ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ। ଉଭୟ ନାରୀ ଓ ପୁରୁଷ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ। ଅର୍ଥାତ ଜଣକ ବିନା ଅନ୍ୟର ଅସ୍ତିତ୍ୱ ନାହିଁ। କେଉଁ ଆବହମାନ କାଳରୁ ମାନବ ସଭ୍ୟତାର ଅଭ୍ୟୁଦୟ ହୋଇଛି, ଉଭୟ ନାରୀ ଓ ପୁରୁଷର ସମନ୍ବୟ ଓ ସମ୍ମିଶ୍ରଣରେ। ପ୍ରଥମେ ମଣିଷ ଜଙ୍ଗଲରେ ପଶୁପରି ବିଚରଣ କରୁଥିଲା ବଣମଣିଷ ହୋଇ। ବଣର ଫଳମୂଳ ଓ ଶିକାର ହିଁ ତା’ର ମୁଖ୍ୟ ଖାଦ୍ୟ ଥିଲା ଅନ୍ୟାନ୍ୟ ଜୀବଜନ୍ତୁଙ୍କ ପରି। ଅନ୍ୟାନ୍ୟ ପଶୁଙ୍କ ପରି ପ୍ରଜନନ କରିବା ଓ ଖାଦ୍ୟ ଖାଇ ନିଜେ ବଞ୍ଚିବା ତା’ର ପ୍ରକୃତି ଥିଲା। ମାତ୍ର ସଭ୍ୟତାର ଅଭ୍ୟୁଦୟରେ ମନୁଷ୍ୟ (ନାରୀ ଓ ପୁରୁଷ) ର ମସ୍ତିଷ୍କର ବିକାଶ ସାଧନ ହେଲା। ସେ ତା’ର ଅସୁବିଧାକୁ ପରସ୍ପରର ସହଯୋଗରେ ସମାଧାନ କରିବାକୁ ଚେଷ୍ଟା କଲା। ରୋଗବୈରାଗ ସମୟରେ ଖାଦ୍ୟ ପାନୀୟ ସଂଗ୍ରହ କଥା ହେଉ କିମ୍ବା ହିଂସ୍ର ଜନ୍ତୁଙ୍କ ଆକ୍ରମଣ କଥା, ଉଭୟ ପୁରୁଷ ଓ ନାରୀ ଭଲଭାବେ ବୁଝିଯାଇଥିଲେ ଯେ ପରସ୍ପର ସାହାଯ୍ୟ ସହଯୋଗ ବିନା ବଞ୍ଚିବା କଷ୍ଟକର। ସେଥିପାଇଁ ବୋଧହୁଏ ଉଭୟ ନାରୀ ଓ ପୁରୁଷ କେଉଁ ଅନାଦିକାଳରୁ ବିବାହ ବନ୍ଧନରେ ବାନ୍ଧି ହୋଇଆସିଛନ୍ତି ଓ ସୁନ୍ଦର ଭାବେ ଧରାରେ ଜୀବନଯାପନ କରିଆସିଛନ୍ତି। ଧୀରେ ଧୀରେ ସମାଜରେ ବିଜ୍ଞାନର ପ୍ରସାର ବଢ଼ିଛି ଓ ଆମେ ଉଭୟ ପୁରୁଷ ଓ ନାରୀଙ୍କୁ ସମାନ ଦୃଷ୍ଟିରେ ଦେଖିଆସିଛୁ ଓ ସମସ୍ତ କାର୍ଯ୍ୟରେ ନାରୀ ଓ ପୁରୁଷଙ୍କୁ ସମାନ ଅଧିକାର ପ୍ରଦାନ କରାଯାଇଛି।
ଆଧୁନିକ ଯୁଗର ନାରୀମାନେ ସବୁ କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିପାରିଛନ୍ତି ଓ ପୁରୁଷଙ୍କ ସହିତ ସମକକ୍ଷ ହୋଇ ରାଷ୍ଟ୍ର ନିର୍ମାଣରେ ନିଜକୁ ନିୟୋଜିତ କରିଛନ୍ତି। ଏହା ଉଭୟ ସମାଜ ଓ ରାଷ୍ଟ୍ର ପାଇଁ ଅନୁକୂଳ। ସମାଜରେ ପୁରୁଷ ଓ ନାରୀ ମଧ୍ୟରେ ପ୍ରାୟ ୪ ପ୍ରକାର ସହାବସ୍ଥାନ ଦେଖିବାକୁ ପାଇଥାଉ। ପ୍ରଥମଟି ହେଉଛି ପୁରୁଷ ଜଣକ ରୋଜଗାରକ୍ଷମ ଥାଆନ୍ତି ଓ ନାରୀ ଜଣକ ରୋଜଗାରକ୍ଷମ ନ ଥାନ୍ତି । ସେମାନଙ୍କ ମଧ୍ୟରେ ବିବାହ ହୁଏ ଓ ଉଭୟ ଖୁବ୍‌ ସୁଖ ଶାନ୍ତିରେ ଜୀବନଯାପନ କରନ୍ତି। ଦ୍ୱିତୀୟଟି ହେଉଛି ପୁରୁଷ ଜଣକ ରୋଜଗାରକ୍ଷମ ଓ ମହିଳା ଜଣକ ମଧ୍ୟ ରୋଜଗାରକ୍ଷମ। ଉଭୟଙ୍କ ମଧ୍ୟରେ ବିବାହ ସମ୍ପାଦନ ହୁଏ ଓ ଦୁହେଁ ଆରାମରେ ଜୀବନଯାପନ କରନ୍ତି। ତୃତୀୟଟି ହେଲା ପୁରୁଷ ଓ ମହିଳା ଉଭୟ ଚାକିରିଆ ନୁହେଁ, କିନ୍ତୁ ବିବାହ କରି ଶାନ୍ତିରେ ଚଳନ୍ତି। ଚତୁର୍ଥଟି ହେଲା ମହିଳା ରୋଜଗାରକ୍ଷମ ମାତ୍ର ପୁରୁଷ ଜଣକ ରୋଜଗାରକ୍ଷମ ନୁହେଁ। ଏ କ୍ଷେତ୍ରରେ ଖୁବ୍‌ କମ୍‌ ବିବାହ ବନ୍ଧନ ଦେଖିବାକୁ ମିଳେ। କୌଣସି ଚାକିରିଆ ଝିଅ ଶିକ୍ଷିତ ଅଣରୋଜଗାରକ୍ଷମ ପୁଅକୁ ବିବାହ କରିବାର ନଜିର ଖୁବ୍‌ କମ୍‌ ଦେଖିବାକୁ ମିଳେ। ଆଜିର ଆଲୋଚନାର ବିଷୟଟି ଏହା ଉପରେ ପର୍ଯ୍ୟବସିତ।
ପୁଅଟି ରୋଜଗାର କରୁଛି, ମାତ୍ର ଝିଅ ବେରୋଜଗାର, ସେ କ୍ଷେତ୍ରରେ ଆରାମରେ ବିବାହ ସମ୍ପାଦନ ହେଉଛି। ମାତ୍ର ରୋଜଗାରିଆ ଝିଅମାନେ କେବେବି ବେରୋଜଗାରିଆ ପାଠୁଆ ପୁଅଙ୍କୁ ବାହା ହେବାକୁ ପସନ୍ଦ କରୁନାହାନ୍ତି। ବର୍ତ୍ତମାନ ବହୁ ପୁରୁଷ ପିଲା ଚାକିରି ବା ରୋଜଗାର ନ ପାଇ ରହିଯାଉଛନ୍ତି। ମାତ୍ର କନ୍ୟା କିମ୍ବା କନ୍ୟାର ମାତାପିତା ଏଭଳି ପ୍ରସ୍ତାବରେ ରାଜି ନ ହେବାର ଦେଖାଯାଏ। ଜଣେ ଚାକିରିଆ ଝିଅ ବା ରୋଜଗାରକ୍ଷମ ଝିଅର ନାନାବିଧ ସମସ୍ୟା ବା ଆବଶ୍ୟକତାକୁ ସିଏ ନିଜେ ପୂରା କରିବା କଷ୍ଟ। ତା’ ଛଡା ଏକ ଆରାମଦାୟକ ଜୀବନଯାପନ ପାଇଁ ତାକୁ ବିଭିନ୍ନ କ୍ଷେତ୍ରରେ ସହଯୋଗର ଆବଶ୍ୟକତା ପଡ଼ିଥାଏ। ତା’ର ପିଲାମାନଙ୍କର ଦେଖାରଖା ଓ ଆବଶ୍ୟକତା ଜଣେ ଖାଲିଥିବା ପୁରୁଷ ଭଲଭାବେ କରିପାରିବ। ଉଭୟ ଚାକିରିଆ ରହିବା ବେଳେ ପିଲାମାନଙ୍କର ଲାଳନପାଳନ ଠିକ୍‌ ରୂପେ ହୋଇପାରେ ନାହିଁ। ଯଦି କେବଳ ପୁରୁଷ ରୋଜଗାରରେ ସମଗ୍ର ପରିବାର ଚାଲିପାରୁଛି, ତା’ ହେଲେ କେବଳ ସ୍ତ୍ରୀ ରୋଜଗାରରେ କାହିଁକି ପୂରା ପରିବାର ଚାଲିପାରିବ ନାହିଁ ? ଆମକୁ ଏ ବିଷୟରେ ଭାବିବାକୁ ପଡ଼ିବ ? ଶିକ୍ଷିତ ଝିଅକୁ ଚିନ୍ତା କରିବାକୁ ପଡ଼ିବ ? ମାତାପିତା ମଧ୍ୟ ଚିନ୍ତା କରିବା ଉଚିତ ଯେ ଝିଅଟି ଯେତେବେଳେ ଚାକିରି କରୁଛି ବା ରୋଜଗାର କରୁଛି, ସେତେବେଳେ ତା’ର ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ତା’ ପରିବାର ବର୍ଗଙ୍କର ସାହାଯ୍ୟ ସହଯୋଗର ଆବଶ୍ୟକତା ରହିଛି। ଆଜିକାଲି ସ୍ତ୍ରୀ ସ୍ବାମୀ ଦୁଇଜଣ ଚାକିରିକୁ ଗଲାବେଳେ ସେମାନଙ୍କ ସ୍ବାସ୍ଥ୍ୟ, ଚାପ ହ୍ରାସ, ପିଲାଙ୍କ ପାଠପଢ଼ା ଜନିତ ଚାପ ହ୍ରାସ ପାଇଁ ଆବଶ୍ୟକ ସହଯୋଗ ମିଳିପାରୁନାହିଁ ଯୌଥ ପରିବାର ଅନୁପସ୍ଥିତିରେ। ଚାକିରିଆ ମାତାପିତାଙ୍କ ସନ୍ତାନସନ୍ତତି ବଡ଼ ହୋଇ ସମାଜରେ ଖରାପ କାର୍ଯ୍ୟ କରିବାର ପ୍ରଧାନ ବା ମୁଖ୍ୟ କାରଣ ହେଲା, ମାତାପିତାଙ୍କର ପିଲାମାନଙ୍କ ପାଇଁ ସମୟ ଅଭାବ। କାମବାଲି ସହିତ ପିଲାମାନଙ୍କର କିଛି ସମୟ କାଟିବା ସହିତ ମାତ୍ରାଧିକ ସମୟ ସେମାନଙ୍କର ନିଃସଙ୍ଗତାରେ କଟେ କିମ୍ବା ମୋବାଇଲରେ କଟିଥାଏ। ତେଣୁ ପିଲାଟି ସଂସ୍କାରୀ କିମ୍ବା ସାମାଜିକ ହୋଇପାରେ ନାହିଁ।
ବର୍ତ୍ତମାନ ସମୟ ବଦଳିଛି। ସାମାଜରେ ଚାକିରି ପାଇଁ ପ୍ରତିଯୋଗିତା ବି ବଢ଼ିଛି। ତେଣୁ ସବୁ ପୁଅଙ୍କୁ ଚାକିରି ମିଳିବା ସମ୍ଭବ ହୋଇପାରୁନାହିଁ ଉଚ୍ଚଶିକ୍ଷା ପ୍ରାପ୍ତି ପରେ ମଧ୍ୟ। ତେଣୁ ଚାକିରିଆ ଝିଅମାନେ ନିଜର ଆଭିମୁଖ୍ୟ ବଦଳାଇ ଶିକ୍ଷିତ ବେକାର ଯୁବକଙ୍କ ସହିତ ବିବାହ କରନ୍ତୁ। ଏହା ସାମାଜରେ ପରିବର୍ତ୍ତନ ଆଣିବ। ଏହାଦ୍ୱାରା ଚାକିରିଆ ମହିଳାମାନେ କମ୍‌ ଚାପର ବଶବର୍ତ୍ତୀ ହେବେ ଓ ସୁସ୍ଥ ଜୀବନଯାପନ କରିବେ। ପିଲାଙ୍କୁ ଉପଯୁକ୍ତ ଶିକ୍ଷା ଓ ସଂସ୍କାର ମିଳିବ ଏବଂ ଏକ ସୁସ୍ଥ ସମାଜ ଗଠନରେ ନିଶ୍ଚିତ ସହାୟକ ହେବ। କହିବାକୁ ଗଲେ ଯଦି ରୋଜଗାରିଆ ପୁଅ ବେରୋଜଗାର ଝିଅ ସହିତ ବାହା ହୋଇପାରୁଛି, ଏକବିଂଶ ଶତାବ୍ଦୀରେ ରୋଜଗାରିଆ ଝିଅ ସହିତ ଶିକ୍ଷିତ ବେରୋଜଗାର ପୁଅର ବାହାଘର କାହିଁକି ସମାଜରେ ଗ୍ରହଣୀୟ ହେବ ନIହିଁ?

ଡ.ପ୍ରମୋଦ କୁମାର ପଣ୍ଡା
ମୋ: ୮୯୧୭୪୨୬୪୪୦

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧବିରତିର ମାତ୍ର କିଛି ଘଣ୍ଟା ପରେ ଇରାନ ତୈଳ ବିଶୋଧନାଗାରରେ ବିସ୍ଫୋରଣ, କିଏ କଲା ଆକ୍ରମଣ?

ତେହେରାନ,୮।୪: ଆମେରିକା ସର୍ତ୍ତମୂଳକ ଯୁଦ୍ଧବିରତି ଘୋଷଣା କରିବାର କିଛି ଘଣ୍ଟା ପରେ ଇରାନର ଲାଭାନ ଦ୍ୱୀପରେ ପ୍ରଥମ ବଡ଼ ଆକ୍ରମଣ ହୋଇଛି । ଲାଭାନ ଦ୍ୱୀପରେ ଥିବା…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

ଯୁଦ୍ଧବିରତି ଭିତରେ ଭାରତର ବଡ଼ ବିଜୟ! ୭ବର୍ଷ ପରେ ଚାଇନାକୁ ଦେଲା ଝଟ୍‌କା

ନୂଆଦିଲ୍ଲୀ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ, ବୁଧବାର (୮ ଏପ୍ରିଲ, ୨୦୨୬) ଦିନ ଅଶୋଧିତ ତୈଳ ଭବିଷ୍ୟତରେ ତୀବ୍ର…

ଭୁବନେଶ୍ବରରେ ଛାତିଥରା ହତ୍ୟାକାଣ୍ଡ, ସ୍ତ୍ରୀର ତଣ୍ଟି କାଟି ବୀଭତ୍ସ ହତ୍ୟା କଲେ ସ୍ବାମୀ

ଭୁବନେଶ୍ବର,୮।୪: ରାଜଧାନୀ ଭୁବନେଶ୍ବରରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ସ୍ବାମୀ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍ୱସ୍ତି ନଗର…

ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ମୋହନା,୮ା୪ (ମନ୍ମଥ ମିଶ୍ର): ଗ୍ରାମ୍ୟ ପାଇପ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ପମ୍ପ ଚାଳକ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ହଜାର ହଜାର ଆଖୁଚାଷୀ, ଶ୍ରମିକଙ୍କ ଜୀବନଜୀବିକା ପ୍ରଭାବିତ, ପୁନଃ ଚିନିକଳ କାର୍ଯ୍ୟକ୍ଷମ ଦାବି କରି…

ବଲାଙ୍ଗୀର,୮ା୪(ସୁନିଲ କୁମାର ମହାନ୍ତି): ଦେଓଗାଁ ଚିନିକଳ ସମିତି ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୟାନନ୍ଦ ସମବାୟ ଚିନିକଳ ପୁନଃ କାର୍ଯ୍ୟକ୍ଷମ କରିବା ଦାବି ନେଇ…

ବିବାଦୀୟ ମନ୍ତବ୍ୟ ଦେବା ପରେ କ୍ଷମା ମାଗିଲେ ଖାର୍ଗେ, ଭାବନାକୁ ଆଘାତ ଦେବା…

ନୂଆଦିଲ୍ଲୀ,୮।୪: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଗୁଜରାଟର ଲୋକଙ୍କ ସମ୍ପର୍କରେ ଦେଇଥିବା ବୟାନ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି । ସେ କହିଛନ୍ତି ଯେ ସେ ସବୁବେଳେ ଗୁଜରାଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri