Categories: କୋରାପୁଟ

ତଥ୍ୟ ଗାଏବ କରୁଛନ୍ତି କର୍ମଚାରୀ

ଜୟପୁର,୧୭।୨ (ନି.ପ୍ର. ) ମାଲାକନଗିରି ଜିଲାପାଳଙ୍କ କାର୍ଯ୍ୟାଳୟରେ ପିଏ ଭାବେ କାର୍ଯ୍ୟ କରୁଥିବା ଦେବ ନାରାୟଣ ପଣ୍ଡା ହତ୍ୟା ଘଟଣାରେ ତତ୍କାଳୀନ ମାଲକାନଗିରି ଜିଲାପାଳଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ହୋଇଥିଲା। ସେତେବେଳେ ମାଲକାନଗିରି ପୋଲିସକୁ ଅନୁସନ୍ଧାନରୁ ନିବୃତ କରାଯାଇଥିଲା। ଇତି ମଧ୍ୟରେ ଘଟଣାକୁ ଗୋଟିଏ ବର୍ଷ ବିତି ଯାଇଛି । କ୍ରାଇମବ୍ରାଞ୍ଚ ଦୁଇଥର ମାଲକାନଗିରି ଓ ଜୟପୁର ଆସି ଅନୁଧ୍ୟାନ କରି କଟକ ଫେରିଯାଇ ଚୁପ ଚାପ ବସି ରହିଛି । ଅନ୍ୟପକ୍ଷରେ ଆମର ସବୁ ଚିଠି, ମେଲ ଓ ତଥ୍ୟକୁ ଜିଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଡାଟା ଏଟ୍ରି ଅପରେଟର ଭି.ବେଣୁ, ଷ୍ଟେନୋ ପ୍ରକାଶ ସ୍ଲାଇଁ ଗାଏବ କରୁଛନ୍ତି ବୋଲି ପଣ୍ଡାଙ୍କ ସ୍ତ୍ରୀ ବନଜା ପଣ୍ଡା ଅଭିଯୋଗ କରିଛନ୍ତି।