ନାଲ୍‌କୋ କଲୋନିରେ ଜବରଦଖଲ

ବଅଁରପାଳ,୨୫ା୪(ଡି.ଏନ.ଏ.):  ନବରତ୍ନପ୍ରାପ୍ତ ଅନୁଗୋଳ ଜିଲା ନାଲ୍‌କୋ ପ୍ଲାଣ୍ଟର କାର୍ଯ୍ୟରତ କର୍ମଚାରୀମାନଙ୍କ ରହିବା ନିମନ୍ତେ ଟାଉନଶିପ୍‌ରେ ରହିଛି ନାଲ୍‌କୋ କଲୋନି। ଏଠାରେ ୫ ହଜାରରୁ ଅଧିକ କର୍ମଚାରୀ ରହୁଛନ୍ତି। ସେହିପରି ବହୁ ସରକାରୀ ଅଧିକାରୀଙ୍କୁ ନାଲ୍‌କୋ କ୍ୱାର୍ଟର୍ସ ଯୋଗାଇ ଦେଇଛି। କଲୋନିରେ ରହୁଥିବା କର୍ମଚାରୀଙ୍କଠାରୁ ବିଦ୍ୟୁତ୍‌, କେବୁଲ ଟିଭି ଓ ପାଣି ବିଲ୍‌ ବାବଦରେ ମାସିକ ଟଙ୍କା ନିଆଯାଉଛି। କିନ୍ତୁ କଲୋନି ମଧ୍ୟରେ ବେଆଇନ ଭାବେ ଗଢ଼ି ଉଠିଥିବା କେତୋଟି ଧର୍ମାନୁଷ୍ଠାନକୁ କର୍ତ୍ତୃପକ୍ଷ ଅନୁକମ୍ପା ପ୍ରଦର୍ଶନ କରୁଥିବାରୁ କଲୋନିବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। କରୋନା ସମୟରେ ଏସବୁ ଧର୍ମାନୁଷ୍ଠାନକୁ ବାହାର ଅଞ୍ଚଳର ଲୋକେ ଆସୁଥିବାରୁ ସଂକ୍ରମଣ ବ୍ୟାପିବାର ଭୟ ରହୁଥିବା ଅଭିଯୋଗ ହେଉଛି। କେତୋଟି ଧର୍ମାନୁଷ୍ଠାନ କଲୋନି ଜମି ଜବରଦଖଲ କରିଛନ୍ତି। ବିନା ଦେୟରେ ବିଦ୍ୟୁତ୍‌, ପାଣି, କେବୁଲ ଟିଭି ସଂଯୋଗ ନେଇଛନ୍ତି। ଘରଦ୍ୱାର କରି ବାହାର ଲୋକଙ୍କୁ ଭଡ଼ା ଦେଇଛନ୍ତି। ଭଡ଼ାରେ ରହୁଥିବା କେତେଜଣ ବ୍ୟକ୍ତି ନାଲ୍‌କୋର ବଡ଼ ବଡ଼ ଅଧିକାରୀଙ୍କ ଘରେ କାମ କରୁଛନ୍ତି। ଏସବୁ ଧର୍ମାନୁଷ୍ଠାନରେ କରୋନା କଟକଣା ପାଳନ ହେଉ ନ ଥିଲେ ମଧ୍ୟ ବାରଣ କରିବାକୁ କେହି ସାହସ କରୁନାହାନ୍ତି। ଏ ନେଇ କଲୋନିବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ନାଲ୍‌କୋ ସିଏମ୍‌ଡି ଶ୍ରୀଧର ମହାପାତ୍ରଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇ ନ ଥିଲେ।
ବାରଣ କରାଯାଉନି
ନାଲ୍‌କୋ କଲୋନିର ଶତାଧିକ ଏକର ଜମି କେତୋଟି ଧର୍ମାନୁଷ୍ଠାନ ଜବରଦଖଲରେ ରହିଛି। ବେଆଇନ ଭାବେ ଏଠାକୁ ପାଣି, ବିଦ୍ୟୁତ୍‌ ସଂଯୋଗ ହୋଇଛି। ବାହାର ଲୋକେ ଆସୁଥିଲେ ମଧ୍ୟ ବାରଣ କରିବାକୁ କେହି ନାହାନ୍ତି।
-ନିର୍ମଳ ସାମଲ,
ସାଧାରଣ ସମ୍ପାଦକ, ନେସ୍‌
ଚାଲିଛି ଅସାମାଜିକ କାର୍ଯ୍ୟକଳାପ
କଲୋନି ପରିସରରେ ଥିବା କେତୋଟି ଧର୍ମାନୁଷ୍ଠାନରେ ବେଆଇନ କାର୍ଯ୍ୟକଳାପ ଚାଲିଥିବା ଅନେକ ସମୟରେ ଦେଖାଯାଉଛି। ଏହାକୁ ନେଇ କଲୋନିବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ଥିଲେ ମଧ୍ୟ କହିବାକୁ ସାହସ କରୁନାହାନ୍ତି।
-ମାଙ୍ଗିଲାଲ ସାମଲ, କାର୍ଯ୍ୟକାରୀ ସଭାପତି, ନେପୁ
କେତେଜଣ ଅଧିକାରୀ ସମ୍ପୃକ୍ତ
ନାଲ୍‌କୋର କେତେଜଣ ଅଧିକାରୀଙ୍କ ସହାୟତାରେ କଲୋନି ଜାଗା ଜବରଦଖଲ କରାଯାଇଛି। ବେଆଇନ ଭାବେ ଘର ନିର୍ମାଣ କରାଯାଇ ଭଡ଼ା ଲଗାଯାଇଛି। ନାଲ୍‌କୋ କର୍ତ୍ତୃପକ୍ଷଙ୍କ ଜାଣତରେ ଏସବୁ କାର୍ଯ୍ୟ ଚାଲିଛି।
-ବିଭବ ଜେନା, କାର୍ଯ୍ୟକାରୀ ସଭାପତି, ଏନ୍‌ଏସ୍‌ସିୟୁ
କାର୍ଯ୍ୟାନୁଷ୍ଠାନ ନିଆଯିବ
ନାଲକୋ କଲୋନିରେ ବହୁ ଧର୍ମାନୁଷ୍ଠାନ ବେଆଇନ ଭାବେ ଚାଲୁଛି। ପାଣି, ବିଦ୍ୟୁତ୍‌, ଚୋରାରେ ସଂଯୋଗ ନେଇଥିବା ଅଭିଯୋଗ ଆସିଛି। ଏହା ବିରୋଧରେ ଖୁବ୍‌ଶୀଘ୍ର ନାଲ୍‌କୋ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
-ଅମ୍ବିକା ପ୍ରସାଦ ପଣ୍ଡା, ଇଡି,
ନାଲ୍‌କୋ


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…

ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

୧ ଲକ୍ଷ ଟଙ୍କାର ଋଣ ୭୪ ଲକ୍ଷରେ ପହଞ୍ଚିଲା: ପରିଶୋଧ କରିବାକୁ କିଡନୀ ବିକ୍ରି କଲେ ଚାଷୀ

ଭୁବନେଶ୍ୱର,୧୬।୧୨: ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲାର ଜଣେ ଚାଷୀଙ୍କୁ ବେଆଇନ ମହାଜନମାନଙ୍କଠାରୁ ନେଇଥିବା ୧ ଲକ୍ଷ ଟଙ୍କାର ଋଣ ଶେଷରେ ଦିନକୁ ୧୦,୦୦୦ ଟଙ୍କା ସୁଧ ସହିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri