ନାଲ୍‌କୋ କଲୋନିରେ ଜବରଦଖଲ

ବଅଁରପାଳ,୨୫ା୪(ଡି.ଏନ.ଏ.):  ନବରତ୍ନପ୍ରାପ୍ତ ଅନୁଗୋଳ ଜିଲା ନାଲ୍‌କୋ ପ୍ଲାଣ୍ଟର କାର୍ଯ୍ୟରତ କର୍ମଚାରୀମାନଙ୍କ ରହିବା ନିମନ୍ତେ ଟାଉନଶିପ୍‌ରେ ରହିଛି ନାଲ୍‌କୋ କଲୋନି। ଏଠାରେ ୫ ହଜାରରୁ ଅଧିକ କର୍ମଚାରୀ ରହୁଛନ୍ତି। ସେହିପରି ବହୁ ସରକାରୀ ଅଧିକାରୀଙ୍କୁ ନାଲ୍‌କୋ କ୍ୱାର୍ଟର୍ସ ଯୋଗାଇ ଦେଇଛି। କଲୋନିରେ ରହୁଥିବା କର୍ମଚାରୀଙ୍କଠାରୁ ବିଦ୍ୟୁତ୍‌, କେବୁଲ ଟିଭି ଓ ପାଣି ବିଲ୍‌ ବାବଦରେ ମାସିକ ଟଙ୍କା ନିଆଯାଉଛି। କିନ୍ତୁ କଲୋନି ମଧ୍ୟରେ ବେଆଇନ ଭାବେ ଗଢ଼ି ଉଠିଥିବା କେତୋଟି ଧର୍ମାନୁଷ୍ଠାନକୁ କର୍ତ୍ତୃପକ୍ଷ ଅନୁକମ୍ପା ପ୍ରଦର୍ଶନ କରୁଥିବାରୁ କଲୋନିବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। କରୋନା ସମୟରେ ଏସବୁ ଧର୍ମାନୁଷ୍ଠାନକୁ ବାହାର ଅଞ୍ଚଳର ଲୋକେ ଆସୁଥିବାରୁ ସଂକ୍ରମଣ ବ୍ୟାପିବାର ଭୟ ରହୁଥିବା ଅଭିଯୋଗ ହେଉଛି। କେତୋଟି ଧର୍ମାନୁଷ୍ଠାନ କଲୋନି ଜମି ଜବରଦଖଲ କରିଛନ୍ତି। ବିନା ଦେୟରେ ବିଦ୍ୟୁତ୍‌, ପାଣି, କେବୁଲ ଟିଭି ସଂଯୋଗ ନେଇଛନ୍ତି। ଘରଦ୍ୱାର କରି ବାହାର ଲୋକଙ୍କୁ ଭଡ଼ା ଦେଇଛନ୍ତି। ଭଡ଼ାରେ ରହୁଥିବା କେତେଜଣ ବ୍ୟକ୍ତି ନାଲ୍‌କୋର ବଡ଼ ବଡ଼ ଅଧିକାରୀଙ୍କ ଘରେ କାମ କରୁଛନ୍ତି। ଏସବୁ ଧର୍ମାନୁଷ୍ଠାନରେ କରୋନା କଟକଣା ପାଳନ ହେଉ ନ ଥିଲେ ମଧ୍ୟ ବାରଣ କରିବାକୁ କେହି ସାହସ କରୁନାହାନ୍ତି। ଏ ନେଇ କଲୋନିବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ନାଲ୍‌କୋ ସିଏମ୍‌ଡି ଶ୍ରୀଧର ମହାପାତ୍ରଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇ ନ ଥିଲେ।
ବାରଣ କରାଯାଉନି
ନାଲ୍‌କୋ କଲୋନିର ଶତାଧିକ ଏକର ଜମି କେତୋଟି ଧର୍ମାନୁଷ୍ଠାନ ଜବରଦଖଲରେ ରହିଛି। ବେଆଇନ ଭାବେ ଏଠାକୁ ପାଣି, ବିଦ୍ୟୁତ୍‌ ସଂଯୋଗ ହୋଇଛି। ବାହାର ଲୋକେ ଆସୁଥିଲେ ମଧ୍ୟ ବାରଣ କରିବାକୁ କେହି ନାହାନ୍ତି।
-ନିର୍ମଳ ସାମଲ,
ସାଧାରଣ ସମ୍ପାଦକ, ନେସ୍‌
ଚାଲିଛି ଅସାମାଜିକ କାର୍ଯ୍ୟକଳାପ
କଲୋନି ପରିସରରେ ଥିବା କେତୋଟି ଧର୍ମାନୁଷ୍ଠାନରେ ବେଆଇନ କାର୍ଯ୍ୟକଳାପ ଚାଲିଥିବା ଅନେକ ସମୟରେ ଦେଖାଯାଉଛି। ଏହାକୁ ନେଇ କଲୋନିବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ଥିଲେ ମଧ୍ୟ କହିବାକୁ ସାହସ କରୁନାହାନ୍ତି।
-ମାଙ୍ଗିଲାଲ ସାମଲ, କାର୍ଯ୍ୟକାରୀ ସଭାପତି, ନେପୁ
କେତେଜଣ ଅଧିକାରୀ ସମ୍ପୃକ୍ତ
ନାଲ୍‌କୋର କେତେଜଣ ଅଧିକାରୀଙ୍କ ସହାୟତାରେ କଲୋନି ଜାଗା ଜବରଦଖଲ କରାଯାଇଛି। ବେଆଇନ ଭାବେ ଘର ନିର୍ମାଣ କରାଯାଇ ଭଡ଼ା ଲଗାଯାଇଛି। ନାଲ୍‌କୋ କର୍ତ୍ତୃପକ୍ଷଙ୍କ ଜାଣତରେ ଏସବୁ କାର୍ଯ୍ୟ ଚାଲିଛି।
-ବିଭବ ଜେନା, କାର୍ଯ୍ୟକାରୀ ସଭାପତି, ଏନ୍‌ଏସ୍‌ସିୟୁ
କାର୍ଯ୍ୟାନୁଷ୍ଠାନ ନିଆଯିବ
ନାଲକୋ କଲୋନିରେ ବହୁ ଧର୍ମାନୁଷ୍ଠାନ ବେଆଇନ ଭାବେ ଚାଲୁଛି। ପାଣି, ବିଦ୍ୟୁତ୍‌, ଚୋରାରେ ସଂଯୋଗ ନେଇଥିବା ଅଭିଯୋଗ ଆସିଛି। ଏହା ବିରୋଧରେ ଖୁବ୍‌ଶୀଘ୍ର ନାଲ୍‌କୋ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
-ଅମ୍ବିକା ପ୍ରସାଦ ପଣ୍ଡା, ଇଡି,
ନାଲ୍‌କୋ


Enter your email to get our daily news in your inbox.

All Right Reserved By Dharitri.Com

ବିପଦ ସୃଷ୍ଟି କରୁଛି ବେଆଇନ ହୋର୍ଡିଂ

କେନ୍ଦୁଝର,୨୯।୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହରରେ ଅସୁରକ୍ଷିତ ଏବଂ ବେଆଇନ ହୋର୍ଡିଂ ବିପଦ ସୃଷ୍ଟି କରୁଛି। କାଳବୈଶାଖୀ ଯୋଗୁ ସହରର ଗାନ୍ଧୀ ଛକ ନିକଟ ଅନିତା ଲୁଗା…

ଜେଲ୍‌ ଶୌଚାଳୟରୁ ମିଳିଲା ବିଚାରାଧୀନ କଏଦୀଙ୍କ ମୃତଦେହ, ପରିବାର ଲୋକେ ଅଭିଯୋଗ ଆଣି କହିଲେ…

ପୁରୀ,୨୯ା୩(ଅଜିତ କୁମାର ମହାନ୍ତି): ରାମଚଣ୍ଡୀ ଥାନା ଅର୍ନ୍ତଗତ ବାରଙ୍ଗସ୍ଥିତ ପୁରୀ ଜେଲରେ ରବିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୁରୀ ଜେଲ୍‌ରେ ଥିବା ଜଣେ ବିଚାରାଧୀନ…

LPG କନେକ୍ସନ ଛାଡିଲେଣି ୬ ହଜାର ଲୋକ, ଏହି ଦିଗ ପ୍ରତି ବଢୁଛି ଆଗ୍ରହ, ଗ୍ୟାସ ସଙ୍କଟ ମଧ୍ୟରେ ସରକାର ଦେଲେ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୯।୩: ସାରା ଦେଶରେ, ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG)ର 6,000 ଉପଭୋକ୍ତା ସ୍ବେଚ୍ଛାକୃତ ଭାବରେ ସେମାନଙ୍କର ତରଳ ପେଟ୍ରୋଲିୟମ ଗ୍ୟାସ (LPG) ସଂଯୋଗ ଛାଡି ଦେଇଛନ୍ତି।…

କେନ୍ଦୁଝର ବିଜେଡିକୁ ଶକ୍ତ ଝଟକା, ୯ କାଉନସିଲରଙ୍କ ସାମୂହିକ ଇସ୍ତଫା

କେନ୍ଦୁଝର,୨୯।୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଜି କେନ୍ଦୁଝରଗଡ ପୌର ଉପାଧ୍ୟକ୍ଷ ବରଦା ପ୍ରସନ୍ନଙ୍କଙ୍କ ସହ ୯ ଜଣ ବିଜେଡି କାଉନସିଲର ସମୂହ ଇସ୍ତଫା ଘଟଣା ଚର୍ଚ୍ଚାର ବିଷୟ ହୋଇଛି…

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଲାଞ୍ଜିଗଡରେ ଅନନ୍ୟ ପରମ୍ପରା; ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ, ଭକ୍ତଙ୍କ ପିଠିରେ ଚଢ଼ି ଫେରିଲେ ମା’

ଲାଞ୍ଜିଗଡ,୨୯।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡର ମା’ ଠାକରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ରବିବାର ମହା ସମାରୋହରେ ସମ୍ପନ୍ନ ହେଇଯାଇଛି । ଲାଞ୍ଜିଗଡ ଇଷ୍ଟଦେବୀ…

ସକାଳୁ ସକାଳୁ ଜଳଖିଆ ହୋଟେଲ କ୍ୟାବିନତଳୁ ଉଦ୍ଧାର ହେଲା ୨ କିଙ୍ଗ କୋବ୍ରା, ଲୋକେ ଦେଖି….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁର ନିଳାଞ୍ଚଳ ସାହୁଙ୍କ ଜଳଖିଆ ହୋଟେଲର କ୍ୟାବିନତଳୁ କିଙ୍ଗ କୋବ୍ରା ଉଦ୍ଧାର ହୋଇଛି…

ହୋଇପାରେ ଭୟଙ୍କର ଯୁଦ୍ଧ! ଇରାନ ବିରୁଦ୍ଧରେ ଯୁଦ୍ଧ କରିବାକୁ ପ୍ରସ୍ତୁତ ହେଉଛି ଆମେରିକା

ନୂଆଦିଲ୍ଲୀ,୨୯।୩:  ଇରାନ ସହିତ ମାସେ ଧରି ଚାଲିଥିବା ସଂଘର୍ଷର କୌଣସି ଠୋସ୍ ଫଳାଫଳ ମିଳି ନଥିବା ଲକ୍ଷ୍ୟ କରି, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ନୂତନ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri