ସରକାରୀ ଜମି ଜବରଦଖଲ: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ଅଧିକାରୀଙ୍କ ଫୁ

ପଟ୍ଟାମୁଣ୍ଡାଇ, ୮ା୧୧ (କଳ୍ପତରୁ ନାୟକ):ସରକାରୀ ଜମିରୁ ଜବରଦଖଲ ଓ ଏହାର ସୁରକ୍ଷା ପ୍ରସଙ୍ଗରେ ରାଜ୍ୟ ସରକାର ନୀତିଗତ ନିଷ୍ପତ୍ତି ନେଇଛନ୍ତି। ଏହି ପ୍ରସଙ୍ଗକୁ ସରକାର ପ୍ରାଥମିକତା ଦେଇ ବେଆଇନ ଜବରଦଖଲ ଉଚ୍ଛେଦ ପାଇଁ ଫଳପ୍ରଦ ପଦକ୍ଷେପ ନିଆଯାଉଛି ବୋଲି ଅକ୍ଟୋବର ୨୯ରେ ଏକ ଜନସ୍ବାର୍ଥ ମାମଲାରେ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ଦର୍ଶାଯାଇଛି। ହେଲେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳର କେତେଜଣ ଦୁର୍ନୀତି ଖୋର ଅଧିକାରୀଙ୍କ ପାଇଁ ବିଭିନ୍ନ ସ୍ଥାନରେ ବହୁ ମୂଲ୍ୟବାନ୍‌ ସରକାରୀ ଜମି ଜବରଦଖଲ କରାଯାଇ ବେଆଇନ ଭାବେ ଲୋକେ ନିଜ ନାମରେ କରି ନେଉଛନ୍ତି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ଅଧିକାରୀମାନେ ଫୁ କରି ଉଡ଼ାଇ ଦେଉଛନ୍ତି। ଜବରଦଖଲ ଥିବା ବିଭାଗୀୟ ଜାଗାକୁ ସରକାରୀ ଅଧୀନକୁ ଆଣିବାକୁ ମାଲି ମକଦ୍ଦମା ହେଉଥିଲେ ମଧ୍ୟ ପ୍ରମାଣ ଅଭାବରୁ ବାଦ୍‌ ଦିଆଯାଇ ଜବରଦଖଲକାରୀଙ୍କ ସପକ୍ଷରେ ଆଦେଶ ହେଉଛି। ଏପରି ପଟ୍ଟାମୁଣ୍ଡାଇ ସହରରେ ସରକାରୀ ଜମି ଜବରଦଖଲ ବଢ଼ି ଚାଲିଥିବା ବେଳେ କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ଓ ପଟ୍ଟାମୁଣ୍ଡାଇ ତହସିଲ କି ପୌର କାର୍ଯ୍ୟାଳୟର ଉଦାସୀନତା ପାଇଁ ତାହା କାର୍ଯ୍ୟକାରୀ ହୋଇପାରୁନାହିଁ ବୋଲି ଜନ ଅସନ୍ତୋଷ ବୃଦ୍ଧି ପାଇଛି।
ଆଇନଜୀବୀ ଶତ୍ରୁଜିତ ନାୟକ କହିଛନ୍ତି, ପଟ୍ଟାମୁଣ୍ଡାଇ ମ୍ୟୁନିସିପାଲିଟିର ବହୁ ମୂଲ୍ୟବାନ୍‌ ସରକାରୀ ଜମି ବିଭିନ୍ନ ସାମାଜିକ ସଂସ୍ଥା ଆଳରେ ଜମି ବ୍ୟବସାୟୀମାନେ କବ୍‌ଜା କରି ନେଉଛନ୍ତି। ପ୍ରଶାସନ ପକ୍ଷରୁ ଲଗାଯାଇଥିବା ସରକାରୀ ନିଷିଦ୍ଧାଞ୍ଚଳ ଫଳକକୁ ବି ଓପାଡ଼ି ଫୋପାଡ଼ି ଦେଉଛନ୍ତି। ସରକାରୀ ଜମିକୁ ଜବରଦଖଲ କଲା ପରେ ଘର କରି ବିକ୍ରି କରିଚାଲିଛନ୍ତି। ରାସ୍ତା ଉପରେ ବି ଘର କରି ଭଡ଼ା ଲଗାଯାଉଛି। ଯିଏ ପ୍ରତିବାଦ କରୁଛନ୍ତି ତାଙ୍କୁ ବିଭିନ୍ନ ପ୍ରକାର ଧମକ ଦିଆଯାଉଛି। ସାବିକ ନକ୍ସାରେ ବିଭାଗୀୟ କାର୍ଯ୍ୟାଳୟ ଓ ରାସ୍ତା ଅଛି। ମାତ୍ର ହାଲ୍‌ରେ କେତେଜଣ କୁଚକ୍ରୀ ଚକବନ୍ଦୀ ଓ ତହସିଲ ଅଧିକାରୀ ସରକାରୀ ଜାଗାଗୁଡିକୁ ଜମି ବ୍ୟବସାୟୀଙ୍କ ଅଧୀନକୁ ଟେକି ଦେଇଛନ୍ତି। ଅନ୍ୟପକ୍ଷରେ ସେ ଅଧିକାରୀ ନିଜନିଜ ନାମରେ ଜମି ଜବରଦଖଲ କରି ରଖିଛନ୍ତି। ଏ ନେଇ ପ୍ରଶାସନ ପାଖରେ ସବୁ ଖବର ରହିଥିଲେ ମଧ୍ୟ ସରକାରୀ ବାବୁମାନେ ଚୁପ୍‌ ହୋଇ ବସି ରହୁଛନ୍ତି। ପରିଣାମ ସ୍ବରୂପ ସରକାରୀ ଜମି ଶାଗମାଛ ଦରରେ ବିକ୍ରି ଚାଲିଛି। ସାମଜିକ କର୍ମୀ ଅନନ୍ତ ଦାଶ, କ୍ଷୀରୋଦ ମଲିକ, ବୁଦ୍ଧିଜୀବୀ ପ୍ରଫୁଲ୍ଲ ଦାଶ କହିଛନ୍ତି, ୧୯୮୦ ମସିହାରେ ହୋଇଥିବା ବନ୍ଦୋବସ୍ତରେ କେତେଜଣ ପ୍ରଭାବଶାଳୀ ଲୋକ ସ୍ଥାନୀୟ ତହସିଲଦାର ଓ ଚକବନ୍ଦୀର ଜଣେ ଅମିନଙ୍କୁ ହାତକରି ବହୁ ଏକର ସରକାରୀ ଜମି ନିଜ ନାମରେ କରାଇ ନେଇଛନ୍ତି। ବିଶେଷକରି ପୋତା ଗୋବରୀ ନଦୀ କିସମ ଥିବାବେଳେ ଏହା କିପରି ନାମକୁ ଗଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅପରପକ୍ଷରେ ଅକ୍ଟୋବର ୨୯ରେ ଯାଜପୁରର ଦର୍ପଣ ତହସିଲ ଅଞ୍ଚଳର ହୋଇଥିବା ଏକ ଜନସ୍ବାର୍ଥ ମାମଲାରେ ସରକାରଙ୍କ ପକ୍ଷରୁ ଅତିରିକ୍ତ ସରକାରୀ ଓକିଲ (ଏଜିଏ) ଦେବାଶିଷ ତ୍ରିପାଠୀ ଦର୍ଶାଇଥିଲେ, ସରକାରୀ ଜମି ଜବରଦଖଲ ପ୍ରସଙ୍ଗରେ ରାଜ୍ୟ ସରକାର ଶୂନ୍ୟ ସହନଶୀଳ ନୀତି ଅବଲମ୍ବନ କରୁଛନ୍ତି। ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ ଓ ଏହାର ନିରାକରଣ ପାଇଁ ସରକାର ନୂଆନୀତି ପ୍ରଣୟନ କରିଛନ୍ତି। ଆକ୍ସନ ପ୍ଲାନ୍‌ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏ ନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସବୁ ଜିଲାପାଳଙ୍କୁ ଅଗଷ୍ଟ ୨୨ରେ ନିର୍ଦ୍ଦେଶନାମା ଜାରି କରାଯାଇଛି ବୋଲି ସେ ଦର୍ଶାଇଥିଲେ। ମାତ୍ର ପଟ୍ଟାମୁଣ୍ଡାଇ ଅଞ୍ଚଳରେ ପରିବହନ ବିଭାଗ ରାସ୍ତା, ପୂର୍ତ୍ତ ବିଭାଗ ଜାଗା, ବିଦ୍ୟୁତ୍‌, ରାଜସ୍ବ, ନଦୀ, ଜଳାଶୟ, ଅନାବାଦୀ, ଗୋଚର, ରଖିତ ଓ ଶ୍ମଶାନ ଜାଗା ଜବରଦଖଲରେ ଥିଲେ ମଧ୍ୟ କେନ୍ଦ୍ରାପଡ଼ା ଜିଲାପାଳ କି ସ୍ଥାନୀୟ ତହସିଲ ଓ ପୌରପାଳିକା କୌଣସି ପଦକ୍ଷେପ ନ ନେଇ ବଡବଡିଆଙ୍କୁ ଅନୁକମ୍ପା ଦେଖାଇ ଛାଡ଼ି ଦେଉଛନ୍ତି। ହେଲେ ଦୁର୍ଗାପୂଜା ପୂର୍ବରୁ ପେଟପାଟଣା ପାଇଁ ବସିଥିବା କେତେଜଣ ଗରିବ ଉଠା ଦୋକାନୀଙ୍କ ଉପରେ ସରକାରୀ ବଳ ଜାହିର କରି ତାଙ୍କ ଦୋକାନ ଭାଙ୍ଗିଦେଇଛନ୍ତି। ଏହା ସରକାରୀବାବୁଙ୍କ ପାରିବା ପଣିଆକୁ ପଦାରେ ପକାଇଥିବା ବେଳେ ସରକାରଙ୍କ ଗରିବଙ୍କୁ ପ୍ରତାରଣା ନୀତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଏ ସମ୍ପର୍କରେ ଉପଜିଲାପାଳ ଅରୁଣ କୁମାର ନାୟକଙ୍କୁ ପଚାରିବାରେ ଏ ପର୍ଯ୍ୟନ୍ତ କୌଣସି ପିଟିଶନ ହସ୍ତଗତ ହୋଇନାହିଁ, ହେଲେ ତଦନ୍ତ କରିବି ବୋଲି ସେ କହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଅସ୍ମିତା ଜାତୀୟ ରଗ୍‌ବୀ ଲିଗ୍‌: ଓଡ଼ିଶାର କ୍ଲିନ ସୁଇପ୍‌

ଭୁବନେଶ୍ୱର,୧ା୨(ଅନାଦି କର): ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ପ୍ରଥମ ଅସ୍ମିତା ଜାତୀୟ ରଗ୍‌ବୀ ଲିଗ୍‌ ରବିବାର ଉଦ୍‌ଯାପିତ ହୋଇଯାଇଛି। ସବ୍‌-ଜୁନିୟର ବାଳିକା(୧୫ ବର୍ଷରୁ କମ୍‌), ଜୁନିୟର ବାଳିକା…

ପରିବା ବଜାରରେ ବିବାହିତା ମହିଳାଙ୍କ ମୃତଦେହ, ଟ୍ରଲି ବ୍ୟାଗ….

ପାଟନା,୧।୨: ରବିବାର ରୋହତାସ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଦେହରି ନଗର ପୋଲିସ ଷ୍ଟେସନ ଅଞ୍ଚଳ ଅନ୍ତର୍ଗତ ପନିପରିବା ବଜାର…

ବଜେଟକୁ ନେଇ ଲୋକେ କ’ଣ କହୁଛନ୍ତି, ଜାଣନ୍ତୁ…

ଦିଗପହଣ୍ଡି,୧।୨(ଅଶେଷ ନାଥ ମିଶ୍ର): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଆଣିଥିବା ବଜେଟକୁ ନେଇ ଦିଗପହଣ୍ଡି ଅଞ୍ଚଳର ବିଭିନ୍ନ ବର୍ଗର ଲୋକେ ପ୍ରତିକ୍ରିୟା…

ପୂର୍ବତନ ଏମ୍‌ପି ସୁଶୀଳା ତିରିଆଙ୍କ ପରଲୋକ

ବାରିପଦା,୧।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜର ପୂର୍ବତନ ଏମ୍‌ପି ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସୁଶୀଳା ତିରିଆଙ୍କର ରବିବାର ପରଲୋକ ଘଟିଛି। ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଥିବା…

ବିଜେଡିରୁ ନିଲମ୍ବିତ ହେଲେ ଆଉ ଜଣେ ବରିଷ୍ଠ ନେତା

ଭୁବନେଶ୍ବର,୧।୨: ବିଜେଡିରୁ ନିଲମ୍ବିତ ହେଲେ ସିମୁଳିଆର ବରିଷ୍ଠ ନେତା ଶଶୀ ସାହୁ । ବିଶୃଙ୍ଖଳିକ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ୨୦୨୪ ମସିହାରେ…

ସାବିତ୍ରୀ ନାୟକଙ୍କ ପରଲୋକ, ଦୁଃଖପ୍ରକାଶ କଲେ ବଲାଙ୍ଗୀର ବିଧାୟକ

ବଲାଙ୍ଗୀର,୧।୨(ସୁନିଲ କୁମାର ମହାନ୍ତି): ବର୍ଷୀୟାନ ଶିକ୍ଷାବିତ୍ ପ୍ରାଣବନ୍ଧୁ ନାୟକଙ୍କ ଧର୍ମପତ୍ନୀ ସାବିତ୍ରୀ ନାୟକ (୮୨ ) ଆଜି ପରଲୋକ ହୋଇଯାଇଛି । ସେ ଜଣେ ଧର୍ମପରାୟଣ ମହିଳା…

କେନ୍ଦ୍ର ବଜେଟକୁ ନେଇ ଗର୍ଜିଲେ ଏମପି ସପ୍ତଗିରି, ପର୍ଯ୍ୟଟନ ବିକାଶରେ ଦେଓମାଳିର ସ୍ଥାନ…

ରାୟଗଡ଼ା,୧।୨(ଆଶିଷ ରଞ୍ଜନ ପଣ୍ଡା): ରବିବାର ଉପସ୍ଥାପନ ହୋଇଥିବା କେନ୍ଦ୍ରୀୟ ବଜେଟ୍ ଓଡ଼ିଶାର ଆଦିବାସୀଙ୍କୁ ଉପେକ୍ଷା କରାଯାଇଛି ବୋଲି ଟାର୍ଗେଟ କହିଛନ୍ତି ଏମପି ସପ୍ତଗିରି ଉଲାକା। କେନ୍ଦ୍ରୀୟ ବଜେଟ୍…

ହଳଦିଆପଦର ସଡ଼କ ଦୁର୍ଘଟଣା, ମୃତକଙ୍କ ପରିବାରକୁ ଭେଟିଲେ ପରିବହନ ମନ୍ତ୍ରୀ

ଦିଗପହଣ୍ଡି,୧|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ସହର ଉପକଣ୍ଠ ହଳଦିଆପଦର ଓଭରବ୍ରିଜ ନିକଟରେ ଶନିବାର ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଥିଲା। ଏଥିରେ ପ୍ରାଣ ହରାଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri