ବରଗଡ,୧୭।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରର ବହୁଚର୍ଚ୍ଚିତ ଲେଙ୍ଗୁମିଶ୍ର ଛକରୁ ପୁରୁଣା ଜୀରାବ୍ରିଜ ରାସ୍ତା ଜବରଦଖଲ ଉଚ୍ଛେଦ ଅଭିଯାନ ପୁଣି ଆରମ୍ଭ ହୋଇଛି। ଏହି କ୍ରମରେ ଆଜିଠାରୁ ପୁଣି ଏହି ରାସ୍ତାରେ ମାପଚୁପ ହୋଇ ଜବରଦଖଲ ଅଂଶ ଚିହ୍ନଟ କରାଯାଉଛି। ପୌର ପ୍ରଶାସନର ଉପସ୍ଥିତିରେ ରାଜସ୍ବ ବିଭାଗ କର୍ମଚାରୀମାନେ ଚିହ୍ନଟ ପ୍ରକ୍ରିୟାରେ ସାମିଲ ଅଛନ୍ତି। ଚିହ୍ନଟ ଅଂଶକୁ ଲାଲ ରଙ୍ଗରେ ସୂଚାଇ ଦିଆଯାଉଛି। ସେହି ଚିହ୍ନିତ ଅଂଶକୁ ଉଚ୍ଛେଦ କରାଯିବ ବୋଲି ସୂଚନା ମିଳିଛି। ତେବେ ଆଗକୁ ସମୁଦାୟ ଚିହ୍ନିତ ଅଂଶକୁ ଉଚ୍ଛେଦ କରାଯିବ ନା ଆଂଶିକ ଉଚ୍ଛେଦ କରି ପୁଣି ପୌର ପ୍ରଶାସନ ସମୟ ଗଡାଇବ, ତାହା ସମୟ କହିବ।


