ନଥିବାରୁ ରାସ୍ତାର ଉଭୟ ପାର୍ଶରେ ଡ୍ରେନ ଓ ପେବର ର୍ନିମାଣ ପାଇଁ ୧କୋଟି ରୁ ଉଦ୍ଧର୍ବ ଟଙ୍କାର କାର୍ଯ୍ୟ ଅଟକିଛି।

