ଚାପ ଯୋଗୁ ଚାକିରି ଛାଡ଼ୁଛନ୍ତି କର୍ମଚାରୀ

ଓ୍ବାଶିଂଟନ୍‌,୧୫।୬: କାର୍ଯ୍ୟାଳୟରେ କର୍ମଚାରୀଙ୍କ ଉପରେ ଚାପ କ୍ରମାଗତ ବଢ଼ିବାରେ ଲାଗିଛି। ଏହାର ପ୍ରଭାବ ସେମାନଙ୍କ କାର୍ଯ୍ୟଶୈଳୀ ଉପରେ ପଡ଼ିଛି। ଆମେରିକାର ଆନାଲିଟିକ୍ସ ଆଡ୍‌ଭାଇଜରି କମ୍ପାନୀ ଗଲୁପ ପକ୍ଷରୁ କରାଯାଇଥିବା ସର୍ଭେ ଅନୁସାରେ କର୍ମକ୍ଷେତ୍ରରେ ଚାପ ବଢ଼ିବା ଯୋଗୁ କର୍ମଚାରୀ ଓ ମାଲିକଙ୍କ ମଧ୍ୟରେ ଝଗଡ଼ା ଦେଖିବାକୁ ମିଳୁଛି। ଷ୍ଟ୍ରେସ୍‌ରେ ରହୁଥିବା କର୍ମଚାରୀଙ୍କ ଚାକିରି ଓ ବ୍ୟକ୍ତିଗତ ଜୀବନମଧ୍ୟରେ କେଉଁ ପ୍ରକାର ଅନୁଭୂତି ରହୁଛି, ସେ ସମ୍ପର୍କରେ ଗାଲୁପ ‘ଷ୍ଟେଟ୍‌ ଅଫ୍‌ ଦ ଗ୍ଲୋବାଲ ଓ୍ବାର୍କ ପ୍ଲେସ୍‌ ୨୦୨୩’ରେ ଉଲ୍ଲେଖ କରାଯାଇଛି।
ମୋଟ ୫୯% କର୍ମଚାରୀଙ୍କ ସ୍ଥିତି କ୍ୱାଇଟ୍‌ କ୍ୱିଟିଙ୍ଗରେ ରହିଛି ଅର୍ଥାତ୍‌ ସେମାନେ କୌଣସି ସଂସ୍ଥାରେ କାର୍ଯ୍ୟ କରୁନାହାନ୍ତି। ସେହିପରି ୧୮% ଲାଇଡ୍‌ କ୍ୱିଟିଙ୍ଗ୍‌ ସ୍ଥିତିରେ ଅଛନ୍ତି। ସେମାନେ ହେଲେ ଚାକିରି ଛାଡ଼ିବାକୁ ଥିବା କର୍ମଚାରୀ। ୧୬୦ ଦେଶର ୧,୨୨,୪୧୬ ଜଣ କର୍ମଚାରୀଙ୍କୁ ନେଇ ଉକ୍ତ ସର୍ଭେ କରାଯାଇଛି। ବିଶ୍ୱବ୍ୟାପୀ ପ୍ରତି ୧୦ ଜଣଙ୍କ ମଧ୍ୟରେ ୬ ଜଣ ଚାକିରି ଛାଡ଼ୁଛନ୍ତି। ଚାକିରି ଛାଡ଼ୁଥିବା କର୍ମଚାରୀଙ୍କ ମଧ୍ୟରୁ ୪୧% ଗୋଟିଏ ସଂସ୍ଥା ଛାଡ଼ି ଅନ୍ୟତ୍ର କାର୍ଯ୍ୟ କରୁଥିବା ଜଣାପଡ଼ିଛି। ସେହିପରି ୨୮% ନିଜ ଦରମା ଓ ଲାଭପ୍ରାପ୍ତି ପାଇଁ ଚାକିରି ଛାଡ଼ୁଥିବାବେଳେ ୧୬% କାର୍ଯ୍ୟ ଦକ୍ଷତା ହାସଲ ପାଇଁ କର୍ମକ୍ଷେତ୍ର ପରିବର୍ତ୍ତନ କରୁଥିବା ଜଣାପଡ଼ିଛି। କର୍ମଚାରୀଙ୍କ ଅସନ୍ତୋଷକୁ ଦୂର କରିବା ପାଇଁ କମ୍ପାନୀ ମାଲିକ ପ୍ରତ୍ୟେକ କାର୍ଯ୍ୟରେ ସେମାନଙ୍କ ସହ ଜଡ଼ିତ ରହିବା ଆବଶ୍ୟକ। ଅନ୍ୟପକ୍ଷେ ଅଫିସରେ ସହଯୋଗ ପ୍ରଦର୍ଶନ କରୁଥିବା ମ୍ୟାନେଜରଙ୍କର ମଧ୍ୟ ଆବଶ୍ୟକତା ରହିଛି। ସୁସମ୍ପର୍କ ସ୍ଥାପନ ଦ୍ୱାରା କର୍ମକ୍ଷେତ୍ରର ବାତାବରଣ ଭଲ ରହିବା ସହ କର୍ମଚାରୀ ଚାକିରି ଛାଡ଼ିବା ଅସୁବିଧା ଦୂର କରାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ବଢିଲା ଏୟାର ଇଣ୍ଡିଆ ଭଡ଼ା: ଜାଣନ୍ତୁ କେତେ ହେଲା…

ନୂଆଦିଲ୍ଲୀ,୮ା୪:ବିମାନ ଇନ୍ଧନ(ଏଟିଏଫ୍‌) ମୂଲ୍ୟ ବୃଦ୍ଧିକୁ ନେଇ ଏୟାର ଇଣ୍ଡିଆ ଏହାର ଘରୋଇ ଏବଂ ଅନ୍ତର୍ଜାତୀୟ ରୁଟ୍‌ରେ ସମସ୍ତ ବିମାନ ଯାତ୍ରା ପାଇଁ ମୂଲ୍ୟବୃଦ୍ଧି ଘୋଷଣା କରିଛି। ପ୍ରତି…

ଘର ଛାଡ଼ି ପଳାଇଥିଲେ ଅରକ୍ଷିତ: ଆଜି ମିଳିଲା…

ଭଞ୍ଜନଗର,୮।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପୋଲିସ ବୁଧବାର ସକାଳେ ଜଣେ ବୃଦ୍ଧଙ୍କ ମରଶରୀର ମୁଜାଗଡ ଗ୍ରାମ ପୋଖରୀରୁ ଉଦ୍ଧାର କରିଛି। ସେ ହେଲେ ବେଲଗୁଣ୍ଠା ଥାନା ଅନ୍ତର୍ଗତ…

Dharitri Business Eminence Award 2026: ଓଡ଼ିଶୀ ଅଳଙ୍କାରର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ବଜାୟ ରହୁ

ଝାରସୁଗୁଡ଼ାରେ ପ୍ରତିଷ୍ଠିତ ‘ଓଡ଼ିଶୀ ଜୁଏଲେରି’ ପଶ୍ଚିମ ଓଡ଼ିଶା ଗ୍ରାହକଙ୍କ ପାଇଁ ବେଶ୍‌ ଉପଯୋଗୀ ହୋଇପାରିଛି। ଏହାର ପ୍ରତିଷ୍ଠାତା ଶୈଳେଶ ସରାଓ୍ବଗୀଙ୍କ ନେତୃତ୍ୱରେ ଏହି ସଂସ୍ଥା ଗ୍ରାହକଙ୍କ ଚାହିଦା…

ଟଳିଲା ହର୍ମୁଜ ସଙ୍କଟ, ଏପଟେ ଭାରତ ଉପରକୁ ମାଡିଆସିଲା ନୂଆ ବିପର୍ଯ୍ୟୟ, ବିପଦରେ ପଡିବେ ୪୦ କୋଟି ଲୋକ!

ନୂଆଦିଲ୍ଲୀ,୮।୪: ହର୍ମୁଜ ପ୍ରଣାଳୀ ସଙ୍କଟ ଏବେ ଟଳିଯାଇଛି। ଇରାନ-ଆମେରିକା ଯୁଦ୍ଧବିରତି ଘୋଷଣା ବିଶ୍ୱର ତୈଳ ଏବଂ ଗ୍ୟାସ ଯୋଗାଣରେ ଆଶ୍ୱସ୍ତି ଆଣିବ ବୋଲି ଆଶା କରାଯାଉଛି। ଏହି…

ସିଲେଟପଡାଠାରୁ କୁଶୁର୍ଲା ଛକ ପର୍ଯ୍ୟନ୍ତ ରାସ୍ତା ପାଲଟିଛି ମରଣଯନ୍ତା: ମରାମତି ଦାବିରେ ଗ୍ରାମବାସୀଙ୍କ ଧାରଣା

କର୍ଲାମୁଣ୍ଡା,୮।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ମନ୍ଦିର ଛକଠାରୁ ସିଲେଟପଡା ରାସ୍ତା ମରଣଯନ୍ତା ପାଲଟିଛି। ଉକ୍ତରାସ୍ତାର ମରାମତି ପାଇଁ…

ସିଭିଲ ସର୍ଭିସ ଆଶାୟୀଙ୍କ ପାଇଁ ଖବର: ଗଞ୍ଜାମରେ ପ୍ରସ୍ତୁତି ଚାଲିଛି…

ଭଞ୍ଜନଗର,୮।୪(ବାବୁଲା ପ୍ରଧାନ)-ଗଞ୍ଜାମ ଲକ୍ଷ୍ୟ ନିକେତନ ପ୍ରକଳ୍ପ ମାଧ୍ୟମରେ ସିଭିଲ ସର୍ଭିସ ପରୀକ୍ଷା ପାଇଁ ଯୁବତୀଯୁବକଙ୍କୁ ତାଲିମ ଦିଆଯିବ। ତେଣୁ ଗଞ୍ଜାମ ଜିଲାପାଳ କିର୍ତ୍ତୀ ଭାସନ ଭିଙ୍କ ପ୍ରଚେଷ୍ଟାରେ…

ଇରାନ ଯୁଦ୍ଧରେ ଫସିଗଲେ ଟ୍ରମ୍ପ, ହରାଇବେ ପଦ! ଇସ୍ତଫା ଦାବି କଲେ…

ଓ୍ବାଶିଂଟନ୍‌,୮।୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫେବୃଆରୀ ୨୮ ତାରିଖରେ ଯେତେବେଳେ ଇସ୍ରାଏଲ ସହ ମିଶି ଇରାନ ବିରୁଦ୍ଧରେ ଆକ୍ରମଣ ଆରମ୍ଭ କରିଥିଲେ, ସେତବେଳେ ସେ ଭେନେଜୁଏଲାରେ…

ଯୁଦ୍ଧ ବନ୍ଦ କରିବା ପରେ ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କ ବିସ୍ଫୋରକ ବୟାନ: ମୁଁ ଘୋଷଣା କରୁଛି ଯେ, ଆଗାମୀ ଦିନରେ…

ଇସଲାମାବାଦ,୮।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଶେଷରେ ଆମେରିକା ଏବଂ ଇରାନ ଯୁଦ୍ଧବିରତି ଉପରେ ସହମତି ହୋଇଛନ୍ତି। ଡୋନାଲ୍ଡ ଟ୍ରମ୍ପ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri