ବଡ଼ବିଲରେ ଫାଙ୍କା ଗୁଳିଚାଳନା: ୨.୭ ଲକ୍ଷ ଟଙ୍କା ଲୁଟି ଦୁର୍ବୃତ୍ତ ଫେରାର

ବଡବିଲ,୧୮।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଠାକୁରାଣୀସ୍ଥିତ ଲୌହ ଖଣିର ମୁଖ୍ୟ ଫାଟକ ନିକଟରେ ଥିବା ଏକ ଖଣିଜ ପରିବହନକାରୀ ସଂସ୍ଥାର ଅସ୍ଥାୟୀ କାର୍ଯ୍ୟାଳୟରୁ ସୋମବାର ପୂର୍ବାହ୍ନରେ ଲୁଟ୍‌ ହୋଇଛି।
ସୂଚନାନୁଯାୟୀ, ପୂର୍ବାହ୍ନରେ ଏକ କଳାରଙ୍ଗର ବାଇକ୍‌ରେ ୩ ଜଣ ଦୁର୍ବୃତ୍ତ ଆସି ଫାଙ୍କା ଗୁଳିଚାଳନା କରି ୨ଲକ୍ଷ ୭୦ ହଜାର ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିଲେ। ଖବରପାଇ ବଡ଼ବିଲ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ରାଜ୍ୟ ସୀମାନ୍ତ ଅଞ୍ଚଳରେ ପୋଲିସ ପକ୍ଷରୁ ଜୋରଦାର ଖାନତଲାସି ଜାରି ରହିଛି ବୋଲି ବଡ଼ବିଲ ଥାନା ଇନ୍ସପେକ୍ଟର ସୁଶାନ୍ତ ଦାସ ସୂଚନା ଦେଇଛନ୍ତି।