ଧାର୍ମିକ, ପରିବେଶ ପର୍ଯ୍ୟଟନ କ୍ଷେତ୍ରକୁ ଅବହେଳା, ପୂରଣ ହେଉନି ଅଧିକାରୀ ପଦବୀ

କେନ୍ଦ୍ରାପଡ଼ା,୨୮ା୯ (ଜଗନ୍ନାଥ ଧଳ): ରାଜ୍ୟ ଶାସନର ୧୦୦ ଦିନ ପୂର୍ତ୍ତି ଉପଲକ୍ଷେ ଗତ ୨୨ ତାରିଖରେ ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା କେନ୍ଦ୍ରାପଡ଼ା ଜିଲା ଗସ୍ତ କରିଥିଲେ। ଆୟୋଜିତ ଉତ୍ସବରେ ଜିଲାର ପର୍ଯ୍ୟଟନ ଶିଳ୍ପକୁ ଗୁରୁତ୍ୱ ଦିଆଯିବ ବୋଲି ଘୋଷଣା କରିଥିଲେ। ଯାହା ଏହି ଅଞ୍ଚଳବାସୀଙ୍କ ପାଇଁ ଆଶ୍ୱାସନାର ବିଷୟ ହୋଇଛି। ରାଜ୍ୟର ଏକମାତ୍ର ଜାତୀୟ ଉଦ୍ୟାନ ଏହି ଜିଲାରେ ଅଛି। ଏଥିସହ ତୁଳସୀକ୍ଷେତ୍ର ଭାବେ ଏହି ଜିଲା ଧାର୍ମିକ ପର୍ଯ୍ୟଟନ ପାଇଁ ପରିଚିତି ଲାଭ କରିଛି। ଏହି କ୍ଷେତ୍ରର ରାଜନଗର ବଗପାଟିଆରେ ଅବସ୍ଥିତ ପଞ୍ଚୁବରାହୀ ମନ୍ଦିରରେ କେବଳ ଦଳିତ ମହିଳା ହିଁ ପୂଜା କରନ୍ତି। ପରିବେଶ ଓ ଧାର୍ମିକ ପର୍ଯ୍ୟଟନ ପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମି ଥିଲେ ମଧ୍ୟ ଏହାକୁ ଏକ ଶିଳ୍ପର ମାନ୍ୟାତା ପାଇଁ ଉଦ୍ୟମ ହୋଇନାହିଁ। ପର୍ଯ୍ୟଟନ ଶିଳ୍ପ ସହ କର୍ମନିଯୁକ୍ତିକୁ ଯୋଡିବାକୁ ସ୍ଥାନୀୟ ପ୍ରଶାସକ ଓ ରାଜନେତା ସମ୍ବେଦନଶୀଳ ନୁହନ୍ତି। ଧାର୍ମିକ ସ୍ଥଳର ଉନ୍ନତୀକରଣର ଆବଶ୍ୟକତା ଥିବାବେଳେ ବିଭିନ୍ନ କାରଣରୁ ଭିତରକନିକା ଜାତୀୟ ଉଦ୍ୟାନ ମାନ୍ୟତାରୁ ବଞ୍ଚତ୍ତ ହେବା ସମ୍ଭାବନା ଦେଖାଦେଇଛି।
ଏ ସମ୍ପର୍କରେ ସାମାଜିକ କର୍ମୀ ବାନାମ୍ବର ସାହୁ କହିଛନ୍ତି, ଇଚ୍ଛାପୁରର ଶ୍ରୀବଳଦେବଜୀଉ, ସହରର ଗୋବିନ୍ଦଜୀଉ, ତମାଳଶାସନର ଦଧିବାମନ ଜୀଉ, ସନ୍ଥପୁରାର ଶିବ ମନ୍ଦିର, ଆଳିର ଲକ୍ଷ୍ମୀବରାହ ଜୀଉ ମନ୍ଦିର, କୁଦାନଗରୀ, ସଖୀବଟ, ଗଦାଧର ପୀଠ, କର୍ତ୍ତେଶ୍ୱର ମନ୍ଦିର, ଅନ୍ଧବର, ଗୋଠେଶ୍ୱର ପୀଠ, ହୁକିଟୋଲା, ବତିଘର ଆଦିକୁ ରାଜ୍ୟ ପର୍ଯ୍ୟଟନସ୍ଥଳର ମାନ୍ୟତା ମିଳିଛି। ଏସବୁ କ୍ଷେତ୍ର ପର୍ଯ୍ୟଟନସ୍ଥଳ ହୋଇଥିଲେ ମଧ୍ୟ ପ୍ରଚାର ପ୍ରସାର ଅଭାବ ରହିଛି। ଏଥିସହ ପର୍ଯ୍ୟଟନସ୍ଥଳକୁ ଉପଯୁକ୍ତ ରାସ୍ତା ନାହିଁ। ଏହି ଜିଲାରେ ଶ୍ରୀବଳଦେବଜୀଉଙ୍କ ବିଭିନ୍ନ ଲୀଳାକୁ ଛୋଟ ପ୍ରକଳ୍ପ ମାଧ୍ୟମରେ ପ୍ରଦର୍ଶନ କରାଯାଇ ପାରିଲେ ଆର୍ଥିକ ବିକାଶ ହୋଇପାରିବ। ଗବେଷକ ଡ. ସର୍ବେଶ୍ୱର ସେଣ କହିଛନ୍ତି, ଦେଶରେ ହାତଗଣତି ମନ୍ଦିରରେ ମହିଳା ପୂଜକ ଅଛନ୍ତି। କେରଳର ଥିରୁଭାନନ୍ତପୁରମସ୍ଥିତ ଭଗବତୀ ମନ୍ଦିର, ମହାରାଷ୍ଟ୍ରର ଶନି ଶିଘ୍ନପୁର ମନ୍ଦିର ଆଦିରେ ମହିଳା ପୂଜକ ଥିବାବେଳେ ରାଜନଗରର ପଞ୍ଚୁବରାହୀ ଦେବୀଙ୍କୁ ଦଳିତ ମହିଳା ପୂଜା କରିବାର ସ୍ବତନ୍ତ୍ର ଅଧିକାର ଅଛି। ଏହି ପରମ୍ପରା ପ୍ରାୟ ୪୦୦ ବର୍ଷ ଧରି ଚାଲିଆସିଛି। ଏହା ସାମ୍ପ୍ରତିକ ସମୟରେ ମହିଳା ସଶକ୍ତୀକରଣ ଉଦାହରଣ ପାଲଟିଛି। ରାଜନଗର ବ୍ଲକ ବଗପାଟିଆସ୍ଥ ଏହି ପୀଠର ଉନ୍ନତୀକରଣ ସହ ପ୍ରଚାର ପ୍ରସାର ହୋଇପାରିଲେ ପର୍ଯ୍ୟଟନ ଶିଳ୍ପ ସମୃଦ୍ଧ ହେବ। ସେହିପରି ଅବହେଳିତ ବିଭିନ୍ନ ଐତିହ୍ୟ ସାମଗ୍ରୀର ସୁରକ୍ଷା ପାଇଁ ମ୍ୟୁଜିୟମର ଆବଶ୍ୟକତା ରହିଛି। ବୁଦ୍ଧିଜୀବୀ ଗଣେଶ ଚନ୍ଦ୍ର ସାମଲ କହିଛନ୍ତି, ରାଜନେତା ଓ ପ୍ରଶାସକଙ୍କ ଅବହେଳା ଜିଲା ପର୍ଯ୍ୟଟନ ଶିଳ୍ପକୁ ରୁଗ୍‌ଣ କରିଛି। ଦୀର୍ଘବର୍ଷ ଧରି ଏଠାରେ ନିୟମିତ ଜିଲା ପର୍ଯ୍ୟଟନ ଅଧିକାରୀ ପଦ ପୂରଣ ହୋଇପାରୁନାହିଁ। ରାଜ୍ୟ ସରକାର ଭିତରକନିକାର ଧଳା ଲୁଣା କୁମ୍ଭୀର ଗୋରୀ ଓ ଅଲିଭରିଡ୍‌ଲେ କଇଁଛ ଗୋଲୁ ମାସକଟ ଭାବେ ବ୍ୟବହାର କରିଛନ୍ତି। ତେବେ ଏହି ପ୍ରାଣୀଙ୍କ ସୁରକ୍ଷା ଉଦ୍‌ବେଗଜନକ ପରିସ୍ଥିତି ସୃଷ୍ଟି କରିଛି। ମଧୁରପାଣିର ଅଭାବ, ତଟକ୍ଷୟ, ଚିଙ୍ଗୁଡି ଘେରି, ଭିତରକନିକା ଆଭ୍ୟନ୍ତର ଅଞ୍ଚଳରୁ ଜନବସତିକୁ ସ୍ଥାନାନ୍ତର, ଇକୋ ସେନସେଟିଭ ଜୋନର ପରିଚାଳନା ଆଦିରେ ଛନ୍ଦି ହୋଇଛି। ଫଳରେ ୨୦୧୭ ମସିହାରେ ବିଶ୍ୱ ଐତିହ୍ୟ ତାଲିକାରେ ସାମିଲ ହୋଇ ପାରି ନ ଥିବା ବେଳେ ଏବେ ଜାତୀୟ ଉଦ୍ୟାନ ମାନ୍ୟତା ହରାଇବାକୁ ଯାଉଛି। ଜିଲା ଜନ ଅଧିକାର ମଞ୍ଚ ସଭାପତି ଭୂବନ ମୋହନ ଜେନା କହିଛନ୍ତି, ଜିଲାର ଆର୍ଥିକ ବିକାଶରେ ପର୍ଯ୍ୟଟନ ଶିଳ୍ପ ସହାୟକ ହୋଇପାରିବ। ଧାର୍ମିକ ପୀଠର ଉନ୍ନତୀକରଣ ଓ ପ୍ରଚାର ପ୍ରସାରର ଆବଶ୍ୟକତା ଅଛି। ସେହିପରି ପ୍ରାକୃତିକ ପରିବେଶର ଉପଯୋଗ ଦରକାର। ଗାଇଡ୍‌, ଫଟୋଗ୍ରାଫି, କୁଟୀର ଶିଳ୍ପର ମଣ୍ଡିଠାରୁ ଆରମ୍ଭ କରି ବେଳାଭୂମିକୁ ପର୍ଯ୍ୟଟକ ଉପଯୋଗୀ ଭିତ୍ତିଭୂମିର ବିକାଶ ଦ୍ୱାରା ଜିଲାର ଅର୍ଥନୈତିକ ବିକାଶ ହେବ। ମହୁ, ଝୁଣା ଆଦି ବନଜାତ ଦ୍ରବ୍ୟକୁ ଯୁବବର୍ଗଙ୍କ କର୍ମନିଯୁକ୍ତି ସହ ଯୋଡ଼ିବାକୁ ପଡ଼ିବ। ସାମୁଦ୍ରିକ, ବନ୍ୟ ଜୀବ ସମ୍ପର୍କରେ ବିଶ୍ୱବିଦ୍ୟାଳୟ ଓ ଗବେଷଣାଗାର ଏ ସମ୍ପର୍କରେ ଶିକ୍ଷାକୁ ପ୍ରୋତ୍ସାହିତ କରିବ। ଗଣମାଧ୍ୟମ, ସାମାଜିକ ଗଣମାଧ୍ୟମ ସହ ସରକାରୀ ପ୍ରୋତ୍ସାହନରେ ଜିଲାର ବିଭବକୁ ଅଧିକ ପ୍ରଚାର ପ୍ରସାର ହୋଇପାରିଲେ ଜିଲାର ଆର୍ଥିକ ବିକାଶ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri