ଟଙ୍କା ନେଉଛନ୍ତି କର୍ମଚାରୀ, କଏଦୀ ଟାଣୁଛନ୍ତି ଗଞ୍ଜେଇ

ଭୁବନେଶ୍ୱର,୧୩ା୫(ବ୍ୟୁରୋ):ଝାରପଡ଼ା ସ୍ବତନ୍ତ୍ର ଜେଲ ପାଲଟିଛି ଅପରାଧୀଙ୍କ ସୁରକ୍ଷିତ ଆଡ୍ଡାସ୍ଥଳ। ସଜା ନୁହେଁ, ଭିତରେ ବିତୁଛି ଦୁର୍ଦ୍ଦାନ୍ତ ଅପରାଧୀଙ୍କ ଅୟସ ଜୀବନ। ନିଶା ସେବନ ସହ ନାଚଗୀତ ମଉଜ ମଜଲିସ୍‌ ସବୁ କିଛି ଚାଲୁଛି। ମୋବାଇଲ ଫୋନ୍‌ରେ ବି ଅପରାଧ ନିୟନ୍ତ୍ରଣ ହେଉଛି। ଜେଲ ପରିସରରୁ ମୋବାଇଲ୍‌ ଫୋନ୍‌ ମିଳୁଥିବାବେଳେ ଏବେ ଭାଇରାଲ ହୋଇଥିବା ଭିଡିଓ ସାଂଘାତିକ ଗୁମର ପଦାକୁ ଆଣିଛି। ଜେଲ କର୍ମଚାରୀ ଟଙ୍କା ନେଉଥିବା ଓ କଏଦୀମାନେ ଗଞ୍ଜେଇ ଟାଣୁଥିବା ପରି ବହୁ ଦୃଶ୍ୟ ଦେଖିବାକୁ ମିଳୁଛି। ଦୁର୍ଦ୍ଦାନ୍ତ ଅପରାଧୀମାନେ ଟଙ୍କା ବଳରେ ଜେଲ କର୍ମଚାରୀ ଓ ଅଧିକାରୀଙ୍କୁ ନିଜ ହାତ ମୁଠାରେ ରଖି ବାହାରେ ଅପରାଧ ଘଟାଉଥିବା ଜଣାପଡିଛି। ଏଠାରେ ପ୍ରଶ୍ନ ଉଠୁଛି, ଜେଲ କର୍ମଚାରୀଜଣକ କଏଦୀଙ୍କଠାରୁ ଟଙ୍କା ନେଉଛନ୍ତି କାହିଁକି? ନିଶାଦ୍ରବ୍ୟ ଜେଲ ଭିତରକୁ କାହା ମାର୍ଫତରେ ଯାଉଛି? ଏହାର କଡାକଡି ତଦନ୍ତ କରାଯିବାକୁ ସାଧାରଣରେ ଦାବି ହୋଇଛି।
ଜେଲ ଭିତରର ୩ଟି ଭିଡିଓ ଏବେ ଭାଇରାଲ ହେଉଛି। ଗୋଟିଏ ଭିଡିଓରେ କଏଦୀଙ୍କଠାରୁ ଜେଲ କର୍ମଚାରୀଜଣକ ପାଚେରି ନିକଟ ଏକ ଗଛ ମୂଳେ ଟଙ୍କା ନେଉଛନ୍ତି। ପରେ କିଛି ବାର୍ତ୍ତାଳାପ କରୁଛନ୍ତି। ଅନ୍ୟ ଏକ ଭିଡିଓରେ କଏଦୀମାନେ କୀର୍ତ୍ତନ କରିବା ସହ ଗଞ୍ଜେଇ ଟାଣୁଛନ୍ତି। ଗଞ୍ଜେଇ ଚିଲମକୁ ଜଣକ ପରେ ଜଣେ ନେବା ସହ ନିଶା ସେବନ କରୁଥିବା ଭିଡିଓରେ ଦେଖିବାକୁ ମିଳୁଛି। ଏହି ଭିଡିଓ ପଣା ସଂକ୍ରାନ୍ତି ଦିନ ରେକର୍ଡ କରାଯାଇଥିବା ଅନୁମାନ କରାଯାଉଛି। ସେହିପରି ତୃତୀୟ ଭିଡିଓରେ ଖୁସିରେ ଭାବବିହ୍ବଳହୋଇ ଜଣକ ପରେ ଜଣେ କଏଦୀ ବିଭିନ୍ନ ଭଙ୍ଗୀରେ ନୃତ୍ୟ କରୁଛନ୍ତି। ଏସବୁ ଭିଡିଓକୁ ଅନ୍ୟ କଏଦୀମାନେ ମୋବାଇଲ୍‌ ଫୋନ୍‌ରେ ରେକର୍ଡ କରିଥିବା କିଛି ବାର୍ତ୍ତାଳାପରୁ ଜଣାପଡୁଛି। ତେବେ କଟକଣା ସତ୍ତ୍ୱେ କଏଦୀଙ୍କ ପାଖକୁ ମୋବାଇଲ୍‌ ଫୋନ୍‌ ଯାଉଥିବାରୁ କର୍ମଚାରୀ ଓ ଅଧିକାରୀଙ୍କ ଭୂମିକାକୁ ଗୁରୁତ୍ୱର ସହ ନେଇଛି ଜେଲ ବିଭାଗ। ଲଗାତର ଭାବେ ଚଢ଼ାଉ ଚାଲିଥିବାବେଳେ ପ୍ରତିଥର ଜେଲ ପରିସରରୁ ମୋବାଇଲ୍‌ ଫୋନ୍‌ ମିଳୁଛି। ବୁଧବାର ମଧ୍ୟ ଚଢ଼ାଉ କରାଯାଇ ଆଉ ୨ଟି ମୋବାଇଲ ଫୋନ ଜବତ କରାଯାଇଛି। ପୂର୍ବରୁ ୧୧ଟି ମୋବାଇଲ ଜବତ କରାଯାଇଥିବାବେଳେ ଏହାକୁ ମିଶାଇ ମୋଟ ୧୩ ଫୋନ୍‌ ମିଳିଲାଣି। ଏନେଇ ପୋଲିସ ତରଫରୁ ଷ୍ଟେଶନ ଡାଏରୀ କରାଯାଇ ମୋବାଇଲଗୁଡ଼ିକର କଲ୍‌ ଡିଟେଲ ରେକର୍ଡ(ସିଡିଆର) ମଗାଯାଇଛି। ସେହିପରି ମୋବାଇଲ ଜେଲ ପରିସରକୁ ଆସିବା ପଛରେ କାହାର ହାତ ଅଛି, ସେନେଇ ଜେଲ ବିଭାଗ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଛି।
ଏ ସମ୍ପର୍କରେ ଜେଲ ଆଇଜି ହିମାଂଶୁ ଲାଲ କହିଛନ୍ତି ଯେ, ପୂର୍ବରୁ କେତେଜଣ ଦୁର୍ଦ୍ଦାନ୍ତ ଅପରାଧୀ ଜେଲରେ ମୋବାଇଲ ଫୋନ ଲୁଚାଇ ରଖିଥିଲେ। ସେଗୁଡିକ ଧୀରେ ଧୀରେ ବାହାରୁଛି। ସେମାନେ ପୁରୁଣା ଭିଡିଓ ଭାଇରାଲ କରି ଭୟ ସୃଷ୍ଟି କରୁଛନ୍ତି। କିନ୍ତୁ ଏବେ ପ୍ରତିଦିନ ଚଢାଉ କରାଯିବ। ମୋବାଇଲ ଫୋନ ଓ ନିଶାଦ୍ରବ୍ୟ ଜେଲ ଭିତରକୁ ଯିବା ପଛରେ କେଉଁ କର୍ମଚାରୀ ବା ଅଧିକାରୀଙ୍କ ହାତ ରହିଛି, ତଦନ୍ତ କରାଯିବା ସହ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅନ୍ୟ ଜେଲରେ କଏଦୀ ସଂଖ୍ୟା ଅଧିକ ରହିଛି। ତେଣୁ ଝାରପଡା ଜେଲରୁ ଏବେ କୌଣସି କଏଦୀଙ୍କୁ ସ୍ଥାନାନ୍ତର କରାଯାଇପାରିବ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବ ଗୋଟାଉଥିବା ନାବାଳିକାଙ୍କୁ ବଳାତ୍କାର କଲେ ୧୪ ବର୍ଷର ନାବାଳକ, ଘଟଣା ବିଷୟରେ କାହାକୁ କହିଲେ…

ଅନୁଗୋଳ, ୪ା୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଉପକଣ୍ଠରେ ଗତ ବୁଧବାର ଘଟିଛି ଏକ ଲଜ୍ଜାଜନକ ଘଟଣା। ୭ ବର୍ଷର ଜଣେ ନାବାଳିକାଙ୍କୁ ୧୪ ବର୍ଷର ନାବାଳକ ବଳାତ୍କାର…

କୁନି କୁନି ପିଲାଙ୍କୁ ଖଡ଼ିଛୁଆଁଇବେ ମୁଖ୍ୟମନ୍ତ୍ରୀ: ଆଜି ବିଦ୍ୟାଳୟରେ ପ୍ରବେଶ ଉତ୍ସବ

ଭୁବନେଶ୍ୱର,୪ା୪(ସୁଚିସ୍ମିତା ସାହୁ):ଓଡ଼ିଆ ପକ୍ଷ ପାଳନ ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶନିବାର ବିଦ୍ୟାଳୟଗୁଡିକରେ ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବ ଆୟୋଜିତ ହେବ। ରାଜଭବନ ସରକାରୀ…

ଆମେରିକାର ଲଢ଼ୁଆ ବିମାନକୁ ଖସାଇଲା ଇରାନ: ନାଗରିକଙ୍କୁ ଦେଲା ଏମିତି ଅଫର, ‘ପାଇଲଟ ଜୀବିତ ଥିଲେ…’

ଓ୍ବାଶିଂଟନ୍‌,୪।୪: ଇରାନରେ ଏକ ଆମେରିକୀୟ F-15E ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫେବୃଆରୀ ୨୮ ତାରିଖରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏହା ପ୍ରଥମ ଥର ପାଇଁ…

୪୦ କିମି ବେଗରେ ବହିବ ପବନ, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା: ସତର୍କ ସୂଚନା ଜାରି

ଭୁବନେଶ୍ୱର,୪।୪: ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ଥିବାରୁ ସତର୍କ ସୂଚନା ଜାରି ହୋଇଛି। ତେବେ ୨ଦିନ ପରେ ତାପମାତ୍ରା ୨ରୁ ୩ ଡିଗ୍ରୀ…

ଆଜି ରାଜ୍ୟ କ୍ୟାବିନେଟ୍‌: ନିଆଯିବ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର,୪।୪ (ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଶନିବାର ସନ୍ଧ୍ୟା ୬ଟାରେ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନର ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri